ETV Bharat / state

୩୬ ସେକେଣ୍ଡରେ ୫୧ଟି ଓଡ଼ିଶୀ ନୃତ୍ୟ ମୁଦ୍ରା, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କୁନି ଝିଅ ରୀତିକା ପ୍ରିୟଦର୍ଶିନୀ - India Book Of Records

author img

By ETV Bharat Odisha Team

Published : Sep 8, 2024, 9:24 PM IST

Fastest Child To Perform Odissi Dance Mudras: ମାତ୍ର ୩୬ ସେକେଣ୍ଡରେ ୫୧ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ୬ ବର୍ଷର ଝିଅ ରୀତିକା ପ୍ରିୟଦର୍ଶିନୀ । ଅଧିକ ପଢ଼ନ୍ତୁ

INDIA BOOK OF RECORDS
INDIA BOOK OF RECORDS (ETV Bharat Odisha)

ପୁରୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପୁରୀର ଝିଅ ରୀତିକା ପ୍ରିୟଦର୍ଶିନୀ । ମାତ୍ର ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରାକୁ ପ୍ରଦର୍ଶିତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ରୀତିକା । ଗୋଟିଏ ମିନିଟ୍ ଭିତରେ ୫୧ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶିତ କରିବା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ସମୟ ଅବଧି ଦିଆଯାଇଥିବା ବେଳେ ରୀତିକା ମାତ୍ର ୩୬ ସେକେଣ୍ଡରେ ୫୧ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ମେଡାଲ୍ ଏବଂ ସାର୍ଟିଫିକେଟ ହାସଲ କରିଛନ୍ତି । ମାତ୍ର ୬ ବର୍ଷ ବୟସରେ ରୀତିକା ପ୍ରିୟଦର୍ଶିନୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ନେଇ ରୀତିକାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି ।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ:

ପୁରୀ ବାଲିସାହି ବାସିନ୍ଦା ରବିନ୍ଦ୍ର ମାଲୁ ଏବଂ ଅଙ୍କିତା ମୁଦଲୀଙ୍କ ଝିଅ ହେଉଛନ୍ତି ରୀତିକା ପ୍ରିୟଦର୍ଶିନୀ । ରୀତିକା ହରଚଣ୍ଡୀ ସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ବିତୀୟ ଶ୍ରେଣୀର ଛାତ୍ରୀ । ରୀତିକା ପ୍ରିୟଦର୍ଶିନୀ ଜଣେ ମେଧାବୀ ଛାତ୍ରୀ ଭାବେ ବେଶ୍ ପରିଚିତ । ତେବେ ରୀତିକା ପ୍ରିୟଦର୍ଶିନୀ ମାତ୍ର ଚାରିବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ମାତ୍ର ୬ ବର୍ଷ ବୟସରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରାକୁ ମାତ୍ର ୩୬ ସେକେଣ୍ଡରେ ପ୍ରଦର୍ଶିତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପୁରୀ ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

ରୀତିକାଙ୍କ ପାଇଁ ଗର୍ବୀତ ପରିବାର ଲୋକ:

ପୁରୀର ପାରମ୍ପରିକ ପ୍ରସିଦ୍ଧ ପର୍ବ ସାହିଯାତ ଏବଂ ମହାପ୍ରଭୁଙ୍କ ରଥଯାତ୍ରାରେ ରୀତିକା ବିଭିନ୍ନ ପାରମ୍ପାରିକ ନୃତ୍ୟ ପରିବେଷଣ କରିଥାନ୍ତି । କୁନି ଝିଅ ରୀତିକା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ନେଇ ବେଶ୍ ଗର୍ବିତ ଥିବା କହିଛନ୍ତି ତାଙ୍କ ପରିବାର ଲୋକେ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି କୁନି ଝିଅ ରୀତିକା ପ୍ରିୟଦର୍ଶିନୀ ମଧ୍ୟ ବିଭିନ୍ନ କ୍ଷେତ୍ରରେ ବେଶ୍ ସଫଳତା ଅର୍ଜନ କରିଚାଲିଥିବା ବେଳେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି । ତେବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ରୀତିକା ସ୍ଥାନ ପାଇବା ପରେ ସମସ୍ତଙ୍କର ଆଶା ରହିଛି ଆଗାମୀ ଦିନରେ ରୀତିକା ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜଣେ ସଫଳ ନୃତ୍ୟଶିଳ୍ପୀ ହୋଇ ଓଡ଼ିଶାର ଗୌରବ ଆଣିବେ ।

ଏହା ମଧ୍ୟ ପଢ଼ନ୍ତୁ...Wonder Boy: ବୟସ ୪ ମୁହେଁ ମୁହେଁ ସବୁ ମୁଖସ୍ତ, 39 ସେକେଣ୍ଡରେ 48ଟି ଦେଶର ରାଜଧାନୀ ନାଁ କହି ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସ୍‌ - International Book Of Records

୩୬ ସେକେଣ୍ଡରେ ୫୧ଟି ଓଡ଼ିଶୀ ମୁଦ୍ରା :

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ କୁନି ଝିଅ ରୀତିକା ପ୍ରିୟଦର୍ଶିନୀ କହିଛନ୍ତି, "ଏହି ସଫଳତା ପାଇବା ପରେ ମୋତେ ବହୁତ ଖୁସି ଲାଗୁଛି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଓଡ଼ିଶୀ ନୃତ୍ୟକୁ ନେଇ ସ୍ଥାନ ପାଇବା ପରେ ମତେ ଏକ ମେଡାଲ, ରେକର୍ଡ ପାଇଁ ସାର୍ଟିଫିକେଟ ଓ ରେକର୍ଡ କରିଥିବା ବହି ମିଳଛି । ମୁଁ ୩୬ ସେକେଣ୍ଡରେ ୫୧ ଟି ଓଡ଼ିଶୀ ମୁଦ୍ରା କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଛି ।"

ଏହା ମଧ୍ୟ ପଢ଼ନ୍ତୁ...ମଞ୍ଜିରେ ତିନି ଠାକୁରଙ୍କ ଚିତ୍ର, ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସ୍ମୃତି ରେଖା ନାୟକ - IBR achiever Smruti Rekha Nayak

ରୀତିକାଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିବି:

ସେପଟେ ରୀତିକାଙ୍କ ମା' ଅଙ୍କିତା ମୁଦଲି କହିଛନ୍ତି, "ରିତିକା ମାତ୍ର ୩୬ ସେକେଣ୍ଡରେ ଓଡିଶୀ ନୃତ୍ୟର ୫୧ଟି ମୁଦ୍ରା ପ୍ରଦର୍ଶିତ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହା ବେଶ୍ ଗର୍ବର ବିଷୟ। । ରୀତିକା ନୃତ୍ୟ ହେଉ କି ପାଠପଢା ସବୁଥିରେ ବେଶ୍ ପାରଙ୍ଗମ । ସେ ସବୁ କଥା ଶୀଘ୍ର ମନେରଖେ । ରୀତିକାଙ୍କ ଏହି ସଫଳତା ପାଇଁ ମୁଁ ବହୁତ ଖୁସି ଅଛି । ଆଗାମୀ ଦିନରେ ରୀତିକା କିଭଳି ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବରେ ରାଜ୍ୟର ଗୌରବ ଆଣିପାରିବେ ସେ ଦିଗରେ ରୀତିକାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବି ।"
ଏହା ମଧ୍ୟ ପଢ଼ନ୍ତୁ...ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର ଆରାଧ୍ୟା ସାମଲ - IBR achiever Aaradhya Samal
ନୃତ୍ୟ ସହ ପାଠରେ ବି ପାରଙ୍ଗମ:

ରିତିକାଙ୍କ ମାଇଁ ଅର୍ଚ୍ଚନା ମୁଦଲି କହିଛନ୍ତି, "ରୀତିକା ମାତ୍ର ୪ ବର୍ଷ ବୟସରୁ ନୃତ୍ୟ ଶିକ୍ଷା କରିଥିଲେ । ପୁରୀର ପ୍ରସିଦ୍ଧ ସହିଯାତ ମେଢ଼ ନୃତ୍ୟ ମଧ୍ୟ ପରିବେଷଣ କରିଛନ୍ତି । ନୃତ୍ୟ ପ୍ରତି ରୀତିକାଙ୍କ ବହୁତ ଆଗ୍ରହ ରହିଛି । ସ୍କୁଲ ହେଉ ଅବା ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମରେ ରିତିକା ନୃତ୍ୟ ପରିବେଷଣ କରି ଅନେକ ପୁରସ୍କାର ପାଇଛନ୍ତି । କେବଳ ନୃତ୍ୟ ନୁହେଁ ପାଠ ପଢାରେ ମଧ୍ୟ ରୀତିକା ଅନେକ ସଫଳତା ପାଇଛନ୍ତି । ଇଣ୍ଡିଆ ବୁକ ଅଫ ରେକର୍ଡ ଆଗାମୀ ଦିନ ରୀତିକାଙ୍କ ପାଇଁ ବେଶ୍ ଉତ୍ସାହ ଦେବ । ରୀତିକା ଆଗାମୀ ଦିନରେ କିଭଳି ଜଣେ ସଫଳ ନୃତ୍ୟ ଶିଳ୍ପୀ ହୋଇ ପାରିବେ ସେନେଇ ଆମେ ସବୁ ପ୍ରକାର ସହଯୋଗ କରିବୁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.