କରାଚି: ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି 2025ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଘରୋଇ ଦଳ ତଥା ଆୟୋଜକ ଟିମ ପାକିସ୍ତାନକୁ 60 ରନରେ ପରାସ୍ତ କରିଛି । ପାକିସ୍ତାନ କରାଚି ସ୍ଥିତ ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି 50 ଓଭରରେ 5 ୱିକେଟ୍ ହରାଇ 320 ରନ୍ ସଂଗ୍ରହ କରିଥିଲା ନ୍ୟୁଜିଲ୍ୟାଣ୍ଡ ଟିମ୍ । ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିବା ପାଇଁ 321 ରନର ଲକ୍ଷ୍ୟକୁ ପଛି କରି ପାକିସ୍ତାନ ଦଳ 47.2 ଓଭରରେ 260 ରନ୍ ସ୍କୋର କରି ଅଲ ଆଉଟ୍ ହୋଇଥିଲା । ଏହା ସହ କିୱି ଦଳ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚକୁ 60 ରନରେ ଜିତିଥିଲା । ଟମ୍ ଲାଥାମ୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
New Zealand win the opening match of ICC Champions Trophy 2025#PAKvNZ | #ChampionsTrophy | #WeHaveWeWill pic.twitter.com/MvD3upTSoZ
— Pakistan Cricket (@TheRealPCB) February 19, 2025
ପାକିସ୍ତାନ ଉପରେ ବିଜୟର 4 ହିରୋ-
ଗ୍ରୁପ-ଏର ପ୍ରଥମ ମ୍ଯାଚ ବିଜୟରେ ନ୍ୟୁଜିଲ୍ୟାଣ୍ଡର ଚାରିଜଣ ଖେଳାଳି ହିରୋ ଥିଲେ । ସେମାନଙ୍କର ଚମତ୍କାର ଖେଳ ନିଜ ଦଳକୁ ପାକିସ୍ତାନ ଉପରେ ବିଜୟୀ କରାଇଛି । ଏଥିମଧ୍ୟରେ ଓପନର୍ ୱିଲ୍ ୟଙ୍ଗ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ୍ ରହିଛନ୍ତି । ଦୁହେଁ ବ୍ୟାଟିଂରେ ଶତକୀୟ ଇନିଂସ ଖେଳିଥିଲେ । ଏହି ଦୁଇଟି ବ୍ୟତୀତ ଅଧିନାୟକ ମିଚେଲ ସାଣ୍ଟନର୍ ଏବଂ ୱିଲ୍ ଓ’ରକେଙ୍କ ନାମ ଅନ୍ତର୍ଭୁକ୍ତ, ଯିଏ ବଲ୍ ସହିତ 3-3 ୱିକେଟ୍ ନେଇଥିଲେ ।
ୱିଲ୍ ୟଙ୍ଗ୍ 113 ବଲରେ 107 ରନ ସ୍କୋର କରିଥିଲେ । ୟଙ୍ଗ ତାଙ୍କ ଶତକୀୟ ଇନିଂସରେ 12ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ଟମ ଲାଥାମ 104 ବଲରେ 118 ରନ ସ୍କୋର କରିଥିଲେ । ଲାଥାମ 10 ଟି ଚୌକା ଏବଂ 3 ଛକା ମାରିଥିଲେ । ଗ୍ଲେନ୍ ଫିଲିପ୍ସ ଅର୍ଦ୍ଧଶତକ ହାସଲ କରିଥିଲେ । 39 ବଲରେ 61 ରନ ସ୍କୋର କରିଥିଲେ । ଫିଲିପ୍ସ 3 ଚୌକା ଏବଂ 4 ଛକା ହିଟ୍ କରିଥିଲେ । ୱିଲ୍ ଓ’ର୍କେ 9 ଓଭରରେ 47 ରନ୍ ପାଇଁ 3 ୱିକେଟ୍ ନେଇଥିଲେ । ଏହା ପରେ ମିଚେଲ ସାଣ୍ଟନର୍ 10 ଓଭରରେ 66 ରନ୍ ପାଇଁ 3 ୱିକେଟ୍ ନେଇଥିଲେ ।
Clinical New Zealand down Pakistan in #ChampionsTrophy 2025 opener 👏#PAKvNZ 📝: https://t.co/E5MS83KLLA pic.twitter.com/JpcqY5664Q
— ICC (@ICC) February 19, 2025
ଏହା ବି ପଢନ୍ତୁ- ଭାରତୀୟ ଜର୍ସିରେ ପାକିସ୍ତାନର ନାମ, କଣ ରହିଛି ICC ନିୟମ ? - CHAMPIONS TROPHY 2025
ନ୍ୟୁଜିଲ୍ୟାଣ୍ଡ ଆଗରେ ଅଣ୍ଠେଇଲା ପାକିସ୍ତାନ-
ଏହି ମ୍ୟାଚ୍ରେ ପ୍ରଥମେ ପାକିସ୍ତାନୀ ବୋଲରମାନେ ବଲ୍ରେ ନିରାଶାଜନକ ପ୍ରଦର୍ଶନ କରିଥିଲେ ଏବଂ ପରେ ବ୍ୟାଟ୍ସମ୍ୟାନମାନେ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ପାକିସ୍ତାନ ପାଇଁ ନାସିମ ଶାହା 10 ଓଭରରେ 63 ରନ୍ ପାଇଁ 2 ୱିକେଟ୍ ନେଇଥିଲେ । ଏହା ସହିତ ହରିସ୍ ରାଉଫ୍ 10 ଓଭର ବୋଲିଂ କରି 83 ରନ୍ ଦେଇ 2 ୱିକେଟ୍ ନେଇଥିଲେ । ଏହି ଦୁଇ ପାକିସ୍ତାନୀ ବୋଲରଙ୍କୁ ଛାଡିଦେଲେ ନ୍ୟୁଜିଲାଣ୍ଡ ସମ୍ମୁଖରେ କୌଣସି ବୋଲିରଙ୍କ ବୋଲିଂ କାମ ଦେଇନଥିଲା । ଯେତେବେଳେ ପାକିସ୍ତାନ ଟାର୍ଗେଟକୁ ପିଛା କଲା, ସେତେବେଳେ ଶକିଲ 6, ମହମ୍ମଦ ରିଜୱାନ 3, ଫଖର ଜମାନ 24, ଶାହିନ ଆଫ୍ରିଦି 14, ନାସିମ ଶାହା 13 ଏବଂ ହରିସ ରାଉଫ 19 ରନ ସ୍କୋର କରିଥିଲେ ।
ପାକିସ୍ତାନ ପାଇଁ ଖୁସଦିଲ ଶାହା ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ସେ 49 ଟି ବଲରେ 10 ଚୌକା ଓ 1 ଛକା ସହ 69 ରନ ଖେଳିଥିଲେ । ତାଙ୍କ ବ୍ୟତୀତ ବାବର ଆଜାମ ମଧ୍ୟ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ବାବର 90 ବଲରେ 64 ରନର ଇନିଂସ ଖେଳି 6 ଚୌକା ଓ 1 ଛକା ମାରିଥିଲେ । ସଲମାନ ଆଗା ମଧ୍ୟ ଏକ ଭଲ ଇନିଂସ ଖେଳିଥିଲେ କିନ୍ତୁ ସେ ଅର୍ଦ୍ଧଶତକ ହାସଲ କରିବାରେ ବଞ୍ଚିତ ହୋଇଥିଲେ। ସେ 28 ବଲରେ 42 ସ୍କୋର କରିଥିଲେ ।
ତେବେ ପ୍ରଥମ ମ୍ୟାଚରେ ବିଜୟ ସହିତ ନ୍ୟୁଜିଲାଣ୍ଡ ଦଳ 2 ପଏଣ୍ଟ ପାଇ ଗ୍ରୁପ-ଏରେ ଟପରେ ରହିଛି ।