ETV Bharat / state

ବଲାଙ୍ଗୀରରେ ଥମୁନି ଦାଦନ ଯନ୍ତ୍ରଣା, ଶତାଧିକ ନିର୍ଯାତିତ ଶ୍ରମିକ ଉଦ୍ଧାର - ବଲାଙ୍ଗୀର ଦାଦନ ଶ୍ରମିକ

ତେଲେଙ୍ଗାନା ଇଟାଭାଟିରେ କାମ କରିବାକୁ ଯାଇଥିଲେ ଶତାଧିକ ଶ୍ରମିକ, ଆରଫିଏଫ ବଢାଇଲା ସାହାଯ୍ୟର ହାତ

Balangir migrant worker
Balangir migrant worker (ETV Bharat Odisha)
author img

By ETV Bharat Odisha Team

Published : Feb 19, 2025, 8:32 PM IST

ବଲାଙ୍ଗୀର: ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା । ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଇଥିବା ଦାଦନ ଶ୍ରମିକ ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆସିଛି । ସୋସିଆଲ ମିଡିଆରେ ଅଭିଯୋଗ ଆସିବା ପରେ ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ଉଦ୍ଧାର ହୋଇଛନ୍ତି ଶତାଧିକ ଦାଦନ ଶ୍ରମିକ ।

ବଲାଙ୍ଗୀରରେ ଥମୁନି ଦାଦନ ଯନ୍ତ୍ରଣା (ETV Bharat Odisha)

ବଲାଙ୍ଗୀରରେ ଥମୁନି ଦାଦନ ଯନ୍ତ୍ରଣା:

ଅନେକ ସରକାରୀ ପ୍ରଚେଷ୍ଟା ପରେ ବଲାଙ୍ଗୀରରେ ଥମୁନି ଦାଦନ ଯନ୍ତ୍ରଣା । ପେଟ ପାଟଣା ପାଇଁ ଲକ୍ଷାଧିକ ଗରିବ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଏବଂ ସେଠି ଅକଥନୀୟ ନିର୍ଯାତନା ପାଉଥିବାର ଅଭିଯୋଗ ଆସୁଛି । ମଙ୍ଗଳବାର ତେଲେଙ୍ଗାନା ରାଜ୍ୟରୁ ଶତାଧିକ ଦାଦନ ଶ୍ରମିକ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼, ବେଳପଡା ଓ ଖପ୍ରାଖୋଲା ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଗରିବ ପେଟ ପାଟଣା ପାଇଁ ସ୍ଥାନୀୟ ଦାଦନ ସରଦାରମାନଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବାକୁ ତେଲେଙ୍ଗାନାର ୟାଦରି ଜିଲ୍ଲାର ଏକ ଇଟା ଭାଟିକୁ ଯାଇଥିଲେ ।

ଶତାଧିକ ଦାଦନ ଶ୍ରମିକ ଉଦ୍ଧାର:

ହେଲେ ସେଠି ସେମାନଙ୍କୁ ଖାଇବା ନ ଦେବା ସହ ଇଟାଭାଟି ମାଲିକ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ବୃଦ୍ଧ ଓ ଶିଶୁମାନଙ୍କୁ ମଧ୍ୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆସିଛି । ପୀଡିତମାନେ ଉଦ୍ଧାର ପାଇଁ ଦାବି କରିଥିବା ବେଳେ କେବିକେ ସଂଗଠନ ଓ ସମତା ସଂଗଠନ ଏହାକୁ ନେଇ ସାମାଜିକ ଗଣ ମାଧ୍ୟମରେ ସରକାରଙ୍କ ନିକଟରେ ଅପିଲ କରିଥିଲେ । ସେପଟେ ସ୍ଥାନୀୟ ପ୍ରଶାସନ ଏହାକୁ ଭିତ୍ତି କରି ସମସ୍ତ ଦାଦନ ଶ୍ରମିକଙ୍କୁ ସମ୍ପୃକ୍ତ ଇଟାଭାଟିରୁ ଉଦ୍ଧାର କରିଛି ଓ ସେମାନଙ୍କୁ ଟ୍ରେନ ଯୋଗେ ବଲାଙ୍ଗୀର ପଠାଇଥିଲା ସ୍ଥାନୀୟ ପ୍ରଶାସନ । ଏଥିରେ 15 ଜଣ ଶିଶୁ ଥିବା ବେଳେ 55 ଜଣ ପୁରୁଷ ଓ 45 ଜଣ ମହିଳା ଅଛନ୍ତି ।

ଆରପିଏଫ ବଢାଇଲା ସାହାଯ୍ୟର ହାତ:

ସମସ୍ତେ ବଲାଙ୍ଗୀର ରେଳ ଷ୍ଟେସନରେ ଆସି ପହଞ୍ଚିବା ପରେ ପ୍ରାଥମିକ ତଦନ୍ତ ପରେ ବଲାଙ୍ଗୀର ଆରପିଏଫ ଏମାନଙ୍କୁ ସାହାଯ୍ୟରେ ହାତ ବଢ଼ାଇଛି । ବଲାଙ୍ଗୀର ପ୍ରଶାସନକୁ ଏହାର ଖବର ଦେବା ସହ ସମସ୍ତଙ୍କୁ ନିଜ ନିଜ ଗାଁକୁ ପଠାଇବାକୁ ବ୍ୟବସ୍ଥା କରିଛି । ଉଦ୍ଧାର ହୋଇଥିବା ଶ୍ରମିକ ବିଶ୍ୱମୋହନ ମାଝି କହିଛନ୍ତି,"ପେଟ ପାଟଣା ପାଇଁ ଏଠିକାର ଦାଦନ ସରଦାରଠାରୁ କିଛି ଟଙ୍କା ନେଇଥିଲୁ । ସେ ଆମକୁ ଗତ ଦଶହରା ମାସରେ ତେଲେଙ୍ଗାନା ରାଜ୍ୟର ଏକ ଇଟା ଭାଟିକୁ ପଠାଇ ଥିଲା । ଯେଉଁଠି ଆମେ ସପରିବାର ଥିବା ବେଳେ ଇଟା ଭାଟି ମାଲିକ ଆମକୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ଆସୁଥିଲା । ଖାଇବା ନ ଦେବା ସହ ରାତି ଦୁଇଟାରୁ ଆମକୁ କାମ କରିବାକୁ ବାଧ୍ୟ କରୁଥିଲା । ସେହିପରି କାମ ନ କଲେ ଆମକୁ ସେ ମାଡ ପିଟ କରୁଥିଲା । ଯାହାପରେ ଆମେ ଜୀବନ ଭୟରେ ସାହାଯ୍ୟ ଲୋଡି଼ିଥିଲୁ । ସେଠିକାର ପ୍ରଶାସନ ଆମକୁ ଉଦ୍ଧାର କରି ଟ୍ରେନ ଯୋଗେ ବଲାଙ୍ଗୀର ପଠାଇଛି । ଅନ୍ୟପଟେ ଏଠି ଆମକୁ ଦାଦନ ସରଦାର ଧମକ ଚମକ ଦେଉଛି । ତେଣୁ ଆମର ସୁରକ୍ଷା ଓ ଥଇଥାନ ପାଇଁ ଆମେ ସରକାରଠାରେ ନିବେଦନ କରୁଛୁ ।"

ଏହାମଧ୍ୟ ପଢନ୍ତୁ...

ଦାଦନ ଦୁଃଖ: କାମ ପାଇଁ ଯାଇଥିଲେ ହାଇଦ୍ରାବାଦ, ଫେରିଲା ନାବାଳିକାର ମୃତଦେହ

ଦାଦନ ଖଟିବାକୁ ଯାଇଥିଲେ ଚେନ୍ନାଇ, ରେଳଲାଇନରୁ ମିଳିଲା 2 ଓଡ଼ିଆଙ୍କ ମୃତଦେହ

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୩ ଦିନ ବିତିଥିଲେ ବି ଫେରିନି ମୃତଦେହ

ଅଧା ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ଘରକୁ ଫେରି ପାରିଲାନି ମୃତଦେହ - Migrant labour death

ସେପଟେ ବଲାଙ୍ଗୀରରେ ରେଳ ଷ୍ଟେସନରେ ପହଞ୍ଚିବା ପରେ ଶ୍ରମିକମାନଙ୍କୁ ସାହାଯ୍ୟର ହାତ ବଢାଇଥିଲା ଆରପିଏଫ ପୋଲିସ । ସମସ୍ତଙ୍କୁ ଖାଇବାକୁ ଦେବା ସହ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲା । ଏନେଇ ଆରପିଏଫ ଅଧିକାରୀ ଆର ସିଂ କହିଛନ୍ତି,"ଏହି ଉଦ୍ଧାର ସମସ୍ତ ଶ୍ରମିକ ଷ୍ଟେସନରେ ଆସି ପହଞ୍ଚି ଥିଲେ । ସେମାନଙ୍କୁ ତେଲେଙ୍ଗାନାର ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ପଠାଇଛନ୍ତି । ଆମେ ବଲାଙ୍ଗୀର ପ୍ରଶାସନକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ । ସମସ୍ତଙ୍କ ପାଇଁ କିଛି ଖାଇବା ବ୍ୟବସ୍ଥା କରିବା ସହ ବସ ଯୋଗେ ତାଙ୍କୁ ତାଙ୍କ ଗାଁକୁ ପଠାଇବା ବ୍ୟବସ୍ଥା କରିଛୁ । "

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.