ହାଇଦ୍ରାବାଦ: ଅମୃତଭଣ୍ଡା ଏମିତି ଏକ ଫଳ ଯାହାକି ସବୁ ଋତୁରେ ଫଳିଥାଏ । ତେବେ ପାଚିଲା ଅମୃତଭଣ୍ଡା ହଳଦିଆ ରଙ୍ଗର ହୋଇଥିବାବେଳେ ସ୍ବାଦ ମିଠା । ଏଥିରେ ଭିଟାମିନ A, C, ମ୍ୟାଗ୍ନେସିୟମ, ପଟାସିୟମ, କପର ଏବଂ ଆଣ୍ଟିଅକ୍ସିଡେଣ୍ଟ । ତେବେ କ'ଣ ଏହାକୁ ଡାଇବେଟିସ ଓ ରକ୍ତଚାପ ରୋଗୀ ଖାଇବା ଉଚିତ୍ କି ? ଆସନ୍ତୁ ଜାଣିବା ।
ପାଚନ କ୍ରିୟା ଉନ୍ନତ କରେ: ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ଅମୃତଭଣ୍ଡା ଖାଇବା ଦ୍ୱାରା ପାଚନ ଶକ୍ତି ଉନ୍ନତ ହୋଇଥାଏ । ଏଥିରେ ଥିବା ପାପେନ ଏନଜାଇମ ପାଚନ ସମସ୍ୟାର ସମାଧାନ ପାଇଁ ପ୍ରଭାବଶାଳୀ ଅଟେ ।
ହୃତପିଣ୍ଡ ସୁସ୍ଥ ରଖେ:
ବିଶେଷଜ୍ଞଙ୍କ ମତରେ ଅମୃତଭଣ୍ଡାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲାଇକୋପିନରେ ଭିଟାମିନ୍ ସି ଭରପୂର ରହିଥାଏ । ଯାହା ହୃଦରୋଗୀଙ୍କ କ୍ଷେତ୍ରରେ ବହୁତ ଲାଭଦାୟକ । ପ୍ରତିଦିନ ଏହି ଫଳ ଖାଇବା ଦ୍ୱାରା ହୃଦରୋଗର ଆଶଙ୍କା କମ ହୋଇଥାଏ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏହା ମଧ୍ୟ କୁହାଯାଏ ଯେ ଏଥିରେ ଥିବା ଫାଇବର କୋଲେଷ୍ଟ୍ରଲ୍ ସ୍ତର ହ୍ରାସ କରିବାରେ ସାହାଯ୍ୟ କରେ ।
କ୍ୟାନସରରୁ ବଞ୍ଚାଇଥାଏ:
ବିଶେଷଜ୍ଞଙ୍କ ମତରେ ଏଥିରେ ଥିବା ଲାଇକୋପିନ୍ ନାମକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗକୁ ରୋକିବାରେ ସହାୟତା କରିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ:
କୁହାଯାଏ ଯେ, ଅମୃତାଭଣ୍ଡା ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।
ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଅମୃତଭଣ୍ଡା ଖାଇବା ଉଚିତ କି?
ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ମଧୁମେହ ରୋଗୀମାନେ ଅମୃତଭଣ୍ଡା ଖାଇପାରିବେ । ହେଲେ ସେମାନଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ଏହାକୁ ଖାଇବା ଦ୍ବାରା ରକ୍ତରେ ସୁଗାରର ସ୍ତର ଶୀଘ୍ର ବୃଦ୍ଧି ପାଏ ନାହିଁ ବରଂ ଏହା ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ଏହା ବି ପଢନ୍ତୁ...ମାସ ସାରା ଚା' ପିଇବା ବନ୍ଦ କଲେ କଣ ହେବ ? ଶରୀରକୁ କେତେ ଫାଇଦା ଜାଣନ୍ତୁ କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ... |
ଜର୍ଣ୍ଣାଲ ଅଫ୍ ଫଙ୍କସନାଲ ଫୁଡ୍ସରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ ମସିହାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅମୃତଭଣ୍ଡାରେ ଏହା ଇନସୁଲିନ୍ ସମ୍ବେଦନଶୀଳତା ବୃଦ୍ଧି କରିପାରେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ସ ଅଫ୍ ହେଲଥର ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ସ୍ପଷ୍ଟ ହୋଇଛି । କେବଳ ମଧୁମେହ ରୋଗୀଙ୍କ ପାଇଁ ନୁହେଁ ବରଂ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଏହା ହିତକର । ଅମୃତଭଣ୍ଡାରେ ଥିବା ପଟାସିୟମ ଶରୀରରୁ ଅତିରିକ୍ତ ସୋଡିୟମ ବାହାର କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବାର ଆଶଙ୍କା ଥିବାରୁ ଅତ୍ୟଧିକ ନ ଖାଇବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ, ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଲୋକଙ୍କୁ ଅମୃତଭଣ୍ଡା ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ।
(DISCLAIMER: ଉପରୋକ୍ତ ସୂଚନା କେବଳ ସମ୍ୟକ ଧାରଣା ପାଇଁ । ଏହି ତଥ୍ୟ ବୈଜ୍ଞାନିକ ଅନୁସନ୍ଧାନ ଉପରେ ଏହା ଆଧାରିତ । ଚିକିତ୍ସା କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।)