ETV Bharat / state

ଅସୁସ୍ଥ ରହୁଥିଲେ ପରିବାର ଲୋକ, ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କଲା ଅଭିଯୁକ୍ତ - WITCHCRAFT

ମୟୂରଭଞ୍ଜ ବିଶୋଇରେ ଡବଲ ମର୍ଡର । ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରି ଅଭିଯୁକ୍ତ ଗିରଫ ।

Couple killed Over Witchcraft Suspicion In Bisoi Mayurbhanj
Couple killed Over Witchcraft Suspicion In Bisoi Mayurbhanj (ETV Bharat Odisha)
author img

By ETV Bharat Odisha Team

Published : Feb 19, 2025, 10:15 AM IST

ରାଇରଙ୍ଗପୁର(ମୟୂରଭଞ୍ଜ): ପୁଣି ଥରେ ସାମ୍ନାକୁ ଆସିଛି ଅନ୍ଧବିଶ୍ୱାସର ଏକ କରୁଣ ଘଟଣା । ଗୁଣିଗାରେଡ଼ି ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ କିତାବେଡା ଗ୍ରାମର ଡୁଙ୍ଗୁରିସାହିର ଜନୈକ ଦମ୍ପତି ଦେବେନ୍ଦ୍ର ନାଏକ (୭୦) ଓ ତାଙ୍କ ସ୍ତ୍ରୀ ଚମ୍ପା (୪୮)ଙ୍କୁ ସେହି ଗାଁର ୨୩ ବର୍ଷିୟ ଅଜୟ ନାଏକ ନାମକ ଜଣେ ଯୁବକ କୁରାଢ଼ୀରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଦମ୍ପତିଙ୍କୁ ହତ୍ୟା:

ରାଇରଙ୍ଗପୁର ଏଏସପି ଯଦୁନାଥ ଜେନାଙ୍କ ସୂଚନା ଅନୁଯାୟୀ, ଗତ ସୋମବାର ରାତି ପ୍ରାୟ ୯ଟା ସମୟରେ ଦେବେନ୍ଦ୍ର ନାଏକ ନିଜ ଘର ଅଗଣାରେ ଥିବା ବିଲାତି କ୍ଷେତରେ ଛିଡ଼ା ହୋଇଥିଲେ । ଏତିକି ବେଳେ ଗ୍ରାମର ଅଜୟ ନାୟକ ଆସି ଦେବେନ୍ଦ୍ରଙ୍କ ସହିତ ଝଗଡ଼ା କରିବା ଆରମ୍ଭ କରିଥିଲା । ତେବେ ୨ ଜଣଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିବା ବେଳେ ଏଥିରେ ଉତ୍‌କ୍ଷୀପ୍ତ ହୋଇ ଅଜୟ ଏକ କୁରାଢ଼ିରେ ଦେବେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଅଜୟର ରାଗ ଏତିକିରେ ଶାନ୍ତ ହୋଇ ନଥିଲା । ଘର ଭିତରେ ପଶି ଶୋଇଥିବା ଅବସ୍ଥାରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଚମ୍ପାଙ୍କ ମୁଣ୍ଡକୁ ସେହି କୁରାଢ଼ୀରେ ଆକ୍ରମଣ କରି ହତ୍ୟା କରିଥିଲା । ସେପଟେ ଚମ୍ପାଙ୍କ ସହିତ ଶୋଇଥିବା ତାଙ୍କ ବୋହୁ ସୁମିତ୍ରା ନିଜ ଆଖି ଆଗରେ ଏଭଳି ଘଟଣା ଦେଖି ଭୟରେ ନିଜ ଅଢେଇ ବର୍ଷର ଶିଶୁ କନ୍ୟାକୁ ଛାଡି ବାହାରକୁ ଦୌଡ଼ି ପଳେଇ ଯାଇଥିଲେ । କିଛି ଘଣ୍ଟା ପରେ ଆସି ସୁମିତ୍ରା ନିଜ ଶିଶୁ କନ୍ୟାକୁ ସେଠାରୁ ନେଇଯିବା ସହିତ ନିକଟସ୍ଥ ଏକ ଗ୍ରାମରେ ରାତି ତମାମ ଲୁଚି ରହିଥିଲେ ।

Couple killed Over Witchcraft Suspicion In Bisoi Mayurbhanj (ETV Bharat Odisha)

ହତ୍ୟାକାଣ୍ଡର କାରଣ କ'ଣ:

ଗତକାଲି (ମଙ୍ଗଳବାର) ସକାଳେ ସୁମିତ୍ରା ନିଜ ଘରକୁ ଆସି ଅନ୍ୟ ଏକ ଗ୍ରାମରେ ରହୁଥିବା ନିଜର ଦିଅର ରାବେନ୍ଦ୍ର ନାଏକଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବରପାଇ ରାବେନ୍ଦ୍ର ଘରେ ପହଞ୍ଚି ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, ଏସଡିପିଓ ଗୋକୁଳାନନ୍ଦ ସାହୁ, ବିଶୋଇ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଚମ୍ପାଙ୍କ ଗୁଣିଗାରେଡି ବିଦ୍ୟା ପ୍ରଭାବରେ ଅଭିଯୁକ୍ତ ଅଜୟଙ୍କ ଶିଶୁପୁତ୍ର ଓ ବାପା ସୁରେନ୍ଦ୍ରଙ୍କ ବାରମ୍ବାର ଦେହ ଖରାପ ହୋଉଥିବାର ସନ୍ଦେହ କରି ଆସୁଥିଲା । ତେଣୁ ସନ୍ଦେହରେ ଅଜୟ ଏହିପରି ଉନ୍ମକ୍ତ କାଣ୍ଡ ଘଟାଇଛି ବୋଲି ମୃତ ଦମ୍ପତ୍ତିର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ସାଇଣ୍ଟିଫିକ ଟିମର ତଦନ୍ତ ପରେ ୨ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇବା ସହ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ..

ଆତ୍ମସମର୍ପଣ କଲା ରମା ନାୟକ, ପୋଲିସ ଇନଫର୍ମର ହତ୍ୟା ଘଟଣାର ଥିଲା ମାଷ୍ଟରମାଇଣ୍ଡ

ଚାକର ଦମ୍ପତି ହିଁ ହତ୍ୟାକାରୀ, 5 ବର୍ଷ ପରେ ଖୋଲିଲା ବେଲେଶ୍ବର ମର୍ଡର ମିଷ୍ଟ୍ରି

ଉଗ୍ରରୂପ ନେଲା ଜମିବାଡି଼ ବିବାଦ, ବଡ଼ଭାଇକୁ ହତ୍ୟା କଲା ସାନଭାଇ

ପୋଲିସର ତଦନ୍ତ ଜାରି:

ଏଏସପି ଯଦୁନାଥ ଜେନା କହିଛନ୍ତି, "ରାତି ପ୍ରାୟ ୯ଟାରୁ ୧୦ ଟା ମଧ୍ୟରେ ଦେବେନ୍ଦ୍ର ନାଏକ ଓ ତାଙ୍କୁ ପତ୍ନୀ ଚମ୍ପା ନାଏକଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାରୀକୁ ପୋଲିସ ତାର ହେପାଜତକୁ ନେଇଛି । ହତ୍ୟାକାରୀର ବୟାନ ଅନୁସାରେ, ଅଭିଯୁକ୍ତର ବାପା ସବୁବେଳେ ଅସୁସ୍ଥ ରହୁଥିଲେ । ଏଥିପାଇଁ ସେ ଦେବେନ୍ଦ୍ର ଓ ତଚମ୍ପାକୁ ଦାୟୀ କରି ସେମାନଙ୍କୁ ହତ୍ୟା କରିଛି । ସେ ଏକ କୁରାଢି ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରି ହତ୍ୟା କରିଛି । ଏନେଇ ବିଶୋଇ ଥାନେରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।"

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.