ETV Bharat / bharat

ରେଳଷ୍ଟେସନରେ କାହିଁକି ହେଲା ଦଳାଚକଟା, ଏଥି ପାଇଁ ଦାୟୀ କିଏ ? - NEW DELHI RAILWAY STATION STAMPEDE

ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳଚକଟା ଘଟଣାରେ ବର୍ତ୍ତମାନ ସୁଦ୍ଧା 18 ଜଣଙ୍କ ମୃତ୍ୟୁ ହୋଇଛି । ସାମ୍ନାକୁ ଆସିଲା ଦଳାଚକଟା ପଛର କାରଣ ।

NEW DELHI RAILWAY STATION STAMPEDE
NEW DELHI RAILWAY STATION STAMPEDE (ETV BHARAT)
author img

By ETV Bharat Odisha Team

Published : Feb 16, 2025, 8:13 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରେଳ ଷ୍ଟେସନରେ ଦଳଚକଟା ଘଟଣାରେ ବର୍ତ୍ତମାନ ସୁଦ୍ଧା 18 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ଦେଶର ରାଜଧାନୀର ଷ୍ଟେସନରେ ଏପରି ଘଟଣା ଘଟିବା ପରେ ରେଳବାଇର ସୁରକ୍ଷା ପ୍ରସ୍ତୁତି ଏବଂ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ କାହିଁକି, କେଉଁ ପରିସ୍ଥିତିରେ ଓ କେଉଁ ଅବହେଳା ଯୋଗୁଁ ଏତେ ବଡ ଅଘଟଣ ଘଟିଲା ଆସନ୍ତୁ ଜାଣିବା...

NEW DELHI RAILWAY STATION STAMPEDE
NEW DELHI RAILWAY STATION STAMPEDE (ETV BHARAT)

ଦୁର୍ଘଟଣାର ସବୁଠାରୁ ବଡ଼ କାରଣ ହେଉଛି ଜେନେରାଲ ଟିକେଟରେ ହଜାର ହଜାର ଯାତ୍ରୀ ଯାତ୍ରା କରିବା । ଏହି ଯାତ୍ରୀମାନଙ୍କ ପାଇଁ ଅଣସଂରକ୍ଷିତ ଟ୍ରେନ୍ ଗୁଡ଼ିକ ଠିକ୍ ସମୟରେ ଚାଲି ନଥିଲା, ଯାହା ଫଳରେ ଭିଡ଼ ବେକାବୁ ହୋଇଥିଲା ।

ସିଡିରେ ଜଣେ ଯାତ୍ରୀ ପଡିଯିବା ପରେ ଦଳାଚକଟା ସ୍ଥିତି ଉପୁଜିଥିଲା:

ଉତ୍ତରାଞ୍ଚଳ ରେଲବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି, "ଗତକାଲି ଯେତେବେଳେ ଏହି ଦୁଃଖଦ ଘଟଣା ଘଟିଥିଲା, ସେହି ସମୟରେ ପାଟନା ଅଭିମୁଖେ ଯାଉଥିବା ମଗଧ ଏକ୍ସପ୍ରେସ୍ ନୂଆଦିଲ୍ଲୀ ରେଳ ଷ୍ଟେସନର 14 ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିଲା ଏବଂ ଜମ୍ମୁ ଅଭିମୁଖେ ଯାଉଥିବା ଉତ୍ତର ସମ୍ପର୍କ କ୍ରାନ୍ତି 15 ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିଲା। ଏହି ସମୟରେ, 14-15 ନମ୍ବର ପ୍ଲାଟଫର୍ମ ଆଡକୁ ଆସୁଥିବା ଜଣେ ଯାତ୍ରୀ ଖସିଯାଇ ସିଡ଼ିରେ ପଡ଼ିଯାଇଥିଲେ । ତାଙ୍କ ପଛରେ ଠିଆ ହୋଇଥିବା ଅନେକ ଯାତ୍ରୀ ଧକ୍କା ଖାଇବା ପରେ ଏହି ଦୁଃଖଦ ଘଟଣା ଘଟିଥିଲା । ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଏହାର ତଦନ୍ତ କରାଯାଉଛି।"

ସେ ଆହୁରି କହିଛନ୍ତି ଯେ, କୌଣସି ଟ୍ରେନ୍ ସେବା ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ହୋଇନାହିଁ । ଏକ ଉଚ୍ଚସ୍ତରୀୟ କମିଟି ଏହି ଘଟଣାର ତଦନ୍ତ କରୁଛି। କମିଟିକୁ ସେମାନଙ୍କର ରିପୋର୍ଟ ଦାଖଲ କରିବାକୁ ଦିଅନ୍ତୁ । ପ୍ଲାଟଫର୍ମରେ ସ୍ଥିତି ଏବେ ସ୍ୱାଭାବିକ ରହିଛି । ସମସ୍ତ ଟ୍ରେନ୍ ଚଳାଚଳ କରୁଛି ।

2ଟି ଟ୍ରେନ ବିଳମ୍ବରେ ଚାଲିବା ଏହାର ମୁଖ୍ୟ କାରଣ:

ଡିସିପି ରେଳବାଇ କେପିଏସ ମାଲହୋତ୍ରା ଘଟଣାର କାରଣ କହିଛନ୍ତି, ''ଦୁଇଟି ଟ୍ରେନ ଚଳାଚଳରେ ବିଳମ୍ବ ହେବାରୁ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା, ଯାହା ଫଳରେ ଏହି ଦଳାଚକଟାର ମୁଖ୍ୟ କାରଣ। ଗୋଟିଏ ସମୟରେ ଟ୍ରେନଟି ବିଳମ୍ବ ହୋଇଥିଲା, ଏବଂ ଏହା ସହିତ, ପ୍ରୟାଗରାଜ ପାଇଁ ଲୋକମାନେ ଅଧିକ ଟିକେଟ କିଣିଥିଲେ। ଏଭଳି ଭିଡ ହେବ ବୋଲି ଆମେ ଭାବିଥିଲୁ । 10 ମନିଟ ଭିଡ ହେବ ବୋଲି ଆମେ ଭାବିଥିଲୁ । ଏହି ସମୟ ମଧ୍ୟରେ ଅଧିକ ଲୋକଙ୍କ ଆଗମନ, ଦୁଇଟି ଟ୍ରେନ ବିଳମ୍ବ ଏହାର ମୁଖ୍ୟ କାରଣ । ''

ପ୍ରୟାଗରାଜ ପାଇଁ ଅଧିକ ଅଣସଂରକ୍ଷିତ ଟିକେଟ ବିକ୍ରି ହୋଇଛି କି ?

ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରତିଦିନ ଲକ୍ଷାଧିକ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ପ୍ରତିଦିନ ଦିଲ୍ଲୀରୁ ବହୁ ସଂଖ୍ୟକ ଲୋକ କୁମ୍ଭରେ ବୁଡ ପକାଇବା ପାଇଁ ପ୍ରୟାଗରାଜ ଯାଉଛନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ମଧ୍ୟ କରୁଛି । ରବିବାର ଛୁଟି ଦିନ ଥିବାରୁ ଶନିବାର ଅଧିକ ସଂଖ୍ୟକ ଲୋକ ପ୍ରୟାଗରାଜ ଯିବାକୁ ଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲେ । ଜଣେ ରେଳ ଅଧିକାରୀ କହିଛନ୍ତି, ରବିବାର ଛୁଟି ଥିବାରୁ ଶନିବାର କୁମ୍ଭ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିଲା । ଶନିବାର ନୂଆଦିଲ୍ଲୀ ଷ୍ଟେସନରେ ୮.୫ ହଜାରରୁ ଅଧିକ ଲୋକ ଜେନେରାଲ ଟିକେଟ୍ ନେଇଥିଲେ । ଏହି ଯାତ୍ରୀମାନଙ୍କୁ ଜେନେରାଲ କୋଚରେ ବସି ଯାତ୍ରା କରିବାକୁ ଥିଲା ।

ଏହା ମଧ୍ୟ ପଢନ୍ତୁ-ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା: ୧୦ ମହିଳା ଓ ୪ ଶିଶୁଙ୍କ ସମେତ ୧୮ ମୃତ - RAILWAY STATION TRAGEDY

ଯାତ୍ରୀ ସଂଖ୍ୟା ବୃଦ୍ଧି ପରେ ମଧ୍ୟ ଚାଲିନଥିଲା ଅଣସଂରକ୍ଷିତ ଟ୍ରେନ:

ଜେନେରାଲ ବଗି ପାଇଁ ଅଧିକ ଯାତ୍ରୀ ଟିକେଟ କରିଥିଲେ ମଧ୍ୟ ପର୍ଯ୍ୟାପ୍ତ କୋଚ ନଥିଲା । ଶନିବାର ସକାଳେ ପ୍ରୟାଗରାଜ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଚଳ କରିଥିଲା। ଦୁର୍ଘଟଣା ପୂର୍ବରୁ, ଜେନରାଲ ଶ୍ରେଣୀରେ ଅଣସଂରକ୍ଷିତ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ, ରେଳବାଇ କୌଣସି ଅଣସଂରକ୍ଷିତ ଟ୍ରେନ୍ ଚଲାଯାଇନଥିଲା । ରେଳ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରୟାଗରାଜ ଯିବା ପାଇଁ ଅଣସଂରକ୍ଷିତ ଟିକେଟ୍ କିଣିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ, ଅଧିକ ଅଣସଂରକ୍ଷିତ ଟ୍ରେନ୍ ଚଳାଚଳ କରିବା ପାଇଁ ଅପରେସନ୍ ବିଭାଗକୁ ଦାବି କରାଯାଇଥିଲା, କିନ୍ତୁ ଦୁର୍ଘଟଣା ପର୍ଯ୍ୟନ୍ତ ମଧ୍ୟ ମହାକୁମ୍ଭ ପାଇଁ ସ୍ୱତନ୍ତ୍ର ଅଣସଂରକ୍ଷିତ ଟ୍ରେନ୍ ଚଲାଯାଇପାରିନଥିଲା ।

ଏମିତି ଘଟିଲା ଦୁର୍ଘଟଣା:

ନୂଆଦିଲ୍ଲୀ ଷ୍ଟେସନ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମହାକୁମ୍ଭକୁ ଯାଉଥିବା ଯାତ୍ରୀମାନେ 13 ଏବଂ 14 ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିଲେ। ପ୍ରୟାଗରାଜ ଯାଉଥିବା ଟ୍ରେନଟି ପ୍ଲାଟଫର୍ମ ନମ୍ବର 14ରେ ଅଟକି ରହିଥିଲା। ସେଥିରେ ମୋଟ ଚାରୋଟି ଜେନେରାଲ କୋଚ୍ ଥିଲା ଓ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ହଜାର ହଜାର ଥିଲା। ଯେତେବେଳେ ଟ୍ରେନ୍ ଆସିଲା ସମସ୍ତ ଯାତ୍ରୀ ଏକା ସାଙ୍ଗରେ ଜେନେରାଲ କୋଚରେ ଚଢିବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ଭିଡ଼ ଯୋଗୁଁ ଅନେକ ଲୋକମାନେ ଟ୍ରେନ୍ ଭିତରେ ଫସି ଯାଇଥିଲେ । ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।

14 ନମ୍ବର ପ୍ଲାଟଫର୍ମରେ ଭିଡ଼ କମ କରିବା ପାଇଁ ପ୍ରୟାଗରାଜ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ 16 ନମ୍ବର ପ୍ଲାଟଫର୍ମରୁ ଚଲାଯିବ ବୋଲି ଘୋଷଣା କରାଯାଇଥିଲା । ଏହା ପରେ ଯାତ୍ରୀ ମାନେ 16 ନମ୍ବର ପ୍ଲାଟଫର୍ମ ଆଡ଼କୁ ଦୌଡ଼ିବାକୁ ଲାଗିଲା । ଫଳରେ ଭିଡ଼ ଭିତରେ ସିଡ଼ିରେ ବସିଥିବା ଲୋକମାନେ ଚାପି ହୋଇଯାଇଥିଲେ । ଦଳାଚକଟା ପରିସ୍ଥିତି ସୃଷ୍ଟି ହେବା ପରେ ଅନେକ ଆହତ ହୋଇଥିଲେ । ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ 18 ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପ୍ରାୟ 25 ଜଣ ଲୋକ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।

ଘଟଣା ପରେ 4ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା:

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ପରେ କୁମ୍ଭମେଳା ପାଇଁ ରେଳବାଇ ପକ୍ଷରୁ ଚାରୋଟି ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଇଥିଲା । ଯାହା ଫଳରେ ଷ୍ଟେସନରେ ଭିଡ କମିଯିବ । ଯଦି ଏହି ଟ୍ରେନ ଗୁଡ଼ିକ ଭିଡ଼ ହେବା ପୂର୍ବରୁ ଚାଲିଥାନ୍ତା, ତେବେ ଏହି ଦୁର୍ଘଟଣା ଘଟି ନଥାନ୍ତା ଏବଂ 18 ଜଣଙ୍କ ଜୀବନ ବଞ୍ଚିଯାଇଥାନ୍ତା । ଟ୍ରେନ ଗୁଡ଼ିକ ଠିକ ସମୟରେ ନଚାଲିବାର ଆଉ ଏକ କାରଣ ହେଉଛି ଟ୍ରେନ ଚଳାଚଳ ସମ୍ବନ୍ଧରେ ସୂଚନା ଦେବାରେ ବିଳମ୍ବ ହୋଇପାରେ । ତଥାପି ଏହା ତଦନ୍ତ ସାପେକ୍ଷ । ଅନ୍ୟପକ୍ଷରେ, ଷ୍ଟେସନରେ ଭିଡ ବଢୁଥିବାରୁ RPF ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ରହିଥିଲା । ଭିଡ ରୋକିବାକୁ ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶକୁ ବନ୍ଦ କରିବାର ମଧ୍ୟ ଥିଲା। କିନ୍ତୁ ଦୁର୍ଘଟଣା ଘଟିବା ସମୟରେ ଏହି କାର୍ଯ୍ୟ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.