ETV Bharat / state

ଦୁର୍ଗାପୂଜାରେ ଡିଜେ-ମଦ ପରେ ଏବେ ଲେଜର ଲାଇଟ ମନା - Laser light ban

author img

By ETV Bharat Odisha Team

Published : Sep 8, 2024, 9:45 PM IST

Laser light ban: ଦଶହରା ପୂଜା ପାଇଁ ଚଳଚଞ୍ଚଳ ବାଉନ ବଜାର ତେପନ ଗଳିର ସହର କଟକ । ବସିଲା କଟକ ମହାନଗର ଶାନ୍ତି କମିଟି । ଚଳିତ ବର୍ଷ ଦୁର୍ଗାପୂଜାରେ ଡିଜେ-ମଦ ଏବଂ ଲେଜର ଲାଇଟ ବ୍ୟାନ କରିଛି ପ୍ରଶାସନ । ଅଧିକ ପଢନ୍ତୁ

DURGA PUJA PREPARATION MEETING
DURGA PUJA PREPARATION MEETING (ETV Bharat Odisha)

କଟକ: ଆସିଛି ପାର୍ବଣ । ଧରାବତରଣ କରିବେ ମା'ଦୁର୍ଗା । ଆସନ୍ତା ମାସରେ ଭାଇଚାରା ସହର କଟକରେ ଧୁମଧାମରେ ଅନୁଷ୍ଠିତ ହେବ ଦଶହରା ପୂଜା । ଦୁର୍ଗତିନାଶିନୀ ମା'ଦୁର୍ଗାଙ୍କ ହେବ ଧରାବତରଣ । ଦଶହରା ପୂଜା ପାଇଁ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୁତି ବୈଠକ । କଟକ ମହାନଗର ଶାନ୍ତି କମିଟି ତରଫରୁ ଚଳିତ ଦୁର୍ଗାପୂଜା ପାଇଁ ଆୟୋଜିତ ହୋଇଛି ପ୍ରସ୍ତୁତି ବୈଠକ । ଏଥିରେ ଲେଜର ଲାଇଟ ବ୍ୟାନ କରିଛି ପ୍ରଶାସନ ।

ମା'ଜଗତଜନନୀଙ୍କ ଆଗମନ ପାଇଁ ପ୍ରସ୍ତୁତି:

କଟକରେ ଭାଇଚାରା ଭିତ୍ତିରେ ପୂଜା ସମୟରେ ମଦମୁକ୍ତ ଭସାଣି ଆଉ ଡିଜେ ମୁକ୍ତ ରୋସଣିକୁ ଫୋକସ କରିଛନ୍ତି ଶାନ୍ତିକମିଟି ଓ ସମସ୍ତ ପୂଜା କମିଟି । ତେବେ କାଶତଣ୍ଡି ମହକରେ ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଗୋଟିଏ ମାସ ପରେ ଧରା ଅବତରଣ କରିବେ ମା' ଜଗତ ଜନନୀ । ବାଉନ ବଜାର ତେପନ ଗଳିରେ ପୂଜା ପାଇବେ ମାଆ ଦୁର୍ଗା । ପୂଜାକୁ ସୁରୁଖୁରୁରେ ସରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ଆଜି ସିଡିଏରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଆୟୋଜିତ ହୋଇଛି ପ୍ରସ୍ତୁତି ବୈଠକ ।

ଏହା ମଧ୍ୟ ପଢନ୍ତୁ .....Nuakhai 2024: ପିଠାପଣାରେ ମହକିଲା ପଶ୍ଚିମ ଓଡ଼ିଶା, ସବୁଠି ନୂଆଖାଇ ଧୂମ, ଏକାଠି ନୂଆ ଖାଇଲେ ରାଜ ପରିବାର - nuakhai 2024

କଟକ ମହାନଗର ଶାନ୍ତି କମିଟି ବୈଠକ:

କଟକ ଜିଲ୍ଲା ସମସ୍ତ ନିର୍ବାଚିତ ପ୍ରତିନିଧି, ପୂର୍ବତନ ନିର୍ବାଚିତ ପ୍ରତିନିଧି, ଜିଲ୍ଲାପାଳ,ପୋଲିସ କମିଶନର, ଶାନ୍ତି କମିଟିର କର୍ମକର୍ତ୍ତା ସହିତ ସମସ୍ତ ପୂଜାମଣ୍ଡପ ସାମିଲ ହୋଇ ପୂଜା ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ସ୍ୱାଭାବିକ ତଥା ଶାନ୍ତି ଶୃଙ୍ଖଳା ସହିତ ପାର୍ବଣକୁ ପାଳନ କରିବାକୁ ଶାନ୍ତିକମିଟି ତରଫରୁ ସମସ୍ତ ପକ୍ରିୟା ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ଅକ୍ଟୋବର ୯ ତାରିଖରୁ ଦୁର୍ଗା ପୂଜା ଆରମ୍ଭ ହୋଇ ୧୪ ତାରିଖରେ ମେଲାଣି ନେବେ ମା' ଜଗତ ଜନନୀ । ଅନ୍ୟପଟେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ତଥା ଡାକ ବାଜି ଯନ୍ତ୍ର ବଜାଇବା ନେଇ ମଧ୍ୟ କମିଶନରେଟ ପୋଲିସକୁ କରାଯାଇଛି ନିବେଦନ ।

ଏହା ମଧ୍ୟ ପଢନ୍ତୁ .....Unique Ganesh Puja: ନୌବାଣିଜ୍ୟ ଐତିହ୍ୟ ବଖାଣୁଛି ତୋରଣ, ସମ୍ବଲପୁରରେ 'ସର୍ବ ଶିକ୍ଷା ଅଭିଯାନ' ବାର୍ତ୍ତା - Unique Theme

ମଦମୁକ୍ତ ଭସାଣି ଓ ଡିଜେ ମୁକ୍ତ ରୋଷଣୀ ଉପରେ ଫୋକସ:

ଚଳିତ ବର୍ଷ ଦୁର୍ଗାପୂଜା ନିଶ୍ଚିତ ଭାବରେ ମହାଆଡ଼ମ୍ବର ଏବଂ ଶାନ୍ତିଶୃଙ୍ଖଳା ସହିତ ସମାପନ ହେବ ବୋଲି କହିଛନ୍ତି ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ । ଅନ୍ୟପଟେ ଚଳିତ ବର୍ଷ କଟକ ସହର ରେ ୧୭୩ଟି ମଣ୍ଡପରେ ପୂଜା ପାଇବେ ମା' ଦୁର୍ଗା । ସବୁଠାରୁ ବଡ଼ କଥା ହେଉଛି କଟକରେ ୨୯ଟି ଚାନ୍ଦି ମେଢ଼ ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ । ସିଙ୍ଗିଲ ୱିଣ୍ଡୋରେ ପୂଜା, ମଦମୁକ୍ତ ଭସାଣି ଓ ଡିଜେ ମୁକ୍ତ ରୋଷଣୀ ଉପରେ ଫୋକସ ଦେଇଛି କମିଶନରେଟ ପୋଲିସ । ଏହାବ୍ୟତୀତ ଜବରଦସ୍ତ ଚାନ୍ଦା ଆଦାୟ, ଲେଜର ଲାଇଟ ଓ ଫାୟାର ଗନ ଉପରେ କଡା ନଜର ରହିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତା ଘାଟ ମରାମତି,ସୁଚାର ଇଲେକ୍ଟ୍ରି ବ୍ୟବସ୍ଥା, ପରିମଳ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କଟକ ମହାନଗର ନିଗମ ମେୟର ସୁବାସ ସିଂ । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହିତ ପୂଜା ସାରିବାକୁ କଟକ ମୁରବୀମାନେ ରଣନୀତି କରିଥିବାବେଳେ ପ୍ରଶାସନିକ ସ୍ତରରେ ମଧ୍ୟ ଅନୁରୂପ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ .....Ganesh Puja 2024: ମାସେ ଧରି ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ପାଇବେ ଐତିହାସିକ ବୁଢ଼ା, ଟୋକା ଓ ପିଲା ଗଣେଶ - Unique Ganesh puja

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.