ETV Bharat / business

ଓଡ଼ିଶା ବଜେଟ ଇତିହାସ: ୧ କୋଟିରୁ ଆରମ୍ଭ, ଏବେ ୩ ଲକ୍ଷ କୋଟି ମୁହାଁ - ODISHA BUDGET HISTORY

ଆଜି ଓଡ଼ିଶା ବଜେଟ ୨୦୨୫-୨୬ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ୮୯ ଥର ରାଜ୍ୟ ବଜେଟ ଆସିସାରିଛି ।

Odisha Budget history
Odisha Budget history (ETV Bharat Odisha)
author img

By ETV Bharat Odisha Team

Published : Feb 16, 2025, 9:46 PM IST

ହାଇଦ୍ରାବାଦ: ଉପସ୍ଥାପନ ହେବ ଓଡ଼ିଶା ବଜେଟ ୨୦୨୫-୨୬ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୯୦ତମ ରାଜ୍ୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ବିକଶିତ ଓଡ଼ିଶା ଲକ୍ଷ୍ୟ ରଖିଥିବା ବିଜେପି ସରକାର ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ପରେ ୧୯୩୬ରେ ବଜେଟ ଆଗତ ହୋଇଥିଲା । ଅଟକଳ ଥିଲା ୧.୭୭ କୋଟି ଟଙ୍କା । କୋଟିଏ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବଜେଟ ଏବେ ୨ ଲକ୍ଷ କୋଟି ଟପିଛି । ନଜର ପକାନ୍ତୁ ଓଡ଼ିଶା ବଜେଟ ଇତିହାସ ଉପରେ ।

ଫେବୃଆରୀ ୧୭ରେ ୯୦ତମ ରାଜ୍ୟ ବଜେଟ:

ଓଡ଼ିଶା ବିଧାନସଭାରେ ଉପସ୍ଥାପନ ହେବାକୁ ଯାଉଛି ଓଡ଼ିଶା ବଜେଟ ୨୦୨୫-୨୬ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୯୦ତମ ବଜେଟ ଉପସ୍ଥାପନ ଆଣିବାକୁ ଯାଉଛନ୍ତି । ଏହାପୂର୍ବରୁ ନୂଆ ସରକାର ଅନ୍ତରୀଣ ବଜେଟ ଆଣିଥିଲେ । ତେବେ ବଜେଟରେ ଓଡ଼ିଶାର ଅଭିବୃଦ୍ଧି ନେଇ କଣ ଆଭିମୁଖ୍ୟ ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଓଡ଼ିଶା ବଜେଟର ଇତିହାସ:

ଓଡ଼ିଶା ବଜେଟର ଇତିହାସ ଉପରେ ନଜର ପକାଇଲେ ଗଲେ, ଦେଶରେ ବ୍ରିଟିଶ ଶାସନ ସମୟରେ ଓଡ଼ିଶା ପ୍ରଥମ ବଜେଟ ପାଇଥିଲା । ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ମାନ୍ୟତା ପାଇବା ପରେ ପ୍ରଥମ ଥର ବ୍ରିଟିଶ ସରକାରଙ୍କ ଓଡ଼ିଶା ପାଇଁ ପ୍ରଥମ ବଜେଟ ଆଣିଥିଲେ । ୨୧ ଜାନୁଆରୀ ୧୯୩୬ରେ "ଭାରତ ସରକାର (ଓଡ଼ିଶା ସମ୍ବିଧାନ) ଅର୍ଡର, ୧୯୩୬" ନାମରେ ଏକ ଡ୍ରାଫ୍ଟ ଅର୍ଡର ଇନ କାଉନସିଲ (Draft Order in Council) , ବ୍ରିଟିଶ ସଂସଦରେ ଉପସ୍ଥାପିତ ହୋଇଥିଲା । ଏହାପରେ ୧ ଏପ୍ରିଲ ୧୯୩୬ରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା । ଉତ୍କଳ ପ୍ରଦେଶର ପ୍ରଥମ ସାର୍ ଜନ୍ ଅଷ୍ଟେନ୍ ହବ୍ୟାକ୍ ପ୍ରଥମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ । ସେହିବର୍ଷ ଅର୍ଥାତ୍ ୧୯୩୬-୩୭ ବର୍ଷ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପାଇଁ ୫୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ତେବେ ସେହି ବର୍ଷ ମୋଟ୍ ବଜେଟ ଥିଲା ୧.୭୭ କୋଟି ଟଙ୍କା ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ବଜେଟ (୧୯୩୬-୩୭):

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ମାନ୍ୟତା ପାଇବା ପରେ ପ୍ରଥମ ଥର ବ୍ରିଟିଶ ସରକାରଙ୍କ ଓଡ଼ିଶା ପାଇଁ ପ୍ରଥମ ବଜେଟ ଆଣିଥିଲେ । ୧୯୩୬-୩୭ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍ ପ୍ରସ୍ତାବରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପାଇଁ ୫୦ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା । ୧୯୩୬-୩୭ ମସିହାରେ ରାଜ୍ୟର ମୋଟ ବଜେଟ ଥିଲା ୧.୭୭ କୋଟି ଟଙ୍କା । ଏଥିରେ ରାଜସ୍ୱ ଏବଂ ପୁଞ୍ଜି ଖର୍ଚ୍ଚ ଉଭୟ ଅନ୍ତର୍ଭୁକ୍ତ ଥିଲା ।ଏହି ବଜେଟରେ ଶିଳ୍ପ, କୃଷି, ଶିକ୍ଷା, ଜନସ୍ୱାସ୍ଥ୍ୟ, ପୋଲିସ ଓ ଜଳସେଚନ ବିଷୟଗୁଡିକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।

Odisha Budget history
Odisha Budget history (RKC)

ପ୍ରାକ ସ୍ୱାଧୀନତା ସମୟ ବଜେଟ:

ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଓଡ଼ିଶା ବଜେଟ ଆସିସାରିଥିଲା । ପ୍ରାକ ସ୍ୱାଧୀନତା ସମୟରେ ରାଜ୍ୟରେ ୧୧ଥର ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଛି । ପ୍ରଥମ ବଜେଟରେ ୫୦ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ପ୍ରାକ ସ୍ୱାଧୀନତାର ଶେଷ ବଜେଟ ୧୯୪୬-୪୭ରେ ଆସିଥିବା ବେଳେ ଏଥିରେ ମୋଟ ଖର୍ଚ୍ଚ ଆକଳନ ଥିଲା ୬.୯୪କୋଟି । ପ୍ରାକ ସ୍ୱାଧୀନତା ସମୟରେ ବଜେଟ ୧.୭୭ କୋଟି ଟଙ୍କା ଆରମ୍ଭ ହୋଇ ୬.୯୪କୋଟିରେ ପହଞ୍ଚିଥିଲା । ଏହି ସମୟରେ ଶିଳ୍ପ, କୃଷି, ଶିକ୍ଷା, ଜନସ୍ୱାସ୍ଥ୍ୟ, ପୋଲିସ ଓ ଜଳସେଚନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।

Odisha Budget history
Odisha Budget history (RKC)
  • ଦ୍ୱିତୀୟ ବର୍ଷର ବଜେଟ ବିଷୟରେ କଟକ ଜିଲ୍ଲାର ରେଭେନ୍ସା କଲେଜ ହଲରେ ଆଲୋଚନା ହୋଇଥିଲା । ୧୯୩୭-୩୮ ବର୍ଷରେ ବଜେଟରେ ମୋଟ ବୟବରାଦ ଥିଲା ୧.୮୭କୋଟି । ଭୂ-ରାଜସ୍ୱ, ଶିକ୍ଷା, ଜନସ୍ୱାସ୍ଥ୍ଯ, ଚିକିତ୍ସା, କୃଷି, ଶିଳ୍ପ ଓ ସିଭିଲ ଓ୍ୱାର୍କକୁ ଏହି ବଜେଟରେ ଅଧିକ ଫୋକସ ଦିଆଯାଇଥିଲା ।
  • ୧୯୪୦-୪୧ରେ ପଞ୍ଚମ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଏଥିରେ ୨.୦୪ କୋଟି ଟଙ୍କାର ବ୍ୟୟବରାଦ ରହିଥିଲା । ଏହି ବର୍ଷ ରାଜସ୍ୱର ଉଲ୍ଲେଖନୀୟ ଉତ୍ସଗୁଡ଼ିକ ଥିଲା ଭୂମି ରାଜସ୍ୱ, ଉତ୍ପାଦ ଶୁଳ୍କ, ଷ୍ଟାମ୍ପ ଶୁଳ୍କ, ସୁଧ ଶୁଳ୍କ, ଜଙ୍ଗଲ ଇତ୍ୟାଦି । ଯଦିଓ ଷ୍ଟାମ୍ପ ଶୁଳ୍କ ଏବଂ ଭୂମି ରାଜସ୍ୱରୁ ରାଜସ୍ୱ ସଂଗ୍ରହରେ ଯଥେଷ୍ଟ ବୃଦ୍ଧି ଘଟିଥିଲା କିନ୍ତୁ ବଜେଟ୍ ନିଅଣ୍ଟ ସହିତ ଶେଷ ହୋଇଥିଲା ।
  • ନବମ ବଜେଟ(୧୯୪୪- ୪୫)ରେ ମୋଟ ଖର୍ଚ୍ଚ ଥିଲା ୪.୧୫ କୋଟି । ଏହି ବଜେଟରେ ନୂତନ କର ମାଧ୍ୟମରେ ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ସମୟରେ ମନୋରଞ୍ଜନ ପାଇଁ ଟାକ୍ସ ଓ ପାନ ପତ୍ର ପାଇଁ କ୍ଷୁଦ୍ର ଟାକ୍ସ ଲାଗୁ କରାଯିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ଜନସ୍ୱାସ୍ଥ୍ୟ ଦିଗରେ, ମେଡିକାଲ ସ୍କୁଲ ଗୁଡ଼ିକୁ ମେଡିକାଲ କଲେଜରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ଏକ ନିୟମିତ ସରକାରୀ ଔଷଧାଳୟ ଏବଂ ସମ୍ବଲପୁର ଜିଲ୍ଲାର କୋମ୍ମାରେ ଗୋଟିଏ ଏବଂ ସିନାପାଲିରେ ଅନ୍ୟଟି ସବସିଡି ସରକାରୀ ଔଷଧାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଷଷ୍ଠରୁ ନବମ ବଜେଟ ପର୍ଯ୍ୟନ୍ତ ଜଳସେଚନ, ନାଗରିକ ପ୍ରତିରକ୍ଷା, କୃଷି, ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
  • ପ୍ରାକ ସ୍ୱାଧୀନତାର ଏକାଦଶ ବଜେଟ (୧୯୪୬-୪୭) ଶେଷ ବଜେଟ ଥିଲା । ଏହାପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଦେଶ ସ୍ୱାଧୀନତା ପାଇଥିଲା ଏହି ବଜେଟରେ ମୋଟ ଖର୍ଚ୍ଚ ଥିଲା ୬.୯୪ କୋଟି । ଏକାଦଶ ବଜେଟରେ ପ୍ରଦେଶର ପୁନର୍ଗଠନ ଏବଂ ବିକାଶ ପାଇଁ ବିଭିନ୍ନ ପ୍ରକାରର ଶିକ୍ଷାଗତ, କୃଷି ଏବଂ ଅନ୍ୟାନ୍ୟ ଉନ୍ନୟନ ସଂସ୍ଥା ଓ ବିଭିନ୍ନ ଯୁଦ୍ଧ ପରବର୍ତ୍ତୀ ବିକାଶ ଯୋଜନା ତାଲିକାଭୁକ୍ତ କରାଯାଇଥିଲା । କେନ୍ଦ୍ରରୁ ପ୍ରାପ୍ତ ପୂର୍ବ ଅନୁଦାନ ଏବଂ ସବସିଡି ପ୍ରଦେଶକୁ ଶିକ୍ଷା, କୃଷି ଏବଂ ଜନସ୍ୱାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାରେ ସାହାଯ୍ୟ କରିଥିଲା ।
Odisha Budget history
Odisha Budget history (RKC)

ସ୍ୱାଧୀନତା ପର ସମୟ ରାଜ୍ୟ ବଜେଟ:

ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ରାଜ୍ୟ ବଜେଟ ୧୯୪୭-୪୮ରେ ଆସିଥିଲା । ଏହି ବଜେଟକୁ ହରେକୃଷ୍ଣ ମହତାବ ଉପସ୍ଥାପନ କରିଥିଲେ । ଦ୍ୱାଦଶ ବଜେଟରେ ଅନୁରୂପ ମୋଟ ଖର୍ଚ୍ଚ ୯.୫୮ କୋଟି ଟଙ୍କା ଥିଲା । ୧୯୪୭-୪୮ ପାଇଁ ବଜେଟ୍ କରାଯାଇଥିବା ମୋଟ ଖର୍ଚ୍ଚର ଅଧାରୁ ଅଧିକ ଯୁଦ୍ଧ ପରବର୍ତ୍ତୀ ବିକାଶ ଯୋଜନା ପାଇଁ ଥିଲା ।

  • ସ୍ୱାଧୀନତା ପରେ ୧୫ତମ ବଜେଟ୍ (୧୯୫୦-୫୧) ଓ ଷୋଡ଼ଶ ବଜେଟ୍ (୧୯୫୧-୫୨)ରେ ମୋଟ ବ୍ୟୟ ଯଥାକ୍ରମେ ୧୭.୫୮ କୋଟି ଟଙ୍କା ଏବଂ ୨୫.୫୩ କୋଟି ଟଙ୍କା ଥିଲା । ଏହିବର୍ଷ ରାଜ୍ୟର ଆର୍ଥିକ ପରିଚାଳନାକୁ ଉନ୍ନତ କରିବା ପାଇଁ ଏହି ବର୍ଷରେ ଓଡ଼ିଶା ଅର୍ଥ ସେବା ନାମକ ଏକ ନୂତନ ସେବା କ୍ୟାଡର ଗଠନ କରାଯାଇଥିଲା ।
  • ୧୯୫୩-୫୪ରେ ୧୮ତମ ଓ ୧୯୫୪-୫୫ରେ ୧୯ତମ ବଜେଟ ଉପସ୍ଥାପନ ହୋଇଥିଲା । ଊନବିଂଶ ବଜେଟରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଘୋଷଣା ହୋଇଥିଲା । ଯଦିଓ ଏହି ସମୟରେ ରାଜ୍ୟରେ ଖାଦ୍ୟ ପରିସ୍ଥିତି ସନ୍ତୋଷଜନକ ଥିଲା ଏବଂ ମୂଲ୍ୟ ନିୟନ୍ତ୍ରଣ କରାଯାଇଥିଲା କିନ୍ତୁ ବେକାରୀ ସମସ୍ୟା ଅଧିକ ଥିଲା । ଏହି ସମୟରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ହୀରାକୁଦରେ ଏକ ଆଲୁମିନିୟମ ଏବଂ ଏକ ଫେରୋ-ମାଙ୍ଗାନିଜ୍ କାରଖାନା ସ୍ଥାପନର ପ୍ରସ୍ତାବ ଦିଆଯାଇଥିଲା ।
Odisha Budget history
Odisha Budget history (RKC)
  • ସେହିପରି ୨୦ତମ ବଜେଟ୍ (୧୯୫୫-୫୬) ଏବଂ ୨୧ତମ ବଜେଟ୍(୧୯୫୬-୫୭)ରେ ମୋଟ ବ୍ୟୟ ଅଟକଳ ଯଥାକ୍ରମେ ୪୮.୩୩ କୋଟି ଟଙ୍କା ଏବଂ ୪୯.୮୭ କୋଟି ଟଙ୍କା ଥିଲା । ଏହି ସମୟରେ ରାଜ୍ୟରେ ମରୁଡ଼ି ଏବଂ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ସମବାୟ କାର୍ଯ୍ୟକଳାପ, ଗ୍ରାମୀଣ ଋଣ, ଆଦିବାସୀ ଏବଂ ଗ୍ରାମୀଣ କଲ୍ୟାଣ, ବୈଷୟିକ ଶିକ୍ଷା, ପାରାଦୀପ ବନ୍ଦର ସ୍ଥାପନ, ​​ମତ୍ସ୍ୟପାଳନ, ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟକୁ ଏହି ଦୁଇଟି ବଜେଟରେ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦିଆଯାଇଥିଲା । ହୀରାକୁଦ ପ୍ରକଳ୍ପରେ ଆବଶ୍ୟକୀୟ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଜଳସେଚନ ସବସିଡି ପ୍ରତ୍ୟାହାର କରାଯାଇଥିଲା । ଆଉମଧ୍ୟ ରାଜ୍ୟର ସମ୍ବଳ ବୃଦ୍ଧି କରିବା ପାଇଁ ଭୂମି ସଂସ୍କାର ବିଲ୍, ଲେଭି ବିଲ୍ ଏବଂ ଭଡାଟିଆ ସୁରକ୍ଷା ସଂଶୋଧନ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରସ୍ତାବିତ ହୋଇଥିଲା ।
  • ୨୨ତମ ବଜେଟ୍ (୧୯୫୭-୫୮)ରେ ମୋଟ ୪୭.୯୭୬ କୋଟି ଟଙ୍କା ବ୍ୟୟ ବଜେଟ୍ କରାଯାଇଥିଲା । ଏହି ବଜେଟରେ ମାଛକୁଣ୍ଡ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ଯୋଜନା, ଡେଲ୍ଟା ଜଳସେଚନ ପ୍ରକଳ୍ପ, ସବସିଡିଯୁକ୍ତ ଶିଳ୍ପ ଗୃହ, ହସ୍ତତନ୍ତ ଶିଳ୍ପ ଏବଂ ସାମୁଦାୟିକ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
Odisha Budget history
Odisha Budget history (RKC)
  • ସେହିଭଳି ୨୪ତମ ବଜେଟ୍ (୧୯୫୯-୬୦)ରେ ମୋଟ ବ୍ୟୟ ଅଟକଳ ୫୬.୬୩ କୋଟି ଟଙ୍କା ରଖାଯାଇଥିଲା । ଏହି ବଜେଟରେ ଆଠଟି ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ପାଇଁ ଲାଇସେନ୍ସ ପ୍ରଦାନ, ବିଦ୍ୟାଳୟ ଏବଂ ଶିକ୍ଷକ ତାଲିମ ପ୍ରତିଷ୍ଠାନର ବିଭିନ୍ନ ପ୍ରତିଷ୍ଠାନ, ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧୀନରେ ଗଣ ଟୀକାକରଣ ଏବଂ ଟୀକାକରଣ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯାଇଥିଲା ।
  • ୨୫ତମ ବଜେଟ (୧୯୬୦-୬୧) ବଜେଟ ସମୟରେ ପିଏସ ଲୋକନାଥନଙ୍କ ଅଧ୍ୟକ୍ଷତାରେ କର ତଦନ୍ତ କମିଟି (Taxation Enquiry Committee) ଗଠନ କରାଯାଇଥିଲା ।
  • ୩୧ତମ ବଜେଟ(୧୯୬୫-୬୬), ଏହି ବର୍ଷ ପାଇଁ ମୋଟ ବ୍ୟୟ ଅଟକଳ ୧୫୬.୦୩ କୋଟି ଟଙ୍କା ରଖାଯାଇଥିଲା ।ଏହି ବଜେଟରେ ତୃତୀୟ ପଞ୍ଚବାର୍ଷିକ ଯୋଜନାର ପ୍ରଗତି ଆକଳନ କରାଯାଇଥିଲା । ୩୧ତମ ବଜେଟ, ଓଡ଼ିଶାର ଅର୍ଥନୈତିକ ଇତିହାସରେ ଏକ ଐତିହାସିକ ଘଟଣା ଭାବରେ ଘୋଷଣା କରିଥିଲା । ଶିଳ୍ପ, ପରିବହନ ଏବଂ ଯୋଗାଯୋଗ ଭଳି କିଛି କ୍ଷେତ୍ରରେ ନୂତନ ଭିତ୍ତିଭୂମି ସୃଷ୍ଟି ହୋଇଥିଲା । ବିଦ୍ୟୁତ୍ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରାଯାଇଥିଲା । ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାରେ ଅଭାବ ପୂରଣ କରିବାକୁ ପ୍ରୟାସ କରାଯାଇଥିଲା ।
Odisha Budget history
Odisha Budget history (RKC)
  • ୩୬ତମ ବଜେଟ (୧୯୭୧-୭୨) ଏବଂ୩୭ତମ ବଜେଟ୍ (୧୯୭୨-୭୩) ଯଥାକ୍ରମେ ବ୍ୟୟ ବଜେଟ୍ ୨୩୪.୨୬ କୋଟି ଟଙ୍କା ଏବଂ ୨୫୯.୧୫ କୋଟି ଟଙ୍କା ଥିଲା । ଉଭୟ ବଜେଟରେ ଜଳସେଚନ, ବିଦ୍ୟୁତ୍, କୃଷି ଉତ୍ପାଦନ, ବନୀକରଣ, ଖଣିଜ ବିକାଶ ଏବଂ ଖଣିଜ ଆଧାରିତ ଶିଳ୍ପ ଯୋଜନାଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଆଉମଧ୍ୟ ନୂତନ ରେଳ ଲାଇନ ବିଛାଇବା ସମେତ ପରିବହନ ସୁବିଧାର ଦ୍ରୁତ ବିକାଶ, ସାମୁଦ୍ରିକ ସମ୍ପଦ ଏବଂ ମତ୍ସ୍ୟଚାଷର ଦ୍ରୁତ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ୩୭ତମ ବଜେଟରେ ଚରଖା କାର୍ଯ୍ୟକ୍ରମ ଏବଂ ଗ୍ରାମ କାରିଗର ପୁନର୍ବାସ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।
  • ୧୯୭୬-୭୭ ମସିହା ପାଇଁ ୪୧ତମ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଏହି ବଜେଟର ସମୟରେ ରାଜ୍ୟର ନିଜସ୍ୱ କର ଓ ଅଣ-କର ରାଜସ୍ୱ ୧୦୦ କୋଟି ଟପିଥିଲା । ଏହି ସମୟରେ ମୋଟ ବ୍ୟୟବରାଦ ଥିଲା ୪୬୧.୩କୋଟି ।
Odisha Budget history
Odisha Budget history (RKC)
  • ୬୧ତମ ବଜେଟ୍ (୧୯୯୬-୯୭), ୬୨ତମ ବଜେଟ୍( ୧୯୯୭-୯୮) ଓ ୬୩ତମ ବଜେଟ୍ (୧୯୯୮-୯୯)ରେ ଅଧିକ ଫୋକସ କୃଷି କ୍ଷେତ୍ରକୁ ଦିଆଯାଇଥିଲା । ଏହି ବର୍ଷଗୁଡିକ ପାଇଁ ମୋଟ ବ୍ୟୟ ଅଟକଳ ୭ ହଜାର ୩୯୦.୫୯ କୋଟି ଟଙ୍କା, ୮ ହଜାର ୪୬୮.୩ କୋଟି ଟଙ୍କା ଏବଂ ୧୦ ହଜାର ୫୧୫.୬୬ କୋଟି ଟଙ୍କା ଥିଲା । ଏହି ବଜେଟ୍ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ଉପରେ ଗୁରୁତ୍ୱ ଦେଇଥିଲା । କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତି ହାରରେ ଉନ୍ନତ ପ୍ରକାରର କୃଷି ଉପକରଣ ଯୋଗାଇବା ପାଇଁ ଏକ ଯୋଜନା ପ୍ରସ୍ତାବିତ ହୋଇଥିଲା । କୃଷି କ୍ଷେତ୍ରକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶା ସରକାର ୧୯୯୬ ମସିହାରେ 'ରାଜ୍ୟ କୃଷି ନୀତି' ଘୋଷଣା କରିଥିଲେ । ରାଜ୍ୟର ସମବାୟ ଅନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
  • ମହାବାତ୍ୟା ପରବର୍ତ୍ତୀ ବର୍ଷ ୬୫ତମ(୨୦୦୦-୦୧) ବଜେଟ ଉପସ୍ଥାପନ ହୋଇଥିଲା । ଏହି ବଜେଟରେ ୧୩,୬୦୪.୫୮ କୋଟି ଟଙ୍କା ବ୍ୟୟ ବରାଦ ରହିଥିଲା । ଏହି ବଜେଟରେ ଗୃହ ଓ ନଗର ଉନ୍ନୟନ କାର୍ଯ୍ୟ, ଗ୍ରାମୀଣ ବିକାଶ, ଜଳସମ୍ପଦ ଉପରେ ଅଧିକ ଫୋକସ କରାଯାଇଥିଲା ।
  • ୨୦୦୪ରୁ ୨୦୦୯ ମସିହା ୫ ବର୍ଷ ମଧ୍ୟରେ ୫ଥର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଏହି ବର୍ଷଗୁଡିକରେ ରାଜ୍ୟ ସରକାର କୃଷି, ଜଳସେଚନ, ଗ୍ରାମୀଣ ବିକାଶ, ଦାରିଦ୍ର୍ୟ ନିରାକରଣ, ଶିଳ୍ପ ବିକାଶକୁ ଅଧିକ ଗୁରୁତ୍ୱ ଦେଇଥିଲେ । ପ୍ରତ୍ୟେକ କ୍ଷେତ୍ରରେ ପୁଞ୍ଜି ବ୍ୟୟ ବୃଦ୍ଧି ପାଇଥିଲା । ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ, ମହିଳା ଏବଂ ଶିଶୁ ବିକାଶ, ସ୍କୁଲ ଏବଂ ଗଣଶିକ୍ଷା ଏବଂ ସିଭିଲ୍ କାର୍ଯ୍ୟ ଉପରେ ମଧ୍ୟ ଫୋକସ କରାଯାଇଥିଲା ।
Odisha Budget history
Odisha Budget history (RKC)
  • ୨୦୦୯-୧୦ରେ ୭୪ତମ ବଜେଟ ଉପସ୍ଥାପନ ହୋଇଥିଲା । ଏହି ବର୍ଷ 'ମୋ କୁଡିଆ ଯୋଜନା', 'ମଧୁବାବୁ ପେନସନ ଯୋଜନା', 'ବିଜୁ କେବିକେ ଯୋଜନା', 'ଗୋପବନ୍ଧୁ ଗ୍ରାମୀଣ ଯୋଜନା', 'ବିଜୁ ଗ୍ରାମ ଜ୍ୟୋତି ଯୋଜନା' ଓ 'ଚାଉଳ ୨ଟଙ୍କା ପ୍ରତି କେଜି' ଭଳି ଉଲ୍ଲେଖନୀୟ ଯୋଜନାମାନ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏହି ବର୍ଷ ବ୍ୟୟବରାଦ ଥିଲା ୩୨, ୭୯୭.୫୫ କୋଟି ଟଙ୍କା ।
  • ସେହିଭଳି ୨୦୧୪-୧୫ରେ ୭୯ତମ ବଜେଟରେ ୮୦,୧୩୯.୫୯କୋଟି ଟଙ୍କା ବ୍ୟୟବରାଦ ଥିଲା । ଏହି ବଜେଟ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଉପରେ ଅଧିକ ଫୋକସ କରିଥିଲା । କିଶୋରୀମାନଙ୍କ ପାଇଁ ସାନିଟାରୀ କିଟ୍, ଏସସିବି ମେଡିକାଲରେ ବୋମ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ୟୁନିଟ ପ୍ରତିଷ୍ଠା ନିମନ୍ତେ ବ୍ୟୟବରାଦ କରାଯାଇଥିଲା । ଆଉମଧ୍ୟ ମିଶନ ଯୁବ ଶକ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଆର୍ଥିକ ଅନୁଦାନ, ବିଜୁ, ଗାଁ ଗାଡି ଯୋଜନା, ଆମ ପୋଲିସ ଭଳି ନୂଆ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ବର୍ଷ ଓଡ଼ିଶା ସରକାର ତୃତୀୟ ଥର ପାଇଁ କୃଷି କର୍ମାଣ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଆଉମଧ୍ୟ ଏହି ବର୍ଷ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୫୮ବର୍ଷରୁ ୬୦ ବର୍ଷକୁ ବୃଦ୍ଧି କରିଥିଲେ ।
  • ୨୦୧୮-୨୦୧୯ରେ ୮୩ତମ ବଜେଟ ଉପସ୍ଥାପନ ହୋଇଥିଲା । ଏହି ବଜେଟରେ ଅନେକ ଉନ୍ନୟନମୂଳକ ଯୋଜନାକୁ ସାମିଲ କରାଯାଇଥିଲା । ୧,୨୦,୦୨୮ କୋଟି ଟଙ୍କା ବ୍ୟୟବରାଦ ରହିଥିଲା । ଓଡ଼ିଶା ନାଗରିକମାନଙ୍କୁ ପାଇପ୍ ଯୋଗେ ଜଳ ଯୋଗାଣ ଯୋଗାଇ ଦେବା ଲକ୍ଷ୍ୟରେ ୫୦୨ଟି ପ୍ରକଳ୍ପ ଯୋଜନା କରାଯାଇଥିଲା । ୪୦ଟି ସେତୁ ଏବଂ ପାଞ୍ଚଟି ରେଳପଥ ଓଭର ବ୍ରିଜ୍ ନିର୍ମାଣ ପଶ୍ଚିମ ଓଡ଼ିଶାରେ ସଂଯୋଗୀକରଣ ଉନ୍ନତ କରିବା ପାଇଁ ବିଜୁ ଏକ୍ସପ୍ରେସୱେ ପାଇଁ ବ୍ୟୟ ବରାଦ କରାଯାଇଥିଲା । ସେହିଭଳି ଖୋର୍ଦ୍ଧା-ବଲାଙ୍ଗିର, ନବରଙ୍ଗପୁର-ଜୟପୁର,ଜୟପୁର-ମାଲକାନଗିରି ପାଇଁ ନୂତନ ରେଳ ଲାଇନ ପ୍ରକଳ୍ପ ପାଇଁ 400 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର ଏବଂ ବାଳିକାମାନଙ୍କ ପାଇଁ ପ୍ରାକ୍-ମାଟ୍ରିକ୍ ଏବଂ ପୋଷ୍ଟ-ମାଟ୍ରିକ୍ ଛାତ୍ରବୃତ୍ତି ପାଇଁ 1,375 କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା ।
Odisha Budget history
Odisha Budget history (RKC)
  • ୨୦୧୯-୨୦ରେ ୮୪ତମ ବଜେଟରେ ଚାଷୀମାନଙ୍କ ସହାୟତା ପାଇଁ କାଳିଆ ଯୋଜନା ଅଣାଯାଇଥିଲା ।

୧ କୋଟିରୁ ଏବେ ୩ ଲକ୍ଷ କୋଟିରେ ପହଞ୍ଚିବାକୁ ଯାଉଛି ବଜେଟ:

୧୯୩୬ ମସିହାରେ ପ୍ରଥମ ବଜେଟରେ ବ୍ୟୟ ବରାଦ ୧.୭୭ କୋଟିରୁ ଆରମ୍ଭ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ୨,୫୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ରହିଥିଲା । ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ୨୦୨୪-୨୫ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲା ବିଜେପି ସରକାର । ମୋହନ ସରକାରଙ୍କ ପ୍ରଥମ ବଜେଟରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବ୍ୟୟବରାଦ ରହିଥିଲା ।

ଏହାମଧ୍ୟ ପଢନ୍ତୁ...

ଆଜିଠୁ ବଜେଟ୍‌ ଅଧିବେଶନ: 'ଜୟ ଜଗନ୍ନାଥ' କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ପେପର ନୁହେଁ, ଟ୍ୟାବରେ ଗୃହକାର୍ଯ୍ୟ

ଓଡ଼ିଶାକୁ ୧୦,୫୯୯ କୋଟି ରେଳ ବଜେଟ, କେନ୍ଦ୍ର ଦେଲା ରେକର୍ଡ ଟଙ୍କା

Opinion: ବଜେଟ ୨୦୨୫: ଆଶା, ଅଭିବୃଦ୍ଧି ଓ ଚିନ୍ତା

ମୋହନ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଏହି ବଜେଟରେ କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ଓ କେଉଁ କେଉଁ ଲୋକାଭିମୁଖୀ ଯୋଜନା ଆସିବ ତାହା ଉପରେ ସମସ୍ତଙ୍କ ନଜର ।

Information Source RKC

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.