ETV Bharat / health

ବର୍ଷା ଦିନେ ଆଲର୍ଜିକୁ ନେଇ ଚିନ୍ତିତ କି ? କରନ୍ତୁ ଏହି ଘରୋଇ ଉପଚାର, ଦରକାର ପଡିବନି ମେଡିସିନ - Allergy Treatment In Ayurveda

author img

By ETV Bharat Health Team

Published : Sep 7, 2024, 12:10 PM IST

Allergy treatment in Ayurveda: ଋତୁ ବଦଳିବା ସହ ବର୍ଷା ଦିନେ ଥଣ୍ଡା, କାଶ, ଜ୍ବର ସହ ଆଲର୍ଜି ମଧ୍ୟ ହୋଇଥାଏ । ଆୟୁର୍ବେଦିକ ବିଶେଷଜ୍ଞଙ୍କ କହିବା କଥା, ଆପଣ କେତେକ ଘରୋଇ ଉପଚାର ମାଧ୍ୟମରେ ଏଥିରୁ ମୁକ୍ତି ପାଇପାରିବେ । ଜାଣିବା ପାଇଁ ପଢନ୍ତୁ

ବର୍ଷା ଦିନେ ଆଲର୍ଜିକୁ ନେଇ ଚିନ୍ତିତ କି ? କରନ୍ତୁ ଏହି ଘରୋଇ ଉପଚାର
ବର୍ଷା ଦିନେ ଆଲର୍ଜିକୁ ନେଇ ଚିନ୍ତିତ କି ? କରନ୍ତୁ ଏହି ଘରୋଇ ଉପଚାର (IANS)

ହାଇଦ୍ରାବାଦ: ଏବେ ଚାଲିଛି ବର୍ଷା ଋତୁ । ବର୍ଷା ଦିନ ଆସିଲେ ଅନେକ ରୋଗ ନେଇ ଆସେ । ସାଧାରଣତଃ ଏହି ଋତୁରେ ଥଣ୍ଡା, କାଶ, ଜ୍ବର ସହ ଆଲର୍ଜି ସମସ୍ୟା ଅଧିକ ଦେଖିବାକୁ ମିଳେ । ବର୍ଷା ଦିନେ ଆଲର୍ଜି ବୃଦ୍ଧି ପାଏ । ଚର୍ମ କୁଣ୍ଡେଇ ହେବା, ଘା, ଦାଗ, ଫୁଲାରୋଗ, ଏକଜିମା ଆଦି ଦେଖାଯାଏ । ବାୟୁ ପ୍ରଦୂଷଣ ବଢୁଥିବାରୁ ସହରାଞ୍ଚଳର ଲୋକେ ଏହି ଆଲର୍ଜିରେ ଅଧିକ ପୀଡିତ ହୁଅନ୍ତି । ଏହାକୁ ଭଲ କରିବାକୁ ଲୋକେ ଅନେକ ପ୍ରୟାସ କରନ୍ତି, ମେଡିସିନ ଖାଆନ୍ତି । ଏନେଇ ଆୟୁର୍ବେଦିକ ବିଶେଷଜ୍ଞ ଡ. ଗାୟତ୍ରୀ ଦେବୀଙ୍କ କହିବା କଥା, ଆଲର୍ଜି ଦୂର ପାଇଁ ଆୟୁର୍ବେଦରେ ଅନେକ ଭଲ ଉପାୟ ଅଛି । ଆପଣ ନିଜ ଘରେ ସମ୍ପୂର୍ଣ୍ଣ ଘରୋଇ ଉପାୟରେ ଔଷଧ ତିଆରି କରି ସେବନ କରିପାରିବେ । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକୀୟ ସାମଗ୍ରୀ:

  • ହଳଦୀ- 30 ଗ୍ରାମ
  • ପାନମହୁରୀ- 60 ଗ୍ରାମ
  • ଧନିଆ- 60 ଗ୍ରାମ
  • ଅଦା- 10 ଗ୍ରାମ
  • ଗୋଲମରିଚ ପାଉଡର- 10 ଗ୍ରାମ

ଏମିତି କରନ୍ତୁ ପ୍ରସ୍ତୁତ:

  • ପ୍ରଥମେ ଏକ ପାତ୍ରରେ ପାନମହୁରୀ ପାଉଡର, ଧନିଆ ପାଉଡର ଓ ହଳଦୀ ପାଉଡର ନିଅନ୍ତୁ ।
  • ଏହାପରେ ଅଦାକୁ ସାମାନ୍ୟ ଗରମ କରି ଏହାର ପେଷ୍ଟ ବନାନ୍ତୁ ଓ ଉପରୋକ୍ତ ପାଉଡରକୁ ମିଶାଇ ଦିଅନ୍ତୁ ।
  • ଏଥିରେ ଗୋଲମରିଚ ଗୁଣ୍ଡ ପକାନ୍ତୁ ଓ ସବୁ ମିଶ୍ରଣକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଔଷଧ ପ୍ରସ୍ତୁତ ।
  • ଆୟୁର୍ବେଦିକ ଡାକ୍ତରଙ୍କ କହିବା କଥା, ପ୍ରତିଦିନ ଖାଦ୍ୟ ରାନ୍ଧିବା ବେଳେ ଏହି ମିଶ୍ରଣକୁ ମସାଲା ଭାବେ ବ୍ୟବହାର କରିପାରିବେ । ଏକ ଚାମଚ ଘିଅରେ ଏହାକୁ ମସାଲା ଭାବେ ଗୋଳାଇ ତରକାରୀରେ ପକାଇ ଦିଅନ୍ତୁ । ଏବେ ଏହି ତରକାରୀକୁ ଭାତ ସହିତ ଖାଇପାରିବେ ।

Ayurvedic Expert Dr. Gayatri Deviଙ୍କ କହିବା କଥା, ଏଥିରେ ଥିବା ଉପାଦାନ ଧନିଆ, ଗୋଲମରିଚ, ଅଦା ଔଷଧ ଭଳି କାମ କରେ ଓ ଆଲର୍ଜି ସମସ୍ୟାରୁ ଦୂରେଇ ରଖେ ।

ଏହା ମଧ୍ୟ ପଢନ୍ତୁ: ଇୟରବଡ୍ସ ବ୍ୟବହାର କଲେ ହୁଏ ଏହି ମାରାତ୍ମକ ରୋଗ; ଚେତାଇଲେ ବିଶେଷଜ୍ଞ, ଜାଣନ୍ତୁ କେତେ ସମୟ କରିବେ ୟୁଜ - Earbuds use impact on health

ଏହା ମଧ୍ୟ ପଢନ୍ତୁ: ଡାଇବେଟିସରୁ ବଞ୍ଚିବାକୁ ଜରୁରୀ ଭଲ ନିଦ; ଏଥିପାଇଁ କ'ଣ ଖାଇବେ, କେତେ ଘଣ୍ଟା ଶୋଇବେ ଜାଣନ୍ତୁ - Could what we eat improve our sleep

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.