ହାଇଦ୍ରାବାଦ: ଟେକ୍ ଜାଏଣ୍ଟ ଆପଲ୍ ଆଜି (ଫେବୃଆରୀ 19) ବର୍ଷ 2025ର ପ୍ରଥମ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି । ଏହି ଇଭେଣ୍ଟରେ ବହୁ ପ୍ରତିକ୍ଷିତ iPhone SE 4 ଲଞ୍ଚ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଇଭେଣ୍ଟରେ କେଉଁ ମଡେଲ ପ୍ରଦର୍ଶିତ ହେବ ସେ ସମ୍ପର୍କରେ କମ୍ପାନୀ ସ୍ପଷ୍ଟ କରିନାହିଁ । କିନ୍ତୁ କିଛି ଦିନ ତଳେ ଆପଲ୍ ସିଇଓ ଟିମ୍ କୁକ୍ଙ୍କ ଟିଜରରୁ ଏହା ସ୍ପଷ୍ଟ ହୋଇଛି ଯେ କମ୍ପାନୀ ଏହି ଇଭେଣ୍ଟରେ କେବଳ ଗୋଟିଏ ମଡେଲକୁ ଲଞ୍ଚ କରିପାରେ । ଏହି ଫୋନ 'iPhone 16E' ନାଁରେ ଲଞ୍ଚ ହୋଇପାରେ ଗତ କିଛି ଦିନ ଧରି ଚର୍ଚ୍ଚା ହେଉଛି ।
ଆପଲ୍ ଇଭେଣ୍ଟ: କେଉଁଠୁ ଓ କେତେବେଳେ ଦେଖିବେ ଲାଇଭ
କମ୍ପାନୀ ସିଇଓ ଟିମ୍ କୁକ୍ଙ୍କ ପୂର୍ବ ପୋଷ୍ଟ ଅନୁସାରେ, ଆପଲ୍ ଇଭେଣ୍ଟର ସିଧାପ୍ରସାରଣ କମ୍ପାନୀର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଖିପାରିବେ । ଆଉ କିଛି ସମୟ ମଧ୍ୟରେ କମ୍ପାନୀ ପକ୍ଷରୁ ଏହାର ସୋସିଆଲ ମିଡିଆ ସାଇଟ୍ରେ କିଛି ଅପଡେଟ ଦେବ ବୋଲି ଆଶା କରାଯାଉଛି । ଏହି ଇଭେଣ୍ଟ କେତେବେଳେ ଆରମ୍ଭ ହେବ ସେ ସମ୍ପର୍କରେ ମଧ୍ୟ କମ୍ପାନୀ ନିର୍ଦ୍ଦିଷ୍ଟ ସମୟ ସମ୍ପର୍କରେ ସ୍ପଷ୍ଟ କରିନାହିଁ ।
Get ready to meet the newest member of the family.
— Tim Cook (@tim_cook) February 13, 2025
Wednesday, February 19. #AppleLaunch pic.twitter.com/0ML0NfMedu
iPhone SE 4ର ସମ୍ଭାବିତ ଫିଚର
ଅନେକ ରିପୋର୍ଟକୁ ଧ୍ୟାନକୁ ନେଲେ, ଆଶା କରାଯାଉଛି ଯେ ଆଇଫୋନ SE 4ରେ 6.1 ଇଞ୍ଚର OLED 460ppi Super Retina XDR ଡିସପ୍ଲେ ଯାହାକି ଆଇଫୋନ 14 ସହିତ ସମାନ । ଏହା ଲାଟେଷ୍ଟ A18 ଚିପ୍ ଓ 8GB RAM ସହ ଆସିପାରେ, ଯାହାକି ଆଇଫୋନ 16 ସିରିଜରେ ଉପଲବ୍ଧ । ଏହାବାଦ ଏଥିରେ ଟାଇପ-ସି ଚାର୍ଜିଂ ପୋର୍ଟ, ସିଙ୍ଗଲ୍ ବ୍ୟାକ୍ କ୍ୟାମେରା ଲେନ୍ସ, ଗ୍ଲାସ୍ ଫିନିଶ ଓ ଆପଲ୍ ଇଣ୍ଟେଲିଜେନ୍ସ ଫିଚର ମିଳିପାରେ । ପ୍ରଥମ iPhone SE 2016ରେ ଲଞ୍ଚ ହୋଇଥିଲା । ଏହାପରେ SE 2 ଓ SE 3 ଫୋନକୁ ପ୍ରେସ ରିଲିଜ ମାଧ୍ୟମରେ ଅଣାଯାଇଥିଲା । କିନ୍ତୁ ଏବେ କମ୍ପାନୀ ଏହାର ଆଗାମୀ SE ମଡେଲ ଲାଗି ଟିଜର ଜାରି କରିଛି ।
The upcoming iPhone SE 4 is rumored to be called the 'iPhone 16E'
— Apple Hub (@theapplehub) February 18, 2025
Do you like this name? pic.twitter.com/zKqtNhsssb
iPhone16E ନାଁରେ ହୋଇପାରେ ଲଞ୍ଚ
ଆପଲ୍ର ଡିଭାଇସ ସମ୍ପର୍କରେ ନିରନ୍ତର ଅପଡେଟ୍ ଦେଉଥିବା ଏକ ଏକ୍ସ ଆକାଉଣ୍ଟ ଆପଲ୍ହବ୍ ଅନୁସାରେ ଆଇଫୋନ ଏସଇ 4 ଆଇଫୋନ 16E ନାୀଁରେ ଲଞ୍ଚ ହୋଇପାରେ । ଏହି ନାମ ପରିବର୍ତ୍ତନ ନେଇ ପୂର୍ବରୁ ମଧ୍ୟ ଅନେକ ଥର ଚର୍ଚ୍ଚା ହେଉଛି । ତେବେ କମ୍ପାନୀର ଲଞ୍ଚ ଇଭେଣ୍ଟରେ ହିଁ ଏହାର ଖୁଲାସା ହେବ ।