ETV Bharat / bharat

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି ହେବେ ମାଲାମାଲ, ଏମାନେ ରୁହନ୍ତୁ ସତର୍କ - Daily Horoscope

author img

By ETV Bharat Odisha Team

Published : Sep 9, 2024, 12:00 AM IST

Ajira Rashifal: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ଧନପ୍ରାପ୍ତି ଯୋଗ । କେଉଁ ରାଶିର ବ୍ୟକ୍ତି ହେବେ ଖର୍ଚ୍ଚାନ୍ତ । କେଉଁମାନଙ୍କୁ ମିଳିବ ସୁସମ୍ବାଦ ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ
ଆଜିର ରାଶିଫଳ (ETV Bharat Odisha)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ଆପଣ ନିଜର ବାର୍ତ୍ତାଳାପରେ ସଂଜମତା ରକ୍ଷା ନକଲେ ଲୋକଙ୍କ ମନରେ ଆଘାତ ଦେଇପାରନ୍ତି କିମ୍ଵା ସେମାନଙ୍କ ଚିନ୍ତାଧାରାକୁ ଅବମାନନା କରିପାରନ୍ତି । ଆପଣ ଯଦି ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ମନରେ ସ୍ଥିର କରିଛନ୍ତି, ତାହେଲେ ତାକୁ ସ୍ଥଗିତ ରଖନ୍ତୁ । ଆଜି ଆପଣ କୌଣସି ଯାତ୍ରାରେ ବାହାରନ୍ତୁ ନାହିଁ । ଦିନର ପ୍ରଥମାର୍ଦ୍ଧରେ ଆପଣଙ୍କ ପାଇଁ ଆଦୌ ଶୁଭଙ୍କର ରହିବ ନାହିଁ । ମଧ୍ୟାହ୍ନ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବ । ସନ୍ଧ୍ୟା ସମୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ଯିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ: ଆଜି ଦିନଟିରେ ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । କିଛି ବନ୍ଧୁବାନ୍ଧବ ଆପଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି । ଏହା ଫଳରେ ଆପଣଙ୍କ ଘରେ ଏକ ଖୁସିବାସିର ଆସର ଜମିପାରେ । ବାହାରକୁ ପରିଭ୍ରମଣରେ ଯିବାପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ବିଦେଶରେ ରହୁଥିବା ଆପଣଙ୍କର ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଆଜି ଦିନଟି ଆମୋଦପ୍ରମୋଦରେ କଟିପାରେ । ଦିନର ଶେଷାର୍ଦ୍ଧରେ ଅର୍ଥାଗମର ଶୁଭ ସୂଚନ ମିଳୁଛି ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ଅଟେ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ମନେହେବ । ବୃତ୍ତିଗତ ଜୀବନରେ ଆପଣ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ପାରିବେ ଏବଂ ଏଥିପାଇଁ ପ୍ରଶଂସିତ ହେବେ । ଆଜି ଅର୍ଥଲାଭ ହେବ ମାତ୍ର ଏହା ସଙ୍ଗେସଙ୍ଗେ ଖର୍ଚ୍ଚର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ଆପଣ ଅଯଥାରେ ଏହି ଖର୍ଚ୍ଚ କରିନଥିବେ ବରଂ ନିଜ ପାଇଁ କରିବେ । ଆଜି ଆପଣ କୌଣସି କାରଣରୁ ଉତ୍ତେଜିତ କିମ୍ଵା କ୍ରୋଧାନ୍ୱିତ ହୋଇପାରନ୍ତି । ଆପଣ ନିଜର ବାର୍ତ୍ତାଳାପରେ ସଂଯମତା ରକ୍ଷାକଲେ କ୍ରୋଧକୁ ନିୟନ୍ତ୍ରଣ କରିପାରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଆଜି ଆପଣ ଶାଶ୍ୱତ ଓ ଆଶାଵାଦୀ ହେବେ । ଆପଣଙ୍କର ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସନ୍ଧ୍ୟାରେ ପରିଵାର ସଦସ୍ୟଙ୍କ ସହିତ ସମୟ ବିତାଇ ଆନନ୍ଦଲାଭ କରିବେ । ନିଜ ପରିଵାରର ମୂଲ୍ୟବୋଧ ଓ ପରିକଳ୍ପନା ପାଇଁ ଆପଣଙ୍କର ସମ୍ମାନ ବଢ଼ିବ ଓ ଆପଣ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଚେଷ୍ଟା କରିବେ । କର୍ମ ଚଞ୍ଚଳ ହେବେ । ବ୍ୟବସାୟରେ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: ଆଜି ଦିନଟି ସେତେଟା ଶୁଭଫଳ ପ୍ରଦାନ କରିବ ନାହିଁ । ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି, ମାତ୍ର ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଝଗଡା ମଧ୍ୟ ହୋଇପାରେ । ଏଥିପାଇଁ ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଏବଂ ସରକାରୀ କାର୍ଯ୍ୟ କଲାବେଳେ ଅତ୍ୟଧିକ ସତର୍କତା ଅବଲମ୍ଵନ କରନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ । ଆପଣଙ୍କ ଭାଇଭଉଣୀ ଆପଣଙ୍କ ବ୍ୟକ୍ତିତ୍ୱର ଭଲପାଇବା ଦିଗରୁ ଆପଣଙ୍କୁ ଦେଖିପାରନ୍ତି । ତେଣୁ ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆଜି ବନ୍ଧୁମିଳନ ଘଟିପାରେ । ଆପଣ ଯେଉଁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ସହ ଆତ୍ମୀୟତା ଆହୁରି ଗଭୀର ହୋଇପାରେ । ଅଫିସରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ସାରିବେ । ଅର୍ଥଲାଭ ହେବାର ସୁବର୍ଣ୍ଣ ସୁଯୋଗ ମିଳିପାରେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ଆପଣ ଆଜି କୌଣସି ସିଦ୍ଧାନ୍ତରେ ଉପନିତ ହେବା ଅତ୍ୟନ୍ତ କଷ୍ଟକର ହେବ । ତେଣୁ ଆପଣଙ୍କୁ ଧୀରସ୍ଥିତ ଚିତ୍ତରେ ଅପେକ୍ଷା କରିବାକୁ ପଡିବ । ମାତ୍ର ଯଦି ଆପଣ ଚେଷ୍ଟାକରି ନିଜର ମନୋବୃତ୍ତିକୁ ବଦଳାଇ ପାରୁନାହାନ୍ତି, ଏବଂ ଆପଣ ଭାବୁଛନ୍ତି ଯେ, ଆପଣଙ୍କ ବିଶ୍ୱାସରେ ତ୍ରୁଟି ରହିଛି, ତାହାହେଲେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଆଦୌ ନିଅନ୍ତୁ ନାହିଁ । ପାରିବାରିକ ଜୀବନରେ ଆପଣ ଜିଦଖୋର ଏବଂ କଠୋର ସ୍ୱଭାବକୁ ପରିତ୍ୟାଗ କରି ଶାନ୍ତ ଓ ନମ୍ର ହୁଅନ୍ତୁ । ଆପଣ ନିଜର ଚଳଣୀକୁ ପରିବର୍ତ୍ତନ କରିପାରିଲେ ପରିବାରରେ କୌଣସି ସମସ୍ୟା ରହିବନାହିଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣ ନିଜର ମେଳାପୀ ଓ ସ୍ନେହୀ ପ୍ରକୃତି ଯୋଗୁଁ ପ୍ରିୟଜନ ଓ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ । ଅଟକିଥିବା କାର୍ଯ୍ୟ ସମାପ୍ତ ହେବ । ହସଖୁସିରେ ସମୟ ବିତାଇବା ପାଇଁ ଏକ ପରିଭ୍ରମଣର ଆୟୋଜନ ଆଜି ହିଁ କରିବେ । ଦିବସର ଶେଷାର୍ଦ୍ଧରେ ଏକ ଖୁସି ଖବର ପାଇ ଆନନ୍ଦିତ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ସେତଟା ଶୁଭଦାୟକ ନୁହେଁ । ଆଜି ଆପଣ ନିଜର ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ତେଣୁ ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପରେ ସଂଯମତା ରକ୍ଷା କରନ୍ତୁ । ଧୀରେ ସୁସ୍ଥେ ଗାଡି ଚଳାନ୍ତୁ ନଚେତ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ । ପ୍ରଥମରୁ ଦିନଟି ଭଲରେ କଟିଲେ ଶେଷାର୍ଦ୍ଧରେ ମଧ୍ୟ ଭଲରେ କଟିବ । ମାତ୍ର ଦୁର୍ଭାଗ୍ୟ ବଶତଃ ଆପଣଙ୍କ କ୍ଷେତ୍ରରେ ତାହା ଘଟିବ ନାହିଁ । ତେଣୁ ସତର୍କତା ଅବଲମ୍ଵନ କରନ୍ତୁ । ଆପଣଙ୍କ ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟକ ଅଟେ । ଆଜି ଦିନରେ ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସଙ୍ଗେ ମୌଜ ମଜଲିସରେ ସମୟ କାଟିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ବିବାହ ପାଇଁ ଜୀବନସାଥୀ ଖୋଜୁଥିବା ଯୁବକ ଯୁବତୀମାନଙ୍କୁ ଆଜି ସୁସମ୍ବାଦ ମିଳିବ । ଦିନଟିକୁ ମଧୁରମୟ କରିବାକୁ ଆପଣ ଚାହୁଁଥିଲେ ଏକ ବିଳାସପୂର୍ଣ୍ଣ ପରିଭ୍ରମଣର ଯୋଜନା କରନ୍ତୁ । ଅପ୍ରତ୍ୟାଶିତ ଭାବେ ଏକ ଶୁଭ କର୍ମକୁ ଧୁମଧାମରେ ପାଳନ କରିବାପାଇଁ ନିଜେ ଆଗରୁ ପ୍ରସ୍ତୁତ ରୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ ଅଟେ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ୟଥେଷ୍ଟ ସମ୍ଭାବନା ଅଛି । ବ୍ୟକ୍ତିଗତ ଜୀବନରେ ଆପଣ ଦିନତମାମ ପ୍ରଫୁଲ୍ଳ ରହିବେ । ଅର୍ଥ ଲାଭର ସମ୍ଭାବନା ଅଛି । ଗୁରୁଜନମାନଙ୍କର ଆଶୀର୍ବାଦ ଆପଣଙ୍କୁ ଖୁସି କରାଇବ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ସେତେଟା ଶୁଭଦାୟକ ନୁହେଁ । ମାତ୍ର ଆଜି ସନ୍ଧ୍ୟାଟି ମଧୁମୟ ହେବ । ବିଶ୍ରାମହୀନ, ଶିଥିଳତା ଏବଂ ଉତ୍କଣ୍ଠିତ ହୋଇ ଦିନଟିକୁ ଅଶାନ୍ତ କରନ୍ତୁ ନାହିଁ । ଯଥା ସମ୍ଭବ ନିଜେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାର ଆପଣଙ୍କ ମାନସିକ ଶାନ୍ତି ଫେରିଆସିବା ସହିତ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆପଣ ଉପକୃତ ହେବେ । ବୃତ୍ତିଗତ ଜୀବନରେ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ଏପରିକି ଆପଣଙ୍କ ଗୋଟିଏ ସାମାନ୍ୟ ତ୍ରୁଟି ପାଇଁ ଗାଳି ଶୁଣିବାକୁ ପଡିପାରେ । ସିଦ୍ଧାନ୍ତ ନେବା ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ । କୌଣସି ଅତ୍ୟନ୍ତ ଜରୁରୀ ସିଦ୍ଧାନ୍ତକୁ ସେତେ ଗୁରୁତ୍ୱ ଦିଅନ୍ତୁ ନାହିଁ । ପରିବାରରେ ଆପଣଙ୍କ ସନ୍ତାନସନ୍ତତିଙ୍କ ଚିନ୍ତାରେ ବ୍ୟସ୍ତ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.