ETV Bharat / state

ପରିବହନ ଟିକସ ବକେୟା ଥିଲେ ସାବଧାନ ! ଜବତ ହୋଇପାରେ ସ୍ଥାବର-ଅସ୍ଥାବର ସମ୍ପତ୍ତି - TRANSPORT DEPARTMENT WARNS

ଆକ୍ସନ ମୋଡରେ ପରିବହନ ବିଭାଗ । ଟିକସ ବକେୟା ନେଇ 15ଟି ଗାଡି ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ ସହ 2ଟି ଗାଡି ଜବତ ।

Odisha Transport Department
Odisha Transport Department (ETV Bharat Odisha)
author img

By ETV Bharat Odisha Team

Published : Feb 16, 2025, 11:32 AM IST

କଟକ: ପରିବହନ ଟିକସ ବକେୟା ଅଛି କି ? ହୋଇଯାଆନ୍ତୁ ସାବଧାନ ! ଏଣିକି ଆଉ ସଚେତନତା ନୁହେଁ ବରଂ ସିଧାସଳଖ ଆକ୍ସନ ନେବ ପରିବହନ ବିଭାଗ । ଅର୍ଥାତ ଗାଡିକୁ ଜବତ କରିବା ସହ ଜବତ ହେବ ଗାଡି ମାଲିକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ଗତକାଲିଠାରୁ (ଶନିବାର) କଟକରେ ଆରମ୍ଭ ହୋଇଛି ଧରପକଡ଼ । ପ୍ରଥମ ଦିନରେ 15ଟି ଗାଡି ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ 2ଟି ଗାଡିକୁ ଜବତ କରିଛି ପରିବହନ ବିଭାଗ । ବଡ଼ କଥା ହେଉଛି କି ରାଜ୍ୟରେ ଥିବା ପ୍ରାୟ 28 ହଜାର ଗାଡି ଉପରେ ବକେୟା ରହିଛି ପାଖାପାଖି 1000 କୋଟିର ଟିକସ । ବକେୟା ଥିବା ଟିକସକୁ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ।

Odisha Transport Department (ETV Bharat Odisha)
  • ପରିବହନ ଟିକସ ଫାଙ୍କି ଥିଲେ ସାବଧାନ:

ପରିବହନ ଟିକସ ବକେୟା ଥିବା ଗାଡି ଓ ସେମାନଙ୍କ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ରାଜ୍ୟ ପରିବହନ ବିଭାଗ । ଶନିବାରଠାରୁ କଟକରେ ଆରମ୍ଭ ହୋଇଛି ଧରପକଡ଼ । କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରିବା ଆରମ୍ଭ କରିଛି ବିଭାଗ । ପ୍ରଥମ ଦିନରେ 15ଟି ଗାଡି ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ 2 ଟି ଗାଡି ଜବତ ହୋଇଛି । ଆଗାମୀ ଦିନରେ ଟିକସ ଜମା କରି ନଥିବା ଗାଡି ମାଲିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପରିବହନ ବିଭାଗ । ଅଧିକ ଟିକସ ବକେୟା ଥିଲେ ଗାଡି ମାଲିକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରି ସରକାରୀ ଦେୟ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ଜୋନର ଡେପୁଟି କମିଶନର ଟ୍ରାନ୍ସପୋର୍ଟ କଟକ ତଥା କଟକ ଆରଟିଓ ବିରଞ୍ଚି ନାରାୟଣ ଅଧିକାରୀ।

Odisha Transport Department
Odisha Transport Department (ETV Bharat Odisha)
ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ କମିଛି, ଢେଙ୍କାନାଳରେ ବଢିଛି ଦୁର୍ଘଟଣା, ଏନଏଚ-55 ପାଲଟିଛି ମରଣଯନ୍ତା - ROAD ACCIDENTS IN DHENKANAL
ଏହା ମଧ୍ୟ ପଢନ୍ତୁ...ଛାଇ ଖୋଜୁଛି କଂକ୍ରିଟ ସହର, ସ୍ମାର୍ଟସିଟିରେ ସ୍ବପ୍ନ ପାଲଟିଛି କି ଗଛ ଛାଇ ? - GREEN COVER LOSS
ଏହା ମଧ୍ୟ ପଢନ୍ତୁ...6 ବର୍ଷରେ ରାଜ୍ୟରେ 8159 ବାଲ୍ୟ ବିବାହ ଓ 328 ଶିଶୁ ଶ୍ରମିକ ଉଦ୍ଧାର; ନବରଙ୍ଗପୁରରେ ସର୍ବାଧିକ ବାଲ୍ୟ ବିବାହ - ODISHA ASSEMBLY BUDGET SESSION 2025
  • ଟିକସ ଫାଙ୍କିଲେ ନାହିଁ ନିସ୍ତାର:

    କଟକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ କହିଛନ୍ତି,"ପୂର୍ବରୁ ଅଫ ଲାଇନ ଜରିଆରେ ଗାଡି ଗୁଡିକର ପରିବହନ ଟିକସ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଥିଲା । କିନ୍ତୁ ଏବେ ଏହି ବ୍ୟବସ୍ଥା ଅନଲାଇନ ହେବା ପରେ ସମସ୍ତ ଗାଡିର ସୂଚନା ଜାଣି ହେଉଛି । କେଉଁମାନେ ଟିକସ ଦେଉ ନାହାନ୍ତି, ତାହାର ତାଲିକା ପ୍ରସ୍ତୁତ କରାଯାଇଛି । ବଡ଼ କଥା ହେଉଛି କି ରାଜ୍ୟରେ ଥିବା ପ୍ରାୟ 28 ହଜାର ଗାଡି ଉପରେ ବକେୟା ରହିଛି ପାଖାପାଖି 1000 କୋଟିର ଟିକସ । କେବଳ କଟକ ଜିଲ୍ଲାରେ 7456 ଗାଡି ଟିକସ ଜମା କରିନଥିବା ଜଣାପଡ଼ିଛି । ସେମାନଙ୍କ ଉପରେ ପ୍ରାୟ 255 କୋଟି ଟଙ୍କାର ଟିକସ ବକେୟା ଜଣାପଡିଛି । "
  • ସେ ଆହୁରି ମଧ୍ୟ କହିଛନ୍ତି, "ରିପୋର୍ଟ ଅନୁଯାୟୀ କଟକ ଜିଲ୍ଲାରେ 64ଟି କମ୍ପାନୀର 450ଟି ଗାଡ଼ି ଉପରେ 35 କୋଟି ଟିକସ ବକେୟା ରହିଛି । ତେବେ ଟିକସ ବକେୟା ଥିବା ସମସ୍ତଙ୍କ ଗାଡି ମାଲିକଙ୍କୁ ବକେୟା ପ୍ରଦାନ ପାଇଁ OTS ବ୍ୟବସ୍ଥା ଲାଗୁ କରାଯାଇଛି । ଏଥିପାଇଁ ମାର୍ଚ୍ଚ 31 ତାରିଖକୁ ଶେଷ ତାରିଖ ଭାବେ ଘୋଷଣା କରାଯାଇଛି । ଏହା ପୂର୍ବରୁ ଖିଲାପକାରୀଙ୍କୁ ବକେୟା ଦେବା ପାଇଁ ଶେଷ ସୁଯୋଗ ଦିଆଯାଇଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.