ETV Bharat / entertainment

'ଆଶ୍ରମ 3 ପାର୍ଟ 2' ସହ ପୁଣି ଫେରୁଛନ୍ତି ବବି ଦେଓଲ, ଜାଣନ୍ତୁ କେବେ ଓ କେଉଁଠି ଦେଖିବେ ? - AASHRAM 3 PART 2 RELEASE DATE

'ଆଶ୍ରମ 3 ପାର୍ଟ 2' ର ଟ୍ରେଲର ରିଲିଜ ହୋଇଛି । ଏଥିସହ ସିରିଜର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି ।ବବି ଦେଓଲଙ୍କ ଏହି କ୍ରାଇମ-ଥ୍ରୀଲର ସିରିଜ କେବେ ଓ କେଉଁଠି ଦେଖିବେ?

aashram 3 part 2 release date
aashram 3 part 2 release date (series poster)
author img

By ETV Bharat Entertainment Team

Published : Feb 20, 2025, 1:20 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ବବି ଦେଓଲଙ୍କ ବହୁ ପ୍ରତୀକ୍ଷିତ ୱେବ ସିରିଜ 'ଆଶ୍ରମ 3 ପାର୍ଟ 2' ସହ ପୁଣି କମବ୍ୟାକ କରୁଛନ୍ତି । ପୁଣିଥରେ ଓଟିଟିରେ ଏହି ସିରିଜ ଧମାକା କରିବାକୁ ପ୍ରସ୍ତୁତ । ଜାନୁଆରୀ 30ରେ ସିରିଜ ଘୋଷଣା କରାଯାଇଥିଲା । ଯାହା ପରେ ଲୋକଙ୍କ ଉତ୍ସାହ ବଢିଥିଲା ଏବଂ ଫ୍ୟାନ୍ସ ଏହାର ରିଲିଜକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଅପେକ୍ଷାର ଅନ୍ତ ହୋଇଛି । ଏହାର ଟ୍ରେଲର ମୁକ୍ତିଲାଭ କରିବା ସହ ସିରିଜର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ନିର୍ମାତା ।

କେବେ ଓ କେଉଁଠି ଦେଖିବେ ?

'ଆଶ୍ରମ 3 ପାର୍ଟ 2' ଏହି ମାସରେ ଆପଣଙ୍କ ପରଦାରେ ଆସିବାକୁ ଯାଉଛି । ବବି ଦେଓଲଙ୍କ ଅଭିନୀତ ଏହି ୱେବ୍ ସିରିଜ୍ 27 ଫେବୃଆରୀରେ ମୁକ୍ତିଲାଭ କରିବ । ଆମାଜନ MX ପ୍ଲେୟାରରେ 'ଆଶ୍ରମ 3 ଭାଗ 2' ଉପଭୋଗ କରିପାରିବେ । ସିରିଜର ଟ୍ରେଲର ସେୟାର କରିବାବେଳେ ବବି ଦେଓଲ ଲେଖିଛନ୍ତି- ଜପନମ୍! ମୁଁ 27 ଫେବୃଆରୀରେ ତୁମର ଧୈର୍ଯ୍ୟର ଲଡୁ ଆଣିଛି । ଏକାଦନାମ୍ ଆଶ୍ରମ ସିଜନ 3 ଭାଗ 2 ଫେବୃଆରୀ 27 ରେ MX ପ୍ଲେୟାରରେ ମୁକ୍ତିଲାଭ କରିବ ।

ଟ୍ରେଲର କିପରି ହୋଇଛି ?

ବବି ଦେଓଲଙ୍କ ୱେବ ସିରିଜ 'ଆଶ୍ରମ 3 ପାର୍ଟ 2' ର ଟ୍ରେଲର ବିଷୟରେ କହିବାକୁ ଗଲେ ଏଥର ଆଦିତ୍ୟ ପୋହନାକରଙ୍କ ବିଦ୍ରୋହୀ ଅବତାର ପୂର୍ବ ଅପେକ୍ଷା ଦେଖିବାକୁ ମିଳିଛି । ଆଦିତ୍ୟ ପୋହନକର ପୁଣି ଥରେ ପମି ହୋଇ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ପ୍ରତିଶୋଧ ନେବେ । ଏଥର ସେ ପ୍ରତିଶୋଧ ପାଇଁ ଭୋପା ସ୍ୱାମୀଙ୍କୁ ବ୍ୟବହାର କରିବେ । ଏଥିସହ ଭୋପି ପମିଙ୍କ ସୌନ୍ଦର୍ଯ୍ୟର ଜାଲରେ ଫସି ରହି ବାବା ନିରାଲାଙ୍କ ପ୍ରତିଦ୍ୱନ୍ଦ୍ୱୀ ହେବେ । ତେବେ ଏହି ସିଜନରେ ପମିଙ୍କ ପ୍ରତିଶୋଧ ସମ୍ପୂର୍ଣ୍ଣ ହେବ କି ନାହିଁ ତାହା କେବଳ ସିରିଜ୍ ଦେଖିବା ପରେ ହିଁ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: ଭଣ୍ଡ ବାବା ଭୂମିକାରେ ପୁଣି ଫେରିଲେ ବବି ଦେଓଲ

'ଆଶ୍ରମ 3 ପାର୍ଟ 2' ର ଷ୍ଟାର୍ କାଷ୍ଟ୍

ଏହି ୱେବ୍‌ ସିରିଜ୍‌ର କାହାଣୀ ଡ୍ରଗ୍ସ, ଦୁଷ୍କର୍ମ ଏବଂ ରାଜନୀତି ଉପରେ ଆଧାରିତ । 'ଆଶ୍ରମ 3 ପାର୍ଟ ୨' ନିର୍ଦ୍ଦେଶନା ପ୍ରକାଶ ଝା ଦେଇଛନ୍ତି । ଏହି ସିରିଜରେ ବବି ଦେଓଲଙ୍କ ସହ ଆଦିତ୍ୟ ପୋହନକର, ଚନ୍ଦନ ରୟ ସାନିଆଲ, ଦର୍ଶନ କୁମାର, ବିକ୍ରମ କୋଚର, ଅନୁପ୍ରିୟା ଗୋଏଙ୍କା, ତ୍ରିଦା ଚୌଧୁରୀ, ରାଜୀବ ସିଦ୍ଧାର୍ଥ ଏବଂ ଏଶା ଗୁପ୍ତା ପ୍ରମୁଖ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.