ETV Bharat / politics

ରିଭର୍ସ ଗିୟରରେ ଡବଲ ଇଞ୍ଜିନ ସରକାର: ନବୀନ ପଟ୍ଟନାୟକ - NAVEEN PATNAIK REACTION ON BUDGET

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଆଗତ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, 'ଟଙ୍କା ଘୋଷଣା ବଡ଼ କଥା ନୁହେଁ, କାର୍ଯ୍ୟକାରୀ କରିବା ଦରକାର'

Naveen Patnaik reaction Over Budget
Naveen Patnaik reaction Over Budget (ETV Bharat Odisha)
author img

By ETV Bharat Odisha Team

Published : Feb 17, 2025, 7:56 PM IST

ଭୁବନେଶ୍ୱର: ଉପସ୍ଥାପନ ହୋଇଛି ୯୦ତମ ରାଜ୍ୟ ବଜେଟ । 2025-26 ଆର୍ଥିକ ବର୍ଷ ପାଇଁ 2 ଲକ୍ଷ 90 ହଜାର କୋଟି ଟଙ୍କାର ବ୍ୟୟ ବରାଦ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ବଜେଟ ଘୋଷଣା ପରେ ସାମ୍ନାକୁ ଆସିଛି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଡବଲ ଇଞ୍ଜିନ ସରକାରରେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଉଛି ବୋଲି ନବୀନ କହିଛନ୍ତି ।

'ଡବଲ ଇଞ୍ଜିନ ସରକାରରେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଉଛି':

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, "ଡବଲ ଇଞ୍ଜିନ ସରକାରରେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଉଛି । ଶିଳ୍ପ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଉଛି । ରିଭର୍ସ ଗିୟରରେ ଡବଲ ଇଞ୍ଜିନ ସରକାର । ଡବଲ ଇଞ୍ଜିନ ସରକାରରେ ବିକାଶ ବିପରୀତ ଦିଗରେ ଯାଉଥିବା ଦେଖାଯାଉଛି । ରାଜ୍ୟରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ନାହିଁ । ସବୁ ଠପ ହୋଇ ପଡିଛି । ରାଜ୍ୟର ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଚାଷୀ, ମୂଲିଆ ଓ ଗରିବ ଲୋକ ହଇରାଣରେ ପଡିଛନ୍ତି । ସେମାନେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି । ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି । ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।"

ବଜେଟକୁ ନେଇ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା (ETV Bharat Odisha)

'ଟଙ୍କା ଘୋଷଣା କରିବା ବଡ଼ କଥା ନୁହେଁ, କାର୍ଯ୍ୟକାରୀ କରିବା ଦରକାର':

ସେ ଆଉ ମଧ୍ୟ କହିଛନ୍ତି, "ଗତ ବଜେଟର ଅନେକ ଅନୁଦାନ ଏଯାଏଁ ଖର୍ଚ୍ଚ ହୋଇପାରିନାହିଁ । ଶିଳ୍ପ ବିକାଶ ସହ ଅର୍ଥନୀତି ଖସୁଛି । ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ବୃଦ୍ଧି ସମସ୍ତଙ୍କୁ ପ୍ରଭାବିତ କରୁଛି । ଚାଷୀ ହଇରାଣ, ମହିଳାମାନେ ମିଶନ ଶକ୍ତିରେ କାମ ପାଉନାହାନ୍ତି । ବେରୋଜଗାରୀ ବଢୁଛି । ବଜେଟରେ ଏତେ ଟଙ୍କା ଘୋଷଣା କରିବା ବଡ଼ କଥା ନୁହେଁ, ଏହା କାର୍ଯ୍ୟକାରୀ କରିବା ଦରକାର । ଯାହା ଆମ ରାଜ୍ୟର ବିକାଶରେ କାମ ଆସିବ । ଏହି ବଜେଟ ଖର୍ଚ୍ଚ ହେବା ଦରକାର । ଆମେ ଏହା ଉପରେ ନଜର ରଖିବୁ ।

ଏହାମଧ୍ୟ ପଢନ୍ତୁ...

ନୂଆ ସରକାରର ନୂଆ ଯୋଜନା; ବଜେଟରେ 16 ନୂଆ ସ୍କିମ୍, ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା

ଲାଇଭ ବିଧାନସଭାରେ 2 ଲକ୍ଷ 90 ହଜାର କୋଟିର ବଜେଟ ଉପସ୍ଥାପିତ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.