ମେଷ: ଆଜି ଆପଣଙ୍କ ବନ୍ଧୁମାନଙ୍କ ସହ ଭେଟ କରିବାର ଏକ ଅତି ଉତ୍ତମ ଦିନ । ଆପଣ ଉପହାର ଗ୍ରହଣ କରିପାରନ୍ତି । ସେମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହିବେ । ଆପଣଙ୍କ ଭବିଷ୍ୟତ ପାଇଁ ନୂଆ ବନ୍ଧୁମାନେ ଲାଭଦାୟୀ ହେବେ । ଆପଣଙ୍କ ପିଲାମାନେ ଆପଣଙ୍କ ଭାଗ୍ୟକୁ ଅଧିକ ପ୍ରୋତ୍ସାହିତ କରିପାରନ୍ତି । କୌଣସି ଦୃଶ୍ୟମୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି । ନିଜକୁ ଶାନ୍ତରଖି ବର୍ତ୍ତମାନ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରନ୍ତୁ । କୌଣସି ଧାର୍ମିକ ସ୍ଥାନକୁ ପର୍ଯ୍ୟଟନ ଲାଗି ଯିବାର ଯୋଜନା କରିବା ପାଇଁ ଆଜି ସବୁଠାରୁ ଶୁଭଦିନ ଅଟେ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_aries.jpg)
ବୃଷ: ଆଜି ସମସ୍ତ ଅଫିସ୍ ଯିବା ଲୋକମାନଙ୍କ ପାଇଁ ହସଖୁସି ଭରା ଭାଗ୍ୟଶାଳୀ ଦିନଟିଏ ରହିବ । ସଫଳତାର ସହ ନୂଆ କାର୍ଯ୍ୟ ମିଳିବ । ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସପକ୍ଷରେ ଯିବେ, ପୁରସ୍କାର ଏବଂ ପଦୋନ୍ନତି ହେବାର ସମ୍ଭାବନା ଅଛି । ଘରୋଇ ଦ୍ୱନ୍ଦ୍ୱ ଆଶା କରାଯାଏ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସନ୍ତୁଷ୍ଟତାର ସହ ଶେଷ ହେବ । ଅଫିସିଆଲ୍ ସହାୟତା ଆପନଙ୍କୁ ମିଳିବାର ଆଶା କରାଯାଏ । ଦିବସର ଦ୍ବିତୀୟାର୍ଦ୍ଧରେ ଗ୍ରହମାନଙ୍କ କୁପ୍ରଭାବରେ ଆପଣଙ୍କ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସୁସ୍ଥ ମନରେ ଚିନ୍ତା କରନ୍ତୁ ଓ ନିଶ୍ଚିତ ରୁହନ୍ତୁ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_taurus.jpg)
ମିଥୁନ: ଆଜିର ଦିନଟି ତୁମେ ଭୁଲି ଯିବାକୁ ଚାହିଁବ । ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମନା କରିବ, ଏହା ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ । କାର୍ଯ୍ୟ ସ୍ଥଳରେ ମଧ୍ୟ ଚିଡିଚିଡା ସ୍ୱଭାବ ରହିବ କାରଣ ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ । ତୁମର ପିଲାମାନେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିବେ । ଆଜି କରିଥିବା କାର୍ଯ୍ୟରୁ ସୁଫଳ ପାଇବ ନାହିଁ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_gemini.jpg)
କର୍କଟ: ଆଜି ଦିନରେ ଆପଣ ଯାହା କରିବେ ସେଥିପ୍ରତି ଅତ୍ୟନ୍ତ ଯତ୍ନଶୀଳ ହେବେ । ପରିବାରରେ ଗଣ୍ଡଗୋଳକୁ ବର୍ଜନ କରନ୍ତୁ । ସାରାଦିନ ବିନମ୍ର ରୁହନ୍ତୁ । ତାହା ଆପଣଙ୍କୁ ସମସ୍ୟା ବିହୀନ କରିବ । ଯୋଜନା ନଥିବା ଖର୍ଚ୍ଚ ପ୍ରତି ପ୍ରସ୍ତୁତ ରୁହନ୍ତୁ । ଅନୈତିକ ଏବଂ ବେଆଇନ କାର୍ଯ୍ୟରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାର୍ଥନା ଏବଂ ଧ୍ୟାନ ଆପଣଙ୍କୁ ଅନେକ ଗୁଣରେ ସାହାଯ୍ୟ କରିବ । ନିଜ ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ପରିବାରର ସଦସ୍ୟଙ୍କ ସହିତ ମଉଜ ମଜଲିସରେ ସମସ୍ତ ଦିନଟିକୁ ଉପଭୋଗ କରିବେ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_cancer.jpg)
ସିଂହ: ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ଓ ପ୍ରଶାନ୍ତି ଦୁଇଟି ଯାକ ଶବ୍ଦ ଆଜି ଆପଣଙ୍କ ପାଇଁ ଚାବିକାଠି ପରି କାମ ଦେଇପାରେ । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟବସାୟୀ ଅଂଶୀଦାର କିମ୍ୱା ବ୍ୟବସାୟରେ ଲିପ୍ତ ଥିବା ଅନ୍ୟ କେହି ବ୍ୟକ୍ତିଙ୍କ ସହ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ବିଚାରାଳୟ ସମ୍ପର୍କିତ କୌଣସି କାର୍ଯ୍ୟ ଆପଣଙ୍କୁ ସୁଫଳ ପ୍ରଦାନ କରିବ ନାହିଁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_leo.jpg)
କନ୍ୟା: ଆଜି ଦେଖାଯାଏ ଯେ ନକ୍ଷତ୍ର ମାନେ ପ୍ରେମ ବର୍ଷା କରିବେ । ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମରେ ସମୟ ଅତିବାହିତ କରିବେ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଏପରି ଦିନରେ ଅନେକ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟାଳୟରେ ମଧ୍ୟ, ସାଥିମାନେ ମିଶିବେ, ପୁଣି ତୁମ କାମ ଶେଷ କରିବାରେ ସାହାଯ୍ୟ କରିବେ । ଜଳାଶୟ କିମ୍ୱା ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜର ସମ୍ପତ୍ତି ଓ ଗୃହର ଯାବତୀୟ ଦରକାରୀ କାଗଜପତ୍ରକୁ ସୁରକ୍ଷିତ କରି ରଖନ୍ତୁ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_virgo.jpg)
ତୁଳା: ଦିନରେ ତୁମ ଚିନ୍ତାଧାରା ଓ କାମକାର୍ଯ୍ୟ ସୁଚାରୁ ରୁପେ ହେବ । କିନ୍ତୁ, ତୁମ ଚିନ୍ତାଧାରାର ମାନ ଠିକ ଥିବା ଦରକାର । ଏହାର ଗତିକୁ ପରଖିନିଅ । ଆଜି, ଅନେକ ବୁଦ୍ଧିମାନ ବିଚାର ଓ ଯୁକ୍ତିତର୍କରେ ତୁମେ ବ୍ୟସ୍ତ ରହିବ । ତୁମ ପିଲାମାନେ ସୁସମ୍ବାଦ ଆଣିଦେବେ, ଯା'ଦ୍ୱାରା ତୁମେ ଏବଂ ପରିବାର ମଧ୍ୟ ଖୁସି ରହିବ । ଏହାକୁ ଜଣେ ସ୍ତ୍ରୀଙ୍କ ସହ ଯୋଡନ୍ତୁ ଯିଏ ସାହାଯ୍ୟ ଓ ସହାୟ ହେବେ ଘରେ, ଯାହା ସ୍ୱର୍ଗ ଠାରୁ କମ ନୁୁହେଁ । ତୁମ ଶାରୀରିକ କ୍ଷମତା ମଧ୍ୟ ତାହାର ଚରମ ସୀମାରେ ହେବ । ସ୍ତ୍ରୀ ମାନଙ୍କ ସାହାଯ୍ୟ ଲୋଡିଲେ ତାହା ନିଶ୍ଚିତ ପାଇବେ । ସବୁ ଦୃଷ୍ଟିରୁ, ଏକ ସୁନ୍ଦର ଦିନ ଅଟେ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_scorpio.jpg)
ବିଛା: ଆଜି ଯେତେ ଖରାପ ଅବସ୍ଥା ହୋଇଥିଲେ ମଧ୍ୟ ନିଜର ଶକ୍ତି ସାମର୍ଥ୍ୟ ଯୋଗାଡ କର । ଚିନ୍ତାରେ ରହିଥିବାରୁ, ତୁମ ପ୍ରିୟ ଜନଙ୍କ ସହ ଝଗଡାରେ ତାହା ଶେଷହେବ । ତେଣୁ ଚେଷ୍ଟାକର, ଆରମ କର ଏବଂ ହଠାତ ପରିଣାମକୁ ଓହ୍ଲାଇ ଯିବାଟା ସଠିକ ନୁହେଁ । ତୁମ ସ୍ୱାସ୍ଥ୍ୟାବସ୍ଥା ଓ ସମ୍ପତ୍ତି ନଷ୍ଟ ଆଡକୁ ଗତିକରିପାରେ, ସଜାଗ ରୁହନ୍ତୁ । ଆଜି, କୌଣସି ସ୍ତ୍ରୀ ଙ୍କ ସହିତ ବାର୍ତ୍ତାଳାପ କରନ୍ତୁନାହିଁ ଏବଂ ଅପରିଚିତ ଜଳାଶୟ ଠାରୁ ଦୂରରେ ରୁହନ୍ତୁ । ସମସ୍ୟା ଏପରି କଟୁ ହୋଇପାରେ ଯାହା ତୁମ ଖ୍ୟାତିକୁ ବାଧା ଦେଇପାରେ, ଏସବୁ ଠିକରେ ପରିଚାଳନା କରି ଅତି ସତର୍କତାର ସହିତ କଚେରି କାଗଜରେ ଦସ୍ତଖତ କରନ୍ତୁ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_sagittarius.jpg)
ଧନୁ: ଆଜି ଏକ ଭଲ ଦିନ ତୁମ ଜାତକରେ ଅଛି । ତୁମ ବାନ୍ଧବୀଙ୍କ ସହ କଥା ଓ କାମରେ ସଂପର୍କ ନୀବିଡ ହେବ ଏବଂ ସାଙ୍ଗ ମାନଙ୍କୁ ମିଶିବ । ସେହି ମୁହୂର୍ତ୍ତକୁ ମନେରଖିବ । ଦିନଟି ଅଧିକ ମନେରଖିବାପାଇଁ ସେମାନଙ୍କ ସହ ବୁଲାବୁଲିରେ ଯିବ । ଏକ ଭଲ ଦିନ ନୁତନ କାମ କାର୍ଯ୍ୟ କରିବାପାଇଁ । କର୍ମକ୍ଷେତ୍ରରେ ତୁମକୁ ପରାଜୟ କରିବା ଆଜି କଷ୍ଟକର । ତୁମର ଖ୍ୟାତି ବଢିବ । ଶାରୀରିକ ସୁସ୍ଥତା ବଜାୟ ରହିବ । ଆଚରଣ ଓ ଉଚ୍ଚାରଣର ଶୁଦ୍ଧତା ଆପଣଙ୍କୁ ମହାନ୍ କରିବ । ଆଜି ଆପଣ ଧୈର୍ଯ୍ୟ ଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_capricorn.jpg)
ମକର: ଆଜି ଦିନ ଏକ ସାଧାରଣ ଦିନ ହେବ । ପଇସା ଖେଳ ଓ ଷ୍ଟକ ବଜାରରେ ଅର୍ଥ ଲଗାଉ ଥିବା ଲୋକମାନେ ସତର୍କ ରହିବା ଠିକ ହେବ । ଛାତ୍ର ମାନେ ବହୁକଷ୍ଟ କରି ସଫଳ ହେବେ। ଘରେ ଜଟିଳ ପରିସ୍ଥିତି ଶତ୍ରୁତା ନଉପୁଜାଇବା ପାଇଁ, ଚୁପ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ କର ଖାଦ୍ୟ ଖାଆନ୍ତୁ । ଆଖି ଜନୀତ ସମସ୍ୟା ଭୋଗି ପାରନ୍ତି । ଧ୍ୟାନ ଓ ଯୋଗ ବଳରେ ସେଥିରୁ ନିବୃତ ରୁହ । ନିଜକୁ ବ୍ୟସ୍ତ ରଖିବା ମଧ୍ୟ ଭଲ ହେବ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_aquarius.jpg)
କୁମ୍ଭ: ଆଜି ଦିନଟି ସଫଳତାର ଦିନ ଅଟେ । ଆଜି ଆପଣଙ୍କ ମାନସିକ , ଶାରୀରିକ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି । ଉପହାର ଦିଆ ନିଆ ଆପଣଙ୍କୁ ଆମୋଦିତ କରିପାରେ । ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି । ଆଜିର ଏହି ଅତୁଳନୀୟ ଦିନଟିକୁ ଯେତେ ସମ୍ଭବ ଉପଭୋଗ କରାଯାଇପାରେ ।
![TODAY HOROSCOPE](https://etvbharatimages.akamaized.net/etvbharat/prod-images/31-01-2025/23434487_pisces.jpg)
ମୀନ: ତୁମେ ଦିନସାରା ସତର୍କ ରୁହ। ଲକ୍ଷ୍ୟଚ୍ୟୁତି ତୁମର ଆନନ୍ଦକୁ ବାଧା ଦେବ, ଧ୍ୟାନ ଓ ଯୋଗ କରନ୍ତୁ । ଜଗନ୍ତୁ, ତୁମ ଖର୍ଚ୍ଚ ମଧ୍ୟ ବଢିପାରେ ଏବଂ ଧାର୍ମିକ କାମରେ ଅନେକ ଖର୍ଚ୍ଚ କରିବେ । ପ୍ରିୟଜନ ଓ ବନ୍ଧୁଙ୍କ ସହ ଝଗଡା ତୁମ ମଧ୍ୟରେ ପାଚେରି ଠିଆ କରିଦେବ । ଏହାଠୁ ଦୂରରେ ରହ । ଲଜ୍ଜା କରନ୍ତୁ ନାହିଁ । କଚେରି କାମକୁ ସାବଧାନତାର ସହ କରନ୍ତୁ ।