ପୁରୀ: ରେଡ଼ିଓ... ଦିନ ଥିଲା ଲୋକଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ଥିଲା । ଆଜିର ଇଣ୍ଟରନେଟ ଯୁଗରେ ରେଡ଼ିଓ ଏବେ ଇତିହାସ ପାଲଟିଯାଇଛି । ଡିଜିଟାଲ ଯୁଗରେ ରେଡିଓ ନୂଆ ରୂପ ନେଇ ଡିଜିଟାଲ ଆପରେ ପ୍ରସାରଣ ହେଲାଣି । କିନ୍ତୁ ଏବେବି କିଛି ଏମିତି ରେଡ଼ିଓ ପ୍ରେମୀ ଅଛନ୍ତି ଯେଉଁ ମାନେ କି ନିଜ ମନୋରଞ୍ଜନ ପାଇଁ ରେଡ଼ିଓ ଉପରେ ଭରସା କରିଛନ୍ତି । ରେଡ଼ିଓକୁ ଏତେ ଭଲ ପାଆନ୍ତି ଯେ ଘରେ ଠାକୁର ଭଳି ପୂଜା ମଧ୍ୟ କରୁଛନ୍ତି । ରେଡ଼ିଓ ଦିବସରେ ଆସନ୍ତୁ ଜାଣିବା ସେମିତି ଜଣେ ରେଡ଼ିଓ ପ୍ରେମୀ ଓ ତାଙ୍କ ବିଷୟରେ ।
ରେଡି଼ଓକୁ ପୂଜା କରୁଛନ୍ତି ପୂରା ପରିବାର:
ପୁରୀ ସହରର ହାଡଗୋଡ଼ିଆ ସାହିର ଯମୁନା ଲେନର ଜଗନ୍ନାଥ ପାଢ଼ୀ । ସେ ଜଣେ ନିଆରା ରେଡ଼ିଓ ପ୍ରେମୀ । ଘରେ ଚାରିଟି ରେଡ଼ିଓ ରଖିଛନ୍ତି । ପୁରା ପରିବାର ଅଧିକାଂଶ ସମୟରେ ରେଡ଼ିଓ ହିଁ ଶୁଣନ୍ତି । ରେଡ଼ିଓର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିଥାଆନ୍ତି । କେବଳ ସେତିକି ନୁହେଁ ରେଡ଼ିଓକୁ ଜଗନ୍ନାଥଙ୍କ ପରିବାର ଲୋକେ ଏତେ ଭଲ ପାଆନ୍ତି ଯେ ସବୁ ପରିବାର ସଦସ୍ୟ ସକାଳୁ ଉଠି ଠାକୁର ପୂଜା କରିବା ସମୟରେ ରେଡ଼ିଓକୁ ଫୁଲ, ଧୂପ ଦେଇ ପୂଜା କରନ୍ତି । ଜଗନ୍ନାଥଙ୍କ ପରିବାର ଲୋକଙ୍କ କହିବା କଥା ରେଡ଼ିଓ ଆମକୁ ସବୁକିଛି ସୂଚନା ଦେଉଛି । ଆମକୁ ସଚେତନ କରୁଛି । ଏଣୁ ଆମେ ଏହାକୁ ଦେବତା ବୋଲି ଗ୍ରହଣ କରିଛୁ । ଘରେ ଥିବା 4ଟି ରେଡ଼ିଓକୁ ଜଗନ୍ନାଥ ଓ ତାଙ୍କ ପତ୍ନୀ, ମା’, ମାମୁ ଠାକୁରଙ୍କ ଭଳି ଧୂପ, ଫୁଲ ଦେଇ ପ୍ରତିଦିନ ପୂଜା କରନ୍ତି ।
![World Radio Day 2025](https://etvbharatimages.akamaized.net/etvbharat/prod-images/13-02-2025/od-pur-radioday-7205521_13022025203037_1302f_1739458837_936.jpg)
ବଡଦାଣ୍ଡରେ ରେଡ଼ିଓ ପ୍ରଦର୍ଶନୀ:
ଆଜି ରେଡ଼ିଓ ଦିବସ ଅବସରରେ ବଡଦାଣ୍ଡରେ କିଛି ରେଡ଼ିଓ ପ୍ରେମୀଙ୍କୁ ଏକାଠି କରି ରେଡ଼ିଓ ପ୍ରଦର୍ଶନୀ କରି ଲୋକଙ୍କୁ ରେଡ଼ିଓର ଉପକାରିତା ବିଷୟରେ କହିଛନ୍ତି ଜଗନ୍ନାଥ ପାଢ଼ୀ । ଗତ 2021 ମସିହାରୁ ଜଗନ୍ନାଥ କିଛି ରେଡ଼ିଓ ପ୍ରେମୀଙ୍କୁ ନେଇ ବଡ଼ଦାଣ୍ଡରେ ରେଡିଓ ଦିବସ ପାଳନ କରିଆସୁଛନ୍ତି ।
![World Radio Day 2025](https://etvbharatimages.akamaized.net/etvbharat/prod-images/13-02-2025/od-pur-radioday-7205521_13022025203037_1302f_1739458837_558.jpg)
ରେଡ଼ିଓ ପ୍ରେମୀ ଜଗନ୍ନାଥ ପାଢ଼ୀ ନିଜ ପ୍ରତିକ୍ରିୟା କୁହନ୍ତି, ''ରେଡ଼ିଓ ହେଉଛି ମୋ ପାଇଁ ଭଗବାନ । ତାକୁ ପୂଜା କଲେ ଭଲ। ସେଥି ପାଇଁ ରେଡ଼ିଓକୁ ମୁଁ ସବୁବେଳେ ଫୁଲ, ଧୂପ ଦେଇ ପୂଜା କରେ । ଘରେ ହେଉକି ମୋ ଦୋକାନରେ ରେଡ଼ିଓକୁ ପୂଜା କରେ । ରେଡ଼ିଓକୁ ପୂଜା କଲେ ମତେ ଆତ୍ମସନ୍ତୋଷ ମିଳେ । ମୁଁ ଯୁଆଡ଼େ ବି ଯାଏ ମୋ ସାଙ୍ଗରେ ରେଡ଼ିଓ ନେଇ ଯାଇଥାଏ। ମୋବାଇଲ ପ୍ରତି ମୋର ବିଶେଷ ଆଗ୍ରହ ନାହିଁ । ରେଡ଼ିଓ ଶୁଣିବା ମୋବାଇଲ ଦେଖିବା ବହୁତ ଫରକ୍ । ଟିଭି ଓ ମୋବାଇଲ ପ୍ରତି ମୋର ବିଶେଷ ଆଗ୍ରହ ନାହିଁ । ଅଧିକ ମୋବାଇଲ ଦେଖିଲେ ଆଖି ଖରାପ ହେବାର ଆଶଙ୍କା ରହିଛି । ସକାଳୁ ରେଡ଼ିଓରେ ଦେଉଥିବା ଗୀତ ଗିତିକା, ଶ୍ରୀକ୍ଷେତ୍ର ସୁରଭି, ଭାଗବତ, ଭଜନ, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପ୍ରସାରଣ ହୋଇଥାଏ । ଯାହାକୁ ମୁଁ ସବୁଦିନ ଶୁଣିଥାଏ । ତେବେ ମୋ ବାପା ଜଣେ ରେଡ଼ିଓ ପ୍ରେମୀ ଥିଲେ । ସେ ଅନେକ ରେଡ଼ିଓ କିଣିଥିଲେ । ତେବେ ରେଡ଼ିଓ ଦିବସରେ ରେଡ଼ିଓର ମହତ୍ତ୍ଵ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ମୁଁ ରେଡ଼ିଓକୁ ପୂଜା କରି ଲୋକଙ୍କୁ ସଚେତନ କରିଥାଏ । ହେଲେ ଦୁଃଖର ବିଷୟ ଆଉ ରେଡ଼ିଓ ସଜାଡିବାକୁ ଆଉ ଦୋକାନ ନାହିଁ । ମୋର ସରକାରଙ୍କୁ ଅନୁରୋଧ ରେଡ଼ିଓ ମରାମତି ପାଇଁ କିଛି ବ୍ୟବସ୍ଥା କରନ୍ତୁ । ଏହା ଦ୍ଵାରା ରେଡ଼ିଓ ଲୋକ ପ୍ରୀୟତା ପାଇବା ସହ ବିକ୍ରି ମଧ୍ୟ ବୃଦ୍ଧି ହେବ। ''
![World Radio Day 2025](https://etvbharatimages.akamaized.net/etvbharat/prod-images/13-02-2025/od-pur-radioday-photo-7205521_13022025203759_1302f_1739459279_175.jpg)
![World Radio Day 2025](https://etvbharatimages.akamaized.net/etvbharat/prod-images/13-02-2025/od-pur-radioday-photo-7205521_13022025203759_1302f_1739459279_762.jpg)
ଜଗନ୍ନାଥଙ୍କ ବାପା ଥିଲେ ରେଡି଼ଓ ପ୍ରେମୀ:
ପୁରୀ ହାଡଗୋଡ଼ିଆ ସାହିରେ ରୁହନ୍ତି ରେଡ଼ିଓ ପ୍ରେମୀ ଜଗନ୍ନାଥ ପାଢ଼ୀ । ତାଙ୍କ ସହ ତାଙ୍କ ପତ୍ନୀ, ମା ଓ ମାମୁ ରହୁଛନ୍ତି। ଜଗନ୍ନାଥଙ୍କ ବାପା ସ୍ବର୍ଗତ ଦିଗମ୍ବର ପାଢ଼ୀ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବାଲିଆ ହରିପୁରର ବାସିନ୍ଦା। ବାପା ଦିଗମ୍ବର ଦୀର୍ଘ ବର୍ଷ ତଳେ ପୁରୀରେ ରହିଥିଲେ। ତେବେ ଜଗନ୍ନାଥ ଙ୍କ ବାପା ଜଣେ ରେଡ଼ିଓ ପ୍ରେମୀ ଥିଲେ। ଏକାଧିକ ରେଡ଼ିଓ କିଣିଥିଲେ । ଏଣୁ ପିଲାଟି ଦିନରୁ ରେଡ଼ିଓ ପ୍ରତି ଜଗନ୍ନାଥଙ୍କ ବେଶ୍ ଭଲ ପାଇବା ଅଛି । ବାପା କିଣିଥିବା ପୁରୁଣା ରେଡ଼ିଓକୁ ସାଇତି ରଖିଛନ୍ତି । ତେବେ ଗତ 2021 ମସିହାରେ ପୁରୀର କିଛି ରେଡିଓ ପ୍ରେମୀଙ୍କୁ ନେଇ ବଡ଼ଦାଣ୍ଡରେ ରେଡ଼ିଓ ଦିବସ ରେ ରେଡ଼ିଓ ଦିବସ ପାଳନ କରୁଛନ୍ତି । ଜଗନ୍ନାଥଙ୍କ ଏଭଳି ରେଡ଼ିଓ ପ୍ରେମକୁ ଲୋକ ମାନେ ବେଶ୍ ପ୍ରଶଂସା କରୁଛନ୍ତି । ଆଗାମୀ ଦିନରେ ରେଡ଼ିଓ ବିଷୟରେ ଲୋକ ନିଜ ସଚେତନ କରିବା ପାଇଁ ସେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ଜଗନ୍ନାଥଙ୍କ ପରିବାର ଲୋକେ କହିଛନ୍ତି ।
![World Radio Day 2025](https://etvbharatimages.akamaized.net/etvbharat/prod-images/13-02-2025/od-pur-radioday-photo-7205521_13022025203759_1302f_1739459279_49.jpg)
ରେଡ଼ିଓ ପ୍ରେମୀ ଜଗନ୍ନାଥ ପାଢ଼ୀଙ୍କ ମାମୁ ବାଳକୃଷ୍ଣ ମହାପାତ୍ର କହିଛନ୍ତି, ''ସତୁରୀ ଦଶକରେ ରେଡ଼ିଓର ଚାହିଦା ବେଶ ଅଧିକ ଥିଲା । ରେଡ଼ିଓ ଟିଏ ବାଜିଲେ ଗାଁ ସାରା ଲୋକେ ରେଡ଼ିଓ ପାଖରେ ରୁଣ୍ଡ ହୁଅନ୍ତି । ମୁଁ ବି ଯାଇ ରେଡ଼ିଓ ଶୁଣିଥାଏ । ରେଡ଼ିଓରେ ଭଜନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥାଏ। ଯାହା ପୂର୍ବରୁ ରେଡିଓ ର ଢାଞ୍ଚା ଥିଲା ଆଜି ବି ତାହା ଜାରି ରହିଛି । ସମାଜର ରେଡ଼ିଓର ବେଶ୍ ଭଲ ପ୍ରଭାବ ରହିଛି। ମତେ ରେଡ଼ିଓର ପ୍ରତି କାର୍ଯ୍ୟକ୍ରମ ଭଲ ଲାଗେ । ରେଡ଼ିଓ ରୋଜଗାରର ବାଟ ମଧ୍ୟ ଦେଖାଇ ଥାଏ। ସତୁରୀ ଦଶକ ରେଡ଼ିଓ ଓ ଏବେକାର ରେଡ଼ିଓ ଭିତରେ ବହୁତ ଫରକ୍ ରହିଛି। ସେତେବେଳେ ରେଡ଼ିଓ ଭଲ ସିଗ୍ନାଲ ମିଳୁନଥିଲା । ଫଳରେ ରେଡ଼ିଓ ବାଜିବା କଷ୍ଟ ହେଉଥିଲା । ଏବେ ସେହି ସମସ୍ୟା ନାହିଁମ । ଅନେକ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଦ୍ଵାରା ରେଡ଼ିଓ ଭଲ ବାଜୁଛି। 1970 ମସିହାରେ 200 ଟଙ୍କାରେ ଏକ ଭଲ ରେଡ଼ିଓ ମିଳି ଯାଉଥିଲା। ସେତେବେଳେ ଚାକିରି କରିଥିବା, ବେଶି ରୋଜଗାର ଥିବା ଲୋକ ମାନେ ରେଡ଼ିଓ କିଣିଥିଲେ। ମୋ ଭିଣୋଇ ଓ ଭଣଜା ରେଡ଼ିଓ 24 ଘଣ୍ଟା ଶୁଣିବାକୁ ଭଲ ପାଆନ୍ତି। ସକାଳୁ ଠାକୁରଙ୍କୁ ପୂଜା କରିବା ଭଳି ଧୂପ ଫୁଲ ଦେଇ ସେମାନେ ପୂଜା କରନ୍ତି। ''
ବିଶ୍ଵ ରେଡ଼ିଓ ଦିବସ:
![World Radio Day 2025](https://etvbharatimages.akamaized.net/etvbharat/prod-images/13-02-2025/od-pur-radioday-photo-7205521_13022025203759_1302f_1739459279_757.jpg)