ETV Bharat / state

ଅଯୋଧ୍ୟାକୁ ବସ୍‌ ସେବା ସ୍ଥଗିତ କଲା OSRTC, ବୁକିଂ କରିଥିଲେ କ’ଣ କରିବେ ? - OSRTC CANCELS BUS SERVICE

ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ଗଡିବନି ଅଯୋଧ୍ୟାକୁ ସ୍ବତନ୍ତ୍ର ବସ୍‌ । ବୁକିଂ କରିଥିଲେ ଟଙ୍କା ଫେରସ୍ତ ପାଇବେ ଯାତ୍ରୀ । OSRTC ଜାରି କଲା ହେଲ୍ପ-ଲାଇନ୍‌ ନମ୍ବର ।

ମହାକୁମ୍ଭ ଅଘଟଣ ପରେ ଅଯୋଧ୍ୟାକୁ ବସ୍‌ ସେବା ସ୍ଥଗିତ କଲା OSRTC
ମହାକୁମ୍ଭ ଅଘଟଣ ପରେ ଅଯୋଧ୍ୟାକୁ ବସ୍‌ ସେବା ସ୍ଥଗିତ କଲା OSRTC (ETV Bharat Odisha)
author img

By ETV Bharat Odisha Team

Published : Jan 30, 2025, 4:02 PM IST

Updated : Jan 30, 2025, 6:35 PM IST

ଭୁବନେଶ୍ବର: ମହାକୁମ୍ଭରେ ମାତ୍ରାଧିକ ଭିଡ ଓ ଗତକାଲିର ଅଘଟଣକୁ ଦୃଷ୍ଟିରେ ରଖି ବନ୍ଦ ହେଲା ଓଡିଶାରୁ ଅଯୋଧ୍ୟାକୁ ସ୍ବତନ୍ତ୍ର ବସ୍‌ ସେବା । ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସେବାକୁ ସାମୟିକ ଭାବେ ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ଓଡିଶା ରାଜ୍ୟ ପରିବହନ ନିଗମ (OSRTC) । ଏନେଇ ସଂସ୍ଥା ନିଜ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇଛି । ସେହିପରି ଯାତ୍ରା ପାଇଁ ଅଗ୍ରୀମ ଟିକେଟ୍‌ ବୁକିଂ କରିଥିବା ଯାତ୍ରୀ ସେମାନଙ୍କର ଟଙ୍କା ଫେରାସ୍ତ ପାଇବେ । ସେମାନଙ୍କ ପାଇଁ ଏକ ହେଲ୍ପ-ଲାଇନ୍‌ ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବରରେ ସେମାନେ ଯୋଗାଯୋଗ କରି ସେମାନଙ୍କ ଟିକେଟ୍‌ ସମ୍ପର୍କିତ ସୂଚନା ଦେଇ ବୁକିଂ ରାଶି ଫେରସ୍ତ ପାଇପାରିବେ ବୋଲି OSRTC କହିଛି ।

  • ଗତକାଲି ଅଘଟଣରେ ଯାଇଛି 30 ଜୀବନ

ଗତକାଲି ମୌନି ଅମାବାସ୍ୟାରେ ଥିବା ବିଶେଷ ତିଥିରେ ବୁଡ ପକାଇବା ପାଇଁ ମହାକୁମ୍ଭରେ ପ୍ରାୟ 5 କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦଳାଚକଟାରେ 30 ଜଣଙ୍କ ମୃତ୍ୟୁ ଘଟିଛି । 60ରୁ ଅଧିକ ଶ୍ରଦ୍ଧାଳୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ବାରାଣସୀର କାଶୀ ବିଶ୍ବନାଥ ଓ ରାମ ଜନ୍ମଭୂମି ଅଯୋଧ୍ୟାରେ ମଧ୍ୟ କୁମ୍ଭ ଆରମ୍ଭରୁ ପ୍ରବଳ ଭିଡ ଲାଗି ରହିଛି । ତେଣୁ ଏବେ ଯୋଧ୍ୟାକୁ ଶ୍ରଦ୍ଧାଳୁମାନେ ନଆସିବା ପାଇଁ ଯୋଗୀ ସରକାର ପରାମର୍ଶ ଦେଇଛନ୍ତି । ଆଜି ଉତ୍ତର ପ୍ରଦେଶର ବିଭିନ୍ନ ପ୍ରବେଶ ପଏଣ୍ଟରେ ଭିଡ ନିୟନ୍ତ୍ରଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-

ମହାକୁମ୍ଭରେ ଦଳାଚକଟା ପରେ କିପରି ରହିଛି ସ୍ଥିତି? ଜାଣନ୍ତୁ

ସାମ୍ନାକୁ ଆସିଲା ମହାକୁମ୍ଭ ଦଳାଚକଟାର କାରଣ: 30 ମୃତ, 60ରୁ ଊର୍ଦ୍ଧ୍ବ ଆହତ - MAHA KUMBH STAMPEDE

କୁମ୍ଭମେଳାରେ ଦେଶର ବଡ ଅନ୍ନଛତ୍ର, ଯେଉଁଠି ଖାଆନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

କୁମ୍ଭମେଳାରେ କାମ ଦେଲା AI, ମାତ୍ର 20 ମିନିଟ୍‌ରେ ବଞ୍ଚାଇଦେଲା

  • 12 ତାରିଖରେ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ

ଚଳିତବର୍ଷ ମହାକୁମ୍ଭ ଆରମ୍ଭ ହେବା ପରେ ଓଡିଶାରୁ ସ୍ବତନ୍ତ୍ର ବସ୍‌ ଚଳାଚଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ (ଜାନୁଆରୀ) 12 ତାରିଖରେ ଏହି ବସ ସେବା ଶୁଭାରମ୍ଭ କରିଥିଲେ । ବର୍ତ୍ତମାନର ସ୍ଥିତିକୁ ଦେଖି ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଫେବୃଆରୀ 4 ତାରିଖ ପରେ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିପାରେ ପରିବହନ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2025, 6:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.