ETV Bharat / state

ବିଦେଶୀ ବିଟେକ ଛାତ୍ରୀ ମୃତ୍ୟୁ: ହସ୍ତକ୍ଷେପ କଲେ ରାଜ୍ୟ ସରକାର, ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ - NEPALI STUDENT DEATH

ରାଜ୍ୟ ସରକାଙ୍କ ହସ୍ତକ୍ଷେପ ପରେ ସାଇନ ଡାଏ ନିଷ୍ପତ୍ତିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫେରାଇ ନେଇଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଓଏସଆରଟିସି ବସ ବ୍ୟବସ୍ଥା ହୋଇଛି ।

NEPALI STUDENT DEATH
NEPALI STUDENT DEATH (ETV BHARAT ODISHA)
author img

By ETV Bharat Odisha Team

Published : Feb 17, 2025, 9:02 PM IST

ଭୁବନେଶ୍ବର: ଘରୋଇ ବିଶ୍ବ ବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଓ ବିଶ୍ବବିଦ୍ୟାଳୟରୁ ନେପାଳ ଛାତ୍ରଛାତ୍ରୀଙ୍କୁ ବିଦା କରିବା ଘଟଣାରେ ହସ୍ତକ୍ଷେପ କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଘଟଣା ବାବଦରେ ସବିଶେଷ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଭେଟିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ବାବଦରେ ଡ଼ିସିପି ଅବଗତ କରିବା ସହ ମାମଲାରେ କାର୍ଯ୍ୟାନୁଷ୍ଠାନ ବାବଦରେ ମଧ୍ୟ ସୂଚନା ଦେଇଥିବା ଜଣାପଡିଛି । ଅନ୍ୟପଟେ ସାଇନ ଡାଏ ନିଷ୍ପତ୍ତିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫେରାଇ ନେଇଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଓଏସଆରଟିସି ବସ ବ୍ୟବସ୍ଥା କରି ଫେରାଇ ଆଣିବା ଲାଗି ବ୍ୟବସ୍ଥା ହୋଇଛି । କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଫେରି ଆସିବାକୁ ନିବେଦନ କରାଯାଇଛି ।

NEPALI STUDENT DEATH (ETV BHARAT ODISHA)

'ଆମେ ଏହି ଘଟଣାକୁ ଗୁରୁତର ସହ ନେଇଛୁ':

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କରିଛନ୍ତି, "ନେପାଳ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ଗଭୀର ରହି ଆସିଛି । ନେପାଳ ସହ ଓଡିଶାର ସମ୍ପର୍କ ଦୀର୍ଘ ବର୍ଷରୁ ରହିଆସିଛି । ପ୍ରଭୁ ଜଗନ୍ନାଥ ଆଧାର ସାଜିଛନ୍ତି । ଘରୋଇ ବିଶ୍ବ ବିଦ୍ୟାଳୟରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦ । ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛୁ । ଘଟଣା ପରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତ୍ୱରିତ ପଦକ୍ଷେପ ନେଇଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତକଙ୍କ ଲ୍ୟାପଟପ, ନୋଟ, ମୋବାଇଲ ଜବତ କରାଯାଇଛି । ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପାଖାପାଖି 1000 ନେପାଳି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ପୋଲିସ ସେଠାରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛି । ସମ୍ବେଦନଶୀଳ ଭାବେ ଘଟଣାକୁ ଆମେ ଗୁରୁତର ସହ ନେଇଛୁ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବୈଦେଶିକ ବ୍ୟାପାର ବିଭାଗ ସହ ଆମେ ଯୋଗାଯୋଗରେ ଅଛୁ । ନିରପେକ୍ଷ ତଦନ୍ତ ହେଉଛି । ଘଟଣା ବାବଦରେ ଅବଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ନିଶ୍ଚୟ ଦଣ୍ଡିତ ହେବ । ଜଣେ ଗିରଫ ହୋଇଛନ୍ତି । ଯଦି ଅନ୍ୟ କେହି ସାମିଲ ଥିବେ ତାଙ୍କୁ ଧରିବାକୁ ଗୁରୁତ୍ୱ ଦିଆଯିବ ।"

ସାଇନ ଡାଏ ନିଷ୍ପତ୍ତିକୁ ଫେରାଇଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ:

ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "କଟକ ରେଳ ଷ୍ଟେସନରେ ମଧ୍ୟ ଅଭାବନୀୟ ଘଟଣା ଘଟିଛି । କଲେଜରେ ସାଇନ ଡାଏ କରାଗଲା ବୋଲି କହି ନେପାଳ ଛାତ୍ରଙ୍କୁ ବାହାର କରିଦିଆଯାଇଛି । ଏହାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ରାଜ୍ୟ ସରକାର ହସ୍ତକ୍ଷେପ କରିବା ପରେ ସାଇନ ଡାଏ ନିଷ୍ପତ୍ତିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫେରାଇ ନେଇଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଓଏସଆରଟିସି ବସ ବ୍ୟବସ୍ଥା କରି ଫେରାଇ ଆଣିବା ଲାଗି ବ୍ୟବସ୍ଥା ହୋଇଛି । ନେପାଳ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରକାର ମାନସିକ ନିର୍ଯାତନା, ଧମକ ଚମକ ନମିଳିବ ସରକାର ନଜର ରଖିବେ । ଓଡିଶା-ନେପାଳ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ଲାଗି ବ୍ୟବସ୍ଥା କରୁଛୁ । ବେସରକାରୀ ବିଶ୍ୱବିଦ୍ୟାଳୟ ଉପରେ ସରକାରଙ୍କର ବିଶେଷ କର୍ତ୍ତୃତ୍ୱ ନଥିଲେ ମଧ୍ୟ ଏହି ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାର ନିରପେକ୍ଷତାର ସହ ବିଚାର କରିବେ ।

ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ:

ସୋସିଆଲ ମିଡିଆରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି, ''ଓଡ଼ିଶାରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ହଷ୍ଟେଲରୁ ନେପାଳୀ ଛାତ୍ରମାନଙ୍କୁ ଜୋରଜବରଦସ୍ତ ବାହାର କରାଯିବା ଘଟଣା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଆମ ସରକାର କୂଟନୈତିକ ଆଧାରରେ କାମ କରୁଛନ୍ତି ଏବଂ ଯୋଗାଯୋଗରେ ଅଛନ୍ତି ।''

ଦୁଃଖ ପ୍ରକାଶ କଲା ଭାରତୀୟ ଦୂତାବାସ:

ଏହି ଘଟଣାରେ ନେପାଳ କାଣ୍ଡମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଦୁଃଖ ପ୍ରକାଶ କରିଛି । ଏକ ନୋଟରେ କୁହାଯାଇଛି ଯେ, ଏପରି ଦୁଃଖଦ ସମୟରେ ଦୂତାବାସ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ବିଶ୍ବବିଦ୍ୟାଳୟରେ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସହିତ ଆମେ ଯୋଗାଯୋଗରେ ଅଛୁ । ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଦୁର୍ଭାଗ୍ୟଜନକ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଦୂତାବାସକୁ ସୂଚନା ଦିଆଯାଇଛି । କଲେଜ ପକ୍ଷରୁ ନେପାଳ ଛାତ୍ରଙ୍କୁ ଫେରି ଆସିବାକୁ ନିବେଦନ କରାଯାଇଛି । ''

ଜବରଦସ୍ତି ବାହାର କରିଦେଲେ କଲେଜରୁ:

ଭୁବନେଶ୍ଵରର ରେଳ ଷ୍ଟେସନରେ ଅପେକ୍ଷା କରିଥିବା ଘରୋଇ କଲେଜର ନେପାଳ ଛାତ୍ରଛାତ୍ରୀ କହିଛନ୍ତି ଯେ, ଆମକୁ ଜବରଦସ୍ତି କଲେଜରୁ ବାହାର କରିଦେଇଛନ୍ତି । ଯେଉଁ ଛାତ୍ରୀ ଜଣଙ୍କ ଜୀବନ ହାରିଛି ସେ କିଛି ଦିନ ପୂର୍ବରୁ ଅଭିଯୋଗ ମଧ୍ୟ କରିଥିଲା । ଯାହା ଫଳରେ କୌଣସି କିଛି ଆକ୍ସନ ନିଆଯାଇନଥିଲା । ଗତକାଲି ଛାତ୍ରୀ ଜଣଙ୍କ ଜୀବନ ହାରିଥିଲେ। ଏହି ଘଟଣାକୁ ନେଇ ଯେତେବେଳେ ସମସ୍ତ ନ୍ୟାୟ ପାଇଁ ଯାଇଥିଲୁ ସେଠାରେ କିଛି ଷ୍ଟାପ୍ ଖରାପ ବ୍ୟବହାର କରିବାକୁ ଲାଗିଥିଲେ। ଏପରିକି ମାଡ ମଧ୍ୟ ମାରିଥିଲେ । ଏପରିକି ବର୍ତ୍ତମାନ କେଉଁଆଡେ ଯିବେ କଣ କାରିବେ କିଛି ଜାଣିନାହାନ୍ତି ଛାତ୍ର ଛାତ୍ରୀମାନେ ବୋଲି କହିଛନ୍ତି ଜଣେ ନେପାଳ ଛାତ୍ରଛାତ୍ରୀ ।

ନେପାଳ ଛାତ୍ର ସତିଶ କହିଛନ୍ତି, ‘ଛାତ୍ରୀଙ୍କ ମୃତ୍ଯୁ ଘଟଣାକୁ ନେଇ ଯେତେବେଳେ ପ୍ରୋଟେଷ୍ଟ୍ କରାଗଲା ଆମକୁ ମାଡ ମାରିଥିଲେ। ଏପରିକି ସୁରକ୍ଷା କର୍ମୀ ମାନେ ପିଲାଙ୍କୁ ମାଡ ମାରିବା ସହ କହିଥିଲେ ତୁମେ ଏଠୁ ପଳାଓ । କଲେଜ ପକ୍ଷରୁ ତୁରନ୍ତ ସମସ୍ତ ପିଲାଙ୍କୁ କଲେଜ ଛାଡ଼ିବା ପାଇଁ ନୋଟିସ ଦିଆଯାଇଥିଲା ।’

ରେଳ ଷ୍ଟେସନରେ ପଡ଼ି ରହିଛନ୍ତି ଛାତ୍ରଛାତ୍ରୀ:

କଲେଜ ବିଦା କରିବା ପରେ କେଉଁ ଆଡେ ଯିବେ ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି । କିଛି ଛାତ୍ର ଛାତ୍ରୀଙ୍କୁ ବସ୍ ଯୋଗେ ରେଳ ଷ୍ଟେସନରେ ଛାଡି ଦିଆଯାଇଛି । ସେମାନେ ସକାଳୁ ସେଠାରେ ରହିଛନ୍ତି । କେଉଁ ଟ୍ରେନରେ ଯିବେ, କଣ ଖାଇବେ ସେନେଇ ଭୟରେ ରହିଛନ୍ତି । ଏପଟେ ଟିକେଟ ମିଳୁନଥିବାରୁ ଆହୁରି ଭୟ ବଢ଼ାଇଛି । ଏପଟେ ଭୁବନେଶ୍ବର ରେଳ ଷ୍ଟେସନରେ ପାଖାପାଖି ୩୦୦ରୁ ଅଧିକ ପିଲାମାନେ ଟ୍ରେନକୁ ଅପେକ୍ଷା କରିଛନ୍ତି। ସମସ୍ତଙ୍କ ମନରେ ଭୟ ଭାରି ରହିଛି ।

ଘରୋଇ ବିଶ୍ବବିଦ୍ୟାଳୟ ରେଜିଷ୍ଟାରଙ୍କ ଦୁଃଖ ପ୍ରକାଶ:-

ଏପଟେ ଘରୋଇ ବିଶ୍ଵବିଦ୍ୟାଳୟର ରେଜିଷ୍ଟାର ଜ୍ଞାନ ରଞ୍ଜନ ମହାନ୍ତି କହିଛନ୍ତି ଯେ, ବିଟେକ ତୃତୀୟ ବର୍ଷର ଛାତ୍ରୀ ଜୀବନ ହାରିଛି । ଯାହା ସମସ୍ତଙ୍କ ପାଇଁ ଦୁଃଖର ବିଷୟ ଅଟେ । ବିଟେକର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । କିଛି କଥାକୁ ନେଇ ଛାତ୍ରୀ ଜଣଙ୍କ ଡିପ୍ରେସରେ ରହିଥିଲେ ଯାହା ଫଳରେ ଜୀବନ ହାରିଛନ୍ତି । ଏନେଇ ସମସ୍ତ ନେପାଳର ଛାତ୍ରଛାତ୍ରୀ ମାନେ ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କୁ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.