ଭବୁନେଶ୍ବର: ମହିଳାଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ଅଡୁଆରେ କମିଶନରେଟ ପୋଲିସର ଅଫିସର । ଗତକାଲି (ଗୁରୁବାର) କମିଶନରେଟ ପୋଲିସରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI) ରଞ୍ଜିତ ଦାସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୋଲିସ । ଯାହାଙ୍କ ନାଁରେ ବନ୍ଧୁକ ମୁନରେ ମହିଳାଙ୍କୁ ଦୀର୍ଘ ଦିନ ଧରି ନିଜର ପଦ ଓ ପ୍ରଭାବରେ ଭୟ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି ।
ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ:
ପୀଡ଼ିତା ମହିଳା ଜଣଙ୍କ ଗତ ବୁଧବାର ଭୁବନେଶ୍ବର ମହିଳା ଥାନାରେ କରିଥିବା ଅଭିଯୋଗ ଅନୁସାରେ, କୋଭିଡ ସମୟରେ ମହିଳାଙ୍କ ସ୍ବାମୀଙ୍କ ଦେହାନ୍ତ ହେଇଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ କାର୍ଯ୍ୟରତ ଅଫିସର ଦୀର୍ଘ ବର୍ଷେ ହେବ ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କରେ ରହି ଆସୁଥିଲେ । ସମ୍ପୃକ୍ତ ଅଫିସରଜଣଙ୍କ ତାଙ୍କୁ ବିବାବହର ପ୍ରତିଶ୍ରୁତି ଦେବା ସହ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଏପରିକି ତାଙ୍କର ୨ଟି ପିଲାଙ୍କର ଭରଣପୋଷଣ ସହ ତାଙ୍କ ସମସ୍ତ ଦେଖାଶୁଣା କରିବାର ଭରସା ଦେଇଥିଲେ । ହେଲେ ଦୀର୍ଘ ୬ ମାସ ପୂର୍ବରୁ ପୋଲିସ ଅଫିସର ଜଣଙ୍କ ମହିଳାଙ୍କଠୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ । ମହିଳା ଜଣଙ୍କ ତାଙ୍କୁ ଯୋଗାଯୋଗ କରିବାରୁ ସେ ଧମକ ଚମକ ଦେଉଥିଲେ । ଏପରିକି ସମ୍ପୃକ୍ତ ଅଫିସର ତାଙ୍କ ପିସ୍ତଲ ଦେଖାଇ ମଧ୍ୟ ଧମକ ଚମକ ଦେଇଥିବା ମହିଳା ଜଣଙ୍କ ପୂର୍ବରୁ କମିଶନରେଟ ପୋଲିସରେ ଅଭିଯୋଗ କରିଥିଲେ । ଏପରିକି ଅଭିଯୁକ୍ତ ନିଜ ପଦର ଅପବ୍ୟବହାର କରି ଚାପ ପକାଇ ମାମଲାକୁ ଆଗକୁ ବଢାଇବାକୁ ଦେଉନଥିଲେ । ଏନେଇ ମହିଳା ଜଣଙ୍କ ମହିଳା ଥାନାରେ ଅଭାଯୋଗ କରିଥିଲେ । ଏପରିକି ସମ୍ପୃକ୍ତ ପୋଲିସ ଅଫିସରଙ୍କ କିଛି ଦୁଷ୍କର୍ମ ସମୟରେ ଭିଡିଓ ଓ ଫଟୋକୁ ମଧ୍ୟ ପୋଲିସ ଆଗରେ ପ୍ରମାଣ ହିସାବରେ ପୀଡ଼ିତା ଦେଖାଇଛନ୍ତି । ଅଫିସର ଜଣଙ୍କ ତାଙ୍କୁ ବନ୍ଧୁକ ମୁନରେ ଧମକାଇ ତାଙ୍କ ସହ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ ।

କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମହିଳା ଥାନାରେ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ନମ୍ବର ୩୯/୨୫ଆଧାରରେ କେସ ରୁଜୁ କରି ଅଭିଯୁକ୍ତ ପୋଲିସ ଏଏସଆଇ ରଞ୍ଜିତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୪(୨) (m),୩୬୧(୨),୨୭ ଆର୍ମସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେ ବର୍ଷକ ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ବଦଳି ପରେ ଏବେ ଭୁବନେଶ୍ୱର କମିଶନରେଟ ପୋଲିସରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ନାଁରେ ଅଭିଯୋଗକାରିଣୀ ବିଗତ ୬ ମାସ ପୂର୍ବରୁ ଅଭିଯୋଗ କରିଆସୁଥିଲେ ।
ଅଭିଯୁକ୍ତ କୋର୍ଟ ଚାଲାଣ:
ମହିଳା ଥାନା ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ୩୯/୨୫ରେ କେସ ରୁଜୁ କରି ଜଣେ ସରକାରୀ କର୍ମଚରୀ ହୋଇ ନିଜର ପଦର ଅପବ୍ୟବହାର କରି ମହିଳାଙ୍କୁ ଦୁଷ୍କର୍ମ କରିବା ଓ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ୬୪ (୨)(m)ରେ ମଲାଲା ରୁଜୁ ସହ ୨୭ ଆର୍ମସ ଆକ୍ଟରେ ଅର୍ଥାତ୍ ନିଜ ସର୍ଭିସ ପିସ୍ତଲର ଅପବ୍ୟବହାର କରି ଧମକ ଚମକ ଦେବା ଅଭାଯୋଗରେ ମାମଲା ରୁଜୁ କରି ତାଙ୍କୁ ସଙ୍ଗୀନ ଦଫାରେ ଗିରଫ କରିଛି ପୋଲିସ । ଏପରିକି ପୀଡିତାଙ୍କ ଡାକ୍ତରୀମାଇନା ସହ ତାଙ୍କର ସମସ୍ତ ପ୍ରମାଣ, ଅଭିଯୁକ୍ତର ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରି ତାଙ୍କୁ ଗିରଫ ପରେ ଭୁବନେଶ୍ୱର କୋର୍ଟକୁ ଚାଲାଣ କରିଥିଲେ । ବର୍ତ୍ତମାନ ସମ୍ପୃକ୍ତ ଅଫିସରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, "ଅଭିଯୁକ୍ତକୁ ଗିରଫ କରାଯାଇଛି । ସର୍ଭିସ ପିସ୍ତଲର ଅପବ୍ୟବହାର ନେଇ ମଧ୍ୟ ତଦନ୍ତ ଚାଲିଛି । ୨୭ ଆର୍ମାସ ଆକ୍ଟ ଲାଗିଛି । ଏନେଇ ପୀଡିତଙ୍କୁ ବୟାନ ରେକର୍ଡ କରଯାଇଛି ଓ ଡାକ୍ତରୀମାଇନା ମଧ୍ୟ ହୋଇଛି । ମାମଲାକୁ ଗୁରୁତ୍ବ ଭାବେ ନିଆଯାଇ ତଦନ୍ତ ଚାଲିଛି ।"
ଇଟିଭି ଭାରତ, ଭୁବନେଶ୍ବର