ମେଷ: ଆଜି ଦିନଟି ଶୁଭଫଳଦାୟକ ରହିବ । ଆଜି ଆପଣ ଭାରି ନିସ୍ବାର୍ଥପର ଏବଂ ମଙ୍ଗଳକାରୀ ଅନୁଭବ କରିବେ । ଆପଣଙ୍କର ଦୟାଳୁ ମନୋଭାବ କଠିନ ପରିସ୍ଥିତିରୁ ବାହାରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ପରିବାର ସଦସ୍ୟ ହିସାବରେ ଆପଣଙ୍କର ଜୀବନ ସୁନ୍ଦର ରହିବ, ପରିବାର ଏବଂ ପ୍ରିୟଜନଙ୍କ ସହିତ ମିଳିମିଶି ଖାଦ୍ୟ ଖାଇବା ସହିତ ହସଖୁସିରେ ସମୟ ବିତାଇବେ । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-3.jpg)
ବୃଷ: ଏକ ଛୋଟ ଯାତ୍ରାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ବିଦେଶରେ ବାସ କରୁଥିବା ଜଣେ ପ୍ରିୟଜନଙ୍କ ଠାରୁ ଭଲ ଖବର ଆପଣଙ୍କୁ ଅତିରିକ୍ତ ଆନନ୍ଦ ଦେବ । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ପ୍ରଶଂସା ପାଇବେ । ଦେହ ଓ ମନ ଭଲ ରହିବ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-12.jpg)
ମିଥୁନ: ଦିନଟି ଆପଣଙ୍କ ପିଲାଙ୍କ ସହ ଭଲ ସମୟ କାଟିବାରେ ଯିବ । ଆପଣ ଘର କାମରେ ବ୍ୟସ୍ତ ରହିବେ ଓ ସେଗୁଡିକ କରିବାରେ କଷ୍ଟ ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଭଲରେ କଟିବ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-6.jpg)
କର୍କଟ: ଆଜି ପାଇଁ ଆପଣଙ୍କ ଦିନ ଆନନ୍ଦ ଏବଂ ଖୁସି ଭରା ରହିବ । ଏକ ନୂଆ ପ୍ରକଳ୍ପର ଶୁଭାରମ୍ଭ, ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ମିଳନ ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆପଣଙ୍କ ପାଖରେ ଯାହା ଅଛି, ତାହା ଆପଣଙ୍କୁ ଭଲ ଭାଗ୍ୟ ଆଡକୁ ଟାଣିନେବ ଏବଂ ଆପଣ ଅଧିକ ଉତ୍ସାହ ରହିବେ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-4.jpg)
ସିଂହ: ଆଜି ଆପଣଙ୍କ ଦିନ ଆଦୌ ଆପଣଙ୍କ ଅନୁସାରେ ଯିବ ନାହିଁ । ଶାରୀରିକ ଓ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ମନରେ ଅସ୍ଥିରତା ଲାଗି ରହିପାରେ । ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି । ସନ୍ଧ୍ୟା ପରେ ସ୍ଥିତିରେ ପରିବର୍ତ୍ତନ ହେବ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-7.jpg)
କନ୍ୟା: ଆଜି ଧାର୍ମିକ ବିଶ୍ଵାସ ଓ ଆଧ୍ୟାତ୍ମିକତା ସମ୍ପର୍କିତ ସମସ୍ୟା ଗୁଡିକ ସାମ୍ନାକୁ ଆସିବ । ଅସୁସ୍ଥ ଶରୀର କିମ୍ବା ଆଖି ବ୍ୟଥା ଏହାର କାରଣ ହୋଇପାରେ । ଦିଆଯାଇଥିବା ଆଜିର କାମ ଶେଷ ନ କରି ଅଧା ଅବସ୍ଥାରେ ଛାଡି ପାରନ୍ତି । ଖର୍ଚ୍ଚ ଉପରେ ନଜର ରଖନ୍ତୁ, ନଚେତ ଅର୍ଥ ସମସ୍ୟା ଦେଖା ଦେଇପାରେ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-1.jpg)
ତୁଳା: ଆଜି ଆପଣଙ୍କ ପାଇଁ ଭଲ ଦିନ ହୋଇ ନପାରେ । ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଉପଯୁକ୍ତ ଚିକିତ୍ସା କରନ୍ତୁ । ଆପଣ କାହାକୁ ଅପମାନିତ କରନ୍ତୁ ନାହିଁ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜିର ଦିନ ସମସ୍ୟା ବହୁଳ ରହିବ, ଯାହାକି ଶୀଘ୍ର ପଦକ୍ଷେପ ଆବଶ୍ୟକ କରିପାରେ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-8.jpg)
ବିଛା: ଯଦି ଆପଣ ନିକଟରେ ମିଳିତ ଭାବେ ଏକ ବ୍ୟବସାୟ ଆରମ୍ଭ କରିଥାଆନ୍ତି, ତେବେ ଆଜି ଏକ ଲାଭଦାୟକ ଚୁକ୍ତି କରିବା ପାଇଁ ଆପଣ ପ୍ରଥମ ପାଦ ଆଗକୁ ନେଇପାରନ୍ତି । ଆଜି ଆପଣ ଚୁକ୍ତି ସ୍ଵାକ୍ଷର କରିବା ପୂର୍ବରୁ କିଛି ସମୟ ନେବା ଆବଶ୍ୟକ । ଦୂରଯାତ୍ରା କରୁଥିଲେ ସତର୍କ ରୁହନ୍ତୁ । ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଖର୍ଚ୍ଚ ବଢ଼ିପାରେ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-11.jpg)
ଧନୁ: ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଦିନଟି ଶୁଭଙ୍କର ଅଟେ । ବିଦେଶରୁ ସୁଖବର ପ୍ରାପ୍ତି ଯୋଗ ରହିଛି । କୌଣସି ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି କିମ୍ୱା ଛୋଟ ଯାତ୍ରାକରି ଆନନ୍ଦ ଉପଯୋଗ କରିପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ଜାରି ରହିବ । ନିଜର ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିପାରନ୍ତି । ବୃତ୍ତିଧାରୀଙ୍କ ପାଇଁ ହଠାତ ଅର୍ଥପ୍ରାପ୍ତି ଯୋଗ ଅଛି । ବିଦେଶ ଯାତ୍ରା କିମ୍ବା ତୀର୍ଥଯାତ୍ରା ପାଇଁ ଆପଣ ଯୋଜନା କରିପାରନ୍ତି ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-10.jpg)
ମକର: ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ, କାରଣ ଆଜି ଆପଣ ଜଣଙ୍କ ସହ ଦେଖା କରିବେ ଯାହା ସହ ଆପଣ ଜୀବନ ସାରା ସମ୍ପୃକ୍ତ ରହିବେ । ଆଜିର ଅଧିକାଂଶ ସମୟ ଆପଣଙ୍କୁ ସମ୍ପର୍କ ଓ ସମ୍ପର୍କୀୟମାନେ ବ୍ୟସ୍ତ ରଖିବେ । ଆପଣଙ୍କୁ ଏହା ଭଲ ନ ଲାଗିପାରେ । ଆପଣ ବ୍ୟବସାୟ ସମ୍ପର୍କିତ ଭ୍ରମଣ ଏଡାନ୍ତୁ କିମ୍ୱା ଅତିକମ୍ରେ ରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-5.jpg)
କୁମ୍ଭ: ଆପଣଙ୍କ ଠାରେ ଅହଂଭାବ ମଧ୍ୟ ଦେଖାଦେବାର ସମ୍ଭାବନା ଅଛି । ଆଇନ ବିରୁଦ୍ଧ କାମରୁ ଦୂରରେ ରହନ୍ତୁ । ଆପଣ ନିଜର ସରକାରୀ କାମରେ ସଫଳତା ପାଇବେ । କିଛି ସମସ୍ୟା କାରଣରୁ ଆପଣଙ୍କ ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଏହା ଉପରେ ଧ୍ୟାନ ଦିଅନ୍ତୁ । ନିଜର କ୍ରୋଧକୁ ମଧ୍ୟ ନିୟନ୍ତ୍ରଣ କରିବା ଶିଖନ୍ତୁ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-2.jpg)
ମୀନ: ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜି ର ଦିନ ପ୍ରଗତିଶୀଳ ଦିନ ରହିବ । ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ । ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ । ଆଜି ଦିନ ସାରା ଆପଣ ପ୍ରଶଂସା ଶୁଣିବେ । ଅର୍ଥିକ ଲାଭ ହେବ ।
![Horoscope Astrological Predictions](https://etvbharatimages.akamaized.net/etvbharat/prod-images/15-02-2025/23542188_od_dd-9.jpg)