ଗୌହାଟୀ : ଆସାମର ବିଭିନ୍ନ ଜିଲ୍ଲାରେ ପିତ୍ତକୋଷ କର୍କଟ ବା Gallbladder Cancer ରୋଗର କାରଣ ପାଲଟିଛି ଭୂତଳ ଜଳରେ ଆର୍ସେନିକ ମାତ୍ରା ବୃଦ୍ଧି । ଏକ ରିସର୍ଚ୍ଚରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଡକ୍ଟର ବି ବରୋହ କର୍କଟ ସଂସ୍ଥାର ସହାୟକ ଚିକିତ୍ସା ପର୍ଯ୍ୟବେକ୍ଷକ ଡକ୍ଟର ମଣିଗ୍ରିବ କୃଷ୍ଣତ୍ରେୟ 'ଇଟିଭି ଭାରତ'କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି ।
'ପିତ୍ତକୋଷ କର୍କଟ' କାରଣ ଭୂତଳ ଜଳରେ ଆର୍ସେନିକ ମାତ୍ରା ବୃଦ୍ଧି:
ଡକ୍ଟର ମଣିଗ୍ରିବ କୃଷ୍ଣତ୍ରେୟ କହିଛନ୍ତି,'' ଆସାମ ସରକାରଙ୍କ ପବ୍ଲିକ୍ ହେଲଥ ଇଞ୍ଜିନିୟରିଂ (PHE) ବିଭାଗ ସହିତ ମିଳିତ ଭାବରେ ପ୍ରମୁଖ କର୍କଟ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଗବେଷଣାରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି । ଆସାମରେ ପିତ୍ତକୋଷ କର୍କଟ ପାଇଁ ଭୂତଳ ଜଳରେ ଆର୍ସେନିକ୍ ମାତ୍ରା ବୃଦ୍ଧି ଏକ ପ୍ରମୁଖ କାରଣ।''
"ପିତ୍ତକୋଷ କର୍କଟ ରୋଗର ମାମଲା ଆସମାରେ ବଢିବାରେ ଲାଗିଛି । ଆସାମର ଅନେକ ଜିଲ୍ଲାରେ ଆର୍ସେନିକ୍ ମାତ୍ରା ଅଧିକ ରହିଛି, ଏହାକୁ ବିଚାର କରି ଆମେ ଆସାମ ସରକାରଙ୍କ PHE ବିଭାଗ ସହିତ ମିଳିତ ଭାବରେ ଗବେଷଣା କରିବାକୁ ନିଷ୍ପତ୍ତି ନେଇଥିଲୁ । ଆମେ ଜାଣିବାକୁ ପାଇଛୁ ଯେ, ପାନୀୟ ଜଳରେ ଆବଶ୍ୟକତା ଠାରୁ ଅଧିକ ଆର୍ସେନିକ୍ ମାତ୍ରା ଅଧିକ ପିତ୍ତକୋଷ କର୍କଟ ରୋଗର କାରଣ । ପାନୀୟ ଜଳରେ ଆର୍ସେନିକ୍ ମିଶ୍ରଣ ହେଲେ ପିତ୍ତକୋଷ କର୍କଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ। ''
ଆସାମରେ ବଢୁଛି ପିତ୍ତକୋଷ କର୍କଟ ରୋଗୀଙ୍କ ସଂଖ୍ୟା:
ଆସାମରେ ପିତକୋଷ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ହସ୍ପିଟାଲଲରେ ରୋଗୀଙ୍କ ଚିକିତ୍ସା ଚାଲିଛି । ଡକ୍ଟର ବି ବରୋହ କର୍କଟ ପ୍ରତିଷ୍ଠାନରେ ପିତ୍ତକୋଷ କର୍କଟ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେହି 19ଟି ଜିଲ୍ଲାର ଅଛନ୍ତି, ଯେଉଁଠାରେ ଭୂତଳ ଜଳରେ ଆର୍ସେନିକ୍ ମାତ୍ରା ଅଧିକ ରହିଛି । ଆସାମରେ କର୍କଟ ରୋଗରେ ପୀଡିତ ଥିବା ରୋଗୀଙ୍କ ମଧ୍ୟରୁ ଅତି କମରେ 9 ପ୍ରତିଶତ ପିତ୍ତକୋଷ କର୍କଟ ରୋଗରେ ପୀଡିତ ।
ଚିନ୍ତା ପ୍ରକାଶ କଲେ ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ:
କର୍କଟ ସଂସ୍ଥାନ ଏବଂ PHE ଦ୍ୱାରା କରାଯାଇଥିବା ଗବେଷଣାର ତଥ୍ୟ ସାମ୍ନାକୁ ଆସିବା ପରେ ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଶୋକ ସିଂଘଲ ଭୂତଳ ଜଳରେ ଆର୍ସେନିକ୍ ଏବଂ ଫ୍ଲୋରାଇଡ୍ ପ୍ରଦୂଷଣ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଏହି ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଏକ ବହୁ-କ୍ଷେତ୍ରୀୟ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ଦେଇଛନ୍ତି। ସେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ (PHE) ଏବଂ ଜଳ ଜୀବନ ମିଶନ ଭଳି ବିଭାଗ ସହିତ ମିଶି ଏକ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ, ଭାରତ ସରକାରଙ୍କ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (CGWB) ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ପାଳନ କରି ଆସାମର ବିଭିନ୍ନ ଜିଲ୍ଲାରୁ 21ଟି ନମୁନା ସଂଗ୍ରହ କରିଥିଲା । ଯେଉଁଠାରେ ଆର୍ସେନିକ୍ ମାତ୍ରା ଆବଶ୍ୟକତାଠାରୁ ଅଧିକ ମିଳିଥିଲା । CGWB ଅଧ୍ୟୟନ ସମୟରେ, ଆସାମର ବିଭିନ୍ନ ଜିଲ୍ଲାର 254ଟି ବ୍ଲକରୁ ଭୂତଳ ଜଳ ଉତ୍ସର ମୋଟ 440ଟି ନମୁନା ସଂଗ୍ରହ କରାଯାଇଥିଲା । ଯେଉଁଥିରୁ 14ଟି ବ୍ଲକରୁ ସଂଗୃହୀତ 21ଟି ନମୁନାରେ ଆର୍ସେନିକ୍ ମାତ୍ରା ଆବଶ୍ୟକତା ଠାରୁ ଅଧିକ (ପ୍ରତି ଲିଟର ପାଣିରେ 0.01 ମିଲିଗ୍ରାମରୁ ଅଧିକ) ଥିବା ଜଣାପଡିଛି।
ଡକ୍ଟର କୃଷ୍ଣତ୍ରେୟ କହିଛନ୍ତି "ଏହା ଗମ୍ଭୀର ଏବଂ ଆମକୁ ପାନୀୟ ଜଳକୁ ଆର୍ସେନିକ୍ ମାତ୍ରାକୁ ଦୂର କରିବାକୁ ପଡିବ । ପିତ୍ତକୋଷ କର୍କଟ ରୋଗରୁ ଦୂରେଇ ରହିବା ପାଇଁ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ କରିବାକୁ ପଡିବ। ''