ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ - 26TH REPUBLIC DAY
🎬 Watch Now: Feature Video
Published : Jan 26, 2025, 12:43 PM IST
ପୁରୀ: ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ସବମୁଖର ସାରା ଦେଶ । ଶିକ୍ଷାନୁଷ୍ଠାନ, ସରାକାରୀ କାର୍ଯ୍ୟାଳୟଠୁ ନେଇ ବଡ ବଡ ଅନୁଷ୍ଠାନମାନଙ୍କରେ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ନୀଳ ଆକାଶରେ ଫର ଫର ଉଡୁଛି ଜାତୀୟ ପତାକା ତ୍ରିରଙ୍ଗା । ଗଗନ ପବନରେ ଗୁଞ୍ଜରିତ ହେଉଛି 'ଜନ ଗଣ ମନ ଅଧି...' ଜାତୀୟ ସଙ୍ଗୀତଠୁ ନେଇ 'ସାରେ ଜାହାଁସେ ଅଚ୍ଛା...' ଭଳି ଦେଶଆତ୍ମବୋଧକ ସଙ୍ଗୀତ । ଦେଶର ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି । ପରେଡ, ପ୍ରଜ୍ଞାପନ ମେଢ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଛି ଭୁବନେଶ୍ୱର ଗାନ୍ଧୀ ମାର୍ଗଠୁ ନେଇ ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥ ।
ଏହାମଧ୍ୟ ପଢନ୍ତୁ...ଗାନ୍ଧୀ ମାର୍ଗରେ ଉଡିଲା ତ୍ରିରଙ୍ଗା, ପ୍ରଜ୍ଞାପନ ମେଢରେ ଉତ୍କଳୀୟ ଐତିହ୍ୟ ସଂସ୍କୃତି ଝଲକ
ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା:
ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ପୁରୀ ବେଳାଭୂମୀରେ ବାଲୁକା କଳାରେ ସାଧାରଣତନ୍ତ୍ର ଦିବସକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ନାରଙ୍ଗୀ, ଧଳା, ସବୁଜ ଓ ନୀଳ ରଙ୍ଗକୁ ବ୍ୟବହାର କରି ୭୬ ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଏଥିରେ ସେ 'ମେରା ଭାରତ ମହାନ' ମଧ୍ୟ ଲେଖିଛନ୍ତି ।
ଇଟିଭି ଭାରତ, ପୁରୀ