ETV Bharat / technology

Google Pixel 9 AI Camera: ଏଣିକି ଗ୍ରୁପଫଟୋରୁ ବାଦ ପଡିବେନି ଫଟୋଗ୍ରାଫର, କେମିତି ସମ୍ଭବ ? ଜାଣନ୍ତୁ - Google pixel 9 AI Camera Features

author img

By ETV Bharat Tech Team

Published : Sep 6, 2024, 5:23 PM IST

Google Pixel 9: ଭାରତରେ ଗୁଗଲ ଲାଟେଷ୍ଟ ପିକ୍ସେଲ-9 ସିରିଜ ଲଞ୍ଚ କରିଛି । ଏହା 4ଟି ଭାରିଏଣ୍ଟରେ ଉପଲବ୍ଧ । ଏହାର କ୍ୟାମେରା ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଛି । କାରଣ ଏଥିରେ ରହିଛି ଦମଦାର ଫିଚର୍ସ । ଏଣିକି ଫଟୋ ଉଠାଇବା ବେଳେ ଫଟୋଗ୍ରାଫର କ୍ୟାମେରାରୁ ବାଦ ପଡିବେ ନାହିଁ । ଏହାସହିତ ଏଥିରେ ଅନେକ ଅତ୍ୟାଧୁନିକ ଏଡିଟିଂ ଫିଚର୍‌ ରହିଛି । ଆସନ୍ତୁ ସେ ସମ୍ପର୍କରେ ଜାଣିବା...

Google Pixel 9
Google Pixel 9 (Google)

ହାଇଦ୍ରାବାଦ: ଭାରତୀୟ ବଜାରରେ ଏକାଧିକ ମୋବାଇଲ ଫୋନ ଉପଲବ୍ଧ । କେଉଁ ମୋବାଇଲ ତାର ଡିଜାଇନ ପାଇଁ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଆଉ କେଉଁ ମୋବାଇଲ ଦମଦାର ଫିଚର୍ସ, କ୍ୟାମେରା, ଫଟୋ କ୍ବାଲିଟି ବା ରଙ୍ଗ ପାଇଁ ମଧ୍ୟ ଗ୍ରାହକଙ୍କ ମନ ଜିଣିଥାଏ । ତେବେ ଗୁଗଲ ଦମଦାର ଏଆଇ ଫିଚର୍ସ ସହିତ ପିକ୍ସେଲ-9 ସିରିଜ ମୋବାଇଲ ଲଞ୍ଚ କରିଛି । ଏଥିରେ ଏଆଇ କ୍ୟାମେରା ଫିଚର୍ସ ଓ ଅତ୍ୟାଧୁନିକ ଫଟୋ ଏଡିଟିଂ ସୁବିଧା ପାଇଁ ଏବେ ଏହି ଫୋନକୁ ନେଇ ବେଶ ଚର୍ଚ୍ଚା ହେଉଛି ।

ଏହି ଫୋନରେ ଜୁମ୍‌ କରି ହାଇ କ୍ବାଲିଟି ଭିଡିଓ ସୁଟ୍‌ କରିବା ସହିତ ଇମାଜିନାରୀ ଫଟୋ ଏଡିଟିଂ, ମ୍ୟାଜିକ ଏଡିଟର୍‌, ପାନୋରମା ଫିଚର୍‌ ଆଦି ରହିଛି । ଏହି ଫୋନରେ ଆପଣ ବ୍ୟାକଗ୍ରାଉଣ୍ଡ ନଏଜ୍‌କୁ ହଟାଇ ପାରିବେ । ଏହି ଫୋନରେ ସମସ୍ତ ପ୍ରକାର ଏଡିଟିଂ ସୁବିଧା ମିଳିଯିବ ।

ଫଟୋରୁ ବାଦ ପଡିବେନି ଫଟୋଗ୍ରାଫର
ଫଟୋରୁ ବାଦ ପଡିବେନି ଫଟୋଗ୍ରାଫର (Google)

କ୍ୟାମେରା ଫିଚର୍ସ:-

ବେଳେବେଳେ ଆମେ କୌଣସି ସ୍ଥାନକୁ ବୁଲିବାକୁ ଗଲେ ନିଜ ପରିବାର ବର୍ଗଙ୍କ ସହିତ ଏକାଠି ଫଟୋ ଉଠାଇବାକୁ ଚାହିଁଥାଉ । ହେଲେ ଏହା ସମ୍ଭବ ହୋଇନଥାଏ । ଯେଉଁ ବ୍ୟକ୍ତି ଜଣକ ଫଟୋ ଉଠାଇଥାଏ, ସେ ଫଟୋରୁ ବାଦ ପଡ଼ନ୍ତି । ତେବେ ଏବେ ଏହି ସମସ୍ୟା ଆଉ ହେବ ନାହିଁ । ଗୁଗଲ ପିକ୍ସେଲ 9 ଫୋନରେ ଥିବା AI ଫିଚର୍‌ ଦ୍ବାରା ଗ୍ରୁପ ଫଟୋରେ ଫଟୋଗ୍ରାଫର ମଧ୍ୟ ଆସିପାରିବ । ପ୍ରଥମେ ଆପଣଙ୍କୁ ଫଟୋ ଉଠାଇବା ସ୍ଥାନକୁ ସ୍କାନ କରିବାକୁ ପଡ଼ିବ । ଏହାପରେ ଆପଣ ଏଥିରେ ପ୍ରଥମ ଫଟୋ ଉଠାଇବେ । ଏହାପରେ ଯେତେବେଳେ ଆପଣ ଗ୍ରୁପ ଫଟୋ ଉଠାଇବେ ସେତେବେଳେ ଆପଣଙ୍କ ଫଟୋଟି ଫେଡେଡ ପରି ଦିଶିବ । ଆଉ ଯେତେବେଳେ ଆପଣ ସଟର୍‌ ବଟନ ଦବାଇବେ ସେତେବେଳେ ଏହା ସମସ୍ତଙ୍କୁ ଏକାଠି କରି ଫଟୋ ଉଠାଇବ ।

ଅଟୋଫ୍ରେମ (Autoframe):- ଏହି ଏଆଇ ଫିଚରରେ ଆପଣ ଉଠାଇ ସାରିଥିବା ଫଟୋକୁ ଏକ ଭଲ ଫ୍ରେମ ଦେବା ଲାଗି ଅଟୋଫ୍ରେମ ଫିଚରକୁ ବ୍ୟବହାର କରିପାରିବେ ।

Google Pixel 9
Google Pixel 9 (Google)

Zoom Enhance:- ଗୁଗୁଲ୍ ଫଟୋ ଆପରେ, ଆପଣ ଜୁମ୍ କରିବାକୁ ଚାହୁଁଥିବା ଫଟୋ ଚୟନ କରନ୍ତୁ । ଏଡିଟ୍ ବଟନ୍ ଟ୍ୟାପ୍ କରନ୍ତୁ ଏବଂ ତା’ପରେ ଜୁମ୍ ଇନକ୍ରିମେଣ୍ଟ ଖୋଜିବା ପାଇଁ ଅପସନ ବାରକୁ ଯାଆନ୍ତୁ । ଆପଣ ଚାହୁଁଥିବା ଅଞ୍ଚଳକୁ ଆପଣଙ୍କୁ ଜୁମ୍ କରିବାକୁ ପଡିବ, ତା’ପରେ ଜୁମ୍ ଇନକ୍ରିଜ୍ ଟ୍ୟାପ୍ କରନ୍ତୁ । ଏହାପରେ ଫଟୋରେ ଥିବା ଉକ୍ତ ଜିନିଷ ବା ବସ୍ତୁଟି ଏପରି ଦିଶିବ, ଯେପରି ଆପଣ ପୂର୍ବରୁ ସେହି ଜିନିଷକୁ ଫୋକସ କରି ଫଟୋ ଉଠାଇଥିଲେ ।

ଗୁଗଲ ପିକ୍ସେଲ 9 ଡିସପ୍ଲେ:- ଗୁଗଲ ପିକ୍ସେଲ 9 ସ୍ମାର୍ଟଫୋନର 6.9 ଇଞ୍ଚର OLED ଡିସପ୍ଲେ ଦିଆଯାଇଛି । ଏହାର ରିଜୋଲ୍ୟୁସନ 1080x2424 ପିକ୍ସେଲ ଓ ବ୍ରାଇଟନେସ 2700 ରହିଛି । ଏହାର ଡିସପ୍ଲେ HDR, 120Hz ରିଫ୍ରେସ ରେଟ ସହିତ ଆସିଥାଏ । ଗୁଗଲ ଏହି ଫୋନ Gorilla Glass Victus 2 ପ୍ରୋଟେକ୍ସନ ସହିତ ଆସିଥାଏ ।

ଗୁଗଲ ପିକ୍ସେଲ 9ର ଦାମ:- ଗୁଗଲର ଏହି ଲାଟେଷ୍ଟ ପିକ୍ସେଲ 9 ସ୍ମାର୍ଟଫୋନର ଦାମ ଭାରତରେ 79,999 ରହିଛି । ପିକ୍ସେଲ 9କୁ 4ଟି କଲ୍‌ ଅପସନ Peony, Porcelain, Obsidian ଓ Wintergreen ରହିଛି । ଏହି ଫୋନର ବିକ୍ରି ଫ୍ଲିପକାର୍ଟ, ରିଲାଏନ୍ସ ଡିଜିଟାଲ ଓ କ୍ରୋମା ଷ୍ଟୋରରେ 22 ଅଗଷ୍ଟରୁ ଆରମ୍ଭ ହୋଇଛି ।

ପଢନ୍ତୁ ଅନ୍ୟ କିଛି ଖବର

Save Electricity Save Money: ଆଉ ଆସିବନି ଅଧିକ ବିଦ୍ୟୁତ ବିଲ୍‌; ଫଲୋ କରନ୍ତୁ ଏହି ଟିପ୍ସ

ଅତ୍ୟଧିକ ମୋବାଇଲ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.