ମେଷ: କର୍ମକ୍ଷେତ୍ରରେ ଉତ୍ଥାନ ପତ୍ତନ ଲାଗି ରହିବ । ଆୟ ଅଧିକ ହେବ । ଖର୍ଚ୍ଚ ମଧ୍ୟ ବଢ଼ିପାରେ । ମଧ୍ୟାହ୍ନରେ ମନରେ ଅସ୍ଥିରତା ଦେଖାଦେଇପାରେ । ଘରକୁ ଦାମୀ ଜିନିଷ ଆଣିପାରନ୍ତି । ବ୍ୟବସାୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ ।
ବୃଷ: ଆଜି ଦିନରେ ସମସ୍ତ ଆଶା ପୂର୍ଣ୍ଣ ହେବାପରି ଲାଗିବ । ସହଜ କିନ୍ତୁ ଅଧିକ କାମ ମିଳିବ । ସନ୍ଧ୍ୟା ସମୟରେ ଏକ ବଡ଼ ଖୁସି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ସନ୍ଧ୍ୟାରେ ଭ୍ରମଣ କିମ୍ବା ସଙ୍ଗୀତ ପ୍ରତି ରୁଚି ବଢିବ । ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ ।
ମିଥୁନ: ସକରାତ୍ମକ ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ । ନିଜ ସହ ସମୟ ବିତାଇବେ ଏବଂ ବ୍ୟକ୍ତିତ୍ଵ ବିକାଶ ପାଇଁ ଗୁରୁତ୍ୱ ଦେବେ । ବାସଗୃହର ସାଜସଜ୍ଜା ପ୍ରତି ରୁଚି ବଢିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । କୌଣସି ମାଙ୍ଗଳିକ କର୍ଯ୍ୟରେ ସାମିଲ ହୋଇପାରନ୍ତି ।
କର୍କଟ: ଆଜି ନିଜ କାର୍ଯ୍ୟର ଫଳ ପାଇବେ । ନିଜର ବ୍ୟକ୍ତିତ୍ବ କିପରି ଉନ୍ନତ ହେବ ସେଥିପ୍ରତି ଗୁରୁତ୍ୱ ଦେବେ । ଘରର ସାଜସଜ୍ଜା ପ୍ରତି ରୁଚି ବଢିବ । ମାନସିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ସମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ ।
ସିଂହ: ଆଜି ନିଜକୁ ନ୍ୟୁନ ଭାବନ୍ତୁ ନାହିଁ । ଅନେକ ସମସ୍ୟାର ସମାଧାନ ଆପଣଙ୍କ ପାଖେ ଅଛି । ଲୋକଙ୍କୁୁ ପ୍ରଭାବିତ କରିବେ । ନୂଆ ଡିଲ୍ କରି ପ୍ରମୁଖ ଦାୟିତ୍ବ ନିର୍ବାହ କରିବେ । ମିଠା କଥା କହି ପରକୁ ଆପଣାର କରିବେ । ଶାନ୍ତସରଳ ଭାବରେ କାର୍ଯ୍ୟ ସମାପ୍ତ କରିବେ ।
କନ୍ୟା: ଆଜି ଆପଣଙ୍କ କଳା ପ୍ରସ୍ଫୁଟିତ ହେବ । ନିଜ ଲୋକଙ୍କୁୁ ନେଇ ଖୁସି ଅନୁଭବ କରିବେ । ସହକର୍ମୀଙ୍କ ସହଯୋଗ ପାଇ କାର୍ଯ୍ୟକୁ ସଠିକ ସମୟରେ ସମାପ୍ତ କରିବେ । ମହାଦେବଙ୍କ ଆଶୀର୍ବାଦରୁ ଆଜି ଆପଣଙ୍କୁ ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି ।
ତୁଳା: ଆଜି ଆପଣଙ୍କପାଇଁ ଗୋଟିଏ ଭଲ ଦିନ ହେବାକୁ ଯାଉଛି । ନିଜ ମିଷ୍ଟଭାଷାରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ । ସନ୍ଧ୍ୟାରେ ପ୍ରିୟଜନଙ୍କ ପାଇଁ ଖର୍ଚ୍ଚ କରି ଦାମୀ ଜିନିଷ କିଣିବେ । ସୁସ୍ବାଦୁ ଖାଦ୍ୟ ଖାଇବେ ।
ବିଛା: ଆଜି ନିଜର ବିକାଶକୁ ପ୍ରାଧାନ୍ୟ ଦେବେ । ବିଜନେସ୍ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ବ୍ୟକ୍ତିମାନେ ଲାଭବାନ ହେବେ । କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । ସନ୍ଧ୍ୟାରେ ପରିବାର ସହ ସମୟ ବିତାଇବେ ।
ଧନୁ: ନିଜର ଆଗ୍ରହ ଏବଂ କର୍ମ ଦୁଇଟିରେ ପାର୍ଥକ୍ୟ ଅନୁଭବ କରିବେ । ଏହା ମଧ୍ୟରେ ସମନ୍ବୟ ପାଇଁ ଚେଷ୍ଟା କରିବେ । ସନ୍ଧ୍ୟା ବେଳକୁ ଆପଣ ନିଜର ବୁଦ୍ଧି ଓ ଆଗ୍ରହ ଥିବା କାର୍ଯ୍ୟ ଦୁଇଟିରେ ସମନ୍ୱୟ ପାଇଁ ଚେଷ୍ଟା କରିବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ବିବାହ ସ୍ଥିର ହୋଇପାରେ ।
ମକର: ପରିବାର ସହଯୋଗ ପାଇବେ । ଏହାଦ୍ବାରା ଅସାଧ୍ୟ କାର୍ଯ୍ୟ ଗୁଡ଼ିକୁ ସାଧନ କରିପାରିବେ । ଶତ୍ରୁ ସଂଖ୍ଯା ବଢ଼ିପାରନ୍ତି । ନିଜ ଆଖପାଖ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । କରଜ ଦେଉଥିଲେ ସାବଧାନ ରହନ୍ତୁ । କୌଣସି ବଡ଼ କାର୍ଯ୍ୟ ଆଜି ଆରମ୍ଭ ନ କରିବା ଭଲ ରହିବ ।
କୁମ୍ଭ: ଆପଣଙ୍କର ଆଜିର ଦିନ ଯଶ ଏବଂ ସୈାଭାଗ୍ୟର ଦିନ । ଚରିଆଡୁ ବହୁ ଉତ୍ସାହ ପାଇବେ । ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ । ବଡ଼ କାର୍ଯ୍ୟର ନେତୃତ୍ବ ନେଇ ସଫଳତା ସହ ଶେଷ କରିବେ । ଦିନଟି ଆନନ୍ଦ ଦାୟକ ।
ମୀନ: ଆଜି ଖୁସି ଖବର ପାଇବେ । ଯାହାକି ପରିବାରରେ ଉତ୍ସବର ବାତାବରଣ ସୃଷ୍ଟି କରିବ । କିଛି ପୁରୁଣା ଡିଲ ଆଜି ସମ୍ପୂର୍ଣ୍ଣ ହୋଇପାରେ । ବ୍ୟବସୟ ପାଇଁ ବାହାରକୁ ଯାଇପାରନ୍ତି । ଶତ୍ରୁଙ୍କୁ ପରାସ୍ତ କରିବେ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ ।