ETV Bharat / state

ରାଜ୍ୟରେ ୭ ସୂତା ଓ ୪ ଚିନି କଳ ଅକାମୀ: ସମବାୟ ମନ୍ତ୍ରୀ - SUGAR AND SPINNING MILL IN ODISHA

ବିଧାନସଭାରେ ଉଠିଲା ସୂତାକଳ ଓ ଚିନି କଳ ବନ୍ଦ ପ୍ରସଙ୍ଗ । ସୂତାକଳ ଓ ଚିନି କଳ କାର୍ଯ୍ୟକ୍ଷମ ପାଇଁ ଏମପାଓ୍ବାର୍ଡ କମିଟି ଗଠନ ।

Odisha assembly budget session 2025
Odisha assembly budget session 2025 (ETV Bharat Odisha)
author img

By ETV Bharat Odisha Team

Published : Feb 19, 2025, 7:49 PM IST

ଭୁବନେଶ୍ୱର: ବିଧାନସଭାରେ ଉଠିଲା ସୂତାକଳ ଓ ଚିନି କଳ ବନ୍ଦ ପ୍ରସଙ୍ଗ । ଆଜି ଗୃହରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ଏବାବଦରେ ସୂଚନା ପ୍ରଦାନ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ସୂତାକଳଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଏମପାଓ୍ବାର୍ଡ କମିଟି:

ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, "ରାଜ୍ୟରେ ସମବାୟ କ୍ଷେତ୍ରରେ ସମୁଦାୟ ୭ଟି ସୂତା କଳ ବିଭିନ୍ନ ସମୟରେ ପ୍ରତିଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ବର୍ତ୍ତମାନ କୌଣସିଟି କାର୍ଯ୍ୟକ୍ଷମ ନାହିଁ । ରାଜ୍ୟରେ ବନ୍ଦ ପଡିଥିବା ସୂତାକଳଗୁଡିକର ବିଭିନ୍ନ ପ୍ରସଙ୍ଗ ଉପରେ ବିଭିନ୍ନ ଅଦାଲତଗୁଡିକରେ ମାମଲାଗୁଡିକ ବିଚାରାଧୀନ ରହିଛି । ଏହାସହ ସୂତାକଳର ଯନ୍ତ୍ରପାତି ଗୁଡିକ ବହୁ ପୁରାତନ । ତେଣୁ ଉକ୍ତ ସୂତାକଳଗୁଡିକୁ ପୁଣି କାର୍ଯ୍ୟକ୍ଷମ କରିବା ସମ୍ଭବପର ହୋଇପାରୁନାହିଁ । ଏହାର ନିରାକରଣ ପାଇଁ ରାଜ୍ୟ ସରକାର ଏକ "Empowered Committee" ଗଠନ କରିଛନ୍ତି । ଉକ୍ତ କମିଟିର ସୁପାରିଶ କ୍ରମେ ଭବିଷ୍ୟତରେ ଯଥାଶୀଘ୍ର ଉପୟୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ।"

Odisha assembly budget session 2025
Odisha assembly budget session 2025 (ETV Bharat Odisha)

ରାଜ୍ୟରେ ବନ୍ଦ ପଡିଛି ୭ ସୂତା କଳ:

ସେ ଆଉ ମଧ୍ୟ କହିଛନ୍ତି," ଅଚଳ ହୋଇ ପଡିଥିବା ସମବାୟ ସୁତାକଳ ଗୁଡିକର ହେଉଛି ବରଗଡ଼ରେ ଓଡିଶା ବୁଣାକାର ସମବାୟ ସୂତା କଳ ଲିମିଟେଡ଼ ତୋରା । ୧୯୯୯ ମସିହା ଜୁନ ମାସରୁ ଏହାର ଉତ୍ପାଦନ ବନ୍ଦ ରହିଛି । ଢେଙ୍କାନାଳର କଳିଙ୍ଗ ବୁଣାକାର ସମବାୟ ସୂତା କଳ ଲିମିଟେଡ଼, ଗୋବିନ୍ଦପୁରର ୨୦୦୨ ନଭେମ୍ବରରୁ ଉତ୍ପାଦନ ବନ୍ଦ ରହିଛି । ୨୦୦୮ ଜାନୁଆରୀରୁ ବାଲେଶ୍ଵର ବାଲିଆପାଳର ଗୋପୀନାଥ ବୁଣାକାର ସମବାୟ ସୂତାକଳ ଲିମିଟେଡ଼ ବନ୍ଦ ହୋଇପଡିଛି । ଜଗତସିଂହପୁରର ଶାରଳା ବୁଣାକାର ସମବାୟ ସୂତାକଳ ୧୯୯୯ ଅକ୍ଟୋବରରୁ ବନ୍ଦ ହୋଇଛି । କଟକର ଜଗନ୍ନାଥ ବୁଣାକାର ସମବାୟ ସୂତାକଳ ୨୦୦୫ରୁ ଉତ୍ପାଦନ କାର୍ଯ୍ୟ ବନ୍ଦ ହୋଇଛି । ଖୋର୍ଦ୍ଧାରେ ୧୯୯୮ରୁ ଉତ୍କଳ ବୁଣାକାର ସମବାୟ ସୂତାକଳ କାମ କରୁନାହିଁ । ସେହିପରି କଳାହାଣ୍ଡିରେ କୋଣାର୍କ କଟନ ଗ୍ରୋଅରସ ସମବାୟ ସୂତାକଳ ୨୦୨୨ରୁ ବନ୍ଦ ହୋଇ ପଡିଛି ।"

୪ଟି ଚିନି କଳ ବନ୍ଦ:
ସେହିପରି ଆସିକା, ବରଗଡ଼, ନୟାଗଡ, ବଡ଼ମ୍ବା ଏବଂ ବଲାଙ୍ଗୀରରେ ବିଭିନ୍ନ ସମୟରେ ୫ଟି ସମବାୟ ଚିନିଶିଳ୍ପ ପ୍ରତିଷ୍ଠା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପରିଚାଳନା ଜନିତ ବ୍ୟୟ ବୃଦ୍ଧି, ଆବଶ୍ୟକୀୟ କଞ୍ଚାମାଲର ଅଭାବ, ପୁରାତନ ଯନ୍ତ୍ରାଂଶଗୁଡିକର ପରିବର୍ତ୍ତନର ଆବଶ୍ୟକତା ଏବଂ ଚିନିର ଉତ୍ପାଦନ ମୂଲ୍ୟ ବଜାର ଦରରୁ ଅଧିକ କାରଣ ଯୋଗୁଁ ୪ଟି ଚିନିଶିଳ୍ପ ବନ୍ଦ ହୋଇଯାଇଛି । ବର୍ତ୍ତମାନ ସମୟରେ କେବଳ ଆସିକା ସମବାୟ ଚିନିକଳ ଶିଳ୍ପଟି କାର୍ଯ୍ୟକ୍ଷମ ଅଛି । ୨ଟି ଚିନି କଳ ନୟାଗଡ ଏବଂ ବଡ଼ମ୍ବା ବିକ୍ରି ହୋଇଯାଇଛି । ଏହି ଚିନିକଳ ଦ୍ୱୟର କ୍ରେତା କମ୍ପାନିମାନେ ଚିନିକଳ ବନ୍ଧା ପକାଇ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କରୁ ମୋଟା ଅଙ୍କର ରଣ ଆଣି ନ ଶୁଝି ପାରିବାରୁ ଏ ସମ୍ପର୍କିତ ମାମଲା ଗୁଡିକ ବିଭିନ୍ନ କୋର୍ଟରେ ବିଚାରାଧିନ ଅଛି । ତେବେ ବିଚାରାଧିନ ମାମଲାଗୁଡିକର ତ୍ବରାନ୍ବିତ ଫଇସଲା କରିବା ପାଇଁ ପ୍ରୟାସ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ...

ମହିଳାଙ୍କୁ ନ୍ୟାୟ ଦାବି; ଗୃହ ଭିତରେ ଓ ବାହାରେ ଆନ୍ଦୋଳନ, ଜବାବ ରଖିଲା ବିଜେପି

'୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି'

୨ ବର୍ଷରେ ୨୦୭ ଦାଦନ ଶ୍ରମିକ ମୃତ, ବ୍ରହ୍ମପୁରରୁ ସର୍ବାଧିକ

ବରଗଡ଼ ଚିନି କଳଟି ବାତିଲ ହୋଇଯାଇଛି । ବାତିଲ ପ୍ରକ୍ରିୟା ଚାଲୁ ରହିଛି । ସେହିଭଳି ବଲାଙ୍ଗୀରରେ ପ୍ରତିଷ୍ଠିତ ବିଜୟାନନ୍ଦ ଚିନି କଳଟି ଅଚଳ ଅବସ୍ଥାରେ ପଡି ରହିଛି । ଯାହା କି ଏବେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ବନ୍ଧକ ପଡିଛି । ଚିନି କଳର ଯନ୍ତ୍ରାଂଶର ପରିବର୍ତ୍ତନର ଆବଶ୍ୟକତା ଏବଂ କର୍ମଚାରୀଙ୍କ ବକେୟା ଦରମା ତଥା OSCB ବ୍ୟାଙ୍କର ଋଣ ଦେୟ ପ୍ରଭୃତି ପରିଶୋଧ କରିବାର ସମସ୍ୟା ଯୋଗୁଁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ସମ୍ଭବ ହୋଇପାରିନାହିଁ । ତେବେ ଏ କ୍ଷେତ୍ରରେ ସମସ୍ତ ସମ୍ଭାବିତ ପ୍ରୟାସ ଜାରି ରହିଛି । ଆସିକା ସମବାୟ ଚିନି ଶିଳ୍ପର ଚିନି ଏବଂ ଦେଶୀ ସୁରାର ଉତ୍ପାଦନ ଜାରୀ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.