ETV Bharat / state

କୁବେର ରେମୁଣା ତହସିଲଦାର ଗିରଫ, ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ - REMUNA TEHSILDAR ARREST

ରେମୁଣା ତହସିଲଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟଠୁ 204 ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ ସେ ।

REMUNA TEHSILDAR ARRESTED BY VIGILANCE
REMUNA TEHSILDAR ARRESTED BY VIGILANCE (ETV Bharat Odisha)
author img

By ETV Bharat Odisha Team

Published : Feb 13, 2025, 10:39 PM IST

କଟକ: କୁବେର ତହସିଲଦାର ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ । ଆୟଠୁ 204 ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ ସେ । ଭୁବନେଶ୍ୱର ଓ ବାଲେଶ୍ୱରରେ 3ଟି ଆଲିସାନ ଫ୍ଲାଟ ଠାବ ହୋଇଥିବା ବେଳେ ୯୩୭ ଗ୍ରାମ ସୁନା, ପୋଷ୍ଟାଲରେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିଛି ।

ରେମୁଣା ତହସିଲଦାର ଗିରଫ:

ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣଙ୍କ କହିବାନୁଯାୟୀ, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ତାଙ୍କ ଠାରୁ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

REMUNA TEHSILDAR ARRESTED BY VIGILANCE (ETV Bharat Odisha)

ଦୁଇ ଦିନ ଧରି ଚଢାଉ କରିଥିଲା ଭିଜିଲାନ୍ସ:

ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣ କହିଛନ୍ତି, ‘ବିଦ୍ୟାଧର ପତିଙ୍କ ନାଁରେ ଅନେକ ଅଭିଯୋଗ ଆସିଥିଲା । ତଦନ୍ତରେ ଆମେ ଜାଣିବାକୁ ପାଇଲୁ ସେ ବିଭିନ୍ନ ସ୍ଥାନରେ ଫ୍ଲାଟ ରଖିଛନ୍ତି । ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ସମ୍ପତ୍ତି ବ୍ୟାଙ୍କ ଡିପୋଜିଟ ଅଛି । ଏଥିପାଇଁ ଆମେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କୁ ସର୍ଚ୍ଚ ୱାରେଣ୍ଟ ଜାରି ପାଇଁ ଜଣାଇଥିଲୁ । ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଆମେ, ଗତ ଫେବୃଆରୀ 11 ଓ 12 ତାରିଖରେ ଆମେ ତାଙ୍କର 7ଟି ଠିକଣାରେ ରେଡ କରିଥିଲୁ । ’

ଠାବ ସମ୍ପତ୍ତିର ତାଲିକା ଦେଲା ଭିଜିଲାନ୍ସ:

ସେ ଆହୁରି କହିଛନ୍ତି, 3ଟି ଦାମୀ ଫ୍ଲାଟ ଅଛି । ଭୁବନେଶ୍ବର ଓ ବାଲେଶ୍ବରରେ ଏହି 3ଟି ଫ୍ଲାଟ ରହିଛି । 42 ଲକ୍ଷର ପୋଷ୍ଟାଲ ଡିପୋଜିଟ ମିଳିଥିଲା । ଘରୁ ଏବଂ ବ୍ୟାଙ୍କ ଲକରୁ 937 ଗ୍ରାମର ସୁନା, ଗୋଟିଏ କାର, ବୁଲେଟ ଓ ସ୍କୁଟି ମଧ୍ୟ ଠାବ ହୋଇଥିଲା । ଏହାସହ 2022ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟାଲ ଡିପୋଜିଟ ପ୍ରାୟ ଏକ କୋଟି ଟଙ୍କା ଡିପୋଜିଟ ହୋଇଛି । ଏକ ବ୍ୟାଙ୍କରେ 50 ଲକ୍ଷର କ୍ୟାସ ଡିପୋଜିଟ ହୋଇଛି । ପ୍ରାୟ ଦେଢ କୋଟି ଟଙ୍କା ଟଙ୍କା ଡିପୋଜିଟ କରିଛନ୍ତି ଏଇ ସମୟ ମଧ୍ୟରେ । ଆମେ ସନ୍ଦେହ କରୁଛୁ ଏସବୁ ଟଙ୍କା ସେ ବିଭିନ୍ନ ସୁତ୍ରରୁ ଲାଞ୍ଚ ଆକାରରେ ସଂଗ୍ରହ କରିଥାଇପାରନ୍ତି । ସେ ତାଙ୍କ ସମ୍ପତ୍ତିର 204 ପ୍ରତିଶତ ଅଧିକ ଟଙ୍କା ରଖିଥିଲେ । ଆମେ ଭିଜିଲାନ୍ସ PS case 1/25 ରେଜିଷ୍ଟ୍ରେସନ କରି ତାଙ୍କୁ କୋର୍ଟ ଚାଲାଣ କରିଛୁ ।

ଏହା ମଧ୍ୟ ପଢନ୍ତୁ:

ଜନସେବା କେନ୍ଦ୍ର ଜରିଆରେ ଲାଞ୍ଚ କାରବାର, କଳାକୁ ଧଳା କରି ସରକାରୀ ବାବୁଙ୍କ ସହ ୫ ଗିରଫ

ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ

୨୦୨୪ ରିପୋର୍ଟ କାର୍ଡ ଦେଲା ଭିଜିଲାନ୍ସ : ୨୦୦ ମାମଲା, ୧୮୧ ଗିରଫ

ଦୁର୍ନୀତି ରୋକିବାକୁ ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ଭିଜିଲାନ୍ସ ବିଭାଗରେ ୪୮ ନୂଆ ପଦବୀ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ 11 ଫେବୃଆରୀରେ ଦୁଇ ଦିନ ଧରି ଭିଜିଲାନ୍ସ ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଭିଜିଲାନ୍ସ ଟିମ୍ ରେମୁଣା ତହସିଲ କାର୍ଯ୍ୟାଳୟ, ସୋର ଅଇଁରୀସ୍ଥିତ ପୈତୃକ ଘର, ଭୁବନେଶ୍ୱରର ୩ଟି ସ୍ଥାନ, ବାଲେଶ୍ବରର କୁରୁଡ଼ା ଓ ସୋରରେ ଚଢ଼ାଉ କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.