ETV Bharat / state

ନିର୍ମଳାଙ୍କ ରେକର୍ଡ ଭାଙ୍ଗିଲେ ମୋହନ: 2 ଲକ୍ଷ 90 ହଜାର କୋଟି ବ୍ୟୟବରାଦ, କେଉଁ କ୍ଷେତ୍ରକୁ କେତେ ? - ODISHA BUDGET 2025

ବଜେଟ ପଢ଼ି ସୀତାରମଣଙ୍କ ରେକର୍ଡ ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ । ସୀତାରମଣ 2 ଘଣ୍ଟା 42 ମିନିଟ୍ (2020) ମୋହନ ମାଝୀ: 2 ଘଣ୍ଟା 43 ମିନିଟ୍ (2025) ।

ODISHA BUDGET 2025
ODISHA BUDGET 2025 (ETV Bharat Odisha)
author img

By ETV Bharat Odisha Team

Published : Feb 17, 2025, 8:35 PM IST

ଭୁବନେଶ୍ୱର: 2025-26 ଆର୍ଥିକ ବର୍ଷ ପାଇଁ 2 ଲକ୍ଷ 90 ହଜାର କୋଟି ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଆଗତ କରିଛନ୍ତି ବଜେଟ । ରେକର୍ଡ 2 ଘଣ୍ଟା 43 ମିନିଟ ଧରି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ପଢିଛନ୍ତି ମୁଖ୍ୟମନ୍ତ୍ରୀ । 2025-26 ବଜେଟ ଆକଳନରେ କାର୍ଯ୍ୟକ୍ରମ ବଜେଟକୁ 1 ଲକ୍ଷ 70 ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ମୋଟ ବଜେଟ ଅଟକଳର ପ୍ରାୟ 59 ପ୍ରତିଶତ । ଚଳିତ ବଜେଟରେ ଆକଳନ କରାଯାଇଥିବା 65 ହଜାର 12 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର 6.1 ପ୍ରତିଶତ । ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧ‌ିକ ।

2025-26ରେ ପ୍ରଶାସନିକ ବ୍ୟୟ 1 ଲକ୍ଷ 8 ହଜାର କୋଟି ବୋଲି ପ୍ରସ୍ତାବ ରହିଛି । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ 4 ହଜାର କୋଟିର ବ୍ୟୟ ବରାଦ ହୋଇଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ 3311 କୋଟି ଟଙ୍କା ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ 4559 କୋଟି ଟଙ୍କା ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥାକୁ ହସ୍ତାନ୍ତର ହେବ । ସେହିପରି 2025-26 ଆର୍ଥିକ ବର୍ଷରେ ମୋଟ 8 ହଜାର କୋଟି ଟଙ୍କା ରାଜ୍ୟରୁ ସ୍ଥାନୀୟ ନିକାୟ ସଂସ୍ଥାକୁ ହସ୍ତାନ୍ତରିତ ହେବ । 2025-26 ପାଇଁ 2 ଲକ୍ଷ 90 ହଜାର କୋଟି ଟଙ୍କାର ବ୍ୟୟ ବରାଦରେ 2 ଲକ୍ଷ 32 ହଜାର କୋଟି ଟଙ୍କାର ରାଜସ୍ବ ପ୍ରାପ୍ତି ଏବଂ 58 ହଜାର କୋଟି ଟଙ୍କାର ଋଣ ଏବଂ ଅନ୍ୟାନ୍ୟ ପ୍ରାପ୍ତି ମାଧ୍ୟମରେ ଭରଣା କରାଯିବ ।

2025-26 ବର୍ଷ ପାଇଁ ରାଜସ୍ବ ପ୍ରାପ୍ତି ମଧ୍ୟରେ 66 ହଜାର କୋଟି ଟଙ୍କା ରାଜ୍ୟର ନିଜସ୍ବ ଟିକସ, 60 ହଜାର କୋଟି ଟଙ୍କା ଅଣଟିକସ ରାଜସ୍ବ ଟିକସ ରାଜସ୍ବ, 64 ହଜାର 4 ଶହ 8 କୋଟି ଟଙ୍କା କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଏବଂ 41 ହଜାର 5 ଶହ 92 କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ରହିଛି । 2025-26 ବର୍ଷରେ ରାଜସ୍ବ ବଳକା ଓ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର ଯଥାକ୍ରମେ ପ୍ରାୟ 3% ଓ 3.2 %ରେ ସୀମିତ ରହିବ । ତେଣୁ 2025-26 ବାର୍ଷିକ ବ୍ୟୟ ଅଟକଳ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧୁନିୟମ ବା FRBM Act ଦ୍ବାରା ସ୍ତିରୀକୃତ ସମସ୍ତ ବିତ୍ତୀୟ ସୂଚନାଙ୍କ ମଧ୍ୟରେ ସୀମିତ ରହିବ ।

କେଉଁ କ୍ଷେତ୍ରକୁ ମିଳିଲା କେତେ-

ମୁହାଣ ଖନନ ପାଇଁ ୩୮୬ କୋଟି ବ୍ୟୟ ବରାଦ କରାଯାଇଛି
ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ ହୋଇଛି
ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ
ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି

ନଳକୂପ ଗୁଡ଼ିକ ପାଇଁ ବଜେଟ୍‌ରେ ୧୧୫୦ କୋଟି ରହିଛି
ମତ୍ସ୍ୟ ପଶୁପାଳନ ପାଇଁ ୧୯୦୯କୋଟି ବ୍ୟୟ ବରାଦ କରାଯାଇଛି
ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖିଛନ୍ତି ଆମ ସରକାର

ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହୋଇଛି

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି

ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି

କୃଷି ପାଇଁ ୩୭,୮୦୦ କୋଟି ଟଙ୍କା ବ୍ୟୟ ବରାଦ

କୃଷି ପାଇଁ ଏଥର ବଜେଟ୍‌ରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି । ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ସିଏମ୍‌ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି । ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖିଛୁ । ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି । ମିଲେଟ ପାଇଁ ଏମ୍‌ଏସ୍‌ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ରଖାଯାଇଛି । ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ ହୋଇଛି । ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଜରିଆରେ ୬୫୦ କୋଟି ବ୍ୟୟ ବରାଦ କରାଯାଇଛି । ସୁଧମୁକ୍ତ ୫୦ ହଜାର କୋଟି ଋଣ କରାଯାଇଛି।

ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହାତ ହାତକୁ ନେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଠାରୁ ସୁଧମୁକ୍ତ ୫୦ ହଜାର କୋଟି ଋଣ ମିଳିଛି। ଭୁବନେଶ୍ବରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟି । ରାଜ୍ୟ ରାଜପଥକୁ ୪ ଲେନ୍‌ କରିବାକୁ ନିଷ୍ପତ୍ତି ହୋଇଛି । ନୂଆ କରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ । ଗମନାଗମନର ସୁବିଧା ପାଇଁ NHAI ପରି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ ହେବ । ଗ୍ରାମୀଣ ପରିବହନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା । ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା ପାଇଁ ୧ ହଜାର ୮୫ କୋଟି ବ୍ୟୟ ବରାଦ କରାଯାଇଛି। ବନ୍ଦର ପାଇଁ ୧୭୦୭ କୋଟି ବ୍ୟୟ ବରାଦ

ରାଜ୍ୟରେ ବନ୍ଦରଗୁଡ଼ିକର ବିକାଶ କରାଯିବ । ବନ୍ଦରଗୁଡ଼ିକର ବିକାଶ ପାଇଁ ବଜେଟ୍‌ରେ ୧୭୦୭ କୋଟି ବ୍ୟୟ ବରାଦ । ବିମାନ ଚଳାଚଳକୁ ବ୍ୟାପକ କରିବା ପାଇଁ ୩୮୨ କୋଟି ଖର୍ଚ୍ଚ ହେବ ।

ଏହା ବି ପଢନ୍ତୁ-ବଜେଟ 2025-26ରେ ବଡ ଘୋଷଣା, ପ୍ରତି ଜିଲ୍ଲାରୁ ମାଗଣା ବସରେ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ - ODISHA BUDGET 2025

ବୟନଶିଳ୍ପ ପାଇଁ ୧୨୨ କୋଟି ବ୍ୟୟ ବରାଦ

ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି । ହସ୍ତଶିଳ୍ପ ତାଲିକାକୁ ସଂଶୋଧନ କରାଯାଇଛି । ୧୦୦ ହସ୍ତଶିଳ୍ପ କାରିଗରଙ୍କୁ ବ୍ୟାଙ୍କ ଜରିଆରେ ଋଣ ଦିଆଯିବ । ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶରେ ସାମିଲ କରିବେ ସରକାର । ପର୍ଯ୍ୟଟନ ପାଇଁ ସରକାର ୮୨୦ କୋଟି ପ୍ରଦାନ କରିବେ ରାଜ୍ୟ ସରକାର । ପର୍ଯ୍ୟଟନର ସମନ୍ବିତ ବିକାଶ ପାଇଁ ବ୍ୟୟ ହେବ ୩୯୫ କୋଟି ।

ନଗର ଉନ୍ନୟନ ବିଭାଗ ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ୧୧୦୦ କୋଟି । ସୁଜଳ ଯୋଜନା ପାଇଁ ୭୩୨ କୋଟି ଟଙ୍କା ବ୍ୟୟବରାଦ । ସ୍ବଚ୍ଛ ଓଡ଼ିଶା ପାଇଁ ୨୬୧ କୋଟି ଟଙ୍କା ବରାଦ କରାଯାଇଛି । ନୂଆ ସହର ବିକାଶ ପାଇଁ ୨୦୦ କୋଟି ବରାଦ । ସ୍ବଚ୍ଛ ଭାରତ ମିଶନ (ସହରାଞ୍ଚଳ) ପାଇଁ ୬୦୦ କୋଟି ବ୍ୟୟ ବରାଦ କରାଯାଇଛି ।

ସାମାଜିକ ସୁରକ୍ଷା କ୍ଷେତ୍ରରେ ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୫ ହଜାର ୩୭୦ କୋଟି ବ୍ୟୟ ବରାଦ । ଜାତୀୟ ବୟସ୍କ ଓ ପୀଡ଼ିତଙ୍କ ପାଇଁ ୨ ହଜାର ୧୮୧ କୋଟି ବ୍ୟୟ ହେବ । ଇନ୍ଦିରା ଗାନ୍ଧି ଜାତୀୟ ପେନ୍‌ସନ ଯୋଜନା ପାଇଁ ୧୦୧୬ କୋଟି ବ୍ୟୟ ବରାଦ କରାଯାଇଛି ।

ଏହା ବି ପଢନ୍ତୁ- ନୂଆ ସରକାରର ନୂଆ ଯୋଜନା; ବଜେଟରେ 16 ନୂଆ ସ୍କିମ୍, ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା - NEW INITIATIVES IN ODISHA BUDGET

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ ୧୦୩୩ କୋଟି ବ୍ୟୟ ବରାଦ। ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ ୧୦୯୩ କୋଟି। ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ ପାଇଁ ୧୨୭ କୋଟି ବ୍ୟୟ ବରାଦ । OPGC ଅଂଶଧନ ନିବେଶ ପାଇଁ ୪୨୯ କୋଟି ବ୍ୟୟ ଲକ୍ଷ୍ୟ ରଖାଯାଇଛି ।

ପର୍ଯ୍ୟଟନର ବିକାଶ ପାଇଁ ୮୨୦ କୋଟିର ବଜେଟ । ପର୍ଯ୍ୟଟକ ରହଣି ସୁବିଧା ପାଇଁ ୩୫୯ କୋଟି ବରାଦ କରାଯାଇଛି।
ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ୩୩୨ କୋଟି । ଘଟଗାଁ ମାଆ ତାରିଣୀ ମନ୍ଦିର ପାଇଁ ୫୦ କୋଟି ବ୍ୟୟ ବରାଦ କରାଯାଇଛି । ସଡ଼କ ଓ ପୋଲ ପାଇଁ ରାଜ୍ୟ ସରକାର PMGSY ପାଇଁ ୧୭୦୦କୋଟିର ବ୍ୟୟ ବରାଦ କରିଛନ୍ତି।
ସଡ଼କ ବିକାଶ ଯୋଜନା ପାଇଁ ୬୫୦୨କୋଟି ଟଙ୍କା ବରାଦ । ସେତୁ ବନ୍ଧନ ଯୋଜନା ପାଇଁ ୨ହଜାର କୋଟି ବ୍ୟୟ କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ହଜାର ୪୭୦କୋଟି । ନିର୍ବାଚନମଣ୍ଡଳୀୱାରୀ ଆବଣ୍ଟନ ପାଇଁ ୧୪୨କୋଟି ବରାଦ କରାଯାଇଛି ।

ବଜେଟରେ ଓଡ଼ିଆ ଅସ୍ମିତା-
ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି ବରାଦ । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି । ସାଂସ୍କୃତି ଅନୁଷ୍ଠାନକୁ ଅନୁଦାନ ବାବଦକୁ ୭୭ କୋଟି । ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି ବରାଦ । ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ପାଇଁ ୨ ହଜାର କୋଟି ବ୍ୟୟ ବରାଦ । ଜଳଜୀବନ ମିଶନ ପାଇଁ ୭୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଁ ୪ ହଜାର ୫୦୦ କୋଟ ବ୍ୟୟ ବରାଦ କରାଯାଇଛି ।

ଶିକ୍ଷା କ୍ଷେତ୍ରରେ ବହୁ ଯୋଜନା ଆଣିଛନ୍ତି ରାଜ୍ୟ ସରକାର-
ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି । ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବରାଦ କରାଯାଇଛି । ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟି । PM ପୋଷଣ ଯୋଜନା ପାଇଁ ୮୮୫ କୋଟି ଟଙ୍କା । ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି ବ୍ୟୟ ବରାଦ କରାଯାଇଛି ।

ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲେଖନୀୟ ଯୋଜନା ଆଣିଛନ୍ତି ସରକାର-
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୩୮୮୧ କୋଟି ଖର୍ଚ୍ଚ ହେବ । ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ରାଜ୍ୟ ଭାଗ ୨ ହଜାର ୯୧ କୋଟି ବ୍ୟୟ ବରାଦ କରିଛନ୍ତି । ନିର୍ମଳ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବରାଦ ।

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆଣିଛନ୍ତି ସରକାର:

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି । ଜିଲ୍ଲାରୁ ବସ୍‌ରେ ଯାଇ ଜଗନ୍ନାଥ ଦର୍ଶନ କରିବେ ଭକ୍ତ । ମାଗଣାରେ ମିଳିବ ଅବଢ଼ା ଓ ଦର୍ଶନ ସୁବିଧା । ପରିବହନ ଓ ଯୋଗାଯୋଗ ପାଇଁ ବଜେଟ ବ୍ୟବସ୍ଥା କରାଯାଇଛି । ରେଳ ପ୍ରକଳ୍ପ ପାଇଁ ୩୦୦ କୋଟି ବ୍ୟୟ ବରାଦ କରାଯାଇଛି । ବେସାମରିକ ବିମାନ ଚଳାଚଳ ପାଇଁ ୩୮୨ କୋଟି । ଗ୍ରାମାଞ୍ଚଳରେ ପରିବହନ ସେବା ପାଇଁ ୧୦୮୫ କୋଟି । ଗ୍ରୀନ୍‌ ଓଡ଼ିଶା ବୈଦ୍ୟୁତିକ ଯାନ ସବ୍‌ସିଡି ପାଇଁ ୧୬୦ କୋଟି । ଅଟଳ ବସ୍‌ଷ୍ଟାଣ୍ଡ ପାଇଁ ୧୨୬୬ କୋଟି ବରାଦ ।

SC ST ବିକାଶ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟୟ ବରାଦ:

ନବମ ଏବଂ ଦଶମ ଶ୍ରେଣୀର ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପାଇଁ ୧୫୪କୋଟି ଖର୍ଚ୍ଚ ହେବ। SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ ୪୫୦କୋଟି ବ୍ୟୟ ବରାଦ। ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୩୫୦କୋଟି ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨୧୦ କୋଟି ବରାଦ । ସହିଦ ଲକ୍ଷ୍ମଣ ନାୟକ ସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ବ୍ୟୟ ବରାଦ କରାଯାଇଛି । ପାରାଦୀପରେ Green Field Airport ହେବ । ବିମାନ ସେବା ଯୋଗାଇ ଦେବା ପାଇଁ ସରକାର ୩୮୨ କୋଟିର ବଜେଟ କରିଛନ୍ତି । କଟକ, ପୁରୀ, ଭୁବନେଶ୍ବରକୁ କରି ଏକ ମହା ନଗର ଗଠନ କରାଯିବ । ଭୁବନେଶ୍ବର New City ପାଇଁ ୨୦୦ କୋଟିର ବଜେଟ ରଖା ଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୩୨୨ ହେକ୍ଟର ଜମିର ବିକାଶ କରାଯିବ । ଭୁବେଶ୍ବର ରିଙ୍ଗ ରୋଡ ପାଇଁ ୧୩୦୦ କୋଟିର ବଜେଟ ରହିଛି ।

Mines ଓ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାକୁ ୬ line କରାଯିବ:

ମୁଖ୍ୟମନ୍ତ୍ରୀ bus ସେବା ପାଇଁ ୧୦୮୫ କୋଟି ବଜେଟ୍ ରହିଛି । ୧୨୬୬ କୋଟି ର ଅଟଳ bus stand ଯୋଜନା ପାଇଁ ଦିଆଯାଇଛି। ବାହୁଡ଼ା ଓ ଇଞ୍ଚୁଡ଼ି ଠାରେ ନୂଆ ବନ୍ଦର କରାଯିବ । ଅସ୍ତରଙ୍ଗ ଠାରେ ସବୁ ଦୁନିଆ ବନ୍ଦର ହେବ। PM ସୂର୍ଯ୍ୟ ଘର ଯୋଜନା ପାଇଁ ରାଜ୍ୟ ସରକାର ଅଧିକ ୬୦,୦୦୦ ଟଙ୍କା ରିହାତି ଦେବେ ।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା:

୮୦ ବର୍ଷରୁ ଅଧିକ,ବୟସ୍କ ଓ ୮୦% ଭିନ୍ନକ୍ଷମଙ୍କ ପାଇଁ ୯୯୨୧ କୋଟି ଟଙ୍କା ବଜେଟ ରଖାଯାଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାଜ୍ୟ ସରକାର ସାମୁହିକ ବିବାହ କରିବେ । ସେଥି ପାଇଁ ୧୨ କୋଟି ଟଙ୍କା ବଜେଟରେ ମିଳିଛି । ସୁଭଦ୍ରା ପାଇଁ ୧୦,୧୪୫ କୋଟି ବଜେଟ, ସୁଭଦ୍ରା ସୁରକ୍ଷା ପାଇଁ ୧୫୦ କୋଟି ବଜେଟରେ ବ୍ଯବସ୍ଥା ହୋଇଛି । ସୁଭଦ୍ରା-ଶକ୍ତି, ସୁଯୋଗ୍ୟ-ସୁଭଦ୍ରା, ଆଦି ନୂଆ ଯୋଜନା ଏଥିରେ ସାମିଲ୍ ହେବ ।

ଗଣ ଶିକ୍ଷାରେ ୩୧୦୦ କୋଟି ଟଙ୍କା ବରାଦ ହୋଇଛି । ଯାହା କି ଗତ ବର୍ଷ ତୁଳନା ରେ ୧୮% ଅଧିକା । ୪୫୦୦୦ ଶିଶୁ ବାଟିକା କାର୍ଯ୍ୟକ୍ଷମ ହେବ । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ୨୯୦୦ କୋଟି । ଏତିହ୍ୟ ସ୍କୁଲ ପାଇଁ ୬୦ କୋଟି ବରାଦ । ବଢିବ ରୋଷେୟାଙ୍କ ଦରମା ।

ସମସ୍ତଙ୍କ ପାଇଁ କ୍ରୀଡା:
ପ୍ରତ୍ୟକ ବ୍ଲକ ରେ ବିଭିନ୍ନ କ୍ରୀଡା ପାଇଁ ଅତ୍ୟାଧୁନିକ ସୁବିଧା ରହିବ,୫ ବର୍ଷରେ ୪ ହଜାର ୧୦୦ ଟଙ୍କା ଖର୍ଚ୍ଚ ହେବ । କ୍ରୀଡା କ୍ଷେତ୍ର ଭାରତର କ୍ରୀଡା ରାଜଧାନୀ ଭାବେ ଓଡିଶା ଚିହ୍ନଟ ହେଉଛି । ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଶ୍ରେଷ୍ଠ ପଦର୍ଶନ । କେନ୍ଦୁଝର, ଭ୍ରହ୍ମପୁର, ଜୟପୁରରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ହେବ । ରାଉରକେଲାରେ ହାଇ କ୍ଵଲିଟି ସେଣ୍ଟର କରାଯିବ । cm ଟ୍ରଫିର ଶୁଭାରମ୍ଭ କରାଯାଇଛି । ଗ୍ରାମୀଣ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦକ୍ଷତା ବୃଦ୍ଧି ହେବ।

ବିଜ୍ଞାନ ବୈଷୟିକ ଜ୍ଞାନ କୌଶଳ ବଜେଟ
ବାଇଓ ଟେକ୍ନୋଲୋଜି ପାର୍କ ହେବ । 231 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏକ କୋଟି ଟଙ୍କାର ଏକ ସାଇନ୍ସ ସିଟି ନିର୍ମାଣ ହେବ । ବିଜ୍ଞାନ ଏବଂ ଗଣିତ ଶିକ୍ଷକ ମାନଙ୍କୁ ବେଙ୍ଗାଲୁରୁରେ ତାଲିମ ଦିଆଯିବ ।

ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ MLA ଲ୍ୟାଡ଼କୁ 3 କୋଟିରୁ 5 କୋଟିକୁ ଵୃଦ୍ଧି:

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ 500 କୋଟି ଟଙ୍କା । ଦକ୍ଷିଣ ଓଡିଶା,ଉତ୍ତର ଓଡିଶା ବିକାଶ ପରିଷଦରେ 200 କୋଟି ଟଙ୍କା ଆବଣ୍ଟନ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି । ମାଲକାନଗିରି ଜିଲ୍ଲାରେ ସେତୁ ଯୋଜନାରେ 50 କୋଟି ବ୍ୟୟ ବରାଦ ।

ମହାନଦୀ ରିଭର ଫ୍ରଣ୍ଟ ଓ ବୁଢ଼ାବଳଙ୍ଗ ରିଭର ଫ୍ରଣ୍ଟ ବିକାଶ ପାଇଁ 150 କୋଟି:

ମହାନଦୀ ରିଭର ଫ୍ରଣ୍ଟ ଓ ବୁଢ଼ାବଳଙ୍ଗ ରିଭର ଫ୍ରଣ୍ଟ ବିକାଶ ପାଇଁ 150 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡିଆ ପ୍ରବାସୀଙ୍କ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । SUJALA ପାଇଁ 733 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱଚ୍ଛ ଓଡ଼ିଶା ପାଇଁ 261 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ 1100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜୋନାଲ ଆଇଟିଆଇ ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ଏବଂ ଆଇଟିଆଇରେ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoEs) ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଓଡ଼ିଶା AI ମିଶନ ପାଇଁ 20 କୋଟି:

ଓଡ଼ିଶା AI ମିଶନ ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡ଼ିଶା ପୋଷଣ ମିଶନ ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସୁଭଦ୍ରା ସମ୍ବେଦନା ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 'ଆମେ ପଢିବା ଆମ ଭାଷାରେ' ପାଇଁ 25 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 'ଆମ ଶିମିଳିପାଳ ଯୋଜନା' ପାଇଁ 50 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅଟଳ ବସଷ୍ଟାଣ୍ଡ ପାଇଁ 1266 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆନ୍ତଃରାଜ୍ୟ ନଦୀ ସଂଯୋଗ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

2025-26 ବଜେଟ ହାଇଲାଇଟ୍ସ

  • ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ 30 କୋଟି ଟଙ୍କା ବ୍ୟୟବରାଦ
  • ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ 153 କୋଟି ଟଙ୍କା ବ୍ୟୟବରାଦ
  • ବକୁଳ ବନ ଉନ୍ନୟନ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ
  • Cold Storage Policy ପାଇଁ 60 କୋଟି ଟଙ୍କା ବ୍ୟୟବରାଦ
  • ମଡେଲ ମଣ୍ଡି ପାଇଁ 50 କୋଟି ଟଙ୍କା ବ୍ୟୟବରାଦ
  • ଅନ୍ତ୍ୟୋଦୟ ଗୃହ ଯୋଜନା ଗୃହ ଯୋଜନା ପାଇଁ 2603 କୋଟି ଟଙ୍କା ବ୍ୟୟବରାଦ
  • ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ପାଇଁ 200 କୋଟି
  • ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ପାଇଁ 200 କୋଟି ଟଙ୍କା ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ 12 କୋଟି ଟଙ୍କା ବ୍ୟୟବରାଦ
  • ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପାଇଁ 53 କୋଟି ଟଙ୍କା ବ୍ୟୟବରାଦ
  • Artificial Intelligence driven Predictive Policing and Crime Mapping ପାଇଁ 10 କୋଟି ଟଙ୍କା ବ୍ୟୟବରାଦ
  • Digital VHF System ପାଇଁ 29 କୋଟି ଟଙ୍କା ବ୍ୟୟବରାଦ
  • ସାମୁଦ୍ରିକ ଦକ୍ଷତା ବିକାଶ ପାଇଁ 20 କୋଟି ଟଙ୍କା ବ୍ୟୟବରାଦ
  • ସମୃଦ୍ଧ ସହର ପାଇଁ 408 କୋଟି ଟଙ୍କା ବ୍ୟୟବରାଦ
  • ମହାନଦୀ ରିଭର ଫ୍ରଣ୍ଟ ଓ ବୁଢ଼ାବଳଙ୍ଗ ରିଭର ଫ୍ରଣ୍ଟ ବିକାଶ ପାଇଁ 150 କୋଟି ଟଙ୍କା ବ୍ୟୟବରାଦ
  • ଓଡିଆ ପ୍ରବାସୀଙ୍କ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ
  • ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ପାଇଁ 100 କୋଟି ଟଙ୍କା ବ୍ୟୟବରାଦ
  • SUJALA ପାଇଁ 733 କୋଟି ଟଙ୍କା ବ୍ୟୟବରାଦ
  • ସ୍ବଚ୍ଛ ଓଡ଼ିଶା ପାଇଁ 261 କୋଟି ଟଙ୍କା ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ 1100 କୋଟି ଟଙ୍କା ବ୍ୟୟବରାଦ
  • ଜୋନାଲ ଆଇଟିଆଇ ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ଏବଂ ଆଇଟିଆଇରେ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoEs) ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ବ୍ୟୟବରାଦ
  • ଓଡ଼ିଶା Al ମିଶନ ପାଇଁ 20 କୋଟି ଟଙ୍କା ବ୍ୟୟବରାଦ
  • ଓଡ଼ିଶା ପୋଷଣ ମିଶନ ପାଇଁ 100 କୋଟି ଟଙ୍କା ବ୍ୟୟବରାଦ
  • ସୁଭଦ୍ରା ସମ୍ବେଦନା ପାଇଁ 20 କୋଟି ଟଙ୍କା ବ୍ୟୟବରାଦ
  • 'ଆମେ ପଢିବା ଆମ ଭାଷାରେ' ପାଇଁ 25 କୋଟି ଟଙ୍କା ବ୍ୟୟବରାଦ
  • 'ଆମ ଶିମିଳିପାଳ ଯୋଜନା' ପାଇଁ 50 କୋଟି ଟଙ୍କା ବ୍ୟୟବରାଦ
  • ଅଟଳ ବସଷ୍ଟାଣ୍ଡ ପାଇଁ 1266 କୋଟି ଟଙ୍କା ବ୍ୟୟବରାଦ
  • ଆନ୍ତଃରାଜ୍ୟ ନଦୀ ସଂଯୋଗ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ

ବଜେଟରେ ନାରୀ ଶକ୍ତିକୁ ଗୁରୁତ୍ୱ

ଚଳିତ ରାଜ୍ୟ ବଜେଟରେ ନାରୀ ଶକ୍ତିକୁ ଗୁରୁତ୍ୱ ମିଳିଛି । 'ସୁଭଦ୍ରା' ପ୍ରଥମ କିସ୍ତିରେ ମହିଳାଙ୍କୁ ଏଯାବତ 4,900 କୋଟି ଟଙ୍କା ପ୍ରଦାନ କରାଯାଇଛି । ସୁଭଦ୍ରା ପ୍ଲସ୍ ଯୋଜନା ପାଇଁ 10,145 କୋଟି ଟଙ୍କା ବ୍ୟୟ ବରାଦ । ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ 153 କୋଟି ବ୍ୟୟ ବରାଦ ହୋଇଛି । ଆଗକୁ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ , ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ, ସୁଭଦ୍ରା କଲ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ବଜେଟ ପଢିବାରେ ନିର୍ମଳାଙ୍କ ରେକର୍ଡ ଭାଙ୍ଗିଲେ ମୋହନ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଛନ୍ତି ବଜେଟ । ରେକର୍ଡ 2 ଘଣ୍ଟା 43 ମିନିଟ ଧରି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ପଢିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ନିର୍ମଳାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2022 ମସିହାରେ 2 ଘଣ୍ଟା 42 ମିନିଟ୍ ବଜେଟ ପଢିଥିବା ବେଳେ ଚଳିଥ ବର୍ଷ ମୋହନ ଚରଣ ମାଝୀ 2 ଘଣ୍ଟା 43 ମିନିଟ୍ ପର୍ଯ୍ୟନ୍ତ ବଜେଟ ପଢି ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.