ଆଦିବାସୀଙ୍କ ନିଆରା ଜଟ୍ଟି ପରବ: ପ୍ରଥମେ ପିଟାପିଟି, ପରେ ଜମେ ନାଚଗୀତ - TRIBAL FESTIVAL

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 29, 2025, 10:23 PM IST

କୋରାପୁଟ: ଆଦିବାସୀଙ୍କ ନିଆରା ପର୍ବ, ଜଟ୍ଟି ପରବ । ପୁରୁଷଙ୍କ ମଧ୍ୟରେ ଥିବା ରାଗ, ଦ୍ୱେଷକୁ ଦୂର କରେ ଏହି ପର୍ବ । ଏଭଳି ଏକ ନିଆରା ପର୍ବ ଦେଖିବାକୁ ମିଳିଛି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମ ଗୁଡିକରେ । ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ପୂର୍ବ ପୁରୁଷଙ୍କ ନୀତି ନିୟମ, ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖି ଏପରି ପର୍ବ ଆଜିର ଯୁଗର ଯୁବକମାନେ ପାଳନ କରୁଛନ୍ତି । ଏହି ଅଞ୍ଚଳର ଆଦିମ ବଣ୍ଡା ଜନଜାତିର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରତିବର୍ଷ ପୌଷମାସରେ ଏହି ଜଟ୍ଟି ପର୍ବ ପାଳନ କରିଥାନ୍ତି ।

ମୁଖ୍ୟତଃ ଏହି ପର୍ବରେ ପ୍ରଥମେ ଗ୍ରାମ ପୂଜାରୀ ଗ୍ରାମ ଦେବତାଙ୍କୁ ସ୍ୱତନ୍ତ୍ର ପୂଜା କରିବା ପରେ ଗ୍ରାମରେ ଏହି ଉତ୍ସବ ଆରମ୍ଭ ହୋଇଥାଏ । ଗ୍ରାମରେ ଥିବା ସଲପ ଗଛର ଡାଳ ସହ ଗ୍ରାମର ପୁରୁଷମାନେ ଜଣେ ଜଣଙ୍କୁ ପିଟିବା ଏବଂ କିଛି ସମୟ ପରେ ପରସ୍ପରକୁ କୋଳେଇ ନେବା ଏକ ନିଆରା ପରମ୍ପରା । ଏପରି ଗଛର ଡାଳ ସହ ମାରପିଟ ହେବା ଫଳରେ ତାଙ୍କ ମଧ୍ୟରେ ଥିବା ରାଗ, ଦ୍ୱେଷ ଓ ହିଂସା ଦୂର ହେବ ବୋଲି ସେମାନଙ୍କ ବିଶ୍ୱାସ ରହିଛି । ଜଣେ ଜଣଙ୍କୁ ପିଟିବା ଫଳରେ ପୁରୁଷମାନଙ୍କ ପିଠିରେ ଆଘାତ ସୃଷ୍ଟି ହୋଇଥାଏ । ଏହି ଆଘାତ ଗୁଡିକ ସଙ୍ଗେ ସଙ୍ଗେ ଲାଘବ ପାଇଁ ପୁରୁଷମାନଙ୍କ ବନ୍ଧୁ ବାନ୍ଧବ ଓ ପରିବାର ବର୍ଗ ହଳଦି ଲଗାଇଥାନ୍ତି । ଏହି କାର୍ଯ୍ୟକ୍ରମ କେବଳ ଏକ ଘଣ୍ଟା ହିଁ ହୋଇଥାଏ । ଏହି ଏକ ଘଣ୍ଟା ମାରପିଟକୁ ଜଟ୍ଟି ପର୍ବ ଭାବେ ପାଳନ କରାଯାଏ । ଯିଏ ଯେତେ ଦୂରରେ ଥିଲେ ମଧ୍ୟ ପ୍ରତିବର୍ଷ ଏହି ପର୍ବ ସମୟରେ ସମସ୍ତେ ଏକାଠି ହୋଇଥାନ୍ତି । ପରେ ବଣ୍ଡା ପରମ୍ପରା ଅନୁଯାୟୀ ଢେମସା ନୃତ୍ୟ ପରିବେଷଣ କରି ଏହି ପର୍ବର ଆନନ୍ଦ ନେଇଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅସୁରଗଡ ଲୋକ ମହୋତ୍ସବ, ଲୋକକଳା ପୁନରୁଦ୍ଧାର ପାଇଁ ନିଆରା ପ୍ରୟାସ

ଏହା ମଧ୍ୟ ପଢ଼ନ୍ତୁ...4 ଜିଲ୍ଲାକୁ ନେଇ ଆୟୋଜିତ ହେବ ‘ଉତ୍ସବ ଉତ୍ତର ଓଡିଶା’

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.