ETV Bharat / sports

କୋହଲିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ, ଫ୍ୟାନ୍ସ ଛୁଇଁଲେ ବିରାଟଙ୍କ ପାଦ - STAMPEDE AT ARUN JAITLEY STADIUM

13 ବର୍ଷ ପରେ ରଣଜୀ ପଡିଆକୁ ଓହ୍ଲାଇଛନ୍ତି ବିରାଟ କୋହଲି । ଆଉ କୋହଲିଙ୍କୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ପ୍ରବଳ ଭିଡ । ଷ୍ଟାଡିୟମରେ ଉପୁଜିଛି ଦଳାଚକଟା ପରିସ୍ଥିତି ।

STAMPEDE AT ARUN JAITLEY STADIUM
STAMPEDE AT ARUN JAITLEY STADIUM (BCCI Domestic X screengrab)
author img

By ETV Bharat Odisha Team

Published : Jan 30, 2025, 5:37 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଡି ମ୍ୟାଚ୍ ଆଜିଠୁ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆର ଭେଟେରାନ ବ୍ୟାଟର ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ମ୍ୟାଚକୁ ଫେରିଛନ୍ତି । ଆଉ ଏହି ମ୍ୟାଚ୍ ହଠାତ୍ ଆଲୋଚନାର ବିଷୟ ପାଲଟିଛି । ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ଦିଲ୍ଲୀ ଦଳରେ ସାମିଲ ହୋଇଛନ୍ତି ।

ଅରୁଣ ଜେଟଲି ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି-

ବିରାଟ କୋହଲିଙ୍କୁ ଦେଖିବା ପାଇଁ ହଜାର ହଜାର ଫ୍ୟାନ୍ସ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଏପଟେ ହଜାର ହଜାର ପ୍ରଶଂସକ ଷ୍ଟାଡିୟମ ବାହାରେ ଏକାଠି ହେବା ସହିତ ଷ୍ଟାଡିୟମଠୁ ଦୁଇ କିମି ଦୂର ପର୍ଯ୍ଯନ୍ତ ଲମ୍ବା ଲାଇନରେ ସକାଳୁ ସକାଳୁ ଠିଆ ହୋଇଥିବା ନଜର ଆସିଥିଲେ । ଏହି ସମୟରେ ଷ୍ଟାଡିୟମରେ ଦଳାଚକଟା ହୋଇଥିବା ରିପୋର୍ଟ ଆସିଛି । ଦଳଚକଟାରେ ଆହତ ସଂଖ୍ୟା ନେଇ ଏଯାଏଁ ଖବର ଆସିନାହିଁ । ଏପଟେ କୋହଲିଙ୍କ ରଣଜୀ ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ଷ୍ଟାଡିୟମ ଭିତରେ ଏବଂ ବାହାରେ ଏକାଠି ହୋଇଛନ୍ତି ।

ଷ୍ଟାଡିୟମରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ-

ଦଳାଚକଟା ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କହିଛି, "କେହି ଆହତ ହୋଇଥିବାର କୌଣସି ରିପୋର୍ଟ ନାହିଁ । ପରିସ୍ଥିତି ସ୍ୱାଭାବିକ ଏବଂ ନିୟନ୍ତ୍ରଣରେ ଅଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଅରୁଣ ଜେଟଲି ଷ୍ଟାଡିୟମରେ ଅର୍ଦ୍ଧ ସାମରିକ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି। ବିରାଟ କୋହଲିଙ୍କ କ୍ରେଜ୍ ଯୋଗୁଁ ଗ୍ରାଉଣ୍ଡରେ ଅଧିକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।"

ଦର୍ଶକଙ୍କ ପାଇଁ ମାଗଣା ଏଣ୍ଟ୍ରି-

ବିରାଟ କୋହଲିଙ୍କ ମ୍ୟାଚ୍ ପାଇଁ ଡିଡିସିଏ ଷ୍ଟାଡିୟମର କିଛି ଷ୍ଟାଣ୍ଡ ଖୋଲିଛି । ପ୍ରଶଂସକମାନେ ଏହି ମ୍ୟାଚ୍ ମାଗଣାରେ ଦେଖିପାରିବେ। ପ୍ରଶଂସକମାନେ କେବଳ ସେମାନଙ୍କର ଆଧାର କାର୍ଡର ଏକ କପି ଦେଖାଇ ଷ୍ଟାଡିୟମକୁ ମାଗଣାରେ ପ୍ରବେଶ କରିପାରିବେ । ବିରାଟଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ଷ୍ଟାଡିୟମରେ ପହଞ୍ଚିଛନ୍ତି ।

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରଣଜୀ ଟ୍ରଫି 2024-25 ଏଲିଟ୍ ଗ୍ରୁପ୍ ଡି ମ୍ୟାଚ୍ ରେ ଭାରତର ଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ରେଲୱେ ବିପକ୍ଷରେ ଖେଳୁଛନ୍ତି ।

କୋହଲିଙ୍କ ପାଦ ଛୁଇଁଲେ ପ୍ରଶଂସକ, ଭିଡିଓ ଭାଇରାଲ୍-

ଗୁରୁବାର, ଜାନୁଆରୀ 30 ତାରିଖ ଦିନ ପ୍ରଥମ ଦିନର ଖେଳର ସକାଳ ସେସନରେ, ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆର ମଧ୍ୟଭାଗକୁ ପ୍ରବେଶ କରି ବିରାଟ କୋହଲିଙ୍କ ପାଦ ଛୁଇଁଥିଲେ। ଇଣ୍ଟରନେଟରେ ଭାଇରାଲ ହେଉଥିବା ଅନେକ ଭିଡିଓରେ, ପ୍ରଶଂସକ ଜଣକ ସ୍ଲିପ୍ ପାଖକୁ ଦୌଡ଼ି ବିରାଟଙ୍କ ପାଦ ଛୁଇଁଥିବାର ଦେଖିବାକୁ ମିଳୁଛି ।

ଷ୍ଟାଡିୟମରେ ୧୫ ହଜାର ଦର୍ଶକ ଏକାଠି ହୋଇଥିଲେ-

ନଭେମ୍ବର ୨୦୧୨ ପରେ କୋହଲିଙ୍କ ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ଗୁରୁବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ୧୫ ହଜାରରୁ ଅଧିକ ପ୍ରଶଂସକ ଉପସ୍ଥିତ ଥିଲେ । ଡିଡିସିଏ (ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ) କୋହଲିଙ୍କ ଘରକୁ ଫେରିବା ପାଇଁ ପ୍ରାୟ ୧୦,୦୦୦ ଲୋକଙ୍କ ଭିଡ଼ ଆକଳନ କରିଥିଲା, ଯାହା ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ଅପ୍ରତ୍ୟାଶିତ । କିନ୍ତୁ କୋହଲିଙ୍କ କ୍ରେଜ୍ ଏତେ ଥିଲା ଯେ ଭୋର ୩ଟାରୁ ଲୋକମାନେ ଷ୍ଟାଡିୟମ ବାହାରେ ଜମା ହେବା ଆରମ୍ଭ କରିଦେଇଥିଲେ ।

ଏହା ବି ପଢନ୍ତୁ-ରଣଜୀ ମ୍ୟାଚ ପୂର୍ବରୁ କୋହଲିଙ୍କ କସରତ, ଏହି କୋଚଙ୍କଠୁ ନେଉଛନ୍ତି ସ୍ପେଶାଲ୍ ଟ୍ରେନିଂ - VIRAT KOHLI TRAINING IN MUMBAI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.