ETV Bharat / state

ଅର୍ଥ କମିଶନଙ୍କୁ ଭେଟିଲେ, ଦାବି ରଖିଲେ ନେତା ଓ ପ୍ରତିନିଧି - FINANCE COMMISSION MEETING

ଷୋଡ଼ଶ ଅର୍ଥ କମିଶନ ପାଖରେ ନିଜ ନିଜ ଦାବି ରଖିଲେ ବିଭିନ୍ନ ରାଜନୈତିକ ଦଳ । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କିମ୍ବା ସ୍ପେଶାଲ ଫୋକସ ଷ୍ଟେଟ ପାଇଁ ଦାବି କଲା ବିଜେଡି।

FINANCE COMMISSION MEETING
FINANCE COMMISSION MEETING (ETV Bharat Odisha)
author img

By ETV Bharat Odisha Team

Published : Feb 6, 2025, 10:18 PM IST

ଭୁବନେଶ୍ବର: ଷୋଡ଼ଶ ଅର୍ଥ କମିଶନ ଡ. ଅରବିନ୍ଦ ପାନଗେରିୟା ଓ ଟିମଙ୍କୁ ଭେଟିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ପୌରାଞ୍ଚଳ ପ୍ରତିନିଧି । ବିଜେଡି, ବିଜେପି, କଂଗ୍ରେସ ଓ ଆପର ପ୍ରତିନିଧି ଅର୍ଥ କମିଶନଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ପୌରାଞ୍ଚଳର ପ୍ରତିନିଧି ମଧ୍ୟ ବିଭିନ୍ନ ଦାବି ରଖିଛନ୍ତି ।

  • କଣ କହିଲେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ?

ଏହି ଅବସରରେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ. ଅରବିନ୍ଦ ପାନଗେରିୟା କହିଛନ୍ତି, "ଜନସଂଖ୍ୟା ଅଧାରରେ ରାଜ୍ୟ ଗୁଡ଼ିକୁ ଟିକସ ଅଂଶରୁ 15 ପ୍ରତିଶତ ଦେବାକୁ ଦାବି କରିଛନ୍ତି ଓଡିଶା ସରକାର । 10 ପ୍ରତିଶତ ଜଙ୍ଗଲ ବିଭାଗ କ୍ଷେତ୍ରରେ ଦାବି କରିଛି ଓଡ଼ିଶା । ଏସସି ଏବଂ ଏସଟି ଓ ବରିଷ୍ଠ ନାଗରିକଙ୍କ ସ୍ତରରେ ଅନୁଦାନ 3 ପ୍ରତିଶତ ମିଳୁଥିବା ବେଳେ ଏହାକୁ 5 ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଛି ରାଜ୍ୟ । ଶୃଙ୍ଖଳିତ ଆର୍ଥିକ ପରିଚାଳନାରେ ଓଡ଼ିଶା ବିଗତ ବର୍ଷ ମାନଙ୍କରେ ଭଲ ପ୍ରଦର୍ଶନ କରି ଆସୁଛି । ସେ କ୍ଷେତ୍ରରେ 15 ପ୍ରତିଶତ ଦେବା ପାଇଁ କମିଶନଙ୍କ ନିକଟରେ ଦାବି କରିଛନ୍ତି ରାଜ୍ୟ ସରକାର । ସେହିପରି ଡେମୋଗ୍ରାଫି ଅନୁସାରେ 10 ପ୍ରତିଶତ ଓ ଇନକମ ଡିଷ୍ଟାନ୍ସରେ 45 ପ୍ରତିଶତ ଦେବା ନିମନ୍ତେ ରାଜ୍ୟ ସରକାର ଦାବି ରଖିଛନ୍ତି ।"

ଷୋଡ଼ଶ ଅର୍ଥ କମିଶନ ପାଖରେ ନିଜ ନିଜ ଦାବି ରଖିଲେ ବିଭିନ୍ନ ରାଜନୈତିକ ଦଳ (ETV Bharat Odisha)

ରାଜ୍ୟର ବିଭିନ୍ନ ବିରୋଧୀ ରାଜନୈତିକ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପ୍ରସଙ୍ଗରେ ମତ ରଖିଛନ୍ତି ଅର୍ଥ କମିଶନ । ଅର୍ଥ କମିଶନ ଡ. ଅରବିନ୍ଦ ପାନଗେରିୟା କହିଛନ୍ତି,"ସ୍ପେସିଆଲ କାଟେଗୋରି ଏବଂ ସ୍ପେଶାଲ ସ୍ଟାଟସ ରାଜ୍ୟ ଫାଇନାନ୍ସ କମିଶନଙ୍କ ଅଧିନସ୍ଥ ବ୍ୟାପାର ନୁହେଁ । ନୀତି ଆୟୋଗଙ୍କ ଦ୍ଵାରା ପ୍ଲାନିଂ କମିଶନର ଉଚ୍ଛେଦ ପରେ ଏ ବ୍ୟବସ୍ଥା ଆଉ ପ୍ରଚଳିତ ନାହିଁ । ଦେଶର କୌଣସି ରାଜ୍ୟ ଏ ସୁବିଧା ପାଉନାହାନ୍ତି । ତେଣୁ ଏନେଇ କୌଣସି ଟିପ୍ପଣୀ ଦେବାର ଅଧିକାର ଆମର ନାହିଁ । "

  • ଏହି ଦାବି ରଖିଲେ ଭୁବନେଶ୍ୱର ମେୟର:

ଅପରାହ୍ନରେ ଅର୍ଥ କମିଶନଙ୍କୁ ବିଭିନ୍ନ ରାଜନୈତିକ ଦଳ ଓ ପୌରାଞ୍ଚଳ ପ୍ରତିନିଧି ମାନେ ଭେଟି ଦାବି ପତ୍ର ଦେଇଛନ୍ତି । ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଛନ୍ତି, "ULB ପାଇଁ ଯାହା ଦରକାର ତାହା ଦାବି ରଖିଛୁ । ସହର ବଢିବା ସହ ଲୋକଙ୍କ ଆବଶ୍ୟକତା ମଧ୍ୟ ବଢୁଛି । ସେଥିପାଇଁ ଭିର୍ତ୍ତିଭୂମି ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ଦାବି ରଖାଯାଇଛି । ପବ୍ଲିକ ଡେ଼ଲିଭରି ସିକ୍ସମକୁ ବଢ଼ାରବା ସହ ୱେଷ୍ଟ ମ୍ୟାନେଜମେଣ୍ଟ ଗୁରୁତ୍ୱ ଦେବା ପାଇଁ ଦାବି ରଖାଯାଇଛି । ଲୋକଙ୍କ ପାଇଁ ସ୍ଥାୟୀ ଭାବରେ ରଖାଯାଇଥିବା ସୁବିଧାକୁ ଅଧିକ ମଜବୁତ କରାଯିବ । ସେଥିପାଇଁ ଦାବି ରଖାଯାଇଛି । ବିଭିନ୍ନ କ୍ଷେତ୍ରରେ ଅର୍ଥ ବଢ଼ାରବା ସହ ଟ୍ରାଏଡ଼ ଏବଂ ଅନଟ୍ରାଏଡ ଫଣ୍ଡ ବଢ଼ାଇବା ପାଇଁ ଦାବି ରଖାଯାଇଛି । ଠିକ ସମୟରେ କେମିତି ସରକାରୀ ଅର୍ଥ ପହଁଚିବ, ତା' ଉପରେ ଗୁରୁତ୍ୱରୋପ କରିବାକୁ କୁହାଯାଇଛି । 2024-25ର CFC ପଇସା ପାଇନାହିଁ BMC । ଫଳରେ ବିଭିନ୍ନ ସମସ୍ୟା ଦେଖା ଦେଇଛି ।"

  • ଚିଲିକାକୁ ପୁନଃଉଦ୍ଧାର କରିବାକୁ ଦାବି:
    ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଅର୍ଥ ପ୍ରଦାନ ପ୍ରକ୍ରିୟା ଭାଟିକାଲ ଡିଭିଜନ ରହିଛି । ତାହା ଏବେ 41 ପ୍ରତିଶତ ରହିଛି । ଏହାକୁ ବୃଦ୍ଧି କରାଯାଇ 60 ପ୍ରତିଶତ କରାଯାଉ । ରାଜ୍ୟରେ ବୟସ ଅନୁଯାୟୀ ପିଲାଙ୍କ ଉଚତା ବଢ଼ୁନାହିଁ । କାରଣ ରାଜ୍ୟରେ କୁପୋଷଣ ରହିଛି । ମହିଳାମାନଙ୍କ କ୍ଷେତ୍ରରେ ରକ୍ତ ହୀନତା ସମସ୍ୟ ମଧ୍ୟ ରହିଛି । ଏହା ଉପରେ ଗୁରୁତ୍ୱାରୋପ କରାଯାଉ । ସବୁଠାରୁ କମ ଇନକମ ଟ୍ୟାକ୍ସ ଦେଉଥିବା ରାଜ୍ୟ ହେଉଛି ଓଡିଶା । ଏହାର କାରଣ ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ଆୟ କରିବାର କ୍ଷମତା ଓଡିଶାର ଯୁବକଙ୍କ ପାଖକୁ ଆସିଲା ନାହିଁ । ଆମ ରାଜ୍ୟରେ ଅଧିକାଂଶ ଲୋକ ଆଦିବାସୀ ଏବଂ ଦଳିତ ବର୍ଗ । ତେଣୁ ଜନଗଣନା ସାଧାରଣ ଭାବରେ ନ କରାଯାଇ ଏମାନଙ୍କୁ ମଧ୍ୟ ଗଣତିରେ ନିଆଯାଉ । ସେମାନଙ୍କ ପ୍ରତିଶତ ହିସାବରେ ସେମାନଙ୍କୁ ଗଣନା କରାଯାଉ ।"
  • ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରୁ କୋଇଲାର ଗୋଟିଏ ଟନରେ 400 ଟଙ୍କା ଆଦାୟ ହେଉଛି । କୋଟି କୋଟି ଟଙ୍କା କେନ୍ଦ୍ର ସରକାର ଆଦାୟ କରୁଛନ୍ତି । ଏହି ଅର୍ଥ ନମାମି ଗଙ୍ଗା ଏବଂ ନମାମି ଯମୁନାରେ ଯାଉଛି । ତେଣୁ ଆମେ ଦାବି କରୁଛୁ ରାଜ୍ୟର ନଦୀକୁ ପୁନଃଉଦ୍ଧାର କରାଯାଉ । ନଦୀକୁ ପରିଷ୍କାର କରିବାରେ ଅର୍ଥ ଖର୍ଚ୍ଚ କରାଯାଉ । ଚିଲିକା ମଧ୍ୟ ପୋତି ହେଇଯାଉଛି । ତେଣୁ ଚିଲିକାକୁ ମଧ୍ୟ ପୁନଃଉଦ୍ଧାର କରିବାକୁ ଦାବି କରିଛି କଂଗ୍ରେସ ।"

ଏହା ମଧ୍ୟ ପଢନ୍ତୁ...ଅର୍ଥ କମିଶନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦାବି: 12,59,148 କୋଟି ଏବଂ SDRFରେ ଶତ ପ୍ରତିଶତ - 16TH FINANCE COMMISSION

ଏହା ମଧ୍ୟ ପଢନ୍ତୁ...ଷୋଡ଼ଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ବୈଠକ - FINANCE COMMISSION MEETING

ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ, କୋଣାର୍କ ଦେଖିଲେ ଷୋଡ଼ଶ ଅର୍ଥ କମିଶନର ଅଧ୍ୟକ୍ଷ - SIXTEENTH FINANCE COMMISSION

  • ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି:

    ବିଜେଡ଼ି ନେତା ଅମର ପଟ୍ଟନାୟକ କହିଛନ୍ତି, "ଆମ ପୁରା ପ୍ରସ୍ତାବ କେବଳ ରାଜ୍ୟର ସ୍ୱାର୍ଥ ପାଇଁ ଥିଲା । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା । ଯେଉଁ କଥାକୁ ପୁରୁଣା କମିଶନମାନେ ଅଣଦେଖା କରିଥିଲେ, ତାକୁ କାର୍ଯ୍ୟକାରୀ କରିବାକୁ ଆମେ ଜଣାଇଛୁ । ସେୟରିଂ ପାର୍ଟନରେ ବର୍ତ୍ତମାନ, ଯେଉଁ ପରିବର୍ତ୍ତନ ହୋଇଛି ସେ କଥାକୁ କୁହାଯାଇଛି । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା । ଯାହା ବିଜେଡି ପୂର୍ବରୁ କହି ଆସିଛି । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କିମ୍ବା ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ପାଇଁ ଆମେ ଦାବି କରିଛୁ । ଆମର 40 % ଲୋକ ହେଉଛନ୍ତି ଏସସି ଓ ଏସଟି । ତାହାଲେ ସେମାନଙ୍କ ହିସାବରେ ନର୍ଥ ଇଷ୍ଟର୍ଣ୍ଣ ରାଜ୍ୟ ପରି ସେଠି ସେମାନଙ୍କୁ 90:10 ହିସାବରେ କେନ୍ଦ୍ରୀୟ ସହାୟତା ମିଳୁଛି । ତାକୁ ଆମଠାରେ ମଧ୍ୟ ଲାଗୁ କରିବାକୁ ଦାବି ହୋଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ମିନେରାଲସ ଉପରେ ଯେଉଁ ରୟାଲିଟି ବଢ଼ାଇବା କଥା, ବଢାଇବା ପାଇଁ କହିଲୁ । ସେସକୁ ସରକାର ବଢ଼ାଇ ବଢ଼ାଇ ଚାଲିଛନ୍ତି, ସେ ହିସାବରେ ବଣ୍ଟା ହେଉନି । କ୍ଲିନ ଏନର୍ଜୀ ଦିଆଯାଉନାହିଁ ।
ପୂଜା ସ୍ଥଳୀ ଗୁଡିକ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦିଆଯାଉ । ପୁରୀରେ ଗୋଟେ ସ୍ପିରିଚୁଆଲ କଲଚରାଲ ସେଣ୍ଟର କରାଯାଉ । ଅର୍ବାନ କ୍ଲଷ୍ଟର 4 ଟି କରିବାକୁ ପ୍ରସ୍ତାବ ଦିଆଯାଇଛି । ବିଜେପି 2014ର ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଉ ବୋଲି ଲେଖିଥିଲା । ହେଲେ ସେ ବିଷୟରେ ପଦୁଟିଏ ମଧ୍ୟ ଏଠି କହିଲେ ନାହିଁ । ଆମକୁ ଆଶ୍ଚର୍ଯ୍ୟ ଲାଗୁଛି ସେମାନେ ମେମରେଣ୍ଡମ ତିଆରି କରିଛନ୍ତି ନା ଆଉ କଣ ? ଫାଇନାନ୍ସ କମିଶନ ଗୋଟେ ବହୁତ ବଡ଼ ତା ସାମ୍ନାରେ ଆମେ ରାଜ୍ୟର ସ୍ୱାର୍ଥକୁ ବଳି ଦେବା କି ବୋଲି ପ୍ରଶ୍ନ କରିଛି । "

ସେ ଏହା ମଧ୍ୟ କହିଛନ୍ତି, "ରାଜ୍ୟର ଆର୍ଥିକ ସ୍ଥିତି ଯୋଗୁଁ ଅଦିନିଆ ବର୍ଷରେ ଚାଷୀଙ୍କୁ ସରକାର କ୍ଷତିପୂରଣ ଦେଇ ପାରୁ ନାହାନ୍ତି । ତାହାଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାଗିବାର ଥିଲା । ଫାଇନାନ୍ସ କମିଶନ ସାମ୍ନାରେ ମତ ରଖିବା ବେଳେ ରାଜ୍ୟର ସ୍ୱାର୍ଥ ରଖିବା କଥା । ଏଥିରେ ରାଜନୈତିକ ସ୍ୱାର୍ଥ ରହିବା କଥା ନୁହେଁ । ଏମିତି କି ଡବଲ ଇଞ୍ଜିନ ସରକାର ଅଛି, ଆମେ ବେଶୀ କିଛି କହି ପାରିବୁ ନାହିଁ କହି ତେରଛା ବାଣ ମାରିଛି ବିଜେଡି । ଏ ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ନାହିଁ । କେବଳ ନିଜର ସରକାର ବିଷୟରେ ଭାବୁଛନ୍ତି । ଏହା ରାଜ୍ୟବାସୀଙ୍କ ପାଇଁ ଗୋଟେ ଉପହାସ ।"

ଏମିତି କହିଲା ବିଜେପି:

ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ବିଜେପି ଆଜି ୧୬ ତମ ଫାଇନାନ୍ସ କମିଶନ ପାଖରେ ବିଭିନ୍ନ ଦାବି ରଖିଛି । ଡିଭିଜିବୁଲ ଟ୍ୟାକ୍ସରୁ 4.5 ପ୍ରତିଶତକୁ ଖସି ଆସିଥିଲା । ତାକୁ 5.1 ପ୍ରତିଶତକୁ ବଢ଼ାଇବାକୁ ଦାବି କରିଛୁ । ଖଣିଜ ସମ୍ପଦ ଭରା ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶାର ଲୋକ ଗରିବ । ବିଜେଡିର 24 ବର୍ଷ ଶାସନ କାଳରେ ଓଡ଼ିଶାର ମୁଣ୍ଡ ପିଛା ଆୟ ସାରା ଦେଶରେ କମ ଥିଲା । ଏହାକୁ କିଭଳି ମୁକାବିଲା କରାଯିବ ସହାୟତା ନେଇ ଫାଇନାନ୍ସ କମିଶନ ପାଖରେ ଦାବି କରାଯାଇଛି । ପ୍ରତିବର୍ଷ ଓଡ଼ିଶାକୁ ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବାକୁ ପଡୁଛି । ଏହାକୁ ନେଇ ଓଡ଼ିଶାକୁ ବିଶେଷ ସହାୟତା ଦିଆଯାଉ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାର ଆର୍ଥିକ ଏବଂ ବିତ୍ତୀୟ ଶୃଙ୍ଖଳା ନେଇ ଓଡ଼ିଶାକୁ ସ୍ଵତନ୍ତ୍ର ଧ୍ୟାନ ଦେବା ଦରକାର । ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ଗୋଟେ ସରପ୍ଲସ ଷ୍ଟେଟ ନୁହେଁ । ଏହାକୁ ନଜର ଓଡ଼ିଶାକୁ ସହାୟତା ବଢ଼ାଯାଉ । ଓଡ଼ିଶାର କୋଇଲାରୁ ବିଦ୍ୟୁତ ଉତ୍ପାଦନ ହେଉଛି । ସେଥିରେ ଭାରତର ଅର୍ଥନୀତି ପରିଚାଳିତ ହେଉଛି । କିନ୍ତୁ ପ୍ରଦୂଷଣର ସିଂହ ଭାଗ ଓଡ଼ିଶା ଭୋଗୁଛି । ତେଣୁ ଓଡ଼ିଶାରେ ଗ୍ରିନ Energy ର କିଭଳି ପ୍ରଚାର ପ୍ରସାର ହେବ ସେ ନେଇ ଦାବି କରାଯାଇଛି । ବିଜେଡି କଣ କହେ କଣ କରେ ସେମାନେ ଜାଣି ନାହାନ୍ତି । ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ବିଜେଡି ଆହୁରି ଅଧ୍ୟୟନ କରିବାର ଆବଶ୍ୟକତା ରହିଛି । ଓଡ଼ିଶାର ରାଜନୈତିକ ଦଳ ରାଜ୍ୟ ପାଇଁ ପ୍ରାଥମିକତା ଦେବା ଦରକାର । ନା ରାଜନୈତିକ କାଦୁଅ ପିଙ୍ଗିବା ଦରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.