ETV Bharat / state

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହେବ ବିଜେପି ରାଜ୍ୟ ସଭାପତି - BJP STATE PRESIDENT

ଗଡି ଗଲାଣି ଡେଡଲାଇନ । କେବେ ଘୋଷଣା ହେବ ବିଜେପି ରାଜ୍ୟ ସଭାପତି ? ଏବେ ଫେବୃୟାରୀକୁ ଅପେକ୍ଷା।

ରାଜ୍ୟ ବିଜେପି ପାର୍ଟି ଅଫିସ
ରାଜ୍ୟ ବିଜେପି ପାର୍ଟି ଅଫିସ (ETV Bharat)
author img

By ETV Bharat Odisha Team

Published : Jan 30, 2025, 5:38 PM IST

ଭୁବନେଶ୍ବର: ଜାନୁଆରୀ ମାସ ସରିବା ସହ ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ। ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଦେଇଥିବା ଡେଡ୍‌ଲାଇନ ଗଡି ଗଲାଣି । ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ଜାନୁଆରୀ ଶେଷ ସୁଦ୍ଧା ଅର୍ଥାତ ଫେବୃଆରୀ ମାସ ଆରମ୍ଭରୁ ନୂତନ ସଭାପତି ହୋଇଯିବୋ ବେଲି ମତ ଦେଇଥିଲେ । କିନ୍ତୁ ଏହାରି ଭିତରେ ଡେଡ ଲାଇନ ଗଡ଼ି ସାରିଲାଣି। ଏବେ ଫେବୃୟାରୀକୁ ଅପେକ୍ଷା। ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ ନେଇ ସୂଚନା ମିଳୁଥିବା ଭିତରେ ଆଜି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଦେଇଛନ୍ତି ବଡ଼ ବୟାନ।

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହେବ ବିଜେପି ରାଜ୍ୟ ସଭାପତି (ETV Bharat)

ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ‘‘ବହୁତ ଶୀଘ୍ର ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ। ସଂଗଠନ ପର୍ବ ଚାଲିଛି ଏବଂ ରାଜ୍ୟ ଗୁଡିକରେ ସଭାପତି ନିର୍ବାଚନ ଏହାର ଏକ ଅଂଶ । ଓଡିଶାରେ ବୁଥ କମିଟି ଠୁ ଆରମ୍ଭ କରି ସମସ୍ତ ନିର୍ବାଚନ ସରିଛି। ପ୍ରଦେଶ ସଭାପତି ଖୁବଶୀଘ୍ର ହେବେ’’।

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତି ଘୋଷଣା ହେବ। ଖୁବ ଶୀଘ୍ର ସରିବ ରାଜ୍ୟର ନିର୍ବାଚନ ପ୍ରକ୍ରିୟା । ଏନେଇ ରାଜ୍ୟ ନିର୍ବାଚନ ସହ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଓଡିଶା ଆସି ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ ଏକ ବୈଠକ କରିଥିଲେ। ପୁଣି ଓଡ଼ିଶା ଆସିବେ ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ବାଲ । ଖୁବଶୀଘ୍ର ବାକି 14 ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ସହ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ଚାଲିଛି BJPର ଜିଲ୍ଲା ସଭାପତି ଚୟନ, ପ୍ରକାଶ ପାଇଲାଣି 15 ନାମ

ଏହା ମଧ୍ୟ ପଢନ୍ତୁ ଆସିଲା ବିକଶିତ ଗାଁ, ବିକଶିତ ଓଡ଼ିଶା ଗାଇଡଲାଇନ୍; ଗ୍ରାମସଭାରେ ପ୍ରସ୍ତୁତ ହେବ ୫ ବର୍ଷିଆ ଯୋଜନା ତାଲିକା

ସେପଟେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ‘‘ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ରର ନୋଟିଫିକେସନକୁ ଅପେକ୍ଷା କରାଯାଇଛି । କେନ୍ଦ୍ରରୁ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିଲେ ସମସ୍ତଙ୍କ ସହ କଥା ହୋଇ ରାଜ୍ୟ ସଭାପତି ନିର୍ବାଚନ ସାରିବେ। ଏହା ପରେ ରାଷ୍ଟ୍ରୀୟ ନିର୍ବାଚନରେ ଭାଗ ନେବ ଓଡ଼ିଶା ବିଜେପି। 23 ଜିଲ୍ଲାରେ ନିର୍ବାଚନ ଶେଷ ହୋଇଛି ବାକି 14 ସାଙ୍ଗଠନିକ ଜିଲ୍ଲାର ନିର୍ବାଚନ ଖୁବଶୀଘ୍ର ଶେଷ ହେବ। ଭାରତୀୟ ଜନତା ପାର୍ଟିର ନିୟମ ଅନୁସାରେ ଅଧାରୁ ଅଧିକ ଜିଲ୍ଲା ସଭାପତି ନିର୍ବାଚନ ପରେ ରାଜ୍ୟ ସଭା ନିର୍ବାଚନ ହୋଇଥାଏ। ଏହାକୁ ଦେଖିଲେ ଆମର 37 ଟି ସାଙ୍ଗଠନିକ ଜିଲ୍ଲା ଏଥି ମଧ୍ୟରୁ 23 ଟି ଜିଲ୍ଲାର ନିର୍ବାଚନ ଶେଷ ହୋଇଛି । ବାକି ରହିଥିବା 14 ଟି ଜିଲ୍ଲା ର ନିର୍ବାଚନ ବହୁତ ଶୀଘ୍ର ଶେଷ ହେବ’’।

ବର୍ତ୍ତମାନ କେନ୍ଦ୍ରର କାର୍ଯ୍ୟ ରାଜ୍ୟ ସଭାପତି ପାଇଁ କେବେ ନୋଟିଫିକେସନ କରିବେ ଏବଂ ରାଜ୍ୟ ନିର୍ବାଚନ ପାଇଁ ନିୟୋଜିତ ସଞ୍ଜୟ ଜୟସ୍ବାଲ ଓଡିଶା ଆସି ସମସ୍ତଙ୍କ ସହିତ ଆଲୋଚନା କରି ରାଜ୍ୟ ସଭାପତି ନିର୍ବାଚନ ମଧ୍ୟ ଶେଷ କରିବେ। ଶୃଙ୍ଖଳା ର ସହିତ ଆମର ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି । ଏବେ ଯେଉଁ ପ୍ରକାର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଚାଲିଛି ସେଇ ଅନୁସାରେ ରାଷ୍ଟ୍ରୀୟ ନିର୍ବାଚନ ପୂର୍ବରୁ ଓଡ଼ିଶାର ନିର୍ବାଚନ ଶେଷ ହେବ। ଆଉ ଓଡ଼ିଶା ରାଷ୍ଟ୍ରୀୟ ନିର୍ବାଚନ ରେ ଭାଗ ନେବ।

  • ସାଙ୍ଗଠନିକ ନିର୍ବାଚନକୁ ନେଇ ମନମୋହନ ଦେଇଥିଲେ ବଡ ସୂଚନା

ନିକଟରେ ତିନିଦିନ ଧରି ଦିଲ୍ଲୀରେ ବୈଠକ ପରେ ଓଡ଼ିଶା ଫେରିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ,"ବିଜେପି ରାଜ୍ଯ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଏକ ନିରନ୍ତର ପ୍ରକ୍ରିୟା । ଦଳର ନିୟମ ଅନୁସାରେ ଲଗାତର ଦୁଇଥର ଜଣେ ସଭାପତି ରହିପାରିବେ । ଦୁଇ ଥର ସଭାପତି ଦାୟିତ୍ଵରେ ରହିବା ପରେ ବ୍ରେକ ନେଇ ପୁଣି ଥରେ ସଭାପତି ହୋଇପାରିବେ । ଦଳର ସଙ୍ଗଠନ ଏନେଇ ନିଷ୍ପତ୍ତି ନେବ । " ସେହିପରି ରେସରେ ଆଗରେ ଥିବା ନେଇ ଚର୍ଚ୍ଚା ଉପରେ ସେ କହିଥିଲେ,"ଆମ ଦଳରେ କେହି ରେସରେ ନଥାନ୍ତି । ଦଳୀୟ ସଙ୍ଗଠନର ଶୀର୍ଷ ନେତୃତ୍ଵ ଏହାକୁ ନେଇ ଶେଷ ନିଷ୍ପତ୍ତି ନେବେ । ସଭାପତି କିଏ ହେବେ ସେକଥା ସ୍ଥିର ହେଲା ପରେ ଜଣାପଡିବ । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ସୁରଖୁରରେ ଚାଲିଛି । ତିନି ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ହୁଏ । ସାଙ୍ଗଠନିକ ପ୍ରକ୍ରିୟା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଠିକ ସମୟରେ ଜିଲ୍ଲା ସଭାପତି ଚୟନ ହେବେ ।"

  • ରାଜ୍ୟ ସଭାପତି ଚୟନକୁ ନେଇ ଦିଲ୍ଲୀରେ ବୈଠକ

ସେପଟେ ରାଜ୍ୟ ସଭାପତି ଚୟନକୁ ନେଇ ଦିଲ୍ଲୀରେ ରାଜ୍ୟ ନେତାଙ୍କ ବଡ଼ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଓ କୋର କମିଟିର ମାନସ ମନ୍ଥନ ହୋଇଥିଲା । ଜିଲ୍ଲା ସଭାପତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହେବା ସହ ନୂଆ ମଙ୍ଗୁଆଳ କିଏ ହେବ ତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଥିଲା ।

ଅନ୍ୟପଟେ ଗତ 15 ତାରିଖ ମଧ୍ୟରେ ବିଜେପି ଜିଲ୍ଲା ସଭାପତିଙ୍କ 50 ପ୍ରତିଶତ ନାଁ ଫାଇନାଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାପୂର୍ବରୁ ମଣ୍ଡଳ ଓ ବୁଥ ସଭାପତି ନିର୍ବାଚନ ଶେଷ ହୋଇଛି । ନିୟମ ଅନୁସାରେ 50 ପ୍ରତିଶତ ଜିଲ୍ଲା ସଭାପତି ନାଁ ଚୂଡାନ୍ତ ପରେ ରାଜ୍ୟ ସଭାପତି ବଛାଯିବ । ଏହାପରେ ନୂଆ ସଭାପତି ହେବାପରେ ଅନ୍ୟ ଜିଲ୍ଲା ସଭାପତି ଚୂଡାନ୍ତ କରିବେ । ଦଳ ଚଳିତ ଥର ସଭାପତି ପାଇଁ ବୟସ ସୀମା ମଧ୍ୟ ଧାର୍ଯ୍ୟ ହୋଇଛି । ଯେଉଁଥିରେ 35 ରୁ 45 ମଣ୍ଡଳ ସଭାପତି ଥିବାବେଳେ 45 ରୁ 60 ଜିଲ୍ଲା ସଭାପତି ପାଇଁ ବୟସ ସୀମା ଧାର୍ଯ୍ୟ କରିଛି ଦଳ । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଦଳ ତୃଣମୂଳ ସ୍ତରରୁ ନୂଆ ଟିମ ତିଆରି କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.