ETV Bharat / bharat

ତିରୁପତି ଲଡୁ ବିବାଦ; 4 ଜଣଙ୍କୁ ଗିରଫ କଲା CBI - TIRUPATI LADDU ROW

ତିରୁପତି ଲଡୁ ଅପମିଶ୍ରଣ ଘଟଣାରେ 4 ଜଣଙ୍କୁ ଗିରଫ କଲା ‘ସିବିଆଇ’। ମନ୍ଦିରକୁ ଘିଅ ଯୋଗାଣ ନିୟମର ଉଲ୍ଲଂଘନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।

Tirupati Laddu row
Tirupati Laddu row (ETV BHARAT ODISHA)
author img

By ETV Bharat Odisha Team

Published : Feb 10, 2025, 9:31 AM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ ତିରୁପତି ଲଡୁ ଅପମିଶ୍ରଣ ବିବାଦ ଘଟଣାରେ ‘CBI’ର ବଡ଼ ଆକ୍ସନ । ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିବା ବିଭିନ୍ନ କମ୍ପାନୀର 4ଜଣଙ୍କୁ ଗିରଫ କଲା ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏଆର.ଡେରୀ (ତାମିଲନାଡୁ), ପରାଗ ଡାଏରୀ (ଉତ୍ତର ପ୍ରଦେଶ), ପ୍ରିମିୟର ଏଗ୍ରି ଫୁଡ୍ସ ଏବଂ ‘ଆଲଫା ମିଲ୍କ ଫୁଡ୍ସ’ ସମେତ ଘିଅ ଯୋଗାଣକାରୀ ସଂସ୍ଥାର ବ୍ୟକ୍ତିବିଶେଷ ଅଛନ୍ତି ।

  • ଘିଅ ଯୋଗାଣ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା:

ଟିଡିପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଘିଅ ଯୋଗାଣ ନିୟମର ଉଲ୍ଲଂଘନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି । ବୈଷ୍ଣବୀ ଡାଏରୀର ପ୍ରତିନିଧିମାନେ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ । ବୈଷ୍ଣବୀ ଡାଏରୀ ଟେଣ୍ଡର ପ୍ରକ୍ରିୟାକୁ ହେରାଫେରି କରିବା ପାଇଁ ଏଆର ଡାଏରୀ ନାମ ବ୍ୟବହାର କରି ମିଛ ଡକ୍ୟୁମେଣ୍ଟ୍‌ ଏବଂ ସିଲ୍ ତିଆରି କରିଥିଲା । ବୈଷ୍ଣବୀ ଡେରୀ ରୁରକିର ଭୋଲେ ବାବା ଡାଏରୀରୁ ଘିଅ ଆଣୁଥିବା ନକଲି ରେକର୍ଡ ତିଆରି କରି ଦାବି କରିଥିଲା ।

ଏହା ମଧ୍ୟ ପଢନ୍ତୁ-ତିରୁପତି ଲଡୁ ବିବାଦରେ ସୁପ୍ରିମ ରାୟ, 'ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ' - Tirupati Laddu Controversy - TIRUPATI LADDU CONTROVERSY

ଏହା ବି ପଢନ୍ତୁ...ଏହା ମଧ୍ୟ ପଢନ୍ତୁ-ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ,'ମହାପ୍ରଭୁଙ୍କ ମହାପ୍ରସାଦ ମାନ ହେବ ପରୀକ୍ଷଣ, ବ୍ୟବହାର ହେଉନି ନକଲି ଘିଅ' - Mahaprasad and ghee quality check

ଏହା ମଧ୍ୟ ପଢନ୍ତୁ-ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ଜିଲ୍ଲାପାଳ କହିଲେ ଯାଞ୍ଚ ହେବ - Srimandir Ghee Quality

  • କଣ ରହିଥିଲା ବିବାଦ ?

2024 ସେପ୍ଟେମ୍ବର ମାସରେ YSRCP ସରକାର (2014-19) ସମୟରେ ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ମିଶୁଥିବା ଅଭିଯୋଗ ଆଣିଥିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଭଗବାନଙ୍କ ନିକଟରେ ଅର୍ପଣ ହେଉଥିବା ଲଡୁ ପ୍ରସାଦରେ ନିମ୍ନମାନର ସାମଗ୍ରୀ ଏବଂ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଇଥିଲା । NDDB ଲ୍ୟାବ୍‌ ରିପୋର୍ଟରୁ ଏହା ଜଣାପଡ଼ିଥିବା ଖୋଦ୍‌ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ । ଏହି ଖବର ସାମ୍ନାକୁ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଯାହା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ବିଶ୍ବାସକୁ କୁଠାରଘାତ କରିଥିଲା । ଏଭଳି ଘୃଣ୍ୟକାର୍ଯ୍ୟ ପଛରେ ଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା ।

  • ତଦନ୍ତ ପାଇଁ ଗଠନ ହୋଇଥିଲା SIT :

ଭଗବାନଙ୍କ ଲଡୁରେ ପଶୁ ଚର୍ବି ମିଶିବା ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ନଭେମ୍ବରରେ ସିବିଆଇ ଦ୍ବାରା ଏକ 5 ଜଣିଆ ‘ଏସଆଇଟି’ ଟିମ୍‌ ଗଠନ ହୋଇଥିଲା । ଟିମ୍‌ରେ CBIର ଦୁଇ ଜଣ ଅଧିକାରୀ, ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦୁଇ ଜଣ ଏବଂ ‘ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ’ର ଜଣେ ଅଧିକାରୀ ରହିଥିଲେ । ତଦନ୍ତର 3 ମାସ ପରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, ବ୍ୟୁରୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.