ETV Bharat / technology

ଲଞ୍ଚର 1ବର୍ଷ ପରେ ଆରମ୍ଭ ହେଲା TVS X ଇଲେକଟ୍ରିକ୍‌ ସ୍କୁଟର ଡେଲିଭରି - TVS X SCOOTER DELIVERIES BEGIN

ଆରମ୍ଭ ହେଲା TVSର ଦାମି ଇଲେକଟ୍ରିକ ସ୍କୁଟର 'TVS X'ର ଡେଲିଭରି । ଲଞ୍ଚ ହେବାର ପ୍ରାୟ ବର୍ଷେ ପରେ ଏହାର ଡେଲିଭରି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

TVS X Electric Scooter Deliveries Begin In India
TVS X Electric Scooter Deliveries Begin In India (Image Credit- TVS Motor Company)
author img

By ETV Bharat Tech Team

Published : Jan 30, 2025, 5:05 PM IST

ହାଇଦ୍ରାବାଦ: ସ୍ବଦେଶୀ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ଟିଭିଏସ ମୋଟର କମ୍ପାନୀ ଏହାର ଇଲେକଟ୍ରିକ ସ୍କୁଟର TVS Xକୁ ପ୍ରାୟ 1ବର୍ଷ ପୂର୍ବେ ଭାରତୀୟ ବଜାରରେ ଲଞ୍ଚ କରିଥିଲା । ଗତ ଡିସେମ୍ବର 2024ରୁ ଏହି ଇଲେକଟ୍ରିକ ସ୍କୁଟରର ଡେଲିଭରି ଆରମ୍ଭ କରିଛି ବୋଲି ସୂଚନା ଦେଇଛି । TVS X କମ୍ପାନୀର ଫ୍ଲାଗସିପ୍‌ ସ୍କୁଟର ହୋଇଥିବା ବେଳେ ଏହା ଅନ୍ୟ ସ୍କୁଟରଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା । କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ବେଙ୍ଗାଲୁରୁରେ ଏହାର ବିତରଣ ଆରମ୍ଭ କରିଛି । ଏହାର ଏକ୍ସ ଶୋ'ରୁମ ମୂଲ୍ୟ 2.50 ଲକ୍ଷ ଟଙ୍କା ରହିଛି ।

ଅଗଷ୍ଟ 2023ରେ କମ୍ପାନୀ ଏହି ସ୍କୁଟରକୁ ଲଞ୍ଚ କରିଥିଲା । ଚଳିତ ବର୍ଷ ଆୟୋଜିତ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ରେ କମ୍ପାନୀ ଏହାର ଦାମ ଘୋଷଣା କରିଥିଲା । କମ୍ପାନୀର ମୁଖପାତ୍ରଙ୍କ କହିବାନୁସାରେ, କମ୍ପାନୀ କେବଳ କର୍ଣ୍ଣାଟକ କ୍ୟାପିଟାଲ ସିଟି ବେଙ୍ଗାଲୁରୁରେ ଏହାର ବିତରଣ ଆରମ୍ଭ କରିଛି । କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକରେ ଏହାର ଡେଲିଭରି କେବେ ଆରମ୍ଭ ହେବ ସେ ସମ୍ପର୍କରେ କମ୍ପାନୀ କୌଣସି ସୂଚନା ଦେଇନାହିଁ । ହେଲେ କମ୍ପାନୀ ଦ୍ବିତୀୟ ପର୍ଯ୍ୟାୟରେ 4ଟି ସହରରେ ଏହାର ବିତରଣ ଆରମ୍ଭ କରିବ ବୋଲି କହିଛି ।

  • କିପରି ରହିଛି ଡିଜାଇନ ?

ଟିଭିଏସ ଏକ୍ସ ସ୍କୁଟରଟି କମ୍ପାନୀର ନୂଆ 'Xelton' ଆର୍କିରେଚର ଆଧାରିତ । ଏହାର ଡିଜାଇନ କ୍ରିଅନ କନସେପ୍ଟ ଦ୍ବାରା ପ୍ରେରିତ ଯାହାକୁ 2018 ଅଟୋ ଏକ୍ସପୋରେ ପ୍ରଦର୍ଶିତ କରାଯାଇଥିଲା । ଏହା ଏକ ମ୍ୟାକ୍ସି ସ୍କୁଟର ଲୁକ୍‌ ସହ ଆସିଛି, ଯେଉଁଥିରେ ଡୁଆଲ-ଟୋନ୍‌ ବା ଦୁଇ ରଙ୍ଗର ବଡିୱାର୍କ ହୋଇଛି । ଏହାବାଦ କମ୍ପାନୀ ଏଥିରେ ଆଲୁମିନିୟମ ଟ୍ବିନ-ସ୍ପାର୍‌ ଫ୍ରେମ, ଉନ୍ନତ ଡିଜାଇନ ଲାଙ୍ଗୁଏଜ ଓ ବଡ଼ 10.25 ଇଞ୍ଚର TFT ଡିସପ୍ଲେର ବ୍ୟବହାର କରିଛି ।

TVS X Electric Scooter Deliveries Begin
TVS X Electric Scooter Deliveries Begin (Image Credit- TVS Motor Company)
  • ବ୍ୟାଟେରୀ ଓ ରେଞ୍ଜ

ଏହି ସ୍କୁଟରରେ 3ଟି ରାଇଡିଂ ମୋଡ ଯେପରିକି Xtealth, Xtride ଓ Xonic ରହିଛି । କମ୍ପାନୀର ଦାବି ଅନୁସାରେ ଏହି ସ୍କୁଟି ମାତ୍ର 4.5 ସେକେଣ୍ଡରେ ଘଣ୍ଟା ପ୍ରତି 0-60 କିଲୋମିଟର ବେଗ ଧରିପାରେ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 105 କିଲୋମିଟର ରହିଛି । ଏହାର ବ୍ୟାଟେରୀ ପ୍ୟାକ୍‌ ସମ୍ପର୍କରେ କହିଲେ, TVS X 4.44kWhର ବ୍ୟାଟେରୀ ପ୍ୟାକ୍‌ ବ୍ୟବହାର କରାଯାଇଛି । ଯାହାର IDC ରେଞ୍ଜ 140 କିଲୋମିଟର ରହିଛି । ଅର୍ଥାତ ଏହା ଥରେ ଚାର୍ଜ ହେଲେ 140 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।

  • ଫିଚର ଓ ସ୍ପେଶିଫିକେସନ

TVS X ଇଲେକଟ୍ରିକ୍ ସ୍କୁଟରରେ ଅନେକ ଆକର୍ଷଣୀୟ ଫିଚର ପ୍ରଦାନ କରାଯାଇଛି । ଏଥିରେ 10.25-ଇଞ୍ଚ୍ TFT କନସୋଲ୍, କ୍ରୁଜ୍ କଣ୍ଟ୍ରୋଲ୍, NavPro ନାଭିଗେସନ୍ ଏବଂ ଜିଓଫେନ୍ସିଙ୍ଗ୍ ସହିତ ଅନେକ ଫିଚର ଅଛି । ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ 175 ମିମି ଥିବା ବେଳେ ଏହାର ସିଟ୍‌ ଉଚ୍ଚତା 770 ମିମି ରହିଛି । ନୂଆ TVS X ଇଲେକଟ୍ରିକ ସ୍କୁଟରରେ ଡିସ୍କ ବ୍ରେକ୍ ସହିତ ସିଙ୍ଗଲ୍ ଚ୍ୟାନେଲ୍ ABS (ଆଣ୍ଟିଲକ୍ ବ୍ରେକିଂ ସିଷ୍ଟମ୍) ଅଛି । ଏହି ଫ୍ଲାଗସିପ୍ ସ୍କୁଟର ଆରାମ ଏବଂ ସୁରକ୍ଷା ପାଇଁ ବେଶ ଶକ୍ତିଶାଳୀ ।

ଏହା ବି ପଢନ୍ତୁ
  1. ଆସିଗଲା ଦେଶର ପ୍ରଥମ CNG ସ୍କୁଟି 'TVS Jupiter CNG '; ଭାରତ ମୋବିଲିଟି ଏକ୍ସପୋରେ ପ୍ରଦର୍ଶିତ
  2. ଅଟୋ ଏକ୍ସପୋ 2025: ଲଞ୍ଚ ହେଲା Honda Activa-e ଓ QC1 ଇଲେକଟ୍ରିକ ସ୍କୁଟର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.