ଦୁବାଇ: ପଡିଆରେ ହାତ ଯୋଡି କ୍ଷମା ମାଗିଲେ ରୋହିତ ଶର୍ମା । ଆଜି ଦୁବାଇରେ ଅନୁଷ୍ଠିତ ଭାରତ- ବାଂଲାଦେଶ ଆଇସିସି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କୁ ହାତ ଯୋଡି କ୍ଷମା ମାଗିଛନ୍ତି କ୍ୟାପଟେନ ରୋହିତ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।
ଆଜି(ଗୁରୁବାର) ଦୁବାଇରେ ଅନୁଷ୍ଠିତ ହୋଇଯାଇଛି ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଦ୍ୱିତୀୟ ମୁକାବିଲା । ଭାରତ- ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଛି । ତେବେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବାଂଲାଦେଶ ପ୍ରଥମ ପାରି ଖେଳି ଭାରତକୁ ୨୨୯ରନ ଟାର୍ଗେଟ ଦେଇଛି ।
Tanzid ☝️
— Star Sports (@StarSportsIndia) February 20, 2025
Mushfiqur☝️
Hattrick... Well, almost! 😮
📺📱 Start watching FREE on JioHotstar: https://t.co/dWSIZFgk0E#ChampionsTrophyOnJioStar 👉 #INDvBAN, LIVE NOW on Star Sports 1 & Star Sports 1 Hindi! pic.twitter.com/5mn6Eqivci
ଲଗାତର ୨ଟି ବଲରେ ୨ ଓ୍ବିକେଟ ନେଲେ ସ୍ପିନର ଅକ୍ଷର:
ଅନ୍ୟପଟେ ଭାରତୀୟ ସ୍ପିନର ଅକ୍ଷର ପଟେଲ ବାଂଲାଦେଶ ବିପକ୍ଷ ମ୍ୟାଚରେ ହାଟ୍ରିକ ଓ୍ବିକେଟ ନେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଲଗାତର ୨ଟି ବଲରେ ୨ଟି ଓ୍ବିକେଟ ନେବାପରେ ତୃତୀୟ ବଲରେ ମଧ୍ୟ ଆଉଟ ହେବାର ସମ୍ଭାବନା ରହିଥିଲା । ବାଂଲାଦେଶ ବିପକ୍ଷରେ ଅକ୍ଷର ପଟେଲ ନିଜର ପ୍ରଥମ ଓଭର ପକାଇବାକୁ ଆସିଥିଲେ । ୯ ଓଭର ପ୍ରଥମ ବଲରେ କୌଣସି ରନ ହୋଇନଥିବା ବେଳେ ଦ୍ୱିତୀୟ ବଲରେ ଅକ୍ଷର ପଟେଲ ତାନଜିଦ୍ ହସନଙ୍କୁ ଆଉଟ କରିଥିଲେ । ବଲ ହସନଙ୍କ ବ୍ୟାଟରେ ବାଜି ସିଧା ଓ୍ବିକେଟ କିପର କେ ଏଲ ରାହୁଲଙ୍କ ହାତକୁ ଯାଇଥିଲା ଓ ସେ କ୍ୟାଚ ଆଉଟ ହୋଇଯାଇଥିଲେ । ଏହାପରେ କ୍ରିଜକୁ ଆସିଥିଲେ ମୁସଫିକୁର ରହିମ । ସେ ବି ଓଭରର ତୃତୀୟ ବଲରେ କେ ଏଲ ରାହୁଲଙ୍କ ହାତକୁ କ୍ୟାଚ ଦେଇ ଆଉଟ ହୋଇଯାଇଥିଲେ ।
AXAR MISSED THE HAT-TRICK..!!!
— Johns. (@CricCrazyJohns) February 20, 2025
- Rohit apologised quickly to Axar. pic.twitter.com/TzzXeXqawc
ହାଟ୍ରିକରୁ ଅଳ୍ପକେ ରହିଗଲେ ଅକ୍ଷର:
ଲଗାତର ୨ ବଲରେ ୨ଟି ଓ୍ବିକେଟ ନେବାପରେ ତୃତୀୟ ବଲରେ ମଧ୍ୟ ଓ୍ବିକେଟ ନେବାର ସମ୍ଭାବନା ଥିଲା । ହେଲେ ରୋହିତ ଶର୍ମା ସ୍ଲିପରେ ଜଗିଥିବା ବେଳେ ତାଙ୍କ ହାତରୁ କ୍ୟାଚଟି ଖସି ପଡିଥିଲା । ଯେଉଁଥିପାଇଁ ହ୍ରାଟିକ ଓ୍ବିକେଟ ନେବାରୁ ବର୍ତ୍ତି ଯାଇଥିଲେ ଅକ୍ଷର ପଟେଲ ।
Rohit Sharma apologising to Axar Patel. pic.twitter.com/TwjVWkZgYO
— Mufaddal Vohra (@mufaddal_vohra) February 20, 2025
ହାତ ଯୋଡି କ୍ଷମା ମାଗିଲେ ରୋହିତ:
କ୍ୟାଚ ମିସ ପରେ ରୋହିତ ଶର୍ମା ଦେଇଥିବା ରିଆକ୍ସନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତାଙ୍କ ଦ୍ୱାରା କ୍ୟାଚ ମିସ ହୋଇଯିବାରୁ ସେ ଏହାକୁ ନେଇ ବେଶ ନିରାଶ ଓ କ୍ରୋଧ ପ୍ରକାଶ କରିଥିବା ନଜର ଆସିଥିଲେ । ଆଉ ମଧ୍ୟ ପଡିଆରେ ସେ ତତକ୍ଷଣାତ୍ ଅକ୍ଷରଙ୍କୁ ହାତ ଯୋଡି କ୍ଷମା ମାଗିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ଏହାମଧ୍ୟ ପଢନ୍ତୁ... ଚାମ୍ପିଅନ୍ସ ଟ୍ରଫିରେ ହଇଚଇ ରଚିବେ ଟିମ୍ ଇଣ୍ଡିଆର ଟପ୍-5 ବ୍ୟାଟର ! ଦେଖନ୍ତୁ ରେକର୍ଡ ଟସ୍ ଜିତି ବାଂଲାଦେଶର ପ୍ରଥମେ ବ୍ୟାଟିଂ; ଦେଖନ୍ତୁ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନ୍, ବାଦପଡିଲେ ଷ୍ଟାର ପେସର |
ଏହି ମ୍ୟାଚରେ ମହମ୍ମଦ ଶାମି ୫ ଓ୍ବିକେଟ, ହର୍ଷିତ ରାଣା ୩ ଓ୍ବିକେଟ ଓ ଅକ୍ସର ପଟେଲ ୨ଟି ଓ୍ବିକେଟ ହାସଲ କରିଛନ୍ତି ।