ETV Bharat / bharat

ନ୍ୟାସନାଲ ଖେଳାଳୀ ଏବେ ସ୍ବାଧୀ, ମହାକୁମ୍ଭରେ ପହଞ୍ଚିଛନ୍ତି ଶୈଳଜା ଦେବୀ - MAHAKUMBH MELA 2025

ଗଙ୍ଗା କୂଳରେ ସନ୍ଥଙ୍କ ଶିବିରରେ ବିରାଜମାନ ସାଧୁଙ୍କ ଆଶୀର୍ବାଦ ନେବା ପାଇଁ କୁମ୍ଭମେଳାରେ ଜମୁଛି ଭିଡ ।

ସ୍ବାଧୀ ଶୈଳଜା ଦେବୀ
ସ୍ବାଧୀ ଶୈଳଜା ଦେବୀ (ETV Bharat)
author img

By ETV Bharat Odisha Team

Published : Feb 3, 2025, 5:34 PM IST

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ସନ୍ଥଙ୍କ ଜବରଦସ୍ତ ଭିଡ ଏହାର ଭବ୍ୟତାକୁ ବଢାଇ ଦେଉଛି । ଗଙ୍ଗା ପାରି ହୋଇ ସନ୍ଥଙ୍କ ଶିବିରରେ ବିରାଜମାନ ସାଧୁଙ୍କ ଆଶୀର୍ବାଦ ନେବା ପାଇଁ ଦୂର ଦୂରାନ୍ତରୁ ଲୋକେ ଆସି ପହଞ୍ଚୁଛନ୍ତି । ଏମାନଙ୍କ ମଧ୍ୟରେ ଏଭଳି କିଛି ସନ୍ଥ ଅଛନ୍ତି ଯେଉଁମାନେ ଭବିଷ୍ୟତ ସୁଧାରିବା ପାଇଁ ପୂର୍ବ ଜୀବନରୁ ସନ୍ୟାସ ନେଇ ବର୍ତ୍ତମାନ ସନ୍ୟାସୀ ଭାବେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି । ସନାତନ ଧର୍ମର ଧ୍ବଜା ଉଡାଇବା ପାଇଁ ସେମାନେ ଯେପରି ସଂକଳ୍ପବଦ୍ଧ । ଏମାନଙ୍କ ମଧ୍ୟରୁ ଅନେକ ସନ୍ଥ ଉଚ୍ଚଶିକ୍ଷିତ । ସେମିତି ଜଣେ ସନ୍ୟାସୀନି ହେଉଛନ୍ତି ଶୈଳଜା ଦେବୀ । ଯିଏକି ଜୁନା ଆଖଡା ସହିତ ଜଡିତ ଅଛନ୍ତି । ଜଣେ ରାଜ୍ୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରର ଖେଳାଳୀ ରୂପେ ଜୀବନକୁ ସନ୍ୟାସ ଦୀକ୍ଷା ଗ୍ରହଣ କରି ଆଗକୁ ନେବା ପାଇଁ ସେ ଉଚିତ ଭାବିଛନ୍ତି ।

ନ୍ୟାସନାଲ ଖେଳାଳୀ ଏବେ ସ୍ବାଧୀ (ETV Bharat)
  • ଦିବ୍ୟାନୀରୁ ଦେବୀ ଶୈଳଜା

ଦିବ୍ୟାନୀରୁ ମାତା ଶୈଳଜା ହେବା ପଛର କାହାଣୀ ବି ବେଶ ରୋଚକ। ଜୁନା ଆଖଡା ନିର୍ମାଣ ବ୍ୟବସ୍ଥାରେ ମହାମନ୍ତ୍ରୀ ହେବା ସହ ବାସ୍କେଟବଲ ମହଳା ଟିମର ନ୍ୟାସନାଲ ଅଧିନାୟକ ଥିଲେ । ରାଜକୋଟ ବିଶ୍ବବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ 1978ରେ ବାପାମାଙ୍କ ସହ ରାଜକୋଟ ଗୁରଦେବ ଦତ୍ତାତ୍ରେୟରେ ନିଜ ସାଧନାର ଆରମ୍ଭ କରିଥିଲେ । ଗୁରୁଦେବଙ୍କ ସାନିଧ୍ୟରେ ଶୈଳଜା ଦେବୀ ସିଦ୍ଧି ଯୋଗରେ କୁଣ୍ଡଳିନୀଶକ୍ତି ଦ୍ବାରା ଯୋଗ କ୍ରିୟା ଅଭ୍ୟାସ କି ନିଜକୁ ମଜବୁତ କରିଛନ୍ତି । ଏହାପରେ ଆମେରିକା, ଲଣ୍ଡନ, ଋଷ, ଫ୍ରାନ୍ସ ସମେତ ବିଭିନ୍ନ ଦେଶେ ନିଜ ଆଶ୍ରମ ଜରିଆରେ ସନାତନ ଓ ଯୋଗରପ୍ରଚାର ପ୍ରସାର ଆରମ୍ଭ କରିଥିଲେ ।

ଶୈଳଜାଙ୍କ ମାଆ କହିଛନ୍ତି ତାଙ୍କ ବାପା କଷ୍ଟମ ବିଭଗର ବଡ ପଦରେ ନିୟୋଜିତ ଥିଲେ । ଇଷ୍ଟ ଆଫ୍ରିକାରେ ଶୈଳଜା ଜନ୍ମ ହୋଇଥିଲେ । ବାପାଙ୍କ ସହ ଭାରତ ଫେରିବା ବେଳେ ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ରାଜକୋଟ ବିଶ୍ବବିଦ୍ୟାଳୟରେ ପଢିବା ସମୟରେ ଶୈଳଜା ଜଣେ ଭଲ ବାସ୍କେଟବଲ ଓ ବ୍ୟାଡମିଣ୍ଟନ ଖେଳାଳୀ ଥିଲେ ।

  • ବାସ୍କେଟବଲ ନ୍ୟାସନାଲ ଖେଳାଳୀ

1975ରେ ସେ ବାସ୍କେଟବଲ ନ୍ୟାସନାଲ ମହିଳା ଟିମର ଅଧିନାୟକ ରହିବା ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚମକାଇ ଦେଇଥିଲା । ଏସବୁ ମଧ୍ୟରେ 40 ବର୍ଷ ଧରି ସେ ସନ୍ୟାସ ଜୀବନ ବିତାଉଛନ୍ତି । ଅନ୍ୟ ପାଇଁ ବଞ୍ଚିବା ଜୀବନର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ ନିଷ୍ପତ୍ତି ନେଇଥିଲେ ।

ସ୍ବାଧୀ ଶୈଳଜା କହିଛନ୍ତି ‘‘ପ୍ରଥମେ ମୋ ନାଁ ଦିବ୍ୟାନୀ ଥିଲା । ଲୋକେ ମୋତେ ଦେବୀ ଡାକୁଥିଲେ । ମୁଁ ଇଂରାଜୀ ଭାଷାରେ ବଏ କରିଛି। ନ୍ୟାଶନାଲ ବାସ୍କେଟ ବ ଟିମର ମୁଁ ଅଧିନାୟକ। ନିଜ ଅଭ୍ୟାସକାଳରେ ମୋ ଭିତରେ ଏକ ଦିବ୍ୟଶକ୍ତି ଥିବା ଜାଣିବାକୁ ପାଇଥିଲି । 12 ଘଣ୍ଟା ଧ୍ୟାନ କରିବା ପରେ ମୋ ଜୀବ ବଦଳିଯାଇଥିଲ । ପାଖାପାଖି 3 ବର୍ଷ ନିଜ ଭିତରେ କୁଣ୍ଡଳିନୀ ଜାଗୃତ ହେବା ପରେ ନିଜକୁ ଭଗବାନଙ୍କ ନିକଟରେ ସମର୍ପି ଦେଇଥିଲି । 1980 ରେ ମୁଁ ନିଜକୁ ଜୁନା ଆଖଡା ସହ ଜଡିତ କରିଥିଲି । ତା ପରେ ମୋତେ ସେବାକାର୍ଯ୍ୟ ପାଇଁ ଆଦେଶ ଦିଆଗଲା । 2013ରେ ମୁଁ ପ୍ରଥମେ କୁମ୍ଭମେଳାରେ ପ୍ରୟାଗରାଜରେ ସାମିଲ ହୋଇଥିଲି’’ ।

ଶୈଳଜା ଦେବୀଙ୍କ ଭଳି ଖେଳାଳୀ କେବଳ ନୁହେଁ ପୂର୍ବରୁ ବି ଅନେକ ଉଚ୍ଚଶିକ୍ଷିତ ଯୁବକ, ଅଭିନେତ୍ରୀ ସାଧୁ ବା ସାଧ୍ବୀଙ୍କୁ କୁମ୍ଭମେଳାରେ ଦେଖିବାକୁ ମିଳିଛନ୍ତି ।

ଏହା ମଧ୍ୟ ପଢନ୍ତୁ ବସନ୍ତ ପଞ୍ଚମୀ: ମହାକୁମ୍ଭରେ ତୃତୀୟ ଅମୃତ ସ୍ନାନ କରୁଛନ୍ତି ସନ୍ଥ-ଶ୍ରଦ୍ଧାଳୁ

ଏହା ମଧ୍ୟ ପଢନ୍ତୁ ଭାରତୀୟ ରେଳବାଇର 'SwaRail SuperApp': ଗୋଟିଏ ଆପରେ ଟ୍ରେନ ଯାତ୍ରୀଙ୍କୁ ସବୁ ସୁବିଧା

  • IIT ଇଞ୍ଜିନିୟର ଏବେ ବାବା

‘IIT-ମୁମ୍ବାଇ’ରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବି.ଟେକ୍‌ କରିଛନ୍ତି ଅଭୟ । କେବଳ ସେ ଉଚ୍ଚଶିକ୍ଷିତ ନୁହନ୍ତି ବରଂ ଏହା ପରେ ବିଦେଶର ଏକାଧିକ ପ୍ରତିଷ୍ଠିତ କମ୍ପାନୀରେ କାମ ମଧ୍ୟ କରିଛନ୍ତି । ଅଭୟ ଭାରତ ଏବଂ କାନାଡାରେ କାମ କରିଛନ୍ତି । କିନ୍ତୁ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ସନ୍ଥ କରିଦେଲା । ପ୍ରୟାଗରାଜ ମହାକୁମ୍ଭରେ ଅଭୟ ସିଂହ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି । ‘ଇଟିଭି ଭାରତ’ ଟିମ୍‌ ତାଙ୍କ ଘରକୁ ଯାଇ ପରିବାରଠାରୁ ତାଙ୍କ ବିଷୟରେ ସୂଚନା ସଂଗ୍ରହ କରିଥିଲା ।

  • ସନ୍ଥ ପାଲଟିଲେ ବଲିଉଡ ଅଭିନେତ୍ରୀ

ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଅନେକ ବଡ ବଡ ସନ୍ୟାସୀଙ୍କ ଆଗମନ ଜାରି ରହିଛି । ବିଶ୍ୱର କୋଣ ଅନୁକୋଣରୁ ଆସି ମେଳାରେ ଯୋଗ ଦେଉଛନ୍ତି ସାଧୁ ସନ୍ଥମାନେ । ଏହାମଧ୍ୟରେ ବଲିଉଡ ଜଗତର ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ସନ୍ଥ ହେବା ଖବର ବେଶ ଚର୍ଚ୍ଚାରେ ରହିଛି । ମମତା କୁଲକର୍ଣ୍ଣିରୁ ସେ ଏବେ ହୋଇଯାଇଛନ୍ତି ମାଇ ମମତା ନନ୍ଦ ଗିରି । ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଅନୁଯାୟୀ ତାଙ୍କୁ ଏବେ ବୃନ୍ଦାବନ ସ୍ଥିତ ଏକ ଆଶ୍ରମର ଦାୟିତ୍ୱ ପ୍ରଦାନ କରାଯିବ । ଏବେ ତାଙ୍କର ସମଗ୍ର ଜୀବନ ସନାତନ ଧର୍ମର ପ୍ରଚାର- ପ୍ରସାର ପାଇଁ ସମର୍ପିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.