ହାଇଦ୍ରାବାଦ: ଆଜି ଦେଶ ପାଳୁଛି ମହାତ୍ମା ଗାନ୍ଧୀଙ୍କ 77ତମ ଶ୍ରାଦ୍ଧଦିବସ । ରାଷ୍ଟ୍ରପତି ଙ୍କ ଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜଘାଟରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ସାମିଲ ହୋଇଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖର ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ରାଜଘାଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ ପହଞ୍ଚି ବାପୁଙ୍କୁ ପୁଷ୍ପାଞ୍ଜଳି ଦେଇଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଡ୍ରା ସମେତ ଅନେକ ରାଜନେତା ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଦେଶ ପାଇଁ ଗାନ୍ଧୀଙ୍କ ଯୋଗଦାନ ତଥା ସତ୍ୟ ଓ ଅଂହିସା ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ମନେ ପକାଇଛନ୍ତି । 30 ଜାନୁଆରୀ 1948 ମସିହାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ।
- କିଏ କଣ ଦେଲେ ଶୁଭେଚ୍ଛା ?
ପିଏମ ମୋଦି ଏକ୍ସରେ ଲେଖିଛନ୍ତି ‘‘ପୂଜ୍ୟ ବାପୁଙ୍କୁ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି। ତାଙ୍କ ଆଦର୍ଶ ଆମକୁ ଏକ ବିକଶିତ ଭାରତ ପାଇଁ ପ୍ରେରିତ କରୁଛି । ଆମ ଦେଶ ପାଇଁ ଶହୀଦ ହୋଇଥିବା ସମସ୍ତଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନା କରୁଛି । ତାଙ୍କ ସେବା ଓ ବଳିଦାନକୁ ମୁଁ ମନେ ପକେଇବି’’ ।
Paid homage to Pujya Bapu at Rajghat earlier today. We reiterate our commitment towards realising his vision for our nation. pic.twitter.com/88gyBGN9zB
— Narendra Modi (@narendramodi) January 30, 2025
କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୋଷ୍ଟ କରିଛନ୍ତି ଯେ ‘‘ମହାତ୍ମା ଗାନ୍ଧୀ କେବଳ ଜଣେ ବ୍ୟକ୍ତି ନୁହେଁ ଭାରତର ଆତ୍ମା ଅଟନ୍ତି । ପ୍ରତି ଭାରତୀୟ ହୃଦୟରେ ସେ ଜୀବିତ ଅଛନ୍ତି । ସତ୍ୟ, ଅହିଂସା ଓ ନିଡରତା ଶକ୍ତି ବଡ ରୁ ବଡ ସାମ୍ରାଜ୍ୟର ଚେରକୁ ଦୋହଲାଇ ଦେଇପାରେ । ସମଗ୍ର ବିଶ୍ବ ଗାନ୍ଧୀଙ୍କ ଏହି ଆଦର୍ଶରୁ ପ୍ରେରଣା ନେଇଥାଏ । ଜାତୀୟ ପିତା, ମହାତ୍ମା, ଆମର ବାପୁଙ୍କୁ ଶହୀଦ ଦିବସରେ ଶତଶତ ନମସ୍କାର’’ ।
गांधी जी सिर्फ एक व्यक्ति नहीं, वह भारत की आत्मा हैं, और हर भारतीय में आज भी जीवित हैं।
— Rahul Gandhi (@RahulGandhi) January 30, 2025
सत्य, अहिंसा और निडरता की शक्ति बड़े से बड़े साम्राज्य की जड़ें हिला सकती हैं – पूरा विश्व उनके इन आदर्शों से प्रेरणा लेता है।
राष्ट्रपिता, महात्मा, हमारे बापू को उनके शहीद दिवस पर शत-शत… pic.twitter.com/bKqiIr2mFM
ଗୃହମନ୍ତ୍ରୀ ଅମିତ ଶାହା ଏକ୍ସରେ ଲେଖିଛନ୍ତି ଯେ ମୁଁ ଦେଶ ପକ୍ଷରୁ ଗାନ୍ଧୀଙ୍କ ନିକଟରେ କୃତଜ୍ଞ । ଭାରତର ସ୍ବାଧୀନତା ଆନ୍ଦୋଳନ ଅଗ୍ରଣୀ ଭୂମିକା ନେଇଥିବା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଯିଏକି ସତ୍ୟ, ଅଂହିସା ଓ ଅନ୍ୟାୟ ବିରୋଧରେ ଲଢି ଭାରତୀୟ ମୁଲ୍ୟକୁ ଦୁନିଆରେ ଲୋକପ୍ରିୟ କରିଛନ୍ତି । ସେ ଆହୁରି କହିଛନ୍ତି ମହାତ୍ମା ଗାନ୍ଧୀ ଦେଶକୁ ଏକତା ସୁତ୍ରରେ ବାନ୍ଧି ସ୍ବତନ୍ତ୍ରତା ଆନ୍ଦୋଳନକୁ ମଜବୁତ କରିଛନ୍ତି । ସ୍ବଚ୍ଛତା, ଆତ୍ମନିର୍ଭରତା ଓ ଗ୍ରାମୀଣ ଭାରତକୁ ସଶକ୍ତିକରଣ ପ୍ରତି ତାଙ୍କ ବିଚାର ଦେଶବାସୀଙ୍କୁ ପ୍ରେରିତ କରିବ ।
सत्य, अहिंसा और अन्याय के ख़िलाफ़ संघर्ष के भारतीय मूल्यों को पूरी दुनिया में लोकप्रिय बनाने वाले, भारतीय स्वतंत्रता आंदोलन के अग्रणी पुरुष महात्मा गाँधी जी को उनकी पुण्यतिथि पर कृतज्ञ राष्ट्र की ओर से वंदन करता हूँ।
— Amit Shah (@AmitShah) January 30, 2025
महात्मा गाँधी जी ने देश को एकता के सूत्र में बाँधकर आज़ादी के… pic.twitter.com/FsXJilTyFL
କେନ୍ଦ୍ରମନ୍ତ୍ରୀ କିରେନ ରିଜଜୁ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଶିକ୍ଷାକୁ ମନେପକାଇ କହିଛନ୍ତି ସତ୍ୟ, ଅହିଂସା ଓ ସଦଭାବର ପୂଜାରୀ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ! ବ୍ରିଟିଶ ଉପନିବେଶବାଦ ବିରୋଧରେ ଲୋକଙ୍କୁ ପ୍ରେରିତ କରି ସ୍ବାଧୀନତା ସଂଗ୍ରାମ ମଞ୍ଜି ସେ ବୁଣିଥିଲେ । ମହାତ୍ମା ସମଗ୍ର ଦୁନିଆକୁ ମାନବତା ଓ ନୈତିକତାର ଶିକ୍ଷା ଦେଇଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ‘‘ସ୍ବତନ୍ତ୍ରତା ଆନ୍ଦୋଳନର ମହାନ ନେତା, ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି’’ ଦେଇଛନ୍ତି ।
ମହାତ୍ମାଙ୍କ ପୁଣ୍ୟତିଥିରେ ଆଜି ଦେଶ ପାଳୁଛି ଶହୀଦ ଦିବସ । ସେ ଶହୀଦ ହୋଇଯାଇଛନ୍ତି ସତ କିନ୍ତୁ ତାଙ୍କ ଚିନ୍ତାଧାରା ଆଗାମୀ ପିଢିକୁ ପ୍ରେରଣା ଯୋଗାଇ ଆସୁଛି । ଜାତିର ପିତାଙ୍କୁ ସବୁଦିନ ପାଇଁ ଦେଶ ସହ ଯୋଡି ରଖିବାକୁ କେତେକ ଅଡିଓବୁକ ଓ ଫିଲ୍ମ ମଧ୍ୟ ରିଲିଜ କରାଯାଇଛି।
President Droupadi Murmu paid homage to Mahatma Gandhi on his 77th death anniversary and attended a Sarva Dharma Prarthana at Rajghat, New Delhi. pic.twitter.com/m8MF4O0SZg
— President of India (@rashtrapatibhvn) January 30, 2025
ଏହା ମଧ୍ୟ ପଢନ୍ତୁ 9.43 କୋଟିରେ ପହଞ୍ଚିଲା ଇନାଡୁ ଫ୍ଲଡ୍ ରିଲିଫ୍ ଫଣ୍ଡ, ଖୁବଶୀଘ୍ର ପୁନଃଥଇଥାନ କାର୍ଯ୍ୟକ୍ରମ
ଏହା ମଧ୍ୟ ପଢନ୍ତୁ ମହାକୁମ୍ଭ ମେଳା: ଡ୍ୟୁଟିରେ ଥିବା ସବଇନ୍ସପେକ୍ଟରଙ୍କ ମୃତ୍ୟୁ
- ‘‘ଦ ଷ୍ଟୋରୀ ଅଫ ମାଇଁ ଏକ୍ସପେରିମେଣ୍ଟସ ଟ୍ରୁଥ’’
ମୋହନଦାସ ଗାନ୍ଧୀଙ୍କ ଅଟୋବାୟୋଗ୍ରାଫି ‘‘ଦ ଷ୍ଟୋରୀ ଅଫ ମାଇଁ ଏକ୍ସପେରିମେଣ୍ଟସ ଟ୍ରୁଥ’’ ରେ ତାଙ୍କ ଅହିଂସା ଯାତ୍ରା ଓ ଜୀବନକୁ ଦର୍ଶାଯାଇଛି । ପ୍ରତିବର୍ଷ ବିଶ୍ବରେ ସର୍ବାଧିକ ବିକ୍ରି ହେଉଥିବା ବହି ମଧ୍ୟରେ ଏହା ଗୋଟିଏ । କିଭଳି ତାଙ୍କ ବିଚାରଧାରା ଜଣେ ସାଧାରଣ ମଣିଷରୁ ଦେଶର ମହାତ୍ମା କରାଇ ପାରିଲା ତାଙ୍କ ଅଟୋବାୟୋଗ୍ରାଫ୍ରିରେ ଏହା ବର୍ଣ୍ଣିତ । ଏହି ଅଡିଓବୁକର 5ଟି ଭାଗ ରହିଛି ।
- ମହାତ୍ମା ଗାନ୍ଧୀ: ଦ ଫାଦର ଅଫ ନେସନ୍
ସୁଭଦ୍ରା ସେନ ଗୁପ୍ତାଙ୍କ ବହିରେ ମହାତ୍ମାଙ୍କ କାହାଣୀ ରହିଛି । ଇତିହାସରେ କ୍ରାନ୍ତି ଆଣିବା ପାଇଁ ଯିଏକି ସତ୍ୟର ଶକ୍ତିକୁ ଉପଯୋଗ କରିଥିଲେ । ଗାନ୍ଧୀ ଏଭଳି ଏକ ଉଲ୍ଲେଖନୀୟ ବ୍ୟକ୍ତି ଥିଲେ ଯିଏକି ଉପବାସ ମାଧ୍ୟମରେ ନ୍ୟାୟ ପାଇଁ ଲଢେଇ କରୁଥିଲେ । ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁସ୍ତକ ମାଧ୍ୟମରେ ଜୀବନ୍ତ କରିଛନ୍ତି ସୁଭଦ୍ରା ସେନଗୁପ୍ତା । ସାଧାରଣ ହାତ ତିଆରି ପୋଷାକ, ଲୁଣ ରହିତ ଖାଦ୍ୟ ଆଉ େଭଳି ବ୍ୟକ୍ତି ଯିଏ କି ରାଜା ଠୁ ନେଇ ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସମାନ ବ୍ୟବହାର କରୁଥିଲେ । ସତ୍ୟ ଓ ଶାନ୍ତିର ସନ୍ଧାନରେ ନିଜ ଜୀବନକୁ ସମର୍ପିତ କରିଥିବା ଗାନ୍ଧୀଙ୍କ ଜୀବନୀ ଏଥିରେ ପ୍ରକାଶ କରାଯାଇଛି ।
- ହିନ୍ଦ ସ୍ବରାଜ
1909 ମସିହାରେ ମହାତ୍ମା ଗାନ୍ଧୀ ଲେଖିଥିଲେ ହିନ୍ଦ ସ୍ବରାଜ । ଏହି ବହିରେ ଗାନ୍ଧୀ ସ୍ବାଧୀନତାର ପାରମ୍ପରିକ ମତ, ଦେଶରୁ ପାଶ୍ଚାତ୍ୟ ସଭ୍ୟତାକୁ ବାଦ୍ ଦେବା ପାଇଁ ଯୁକ୍ତି ରଖାଯାଇଥିଲା । ସ୍ବଦେଶୀ ସଭ୍ୟତାକୁ ଆପଣାଇବା ସହ ପ୍ରେମ ମାଧ୍ୟମରେ ହିଂସାକୁ ପରାଜୟ କରିବାର ମୂଳମନ୍ତ୍ର ଦେଇଥିଲେ ଗାନ୍ଧୀ ।
- ହେ ରାମ
କେବଳ ପୁସ୍ତକ ନୁହେଁ ଫିଲ୍ମ ମାଧ୍ୟମରେ ବି ମହାତ୍ମା ଗାନ୍ଧୀଙ୍କ ବିଷୟ ଉଲ୍ଲେଖ କରାଯାଇଛି । ଏମିତି ଏକ ଚଳଚ୍ଚିତ୍ର ଆସିଥିଲା ହେ ରାମ । କଲିକତା ଦଙ୍ଗାରେ ସକେତ ରାମ (କମଲ ହାସନ)ଙ୍କ ସ୍ତ୍ରୀ ଅପର୍ଣ୍ଣା (ରାନୀ ମୁଖାର୍ଜୀ)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଫିଲ୍ମରେ ଦର୍ଶାଯାଇଥିଲା । ଗାନ୍ଧୀ ଏବଂ ତାଙ୍କ ନୀତି ଯୋଗୁଁ ପତ୍ନୀଙ୍କୁ ହତ୍ୟା କରାଯାଇଥିଲା ବୋଲି ସକେତ ଭାବିଥିଲା । ଏହାପରେ ଦୁଃଖ ଓ କ୍ରୋଧର ବଶବର୍ତ୍ତୀ ହୋଇ ମହାତ୍ମାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ଏହି ଫିଲ୍ମ ତିନୋଟି ଜାତୀୟ ପୁରସ୍କାର ଜିତିଥିଲା ।
- ମୈନେ ଗାନ୍ଧୀ କୋ ନେହିଁ ମାରା
ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଉତ୍ତମ ଚୌଧୁରୀହ୍କ ମାନସିକ ରୋଗ ପାଇଁ ତାଙ୍କୁ ଲାଗୁଥିଲା ସେ ହିଁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଛନ୍ତି । ଖବର କାଗଜରେ ଗାନ୍ଧୀଙ୍କ ଫଟୋ ଦେଖି ସେ ସବୁବେଳେ ମୈନେ ଗାନ୍ଧୀ କୋ ନେହିଁ ମାରା କହିଆସୁଥିଲେ । ଏହି ରୋଗରୁ ସୁସ୍ଥ ହେବା ପାଇଁ ଝିଅ ତାଙ୍କୁ ସାହାଯ୍ୟ କରିଥିଲେ । ଫିଲ୍ମରେ ଅନୁପମ ଖୈର ଓ ଉର୍ମିଲାଙ୍କ ଚରିତ୍ରକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।
- ଗାନ୍ଧୀ
1982ରେ ନିର୍ମିତ ଗାନ୍ଧୀ ଚଳଚ୍ଚିତ୍ର ଲୋକପ୍ରିୟ ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କ ବାସ୍ତବିକ ଜୀବନ ଉପରେ ଆଧାରିତ ଥିଲା । ଫିଲ୍ମର ନିର୍ଦ୍ଦେଶନା ରିଚାର୍ଡ ଏଟନବରୋ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ବେନ କିଙ୍ଗସଲେ ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ ପାଇଁ ଉଭୟଙ୍କୁ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଭାରତ ଏବଂ ୟୁନାଇଟେଡ କିଙ୍ଗଡମ ଫିଲ୍ମ ନିର୍ମାତା କମ୍ପାନୀଙ୍କ ଦ୍ବାରା ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ଫିଲ୍ମଟି ସର୍ବମୋଟ 8ଟି ପୁରସ୍କାର ଜିତିଥିଲା ।
- ଅହିଂସା ନୀତି
ଅହିଂସା ନୀତି ପାଇଁ ଇତିହାସରେ ସବୁବେଳେ ମନେ ରହିବେ ମହାତ୍ମା ଗାନ୍ଧୀ । ସତ୍ୟାଗ୍ରହ, ଅହିଂସା ଆନ୍ଦୋଳନ ଯୋଗୁଁ ଆଧୁନିକ ଇତିହାସର ନକ୍ସା ବଦଳାଇ ଦେଇଥିଲେ ଗାନ୍ଧୀ । ଅହିଂସାକୁ ଗୁରୁତ୍ବ ଓ ଆମରଣ ଅନଶନ ବ୍ରିଟିଶଙ୍କ ବିରୋଧରେ ତାଙ୍କର ବଡ ଅସ୍ତ୍ର ଥିଲା ।
- ଖଦି
ଖଦିର ପ୍ରଚାର ପ୍ରସାର ପାଇଁ ମୁଖ୍ୟ ଭୂମିକା ନେଇଥିଲେ ମହାତ୍ମା ଗାନ୍ଧୀ । ହାତ ତିଆରି ସୂତାରେ ପୋଷାକ ପିନ୍ଧି ଭାରତର ଅର୍ଥନୀତିକୁ ସୁଦୃଢ କରିବାକୁ ଆହ୍ବାନ ଦେଇଥିଲେ ଗାନ୍ଧୀ । ଭାରତ 1.52 କୋଟି ଟଙ୍କାର ଖଦି ସାମଗ୍ରୀ ବ୍ୟବସାୟ କରିଥିବା ସୂଚନା ଓ ପ୍ରସାରଣ ବିଭାଗ ଗାନ୍ଧୀ ଜୟନ୍ତୀରେ ସୂଚନା ଦେଇଥିଲା ।
- ସ୍ବଚ୍ଛତା
ସବୁବେଳେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଉଥିଲେ ମହାତ୍ମା ଗାନ୍ଧୀ । ଦେଶ ଗଠନରେ ମହାତ୍ମାଙ୍କ ସ୍ବଚ୍ଛ ନୀତି ସହାୟକ ହେବ ବୋଲି ଭାରତ ସରକାର 2014ରେ ସ୍ବଚ୍ଛ ଭାରତ ଅଭିଯାନ ଲଞ୍ଚ୍ କରିଥିଲେ ।