ETV Bharat / state

ଟାଣ ଖରାରେ କଲବଲ ରାଜ୍ୟବାସୀ, ୩ ଦିନରେ ପୁଣି ବଢିବ ତାତି - WEATHER UPDATE

୩ ଦିନରେ ପୁଣି ୨ରୁ ୪ଡିଗ୍ରୀ ବଢିପାରେ ତାପମାତ୍ରା । ଘନ କୁହୁଡିକୁ ପାଇଁ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

WEATHER UPDATE
WEATHER UPDATE (IMD)
author img

By ETV Bharat Odisha Team

Published : Feb 9, 2025, 5:56 PM IST

ଭୁବନେଶ୍ବର: ଭୀଷଣ ଗରମରେ ହନ୍ତସନ୍ତ ରାଜ୍ୟବାସୀ । ଏବେଠୁ ପାରଦ ଉପରମୁହାଁ ହେବାକୁ ଲାଗିଛି । ସେପଟେ ୩ ଦିନରେ ପୁଣି ତାତି ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଥିବାବେଳେ ଚିନ୍ତା ବଢିଛି । ୨ ରୁ ୪ ଡିଗ୍ରୀ ବଢିପାରେ ତାପମାତ୍ରା । କିଛି ଜିଲ୍ଲାକୁ ଘନ କୁହୁଡିକୁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୩ ଦିନରେ ବଢିପାରେ ୨-୪ ଡିଗ୍ରୀ:

ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, "୩ ଦିନରେ ପୁଣି ବଢିବ ତାତି । ଗତ ଦୁଇ ଦିନ ହେବ ରାଜ୍ୟରେ ଗରମ ଅନୁଭୂତ ହେଉ ଥିବାବେଳେ ଟାଣ ଖରାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ହେଲେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ପୁଣି ଦେଖିବାକୁ ମିଳିପାରେ ଟାଇଁ ଟାଇଁ ଖରା । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।" ତେବେ ଖରାର ପ୍ରକୋପ କମ ରହିଥିବାବେଳେ ଅସ୍ତବ୍ୟସ୍ତ କରିବ କୁହୁଡି । ଦୁଇ ଦିନ ଯାଏ ଘନ କୁହୁଡି ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

WEATHER UPDATE (IMD)

ଏହା ବି ପଢନ୍ତୁ...ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି, ନଜର ପକାନ୍ତୁ ଗତ ୪ ବର୍ଷର ଏହି ସମୟର ତାପମାତ୍ରା ଉପରେ

ଏହା ବି ପଢନ୍ତୁ...କଲବଲ କରିବ ତାତି, ଘନକୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଏହା ବି ପଢନ୍ତୁ...ଫେବୃଆରୀରେ ଉପରମୁହାଁ ପାରଦ, ତାପମାତ୍ରା ୩୫ ଡିଗ୍ରୀ ପାର୍‌

WEATHER UPDATE
WEATHER UPDATE (IMD)

ଘନ କୁହୁଡି ଆଲର୍ଟ:

୨୪ ଘଣ୍ଟାରେ ଗଞ୍ଜାମ, ଗଜପତି, କୋରାପୁଟ ଓ ନବରଙ୍ଗପୁରରେ ଘନ କୁହୁଡିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, କଟକ , ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ଅନୁଗୋଳରେ ୩୪.୭ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮. ୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଭୁବନେଶ୍ୱରରେ ୧୮.୪ ଡିଗ୍ରୀ ଓ କଟକରେ ୧୭.୪ ସର୍ବନିମ୍ନ ସହ ସର୍ବାଧିକ ଭୁବନେଶ୍ୱର ୩୧.୮ ଓ କଟକରେ ୨୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

WEATHER UPDATE
WEATHER UPDATE (IMD)

ଏହା ବି ପଢନ୍ତୁ...ମାଘ ମାସରେ ବାଘ ପରି ଖରା, ସିଝିବ ଉପକୂଳଠୁ ଆଭ୍ୟନ୍ତରୀଣ !

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.