ETV Bharat / technology

Tri Foldable smartphone: 3 ଫୋଲ୍ଡେବଲ ଫୋନ ଆଣୁଛି ଏହି କମ୍ପାନୀ, ବିଶ୍ବରେ ପ୍ରଥମ - World First Tri Foldable Smartphone

author img

By ETV Bharat Tech Team

Published : Sep 7, 2024, 11:18 AM IST

Tri Fold Smartphone: ବିଶ୍ବର ପ୍ରଥମ 3 ଫୋଲ୍ଡେବଲ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ଏହାର ନାମ ରଖାଯାଇଛି 'Huawei Mate XT' । ତେବେ ଏହାର ଦାମ କେତେ ଓ କଣ ଅତ୍ୟାଧୁନିକ ଫିଚର୍ସ ରହିଛି ? ଆସନ୍ତୁ ଜାଣିବା...

Worlds first tri foldable smartphone
Worlds first tri foldable smartphone (Huawei)

ହାଇଦ୍ରାବାଦ: ବର୍ତ୍ତମାନ ମାର୍କେଟରେ ଫୋଲ୍ଡେବଲ ସ୍ମାର୍ଟଫୋନର କ୍ରେଜ ବଢିବାରେ ଲାଗିଛି । ଏଣୁ ମୋବାଇଲ ନିର୍ମାତା କମ୍ପାନୀଗୁଡ଼ିକ ଏହି ଫୋନର ବଜାର ପ୍ରବେଶ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଏହା ଦେଖିବାକୁ ଷ୍ଟାଇଲିସ ଲାଗୁଥିବା ବେଳେ ଏକ ବଡ଼ ସ୍କ୍ରିନ ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରୁଛି । ତେବେ ଏବେ ବଜାରକୁ ଆସିବାକୁ ଯାଉଥିବା ଥ୍ରି ଫୋଲ୍ଡେବଲ ସ୍ମାର୍ଟଫୋନ । ଏହା ଗ୍ରାହକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବିକଶିତ କରାଯାଇଥିବା ବେଳେ ଖୁବଶୀଘ୍ର ଏହାର ବଜାର ପ୍ରବେଶ ହେବାକୁ ଯାଉଛି ।

ଚାଇନିଜ କମ୍ପାନୀ ହୁୱାଇ (Huawei) ବିଶ୍ବର ପ୍ରଥମ ଟ୍ରାଇ-ଫୋଲ୍ଡେବଲ ମୋବାଇଲ ଆଣିବାକୁ ଯାଉଛି । କମ୍ପାନୀର ସିଇଓ ରିଚାର୍ଡଙ୍କ କହିବାନୁସାରେ, ଏହି ସ୍ମାର୍ଟଫୋନ 'Huawei Mate XT' ନାମରେ ବଜାର ପ୍ରବେଶ କରିବ । ତେବେ ଏହା କେବେ ଲଞ୍ଚ ହେବ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେବେ ଏହା କାହିଁକି ଚର୍ଚ୍ଚାରେ, ଏଥିରେ ଗ୍ରାହକଙ୍କୁ କଣ ଅତ୍ୟାଧୁନିକ ଫିଚର୍ସ ମିଳିବ ସେ ସମ୍ପର୍କରେ ଜାଣନ୍ତୁ ।

କେବେ ଲଞ୍ଚ ?

  • ବିଶ୍ବର ପ୍ରଥମ ଟ୍ରାଇ-ଫୋଲ୍ଡେବଲ ମୋବାଇଲ ଆଣିବାକୁ ଯାଉଛି Huawei ।
  • ଏହାର ନାମ ରହିଛି Huawei Mate XT
  • ଚାଇନିଜ ମାର୍କେଟରେ ଏହା ସେପ୍ଟେମ୍ବର 10 ତାରିଖରେ ଲଞ୍ଚ ହେବାକୁ ଯାଉଛି ।
  • ଭାରତୀୟ ମାର୍କେଟରେ ଏହା କେବେ ଲଞ୍ଚ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

Huawei Mate XT ଫିଚର୍ସ:-

  • 2ଟି ଇନୱାର୍ଡ ସ୍କ୍ରିନ
  • ଗୋଟିଏ ଆଉଟୱାର୍ଡ ସ୍କ୍ରିନ

କେତେ ରହିଛି ଦାମ ?

ଏହି ଅତ୍ୟାଧୁନିକ ସ୍ମାର୍ଟଫୋନର ଦାମ ସମ୍ପର୍କରେ ଲଞ୍ଚ ତାରିଖ ଦିନ କମ୍ପାନୀ ପକ୍ଷରୁ ସୂଚନା ଦିଆଯିବ । କିନ୍ତୁ ମାର୍କେଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମ୍ପାନୀ ଏହାର ଦାମ Rs.3,35,000 ରଖିଛି ।

ବଜାରକୁ ଆସିବ ଆଉ ଏକ Tri Fold Mobile:-

  • ଟେକ୍ନୋ (Techno) କମ୍ପାନୀ ପ୍ରଥମେ ଏହି ଟ୍ରାଇ-ଫୋଲ୍ଡେବଲ ମୋବାଇଲ ସମ୍ପର୍କରେ ଫେବୃଆରୀରେ ଆୟୋଜିତ ହୋଇଥିବା ୱାର୍ଲ୍ଡ କଂଗ୍ରେସ 2024 (MWC 2024) ଘୋଷଣା କରିଥିଲା ।
  • ନିକଟରେ IFA ବର୍ଲିନରେ କମ୍ପାନୀ ଏହାର ପ୍ରଥମ ଲୁକ୍‌ ରିଲିଜ କରିଥିଲା ।
  • କିନ୍ତୁ ଏହି ଫୋନରେ କେବେ ବଜାର ପ୍ରବେଶ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।
  • Techno Trifold ସ୍ମାର୍ଟଫୋନ ଆସନ୍ତା ବର୍ଷ ଶେଷ ସୁଦ୍ଧା ବଜାର ପ୍ରବେଶ କରିବ ବୋଲି ଟେକ୍‌ ଏକ୍ସପର୍ଟ ଆକଳନ କରିଛନ୍ତି ।
  • କିନ୍ତୁ ଚୀନର ହୁୱାଇ ଏହି ମୋବାଇଲକୁ ବିଶ୍ବରେ ପ୍ରଥମେ ଲଞ୍ଚ କରାଯାଉଛି ।

ପଢନ୍ତୁ ଅନ୍ୟ କିଛି ଖବର

Google Pixel 9 AI Camera: ଏଣିକି ଗ୍ରୁପ ଫଟୋରୁ ବାଦ ପଡିବେନି ଫଟୋଗ୍ରାଫର, କେମିତି ସମ୍ଭବ ? ଜାଣନ୍ତୁ

ଅତ୍ୟଧିକ ମୋବାଇଲ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର - Does Mobile Phones Cause Cancer

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.