ETV Bharat / state

ବାଘ ପାଇଁ ବିସ୍ଥାପିତ, ରାଇଗୁଡା ଗାଁଲୋକଙ୍କୁ ଭୁଲି ଗଲାକି ପ୍ରଶାସନ ? - ANGUL SATKOSIA TIGER RESERVE

ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ରାଇଗୋଡାବାସୀ । ମାତ୍ର 4 ଡେସିମିଲି ଜାଗା ଦେଇ ଭୁଲି ଗଲେ ସରକାର ।

RAIGODA DISPLACED PROBLEM
RAIGODA DISPLACED PROBLEM (ETV Bharat Odisha)
author img

By ETV Bharat Odisha Team

Published : Feb 6, 2025, 10:43 PM IST

ଅନୁଗୋଳ: "ଆମର ପ୍ରାୟ 2 ଶହ ଏକର ଚାଷ ଜମି ଥିଲା । ନିଜେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲୁ । ହେଲେ 2017 ମସିହାରେ ବ୍ୟାଘ୍ର ପ୍ରଳ୍ପ ପାଇଁ ସରକାର ଆମକୁ ରାଇଗୋଡା ଗାଁରୁ ଉଠାଇ ଅନ୍ୟତ୍ର ସ୍ଥାନାନ୍ତରଣ କଲେ । ସରକାର ପ୍ରତିଶ୍ରୁତି ଦେଇଥିଲେ ଆମକୁ ସବୁ ପ୍ରକାର ସହାୟତା କରିବେ । ହେଲେ 4 ଡେସିମିଲି ଜାଗା ଦେଇ ଆମକୁ ଭୁଲି ଗଲେ ।" 7 ବର୍ଷ ପରେ ଏ ହେଉଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ରାଇଗୋଡା ଗ୍ରାମବାସୀଙ୍କ ଦୁଃଖ ।

  • ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ରାଇଗୁଡାବାସୀ :

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଆଦିବାସୀ ବହୁଳ ରାଇଗୋଡା ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର ହେବାର 7 ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ହୋଇପାରି ନାହିଁ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ଓ ପାନୀୟ ଜଳ ଭଳି କୌଣସି ମୌଳିକ ସୁବିଧା ମିଳିପାରି ନାହିଁ । ଜଙ୍ଗଲ ଭିତରୁ ଆସି ପୁଣିଥରେ ଜଙ୍ଗଲ ଭିତରେ ଜଙ୍ଗଲୀ ଜୀବନ ଅତିବାହିତ କରୁଛନ୍ତି । ଅନେକ ପ୍ରତିଶ୍ରୁତି ଦେଇ ପ୍ରଶାସନ ଓ ବନ ବିଭାଗ ସେମାନଙ୍କୁ ସ୍ଥାନାନ୍ତର କଲେ । ପରେ ସବୁ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ରାଇଗୋଡାବାସୀ ।

RAIGODA DISPLACED PROBLEM (ETV Bharat Odisha)
  • 7 ବର୍ଷ ବିତି ଯାଇଥିଲେ ମଧ୍ୟ ମିଳୁନି ସରକାରୀ ସହାୟତା :

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଏରିଆ ଭିତରେ ଥିବା ରାଇଗୋଡା ଗାଁକୁ ଗତ ୨୦୧୭ ଡିସେମ୍ବର ମାସରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସାରୁଆଳି ନିକଟସ୍ଥ ଏକ ପାହାଡ଼ ତଳେ ଥିବା ମାତ୍ର ୧୭ ଏକର ଜମି ସେମାନଙ୍କୁ ଦିଆ ଯାଇଥିଲା । ସେତେବେଳେ ୭୮ଟି ପରିବାରକୁ ସ୍ଥାନାନ୍ତର କରାଯାଇ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆ ଯାଇଥିଲା । ତେବେ ରାଇଗୋଡା ଗାଁରେ ବେସରକାରୀ ଓ ସରକାରୀ ଜମି ପ୍ରାୟ ୪ଶହ ଏକର ଥିଲା । ସେହି ଜମିରେ ଲୋକଙ୍କ ଘରବାଡି ସମେତ ଗୋଚର, ଚାଷ ଜମି, ଶ୍ମଶାନ ଆଦି ଥିଲା । ସ୍ଥାନାନ୍ତର ବେଳେ ଗ୍ରାମବାସୀଙ୍କୁ ଏସବୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ୧୭ ଏକର ଜମି ଯୋଗାଇ ଦେଇ ଚୁପ ରହିଲେ ବନ ବିଭାଗ ଓ ପ୍ରଶାସନ । ଜମି ଅଭାବରୁ ଏବେ ସୁଦ୍ଧା ସବୁ ପରିବାରକୁ ଆବାସ ଯୋଜନାରେ ଘର ଦିଆଯାଇନାହିଁ ।

RAIGODA DISPLACED PROBLEM
RAIGODA DISPLACED PROBLEM (ETV Bharat Odisha)

ଏମିତି କହିଲେ ଗ୍ରାମବାସୀ:

ଏନେଇ ଗାଁ ସଭାପତି ଦିବ୍ୟସିଂହ ଦେହୁରୀ କହିଛନ୍ତି" ଲୋକଙ୍କ ପାଇଁ ପୋଖରୀ, ଗୋଚର କିଛି ନାହିଁ । ଶ୍ମଶାନ ନଥିବାରୁ ପଡୋଶୀ ଗାଁ ସ୍ମଶାନ ଉପରେ ନିର୍ଭର କରିବାକୁ ପଡୁଛି । ଚାଷବାସ ପାଇଁ ଜମି ଖଣ୍ଡେ ନାହିଁ । ଭିଟାମାଟି ଛାଡି ଆସିଥିଲେ ମଧ୍ୟ ସେମାନଙ୍କୁ କର୍ମ ସଂସ୍ଥାନ ମିଳୁ ନାହିଁ । ସେଠାରେ ଜଙ୍ଗଲରୁ ବିଭିନ୍ନ ଜିନିଷ ସଂଗ୍ରହ କରୁଥିଲୁ । ବର୍ଷରେ ଦୁଇଥର ଧାନ ଫସଲ ହେଉଥିଲା । ପନି ପରିବା ଓ ଡାଲି ଜାତୀୟ ଫସଲ କରି ଖାଉଥିଲୁ । ହେଲେ ଏଠାରେ ଆମେ ହାତ ବାନ୍ଧି ବସିଛୁ ।

  • ଆମକୁ ଭୁଲି ଗଲେ ସରକାର:

ସେ ଆହୁରି ମଧ୍ୟ କହିଛନ୍ତି," ସେଠାରେ ଆମର ପ୍ରାୟ 2 ଶହ ଏକର ଚାଷ ଜମି ଥିଲା । ନିଜେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲୁ । ହେଲେ 2017 ମସିହାରେ ବ୍ୟାଘ୍ର ପ୍ରଳ୍ପ ପାଇଁ ସରକାର ଆମକୁ ରାଇଗୋଡା ଗାଁରୁ ଉଠାଇ ଅନ୍ୟତ୍ର ସ୍ଥାନାନ୍ତରଣ କଲେ । ସରକାର ପ୍ରତିଶ୍ରୁତି ଦେଇଥିଲେ ଆମକୁ ସବୁ ପ୍ରକାର ସହାୟତା କରିବେ । ହେଲେ 4 ଡେସିମିଲି ଜାଗା ଦେଇ ଆମକୁ ଭୁଲି ଗଲେ ।"

ସେହିପରି ଗାଁର ନରୋତ୍ତମ ପ୍ରଧାନ କହିଛନ୍ତି,"ରୋଜଗାର ନଥିବାରୁ ଯାହା ଆର୍ଥିକ ସହାୟତା ମିଳିଥିଲା ତାହା ମଧ୍ୟ ଶେଷ ହେବାକୁ ବସିଲାଣି । ଏଭଳି ପରିସ୍ଥିତିରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛୁ ଆମେ । ଯାହାକୁ ଗୁହାରି କଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି ।"

  • କଣ କହିଲେ ସ୍ବେଚ୍ଛାସେବୀ:

ସେପଟେ ଗାଁର ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ସ୍ବେଚ୍ଛାସେବୀ ପ୍ରସନ୍ନ ବେହେରା କହିଛନ୍ତି,"ରାଇଗୋଡା ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପରେ ନୂତନ ଗାଁ ସ୍ଥାପନ ହୋଇଥିବାରୁ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ତରଫରୁ ବିଭିନ୍ନ ଜୀବିକା ସମ୍ପର୍କିତ କାର୍ଯ୍ୟକ୍ରମ ହାତକୁ ନେବା କଥା । ଜଙ୍ଗଲ ଅଧିକାର ଆଇନ ବଳରେ ସେମାନଙ୍କୁ ଜଙ୍ଗଲ ଜମି ଯୋଗାଇ ଦେବା କଥା । କିନ୍ତୁ ସେସବୁ କିଛି କରାଯାଇନାହିଁ । ଫଳରେ 7 ବର୍ଷ ହେଲା କାମଧନ୍ଦା ନପାଇ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ଯାହା କ୍ଷତିପୂରଣ ମିଳିଥିଲା ସେସବୁ ସରି ଗଲାଣି । ବିସ୍ଥାପନ ନୀତି ଅନୁସାରେ କୌଣସି ଗାଁ ଉଚ୍ଛେଦ ହେଲେ ସେହି ଗାଁର ଯାହା ସବୁ ସୁବିଧା ସୁଯୋଗ ରହିଛି, ସେସବୁ ଯୋଗାଇ ଦିଆଯିବା କଥା । ହେଲେ ରାଇଗୋଡା ଗାଁକୁ କେବଳ ୧୭ ଏକର ଜମି ଛାଡିଦେଲେ ଆଉ କିଛି ଦିଆଯାଇ ନାହିଁ ।"

ରାଇଗୋଡାକୁ ନାହିଁ ପକ୍କା ରାସ୍ତା :

ନୂଆଖେତାଠାରୁ ନୂଆ ରାଇଗୋଡା ପର୍ଯ୍ୟନ୍ତ ପ୍ରାୟ ଦୁଇ କିମି ମାଟି ରାସ୍ତା ଅତ୍ୟନ୍ତ ଦୁର୍ଗମ । ରାସ୍ତାର ଉଭୟ ପାର୍ଶ୍ଵରେ ଘଞ୍ଚ ଜଙ୍ଗଲ । ଦିନ ଦ୍ବି ପହରେ ବଣୁଆ ହାତୀପଲ ବୁଲୁଛନ୍ତି । ତେଣୁ ସନ୍ଧ୍ୟା ହେଲେ ସେହି ରାସ୍ତାରେ ଯିବା ଆସିବା କରିବା ବିପଦ । ଏଭଳି ପରିସ୍ଥିତିରେ ଗାଁରେ ସ୍କୁଲଟିଏ ନାହିଁ । ପିଲାମାନେ ଜଙ୍ଗଲ ରାସ୍ତା ଦେଇ ଅନ୍ୟ ଗାଁ ସ୍କୁଲକୁ ଯାଇ ପାରୁନାହାନ୍ତି । ତେଣୁ ଶିକ୍ଷାର ଆଲୋକ ଏଠାରେ ପଡିପାରୁନାହିଁ । ଅସମୟରେ ଗୁରୁତର ରୋଗୀକୁ ଡାକ୍ତରଖାନା ନେବା ସମ୍ଭବ ହୋଇପାରୁନାହିଁ । ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ସେହି ପାଣି ପିଇବା ଉପଯୋଗୀ ହୋଇପାରୁନାହିଁ । ଫଳରେ ଏବେବି ପାହାଡ଼ ଝରଣା ପାଣି ପିଉଛନ୍ତି । ସ୍ଥାନାନ୍ତର ସମୟରେ ଗ୍ରାମବାସୀ ସେମାନଙ୍କର ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ପ୍ରଶାସନକୁ ୨୨ ଦଫା ଦାବି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ବନ ବିଭାଗ କି ପ୍ରଶାସନ କାହାର ହେଲେ ନଜର ପଡ଼ୁନଥିବା ଅଭିଯୋଗ କରିଛନ୍ତି ।

  • ଏପରି କହିଲେ ଜିଲ୍ଲା ମଙ୍ଗଳ ଅଧିକାରୀ:

ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର କହିଛନ୍ତି ,"ଜିଲ୍ଲାର ଆଦିବାସୀ ଲୋକମାନକୁ ରୋଜଗାରକ୍ଷମ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି, ମହିଳା ଗୋଷ୍ଠୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି । ମୁଁ ଅଧିକାରୀଙ୍କୁ ସେହି ଗ୍ରାମକୁ ପଠାଇବି ଏବଂ ସର୍ଭେ କରିବି । ସେମାନଙ୍କୁ କିପରି କାର୍ଯ୍ୟ ମିଳିପାରିବ ସେନେଇ ବ୍ୟବସ୍ଥା କରିବୁ । "

ନିୟମ ଅନୁସାରେ ସେହି ଆଦିବାସୀ ପରିବାରଗୁଡିକୁ ସେମାନଙ୍କ ଆବଶ୍ୟକ ଚାଷ ଜମି ଏବଂ ଜଣ ପ୍ରତି ୧୦ ଡେଶିମିଲ ଘରଡ଼ିହ ଯୋଗାଇ ଦିଆଯିବା କଥା । ସେମାନଙ୍କ ଜୀବନ ଜୀବିକା ପ୍ରତି ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା କଥା । କିନ୍ତୁ ବିଭାଗ ତରଫରୁ କୌଣସି କାର୍ଯ୍ୟକ୍ରମ ହାତକୁ ନିଆ ଯାଉନଥିବା ଅଭିଯୋଗ ହୋଇଛି । କେବଳ ଛେଳି ପାଳନ ପାଇଁ ପଶୁସମ୍ପଦ ବିଭାଗ ପକ୍ଷରୁ ଗାଁରେ ୩/୪ଟି ଗୁହାଳ କରି ଦିଆଯାଇଛି । ହେଲେ ସେଥିରେ ଛେଳି ନାହାନ୍ତି । ଗୁହାଳ ସବୁ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.