ETV Bharat / state

ଛୁଟି ଦିନରେ ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୩ ଦମକଳ ଗାଡି - FIRE BREAKS OUT AT BANK

ଜଗତସିଂହପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଜଳିଗଲା ଆସବାବପତ୍ର ।

Fire Breaks out at Punjab national bank in Jagatsinghpur
Fire Breaks out at Punjab national bank in Jagatsinghpur (ETV Bharat Odisha)
author img

By ETV Bharat Odisha Team

Published : Feb 9, 2025, 4:59 PM IST

ଜଗତସିଂହପୁର: ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ଜଗତସିଂହପୁର ଟାଉନର ଦୁର୍ଗା ବଜାର ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି । ତିନୋଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।

Fire Breaks out at Punjab national bank in Jagatsinghpur (ETV Bharat Odisha)

ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ:

ଆଜି (ରବିବାର) ସକାଳୁ ସକାଳୁ କିଛି ସ୍ଥାନୀୟ ଲୋକେ ଯିବା ସମୟରେ ଦୁର୍ଗା ବଜାର ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟରୁ କଳା ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ । ସେ ସମୟରେ ବ୍ୟାଙ୍କ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବିଭାଗର ଏକ ଟିମ ଘଟଣାସ୍ଥଳକୁ ଆସିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ପରେ ଦମକଳ ବିଭାଗର କର୍ମଚାରୀମାନେ ବ୍ୟାଙ୍କର ସଟରକୁ କାଟି ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିଲେ ।

Fire Breaks out at Punjab national bank in Jagatsinghpur
Fire Breaks out at Punjab national bank in Jagatsinghpur (ETV Bharat Odisha)

ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ଗାଡି:

ବ୍ୟାଙ୍କଟି ସମ୍ପୂର୍ଣ୍ଣ ଧୂଆଁରେ ଭରି ରହିଥିବା ବେଳେ କିଛି ଆସବାବପତ୍ରରେ ଜଳିଯାଇଛି । ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରି ଦମକଳ ବିଭାଗର କର୍ମଚାରୀମାନେ ପ୍ରଥମେ ବିଦ୍ୟୁତ ବିଚ୍ଛିନ୍ନ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ ।

ଜଗତସିଂହପୁର ଦମକଳ ବିଭାଗର ଭାରପ୍ରାପ୍ତ ଅଧିକାରୀ କାର୍ତ୍ତିକ ବିଶ୍ୱାଳ କହିଛନ୍ତି,"ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଆଁ ଲାଗିଥିବା ନେଇ ୧୧୨ କଣ୍ଟ୍ରୋଲ ରୁମରୁ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରୁ ପହଞ୍ଚିଥିଲୁ । ବ୍ୟାଙ୍କରେ କେହି କର୍ମଚାରୀ ନଥିବା ବେଳେ ପ୍ରବଳ ଧୂଆଁ ବାହାରୁଥିଲା । ତିନୋଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । କଣ ପାଇଁ ନିଆଁ ଲାଗିଛି ତାହା ଜଣାପଡିନି । ତେବେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ବାସିନ୍ଦା ଚୈତନ୍ୟ ନାୟକ କହିଛନ୍ତି,"ବ୍ୟାଙ୍କରୁ ନିଆଁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଲୁ । ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଦମକଳ ଗାଡି ଏବେ ନିଆଁ ଲିଭାଉଛନ୍ତି ।

ଏହାମଧ୍ୟ ପଢନ୍ତୁ...

କୋଣାର୍କ ମନ୍ଦିର ସମ୍ମୁଖରେ ଅଗ୍ନିକାଣ୍ଡ, ଜଳିଗଲା 15ରୁ ଅଧିକ ଦୋକାନ

ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ

ବ୍ରହ୍ମପୁର MKCG ମେଡିକାଲରେ ଅଗ୍ନିକାଣ୍ଡ

ଅନ୍ୟ ପକ୍ଷରେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ବ୍ୟାଙ୍କ କର୍ମଚାରୀମାନେ ଅନୁପସ୍ଥିତ ରହିଛନ୍ତି । ଅନ୍ୟପଟେ ଅଗ୍ନିକାଣ୍ଡରେ ବ୍ୟାଙ୍କର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.