ETV Bharat / state

ଏଣିକି ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ, ରପ୍ତାନୀ ହେବ ମହୁଲି - LIQUOR FROM MILET

ରାଜ୍ୟରେ ଅବକାରୀ ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସରକାର । ଏନେଇ ନୂଆ ଅବକାରି ନୀତି ୨୦୨୫ -୨୬ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଅବକାରୀ ବିଭାଗ ବୈଠକ
ଅବକାରୀ ବିଭାଗ ବୈଠକ (ETV Bharat)
author img

By ETV Bharat Odisha Team

Published : Feb 21, 2025, 8:27 PM IST

Updated : Feb 21, 2025, 11:01 PM IST

ଭୁବନେଶ୍ବର: ଏଣିକି ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ । ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ହେବ ମଦ । ସେହିପରି ବିଦେଶକୁ ରପ୍ତାନୀ ହେବ ମହୁଲି । ରାଜ୍ୟରେ ଅବକାରୀ ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସରକାର। ଏନେଇ ନୂଆ ଅବକାରୀ ନୀତି ୨୦୨୫ -୨୬ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅବକାରୀ କ୍ଷେତ୍ରରେ ପୁଞ୍ଜି ନିବେଶ ଓ ଆଗ୍ରହୀ ଥିବା ଉଦ୍ୟୋଗୀଙ୍କ ସହ ଏକ ବୈଠକ କରି ଏନେଇ ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଛନ୍ତି । ମଦ ପ୍ରସ୍ତୁତକାରୀ କମ୍ପାନୀ, ବିକ୍ରୟକାରୀ ଓ ଅବକାରୀ ଶିଳ୍ପ ଓ କଞ୍ଚାମାଲ କାରବାର କରୁଥିବା ବିଭିନ୍ନ ସଂସ୍ଥା ସହ ଏକ ବୈଠକ ହୋଇଛି । ରାଜ୍ୟ ଅତିଥି ଭବନରେ ଏନେଇ ନୂଆ ଅବକାରୀ ନୀତି ନେଇ ବିଚାର ବିମର୍ଶ ଚାଲିଛି ।

ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ (ETV Bharat Odisha)
  • ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ

ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ଯେ, ‘‘ଓଡିଶାରେ ପ୍ରଥମ ଥର ମାଣ୍ଡିଆରୁ ମଦ ତିଆରି ହେବ । ଓଡିଶାରେ ମିଲେଟ ବେସଡ ଇଣ୍ଡଷ୍ଟ୍ରି ତିଆରି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଆମର‌ ମାଣ୍ଡିଆ, ଯ’ ଆଉ ବାଜରାରୁ ମଦ ପ୍ରସ୍ତୁତ ହେବା ଭଳି ଉତ୍ପାଦନ କ୍ଷମତା ରହିଛି । ସେ ସବୁଥିରୁ କିଭଳି ମିଲେଟ ବେସଡ ଲିକ୍ୟୁର ଇଣ୍ଡଷ୍ଟ୍ରି ହୋଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯେଉଁଥିରେ ସର୍କରା ରହୁଛି ସେଥିରୁ ମଦ ପ୍ରସ୍ତୁତି ହୋଇଥାଏ । ଏଣୁ ମାଣ୍ଡିଆ ଏକ ଭଲ ବିକଳ୍ପ । ଓଡ଼ିଶାରେ ମାଣ୍ଡିଆରେ ଏକ ୟୁନିଟ ପ୍ରସ୍ତୁତ ହେବ‌। ସେମାନେ ଚାହୁଁଛନ୍ତି ତାଙ୍କୁ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଇନସେଟିଭ ମିଳୁ । ଲୋକାଲ ସପ୍ଲାଏ ଚାହିଦା ପୂରଣ କରି ରାଜ୍ୟ ବାହାରକୁ ଓ ପରେ ଭାରତ ବାହାରକୁ ରପ୍ତାନୀ ପାଇଁ ମାହୋଲ ତିଆରି ହେବ। ଓଡ଼ିଶାରେ ଆଉ କେମିତି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର କଞ୍ଚାମାଲ ବ୍ୟବହାର ହେବ ଓ ଏଠାକାର ଲୋକଙ୍କୁ ଉପଯୁକ୍ତ ସୁଯୋଗ ମିଳିବ’’ ।

ଅବକାରୀ ବିଭାଗ ବୈଠକ
ଅବକାରୀ ବିଭାଗ ବୈଠକ (ETV Bharat)
  • ରପ୍ତାନୀ ହେବ ମହୁଲି

ବିଶେଷ କରି ରାଜ୍ୟରେ ମହୁଲରୁ ପ୍ରସ୍ତୁତ ମଦ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି । ଆଗାମୀ ଦିନରେ ଯେଉଁମାନେ ମଦ କାରଖାନା ବସାଇବାକୁ ଚାହୁଁଛନ୍ତି ସେମାନଙ୍କୁ କିପରି ଏକ ସିଙ୍ଗଲ ଓ୍ବିଣ୍ଡୋ ବାତାବରଣ ମିଳିବ ନିବେଶ ପାଇଁ ସେନେଇ ଆଲୋଚନା ହୋଇଛି । ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରରେ ବିନିଯୋଗ ପାଇଁ ଯେଉଁ ରିହାତି ଦେଉଛନ୍ତି ସେହି ସମାନ ରିହାତି ଅବକାରୀ କ୍ଷେତ୍ରରେ ଯୋଗାଇ ଦେବାକୁ କିଭଳି ସୁଯୋଗ ମିଳିବ ସେସବୁ ଦିଗରେ ମଧ୍ୟରେ ବୈଠକରେ ଆଲୋଚନା ହୋଇଛି। ସେହିପରି ମହୁଲିରୁ ପ୍ରସ୍ତୁତି ମଦର କିଭଳି ଉଚିତ ମୂଲ୍ୟ ମିଳିବ, ବିକ୍ରି ପାଇଁ ଉପଯୁକ୍ତ ମାର୍କେଟ ସୃଷ୍ଟି ହେବ ସେନେଇ ମଧ୍ୟ ବିଚାର ବିମର୍ଶ ହୋଇଛି ।

ଅବକାରୀ ବିଭାଗ ବୈଠକ
ଅବକାରୀ ବିଭାଗ ବୈଠକ (ETV Bharat)

ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ‘‘ବର୍ତ୍ତମାନ ଯେଭଳି ମହୁଲିରୁ ମଦ ପ୍ରସ୍ତୁତ ହେଉଛି ଆଗକୁ କିପରି ଆହୁରି ଭଲ ଉନ୍ନତ ମାନର ମଦ ପ୍ରସ୍ତୁତ ହୋଇପାରିବ ।ଏହାକୁ ଉଚିତ ଦରରେ ଅର୍ଥାତ୍ ଭଲ ଲାଭ ଓ ଭଲ ରେଟରେ ମହୁଲି ବିକ୍ରି କରିହେବ। ଆଦିଵାସୀ ଭାଇମାନେ ଭଲ ଲାଭ ପାଇପାରିବେ ଏସବୁ ବୈଠକରେ ଆଲୋଚନା ହୋଇଛି ।କାରଣ ମହୁଲିରୁ ଦେଶୀ ପଦ୍ଧତିରେ ମଦ ପ୍ରସ୍ତୁତ ହେଉଛି । ଏହାର ମାତ୍ର ୧୫ଦିନ ସେଲଫ ଲାଇନ‌ ବା ଏକସ୍ପାୟରି ରହୁଛି । ନୂଆ ନିବେଶକଙ୍କ ଦ୍ବାରା ମହୁଲି ମଦ କାରଖାନା ପ୍ରତିଷ୍ଠା ହୋଇପାରିବ । ବେଶୀ ଦିନ ପର୍ଯ୍ୟନ୍ତ କିପରି ମହୁଲି ମଦ ରହିପାରିବ ଓ ବିକ୍ରି କରିହେବ । ତା ସହିତ ଅନ୍ୟ ରାଜ୍ୟକୁ ମହୁଲି ପଠାଯିବା ସହ ରପ୍ତାନି ହେବା ନେଇ ଲକ୍ଷ୍ୟ ରଖାଯାଇଛି ’’।

ଅବକାରୀ ବିଭାଗ ବୈଠକ
ଅବକାରୀ ବିଭାଗ ବୈଠକ (ETV Bharat)

ସେ ଆହୁରି ମଧ୍ୟ କହିଛନ୍ତି ‘‘ମହୁଲିରୁ ପ୍ରସ୍ତୁତ ମଦକୁ ବେଶି ଦିନ ସଂରକ୍ଷଣ ହୋଇପାରିବ ନାହିଁ। ତେଣୁ ଆମେ କିଭଳି ନୁତନ ଜ୍ଞାନ କୌଶଳ ନୂଆ ପଦ୍ଧତିରେ ତାକୁ ଅଧିକ ଦିନ ଗଚ୍ଛିତ ଓ ବିକ୍ରି ହେଲା ଭଳି ମଦ କାରଖାନା ପ୍ରତିଷ୍ଠା କରିପାରିବା । କାରଣ ଆମର ଏଠି ବେଶି ମହୁଲି ପ୍ରଡ୍ୟୁସ ହେଉଛି । ଯାହାକୁ ପ୍ରୋସେସିଂ କରି ନୁଆ ନୁଆ ଫ୍ଲେଭରର ମହୁଲି ପ୍ରସ୍ତୁତ ମଦ ତିଆରି ପାଇ ପ୍ରୋତ୍ସାହନ ଦିଆଯିବ। ମହୁଲକୁ ନେଇ ବିଭିନ୍ନ ଫ୍ଲେଭରରେ ପରୀକ୍ଷଣମୂଳକ ଭାବେ ଭିନ୍ନ ଫ୍ଲେଭରର ମଦ ପ୍ରସ୍ତୁତ କରାଯାଇପାରିବ ।’’

ଅବକାରୀ ନୀତିରେ ପରିବର୍ତ୍ତନ

ନୂଆ ଅବକାରୀ ନିତିରେ କେବଳ ମଦ ବିକ୍ରି ଉପରେ ନୁହେଁ ବରଂ ଏନଫୋର୍ସମେଣ୍ଟ ‌ଶୁଦ୍ଧ ମଦ ପ୍ରସ୍ତୁତ ହୋଇପାରିବ । କିପରି ତାକୁ ଅପମିଶ୍ରିତ ନ ହୋଇପାରିବ । ଲୋକଙ୍କ ସ୍ବାସ୍ଥ୍ୟ ଯେପରି ଖରାପ ନ ହୋଇ ଉନ୍ନତମାନର ମଦ ପ୍ରସ୍ତୁତ ହୋଇପାରିବ ଓ ଲୋକଙ୍କ ପାଖରେ ପହଞ୍ଚି ପାରିବ । ପଲିସିରେ କ୍ବାଲିଟି ଲିକର ଉପରେ ଗୁରୁତ୍ବ ରାଜ୍ୟରେ ଅବକାରି ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସରକାର ।

ଏହା ମଧ୍ୟ ପଢନ୍ତୁ:

ରାଜ୍ୟରେ ବଢୁଛି ମଦ ବ୍ରିକି; ସର୍ବାଧିକ ରାଜସ୍ବ ଦେଉଛି ବରଗଡ

ଟ୍ରେନରେ ମଦ ନେଇ ଯାଇପାରିବେ କି ? ଜାଣନ୍ତୁ କ'ଣ ରହିଛି ନିୟମ...

ମଦ ପିଉଛନ୍ତି କି ? କାହିଁକି ଖାଇବା ଜରୁରୀ କଞ୍ଚାଲଙ୍କା , ଜାଣନ୍ତୁ କାରଣ ?

Last Updated : Feb 21, 2025, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.