ETV Bharat / state

ବଦଳି ପୂର୍ବରୁ ଆଖି ବୁଜିଲେ DSP, ଆଜି ଥିଲା ବିଦାୟକାଳୀନ ସମ୍ବର୍ଦ୍ଧନା - DSP DIED IN ROAD ACCIDENT

ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ କାରକୁ ଧକ୍କା ଦେଲା ଟ୍ରକ । ସଡକ ଦୁର୍ଘଟଣାରେ ଡିଏସପିଙ୍କ ମୃତ୍ୟୁ ।

DSP DIED IN ROAD ACCIDENT
DSP DIED IN ROAD ACCIDENT (ETV BHARAT ODISHA)
author img

By ETV Bharat Odisha Team

Published : Feb 16, 2025, 9:55 PM IST

ଯାଜପୁର: ନେଇଥାନ୍ତେ ବିଦାୟକାଳୀନ ସମ୍ବର୍ଦ୍ଧନା, ଦୁନିଆରୁ ନେଇଗଲେ ବିଦାୟ । ଯାଜପୁର ଡିଏସପିରୁ ଜଗତସିଂହପୁର ଏସଡ଼ିପିଓ ଭାର ଗ୍ରହଣ ପୂର୍ବରୁ ଆଖି ବୁଜିଲେ ପୋଲିସ ଅଫିସର ବଳରାମ ନାୟକ । ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଯାଜପୁର ପୋଲିସ ହେଡ଼ କ୍ୱାଟରରେ କାର୍ଯ୍ୟରତ ଥିବା ପୋଲିସ ଡିଏସପି ବଳରାମ ନାୟକ । ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ କାରକୁ ଏକ ଟ୍ରକ ଧକ୍କା ଦେବାରୁ ଡିଏସପିଙ୍କ ସମେତ 2 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି ।

jajpur dsp balaram nayak died in road accident
jajpur dsp balaram nayak died in road accident (ETV BHARAT ODISHA)

ଦୁର୍ଘଟଣାରେ ଡିଏସପିଙ୍କ ମୃତ୍ୟୁ:

ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଡିଏସପି ବଳରାମ ନାୟକ ଓ ତାଙ୍କ ଭିଣୋଇ ପୂର୍ଣ୍ଣଚନ୍ଦ୍ର ନାୟକ ଏକ କାର ଯୋଗେ ଯାଉଥିବା ବେଳେ ହଠାତ ଏକ ଟ୍ରକ ଆସି ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଡିଏସପି ବଳରାମ ନାୟକଙ୍କ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ଗୋପପୁରେ । ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା । ପାଣିକୋଇଲି ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଯାଉଥିଲେ ବସଷ୍ଟାଣ୍ଡ, ମାଡ଼ିଗଲା ମୋ ବସ୍‌, ଶିକ୍ଷୟିତ୍ରୀ ମୃତ - MO BUS ACCIDENT

ଏହା ମଧ୍ୟ ପଢନ୍ତୁ-ମହାକୁମ୍ଭ ଯାତ୍ରା ପାଲଟିଲା ଶେଷଯାତ୍ରା: ବସ୍ ଧକ୍କାରେ ବୋଲେରୋ ଚୂରମାର

ବଦଳି ପାଇଁ ବିଦାୟ ସମ୍ବର୍ଦ୍ଧନା ନେଇଥାନ୍ତେ:

ମିଳିଥିବା ସୂଚନା ଅନୁଯାୟୀ, ଡିଏସପି ବଳରାମ ନାୟକ ବର୍ଷକ ତଳେ ବାଲେଶ୍ବରରୁ ଯାଜପୁରକୁ ବଦଳି ହୋଇ ଆସିଥିଲେ। ମାତ୍ର ନିକଟରେ ଯାଜପୁରରୁ ତାଙ୍କର ଜଗତସିଂହପୁର ଜିଲ୍ଲାକୁ ଏସଡ଼ିପିଓ ବଦଳି ହୋଇଥିବା ସୂଚନା ମିଳିଛି। ଦୁଃଖର ବିଷୟ ଯେ, ଆଜି ସନ୍ଧ୍ୟାରେ ତାଙ୍କୁ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଥିଲା । ସେ ତାଙ୍କ ବନ୍ଧୁଙ୍କ ସହିତ ପାଣିକୋଇଲି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ପୋଲିସ ମୁଖ୍ୟାଳୟ ସମେତ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାଜପୁର ଏସପି ୟସପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶ କ୍ରମେ ସାଇଣ୍ଟିଫିକ ଟିମ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ ହେଇଛି ।

ମୃତ ଡିଏସପିଙ୍କ ସମ୍ପର୍କୀୟ କହିଛନ୍ତି, ''ଏନେଇ ଆଜି ଅପରାହ୍ନରେ ମୁଁ ଭଣଜାଠୁ ଖବର ପାଇଥିଲି ଯେ, ମୋ ଉଭଣୀର ଦିଅର ବଳରାମ ନାୟକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହି ଘଟଣା ଶୁଣି ଆମେ ମର୍ମାହତ । ''

କାର୍ଯ୍ୟରତ ହୋମଗାର୍ଡ ରମେଶ ମଲ୍ଲିକ କହିଛନ୍ତି, ''ସାରଙ୍କ ପାଖରେ ମୁଁ ଆଗରୁ କାମ କରିଥିଲି । ସେ ଯାଜପୁର ଆଡୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଥିଲା । ଜଗତସିଂହପୁର ଯାଇଥାନ୍ତେ । ଏହା ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ହେଲା । ''

ଉଦ୍ଧାରକାରୀ ସ୍ବେଚ୍ଛାସେବୀ ଅଶୋକ କୁମାର ଦାସ କହିଛନ୍ତି, ''ଦୁର୍ଘଟଣା ସମ୍ବନ୍ଧରେ ସ୍ଥାନୀୟ ଲୋକେ ଆମକୁ ସୂଚନା ଦେଇଥିଲେ । ଆମେ ଘଟଣା ସ୍ଥଳରେ ପହଞ୍ଚି 2 ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲୁ । ''

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.