ETV Bharat / state

ଅଭାବୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶା ସାଜିଛନ୍ତି ବି.କମ୍ ଗ୍ରାଜୁଏଟ ସାଗର - SOCIAL WORKER SAGAR JENA

ସମାଜସେବୀ ପାଲଟିଛନ୍ତି ଶିକ୍ଷକ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି କେନ୍ଦ୍ରାପଡ଼ାର ସାଗର ଜେନା ।

Social Worker Sagar Jena
Social Worker Sagar Jena (ETV Bharat Odisha)
author img

By ETV Bharat Odisha Team

Published : Feb 2, 2025, 4:57 PM IST

କେନ୍ଦ୍ରାପଡ଼ା: ଅର୍ଥ ପାଇଁ ଗରିବ ପିଲାମାନେ ଆଜି ବି ଅଧାରୁ ପାଠ ଛାଡୁଥିବା ଦେଖିବାକୁ ମିଳୁଛି । ଅର୍ଥ ଅଭାବରୁ ପାଠପଢ଼ାକୁ ତୁଚ୍ଛ କରି କାନ୍ଧରୁ ବ୍ୟାଗ ବସ୍ତାନୀ କାଢି, କୋଡ଼ି କୋଦାଳ ଧରି ଶୈଶବରେ ମୂଲ ଲାଗିବା ପାଇଁ ଯାଉଛନ୍ତି । ଯଦିଓ ସେମାନଙ୍କ ମନରେ ପାଠପଢ଼ା ପ୍ରତି ଆଗ୍ରହ ଥାଏ, ମାତ୍ର ପରିସ୍ଥିତିରେ ପଡ଼ି ସେମାନଙ୍କୁ ପାଠ ଛାଡ଼ିବାକୁ ପଡ଼ିଥାଏ । ସେଭଳି କିଛି ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି କେନ୍ଦ୍ରାପଡ଼ାର ସାଗର ଜେନା । ମାଗଣାରେ ଗରିବ ପିଲାମାନଙ୍କୁ ପାଠ ପଢ଼ାଇବା ସହ ସ୍କୁଲ ଯିବା ପାଇଁ ସେମାନଙ୍କ ଆଗ୍ରହ ବଢ଼ାଇଛନ୍ତି ସାଗର ।

କିଏ ଓ କାହାକୁ ପଢ଼ାଉଛନ୍ତି ପାଠ ?

Social Worker Sagar Jena (ETV Bharat Odisha)

କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡା ବ୍ଲକ କଂସାର ଅଞ୍ଚଳର ସାଗର ଜେନା । ବାଣିଜ୍ୟରେ ସ୍ନାତକ କରି ନୋଏଡାରୁ ଫ୍ୟାସନ ଡ଼ିଜାଇନିଂରେ ଡିପ୍ଲୋମା ଶେଷ କରିଛନ୍ତି । ପାଠପଢା ଶେଷ କରିବା ପରେ ଚାକିରି କରିବା ବଦଳରେ ସମାଜସେବା ପ୍ରତି ଆଗ୍ରହିତ ହୋଇଥିଲେ ସାଗର । ଅଦ୍ୟାବଧି ଓଡିଶା ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନରେ ୧ ହଜାରରୁ ଊର୍ଦ୍ଧ୍ବ ଅଭିଯୋଗ କରି ଏହା ମଧ୍ୟରୁ ୬ ଶହରୁ ଊର୍ଦ୍ଧ୍ବ ଅଭିଯୋଗର ସମାଧାନ ପୂର୍ବକ ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସହାୟକ ହୋଇଛନ୍ତି । ତେବେ ପ୍ରତିଦିନ କାମ ମିଳୁନଥିବା ବେଳେ ପିଲାମାନଙ୍କର ପାଠପଢା ପାଇଁ ଚିନ୍ତାରେ ଥିବା ଆଦିବାସୀ ବାପା ମା’ଙ୍କ ପାଇଁ ସାଗର ଦେବଦୂତ ସାଜିଛନ୍ତି । ମାଗଣାରେ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ସାଗର ଯେ, କେବଳ ପାଠ ପଢ଼ାନ୍ତି ତାହା ନୁହେଁ ବରଂ ପ୍ରତ୍ୟେକ ସପ୍ତାହରେ ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀଙ୍କ ଅଭାବ ଅସୁବିଧା ବୁଝି ଖାତା, ବହି, କଲମ ଓ ଅନ୍ୟ ଖେଳ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଥାନ୍ତି ।

ଅଭାବୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶା ସାଜିଛନ୍ତି ବି.କମ୍ ଗ୍ରାଜୁଏଟ ସାଗର
ଅଭାବୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶା ସାଜିଛନ୍ତି ବି.କମ୍ ଗ୍ରାଜୁଏଟ ସାଗର (ETV Bharat Odisha)

ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶାର ଆଲୋକ:

କେନ୍ଦ୍ରାପଡ଼ା ପୌର ପରିଷଦ ଅଧିନ ୨୧ନଂ ୱାର୍ଡରେ ରହୁଥିବା ଆଦିବାସୀ ବସ୍ତିବାସିନ୍ଦା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇଛନ୍ତି ସାଗର । ପ୍ରତ୍ୟେକ ରବିବାର ସକାଳ ୮ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଧରି ଶିକ୍ଷା ପ୍ରତି ଆକର୍ଷିତ କରି ସେମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ଶିକ୍ଷା ଦେଇଥାନ୍ତି ।ଖରାଦିନିଆ ଅବା ଶୀତଦିନିଆ ଖୋଲା ଆକାଶ ତଳେ ଚାଲିଥାଏ ପାଠପଢ଼ା । ଦିନେ ହେଲେ ବିଦ୍ୟାଳୟର ଯାଉ ନଥିବା ନଥିବା ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସାଗରଙ୍କ ଶିକ୍ଷାଦାନରେ ଆକର୍ଷିତ ହୋଇ ଏବେ ସ୍କୁଲ ମୁହାଁ ହୋଇଛନ୍ତି । ଆର୍ଥିକ ଅଭାବ ଏବଂ ଅଭିଭାବକମାନେ ଦିନ ମଜୁରିଆ ହୋଇଥିବା କାରଣରୁ ପାରିବାରିକ କଷଣ ଏମାନଙ୍କୁ ପାଠ ଦୁଇ ଅକ୍ଷର ପଢ଼ାଇବାରେ କଣ୍ଟା ସାଜିଥିବା ବେଳେ ସାଗର ଏହି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଏକ ନିଆରା ଶିକ୍ଷଣ ପ୍ରକଳ୍ପ, ଭିଜୁଆଲ ଆର୍ଟ ମାଧ୍ୟମରେ ପାଠ ପଢିଲେ ଛାତ୍ରଛାତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ସୁଯୋଗ ଦେଲା ଦୃଢ ଇଚ୍ଛାଶକ୍ତି, ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏବେ ITI ଛାତ୍ରୀ

ଅର୍ଥ ପାଇଁ ଭବିଷ୍ୟତ ନଷ୍ଟ ନହେଉ:

ଏନେଇ ସାଗର ଜେନା କହିଛନ୍ତି, "ପିଲାମାନେ ସରକାରୀ ସ୍କୁଲ ଯାଉଛନ୍ତି, କିନ୍ତୁ ସେଠାରେ ପାଠପଢ଼ାକୁ ନେଇ ସେମାନଙ୍କ ମନରେ ଥିବା ସନ୍ଦେହ ଦୂର ହୋଇପାରୁନାହିଁ । ଯେହେତୁ ମତେ ପାଠ ପଢ଼ାଇବାକୁ ଭଲ ଲାଗେ, ସେଥିପାଇଁ ମୁଁ ପ୍ରତି ରବିବାର ଓ ଛୁଟିଦିନରେ ଆସି ପିଲାମାନଙ୍କୁ ପାଠ ପଢ଼ାଏ । ପ୍ରାୟ ଅଢେଇ ବର୍ଷ ଧରି ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୫ରୁ ୪୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛି । ଯେଉଁମାନଙ୍କ ପାଠପଢ଼ାରେ ଅର୍ଥ ବାଧକ ସାଜିଛି ସେମାନଙ୍କୁ ମୁଁ ପାଠ ପଢ଼ାଉଛି । ମୁଁ ଚାହେଁନାହିଁ ଯେ, ଅର୍ଥ ପାଇଁ କୌଣସି ପିଲାର ଭବିଷ୍ୟତ ନଷ୍ଟ ହୋଇଯାଉ । ମୋ ଦ୍ବାରା ଯେତିକି ସମ୍ଭବ, ମୁଁ ସେହି ଅନୁସାରେ ସାହଯ୍ୟ କରୁଛି ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.