ETV Bharat / sports

ବିଶ୍ବ ବିଜୟୀ ହେଲା ଭାରତ, ସାଉଥ ଆଫ୍ରିକାକୁ ହରାଇ ମହିଳା ଟିମ ଚାମ୍ପିୟନ - INDIA WIN WORLD CUP

ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଜିତିଲା ଭାରତ । ୯ ଓ୍ବିକେଟରେ ହରାଇ ଐତିହାସିକ ବିଜୟ ହାସଲ ।

India Successfully Defend ICC Under-19 Women's T20 World Cup Title, Beat South Africa By 9 Wickets
India Successfully Defend ICC Under-19 Women's T20 World Cup Title, Beat South Africa By 9 Wickets (Getty)
author img

By ETV Bharat Sports Team

Published : Feb 2, 2025, 4:28 PM IST

କ୍ବାଲାଲାମପୁର: ପୁଣି ଇତିହାସ ରଚିଲା ଭାରତୀୟ ମହିଳା ଟିମ୍ । ସୁପର ସଣ୍ଡେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଲେସିଆର ବାୟୁମାସ ଓଭାଲରେ ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି ଭାରତୀୟ ମହିଳା ଟିମ୍ ।

ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଲା ଭାରତ:

ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୨ ରନରେ ସୀମିତ ରଖିପାରିଥିଲା ଭାରତୀୟ ମହିଳା ଟିମ୍ । ଏହାପରେ ଓପନର ତ୍ରିଶା ଗୋଙ୍ଗାଡି ଓ ସାନିକା ଚାଲକେ ଯଥାକ୍ରମେ ୩୩ ବଲ ଖେଳି ୪୪ ରନ୍ ଓ ୨୨ ବଲ ଖେଳି ୨୬ ରନ କରି ମାତ୍ର ୧୧.୨ ଓଭରରେ ୮୪ ରନ ସଂଗ୍ରହ କରି ଟିମକୁ ଜିତ ଦେଇଥିଲେ ।

ତ୍ରିଶା ଗୋଙ୍ଗାଡି ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ:

ଭାରତର ଏହି ବିଜୟୀରେ ହିରୋ ସାଜିଛନ୍ତି ଅଲରାଉଣ୍ଡର ତ୍ରିଶା ଗୋଙ୍ଗାଡି । ସେ ଏହି ମ୍ୟାଚରେ ୩ଟି ଓ୍ବିକେଟ ହାସଲ କରିବା ସହ ୮୩ ରନକୁ ଲକ୍ଷ୍ୟ କରି ୪୪ରନ ସଂଗ୍ରହ କରି ଭାରତର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତ୍ରିଶାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ମ୍ୟାଚ କରାଯାଇଛି । ଏଥିସହ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ୩୦୯ ରନ ସଂଗ୍ରହ କରିଥିବା ବେଳେ ୭ଟି ଓ୍ବିକେଟ ହାସଲ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ...

ଇଣ୍ଡିଆ-ଇଂଲଣ୍ଡ ବାରବାଟୀ ଦିନିକିଆ, ଆଜିଠୁ ଟିକଟ୍‌ ବିକ୍ରି

ବିରାଟଙ୍କଠୁ ବାବର...ODIରେ ସର୍ବାଧିକ ରନ୍ ସ୍କୋରର ଟପ୍-5 ବ୍ୟାଟ୍ସମ୍ୟାନ୍, ଚାମ୍ପିଅନ୍ସ ଟ୍ରଫିରେ କରିବେ କମାଲ

426 ଦିନ ପରେ ନିଜ ଘରେ ଟି-20 ମ୍ୟାଚ ହାରିଲା ଟିମ୍ ଇଣ୍ଡିଆ ? ଜାଣନ୍ତୁ ପରାଜୟର 5 ବଡ କାରଣ

ଲଗାତର ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କଲା ଟିମ ଇଣ୍ଡିଆ:

ନିକି ପ୍ରସାଦଙ୍କ ଅଧିନାୟତ୍ୱରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଲଗାତର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାସଲ କରିଛି । ଏହାପୂର୍ବରୁ ୨୦୨୩ରେ ପ୍ରଥମ ଥର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଶେଫାଳି ବର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏହି ଟାଇଟଲ ହାସଲ କରି ଇତିହାସ ରଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.