ନବୀନଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ଟାର୍ଗେଟ କଲା ବିଜେପି - BJP On Naveen Visits Puja Mandap

By ETV Bharat Odisha Team

Published : Sep 8, 2024, 10:54 PM IST

thumbnail
BJP ON NAVEEN VISITS PUJA MANDAP (ETV Bharat Odisha)

ଭୁବନେଶ୍ବର: ଗତକାଲି ଗଣେଶ ପୂଜା ଅବସରରେ ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣେଶ ମଣ୍ଡପ ବୁଲିଥିଲେ ଦର୍ଶନ କରିଥିଲେ । ଏହି ପ୍ରସଙ୍ଗରେ ପ୍ରତିକ୍ତିୟା ରଖିଛନ୍ତି ବିଜେପି ସାଂସଦ ଓ ବିଧାୟକ । ଭୋଟରେ ହାରି ଯିବା ପରେ ନବୀନ ବାବୁଙ୍କ ଲୋକଙ୍କ କଥା ମନେ ପଡିଲା ବୋଲି କହିଛନ୍ତି ବିଜେପି ନେତା । 

ଏନେଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ବିଜେଡିର ସ୍ୱାର୍ଥ ଅଛି । ଖବରକାଗଜରେ ଏବଂ ମାଗାଜିନରେ ରହିବାର ଅଛି । ନହେଲେ ଅସୁବିଧା ହୋଇଯିବ । ବିଜେପି ଏବେ ନୁଆ ସରକାରରେ ଆସିଛି ଭଲ କାମ କରାଯାଉଛି । ଆଗକୁ ବିପୁଳ ଭାବେ ବିଜେପିକୁ ଜନସମର୍ଥନ ମିଳିବ ।" 

ସେହିପରି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "୨୪ ବର୍ଷ ଧରି ନବୀନ ବାବୁଙ୍କ ସାଧାରଣ ଲୋକ ଭୋଟ ଦେଇଥିଲେ । ୨୪ ବର୍ଷ ଧରି ଯିଏ ନିଜ ଦଳର ନେତୃତ୍ବଙ୍କ ପାଖରେ ଲୁଚୁଥିଲେ । ସେତେବେଳେ ନିଜର ବିଧାୟକ, ସାଂସଦ ମନ୍ତ୍ରୀ ତଥା ଦଳର ନେତାମାନଙ୍କୁ ଦେଖା ଦେଉ ନ ଥିଲେ । ନବୀନ ନିବାସ ଭିତରେ ରହି କାହାରିକୁ ସାକ୍ଷାତ ମଧ୍ୟ ଦେଉ ନଥିଲେ । କେହି ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଲୁଚାଇ ରଖିଥିଲେ । ସାଧାରଣ ଲୋକ ତାଙ୍କୁ ଭେଟିବା ସ୍ବପ୍ନ ହେଇ ଯାଇଥିଲା । ଆଜି ଯେତେବେଳେ ଭୋଟରେ ହାରି ଯାଇଛନ୍ତି, ବିରୋଧୀ ଦଳ ଆସନରେ ବସିଛନ୍ତି । ସେତେବେଳେ ଲୋକଙ୍କ କଥା ମନେ ପଡିଲା ।"

ଏହା ମଧ୍ୟ ପଢ଼ନ୍ତୁ...ମନ୍ତ୍ର ଧ୍ବନୀରେ ଫାଟି ପଡ଼ୁଛି ରାଜଧାନୀ,ଗଣେଶ ପୂଜା ବୁଲି ଦେଖିଲେ ନବୀନ - ganesh puja 2024

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.