ETV Bharat / health

ସକାଳୁ ଖାଆନ୍ତୁ ଏହି ୩ ଫଳ, ବାଏ ବାଏ କରିବ ୟୁରିକ ଏସିଡ୍‌ - URIC ACID

ଶରୀରରେ ୟୁରିକ ଏସିଡ ନିୟନ୍ତ୍ରଣ କରିବ ଫଳ ଆହାର । ସକାଳୁ ସକାଳୁ ଏହି ଫଳ ଖାଇଲେ ଦୂର ହୋଇପାରେ ୟୁରିକ ଏସିଡ୍‌ ସମସ୍ୟା ।

Uric Acid
Uric Acid (FREEPIK)
author img

By ETV Bharat Odisha Team

Published : Feb 10, 2025, 2:16 PM IST

ହାଇଦ୍ରାବାଦ: ଆଜିକାଲି ଲୋକାମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହେବା ସହ ଅନେକଙ୍କ ପାଖରେ ୟୁରିକ୍ ଏସିଡ୍ ସମସ୍ୟା ଦେଖାଦେଉଛି । ଏହି ସମସ୍ୟା ଦେଖାଯିବାର ପ୍ରାରମ୍ଭରୁ କିଛି ଲୋକ ଏହାର ଚିକିତ୍ସା କରିବା ଉପରେ ଅସାବଧାନ ରହିଥାନ୍ତି । ଫଳରେ ପାଦ ତଳ, ଆଣ୍ଠୁ ଏବଂ କହୁଣୀରେ ଯନ୍ତ୍ରଣା ହେବା ବଢ଼ିଥାଏ । ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଗୋଡ ଫୁଲିବା ଭଳି ଲକ୍ଷଣ ଦେଖାଦିଏ । ଯଦି ସଠିକ ସମୟ ମଧ୍ୟରେ ୟୁରିକ ଏସିଡକୁ ରୋକା ନଯାଏଁ, ତେବେ ଏହା କିଡନୀ ଏବଂ ହୃଦୟକୁ ମଧ୍ୟ ପ୍ରଭାବିତ କରିପାରେ ।

କ'ଣ କୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ?:

ଯଦି ରକ୍ତରେ ୟୁରିକ ଏସିଡ୍ ପରିମାଣ ବୃଦ୍ଧି ପାଏ, ତେବେ ଏହା ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ଫଳରେ, ଗଣ୍ଠି ଯନ୍ତ୍ରଣା, ପରିସ୍ରା କରିବାରେ କଷ୍ଟ ହେବା, ଉଚ୍ଚ ରକ୍ତଚାପ, ହାତ ପାଦ ଫୁଲିବା ଏବଂ ଚାଲିବାରେ କଷ୍ଟ ହେବା ଭଳି ସମସ୍ୟା ଆରମ୍ଭ ହୋଇଥାଏ । ତେଣୁ ଶରୀରରେ ୟୁରିକ ଏସିଡ୍‌ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ୟୁରିକ ଏସିଡ୍‌ ନିୟନ୍ତ୍ରଣ କରିବାର ଅନେକ ଉପାୟ ଅଛି । ଡାଏଟ ବିଶେଷଜ୍ଞ ଡକ୍ଟର ଶ୍ରୀଲତାଙ୍କ କହିବା ଅନୁସାରେ, ସକାଳୁ ସକାଳୁ ୩ ପ୍ରକାରର ଫଳ ଖାଇବା ଦ୍ବାରା ଶରୀରରୁ ୟୁରିକ ଏସିଡ୍‌ ହ୍ରାସ ପାଇପାରେ । ଆସନ୍ତୁ ଜାଣିବା ଏହି ୩ଟି ଫଳ କ'ଣ...

ଗବେଷଣାରୁ ଖୁଲାସା, 'ପିତ୍ତକୋଷ କର୍କଟ' ରୋଗ କାରଣ ଭୂତଳ ଜଳର ଆର୍ସେନିକ ମାତ୍ରା - GALLBLADDER CANCER

ବିଶ୍ବ କ୍ୟାନସର ଦିବସ: ଫୁସଫୁସ ଏବଂ ସ୍ତନ କର୍କଟ ପ୍ରତି କିପରି ରହିବେ ସତର୍କ ? - WORLD CANCER DAY

ୟୁରିକ ଏସିଡ୍‌ ବୃଦ୍ଧି ପାଇବାର ସଙ୍କେତ:

ଆଜିକାଲି ପ୍ରାୟ ସମସ୍ତେ ଫାଷ୍ଟ ଫୁଡ୍ ଖାଇବାରେ ଅଭ୍ୟସ୍ତ ହୋଇଗଲେଣି । ବ୍ୟାୟାମ ଅଭାବ, ଅଧିକ ଫାଷ୍ଟଫୁଡ୍ ଖାଇବା, ଖରାପ ଜୀବନଶୈଳୀ ଏବଂ ମେଦ ବହୁଳତା ଯୋଗୁଁ ଶରୀରରେ ୟୁରିକ ଏସିଡ୍ ବୃଦ୍ଧି ପାଏ । ପ୍ରଥମେ ପ୍ରଥମେ, ଅନେକ ଲୋକ ଜାଣିପାରନ୍ତି ନାହିଁ ଯେ, ସେମାନଙ୍କର ୟୁରିକ ଏସିଡ୍‌ ବୃଦ୍ଧି ପାଇଛି । ଲୋକମାନେ ପାଦ, ଆଣ୍ଠୁ ଏବଂ କହୁଣୀର ଯନ୍ତ୍ରଣାକୁ ଏକ ସାମାନ୍ୟ ଯନ୍ତ୍ରଣା ଭାବି ଅଣଦେଖା କରନ୍ତି । ମାତ୍ର, ଶରୀରରେ ୟୁରିକ ଏସିଡ୍ ବୃଦ୍ଧି ପାଇବାର ଏହା ଏକ ସଙ୍କେତ । ତେଣୁ ଏଭଳି ସମସ୍ୟା ଦେଖାଦେଲେ ଏହାକୁ ଅବହେଳା ନକରିବା ସ୍ବାସ୍ଥ୍ୟ ପକ୍ଷେ ଭଲ ।

ସକାଳୁ ଖାଆନ୍ତୁ ଏହି ୩ ଫଳ:

ଶରୀରରେ ୟୁରିକ ଏସିଡ୍ ବୃଦ୍ଧି ପାଇବା ପରେ, ସାଲାଡ, ଟମାଟୋ, ଲଙ୍କା, ମାଂସ, ମାଛ ତେଲ, କଫି ଏବଂ କେକ୍ ଖାଇବାରୁ ଦୂରେଇ ରହିବା ଉଚିତ । ତେବେ ୩ଟି ଫଳ ଖାଇବା ଦ୍ୱାରା ୟୁରିକ ଏସିଡ୍ ଶୀଘ୍ର ହ୍ରାସ ପାଇପାରିବ । ଏହାମଧ୍ୟରୁ ପ୍ରଥମଟି ଚେରି, ଦ୍ବିତୀୟଟି କମଳା କିମ୍ବା ଲେମ୍ବୁ ଏବଂ ତୃତୀୟଟି ସେଓ ।

ଚେରି: ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ । ଏହାକୁ ଖାଇବାଦ୍ବାରା ଶରୀରର ଯନ୍ତ୍ରଣା କମ କରିଥାଏ । କେବଳ ଏତିକି ନୁହେଁ, ଏହି ଫଳ ୟୁରିକ ଏସିଡ୍ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

କମଳା କିମ୍ବା ଲେମ୍ବୁ: ୟୁରିକ ଏସିଡ୍‌ର ସବୁଠାରୁ ବଡ଼ ଶତ୍ରୁ ହେଉଛି ଭିଟାମିନ-C । ଶରୀରରେ ଭିଟାମିନ-Cର ସ୍ତର ବୃଦ୍ଧି ହେବା ଦ୍ଵାରା ୟୁରିକ ଏସିଡ୍‌ରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଥାଏ । ତେଣୁ, କମଳା, ଲେମ୍ବୁ ଏବଂ ଋତୁକାଳୀନ ଫଳ ନିୟମିତ ଖାଇବା ଉଚିତ।

ସେଓ (Apple): କେବଳ ଭିଟାମିନ-C ନୁହେଁ, ଭିଟାମିନ-A ମଧ୍ୟ ୟୁରିକ୍ ଏସିଡ୍ ହ୍ରାସ କରିବାରେ ସହାୟକ ହୋଇଥାଏ । ଭିଟାମିନ-A ପାଇଁ ସେଓ ସବୁଠାରୁ ଭଲ ଫଳ । ଏଥିରେ ଭିଟାମିନ-Aj ପରିମାଣ ଭରପୂର ମାତ୍ରାରେ ଥାଏ। ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ଵାରା ୟୁରିକ ଏସିଡ୍ ହ୍ରାସ କରିବାରେ ସାହାଯ୍ୟ ହୋଇଥାଏ । ଏହା ସହିତ, ପ୍ରତିଦିନ ଗୋଟିଏ ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

ୟୁରିକ୍ ଏସିଡ୍ କିପରି ଗଠିତ ହୁଏ?:

ଡାଏଟ୍‌ ବିଶେଷଜ୍ଞ ଡକ୍ଟର ଶ୍ରୀଲତାଙ୍କ କହିବା ଅନୁସାରେ, ଆମେ ଖାଉଥିବା ଖାଦ୍ୟରେ ଥିବା ପ୍ୟୁରିନ୍ (Purine) ନାମକ ଏକ ରାସାୟନିକ ପଦାର୍ଥରୁ ୟୁରିକ ଏସିଡ୍ ତିଆରି ହୋଇଥାଏ । ଶରୀରରେ ଥିବା ୟୁରିକ ଏସିଡ୍ ସର୍ବଦା ପରିସ୍ରା ମାଧ୍ୟମରେ ବାହାରକୁ ଯାଏ । କିନ୍ତୁ କେତେକ ସମୟରେ ଯେତେବେଳେ ୟୁରିକ ଏସିଡ୍ ଅଧିକ ପରିମାଣରେ ତିଆରି ହୁଏ ଏବଂ ପରିସ୍ରା ମାଧ୍ୟମରେ ଠିକ୍ ଭାବରେ ବାହାରକୁ ଯାଏ ନାହିଁ, ସେତେବେଳେ ଏହି ସମସ୍ୟା ଦେଖାଦିଏ । ୟୁରିକ ଏସିଡ ଠିକ୍ ଭାବରେ ନ ବାହାରେ ତେବେ ଏହା ରକ୍ତରେ ରହିଥାଏ । ରକ୍ତରେ ରହିଥିବା ୟୁରିକ ଏସିଡ୍ ସ୍ଫଟିକ ଗଠନ କରେ, ଗଣ୍ଠି (Joints) ଏବଂ ଆଖପାଖର ଟିସୁଗୁଡ଼ିକରେ ଜମା ହୋଇ ହାଇପରୟୁରିସେମିଆ (Hyperuricemia) ସୃଷ୍ଟି କରେ । ତେବେ ଯେଉଁମାନଙ୍କର ଓଜନ ଅଧିକ ସେମାନଙ୍କୁ ୟୁରିକ ଏସିଡର ସମସ୍ୟା ହେବାର ଅଧିକ ସମ୍ଭାବନା ଥାଏ।

ଏହା ମଧ୍ୟ ପଢ଼ନ୍ତୁ..

କେଉଁ ସମୟରେ ଭାତ ଖାଇବେ ? ଓଜନ ବୃଦ୍ଧି କିମ୍ବା ହ୍ରାସ ସହ ଅଛି କି ସମ୍ପର୍କ ...

ଆଖି ପାଇଁ କେତେ ସୁରକ୍ଷିତ ରାସ୍ତାକଡ଼ର ସନ୍‌ଗ୍ଲାସ ? ଚଷମା ପିନ୍ଧୁଥିଲେ ସାବଧାନ !

ଡାଇବେଟିସ ରୋଗୀ ଧ୍ୟାନ ଦିଅନ୍ତୁ, ଭୁଲରେ ବି ଖାଆନ୍ତୁନି ଏହି ଫଳ...

Disclaimer: (ଏହି ଖବରରେ ଉଲ୍ଲେଖ କରାଯାଇଥିବା ସୂଚନା ନିର୍ଦ୍ଦିଷ୍ଟ ଗବେଷଣାରୁ ପ୍ରାପ୍ତ ହୋଇଛି ଏବଂ ଏହାର ମତାମତ ଗବେଷଣା ସହିତ ଜଡିତ ଓ ଗବେଷକ-ବିଶେଷଜ୍ଞଙ୍କ ବ୍ୟକ୍ତିଗତ ମତାମତ । ଏଠାରେ ଦିଆଯାଇଥିବା କୌଣସି ପରାମର୍ଶ ଅନୁସରଣ କରିବା ପୂର୍ବରୁ, ଜଣେ ଡାକ୍ତରୀ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ପ୍ରଥମେ ଡାକ୍ତରଙ୍କୁ ଜଣାଇବା ଉଚିତ)।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.