ଉତ୍କର୍ଷ ଓଡିଶା କନକ୍ଲେଭରେ ଓଡ଼ିଶା ନିର୍ମିତ ଲଢୁଆ ବିମାନ ସୁଖୋଇ-30 ଇଞ୍ଜିନ ପ୍ରଦର୍ଶିତ - UTKARSH ODISHA CONCLAVE EXHIBITION
🎬 Watch Now: Feature Video
Published : Jan 29, 2025, 4:15 PM IST
ଭୁବନେଶ୍ବର: ଆଜି ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡିଶା ସମ୍ମିଳନୀ’ର ଦ୍ବିତୀୟ ତଥା ଅନ୍ତିମ କାର୍ଯ୍ୟଦିବସ । କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି ଦେଶ ଓ ବିଦେଶର ବିଶିଷ୍ଟ ଉଦ୍ୟୋଗୀ । କାର୍ଯ୍ୟକ୍ରମ ସ୍ଥଳ ଜନତା ମୈଦାନରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି । ଏଥିରେ ଆତ୍ମନିର୍ଭର ଭାରତର ଦୃଷ୍ଟିଭଙ୍ଗୀକୁ ପ୍ରଦର୍ଶିତ କରାଯାଉଛି । ଏଥିରେ ସାମିଲ ହୋଇଛି ଓଡିଶା ନିର୍ମିତ ଲଢୁଆ ବିମାନ ସୁଖୋଇ-30 ର ଇଞ୍ଜିନ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ । କୋରାପୁଟ ସ୍ଥିତ ସୁନାବେଢାରେ ପ୍ରତିଷ୍ଠିତ ‘ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ’(ଏଚଏଏଲ) ଦ୍ବାରା ଏହି ଇଞ୍ଜିନ୍ ବିକଶିତ କରାଯାଇଛି । ପ୍ରାୟ 2,500 ରୁ ଅଧିକ ପ୍ରଶିକ୍ଷିତ ଜନସମ୍ବଳ ସହ ବର୍ଷକୁ ପ୍ରାୟ 30ଟି ସୁଖୋଇ ବିମାନ ଇଞ୍ଜିନ ନିର୍ମାଣ ଓ ମରାମତି କରାଯାଉଛି । ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁନ୍ଦର ମୋହନ ଜେନାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ‘ଇଟିଭି ଭାରତ’ ପ୍ରତିନିଧି ସଞ୍ଜୀବ ରାୟ ।
ଏହା ମଧ୍ୟ ପଢନ୍ତୁ:
ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଦ୍ବିତୀୟ ଦିନ; ଆଜି 30 MOU, ୩ ଲକ୍ଷ କୋଟିର ନିବେଶ
ମହିଳା ନିବେଶକଙ୍କ ପାଇଁ ଓଡ଼ିଶାରେ ଖୋଲିବ ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ସ୍ୱତନ୍ତ୍ର ସେଲ୍ :ମୁଖ୍ୟମନ୍ତ୍ରୀ
'ଆଇଟି-ଇଲେକ୍ଟ୍ରୋନିକ୍ସରେ ୨୦ ହଜାର କୋଟି ନିବେଶ', ଜାଣନ୍ତୁ କେଉଁ କମ୍ପାନୀ ସ୍ବାକ୍ଷର କଲେ ଏମଓୟୁ
ଇଟିଭି ଭାରତ, ଭୁବନେଶ୍ବର