ETV Bharat / sports

ଭାରତ ଆଗରେ ୩୦୫ ରନର ଟାର୍ଗେଟ, ସର୍ବାଧିକ ୱିକେଟ ନେଲେ ଜାଡେଜା - IND VS ENG 2ND ODI

ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ପ୍ରଥମେ ବ୍ୟାଟିଂ କରି ୩୦୪ ରନ କଲା ଇଂଲଣ୍ଡ

IND VS ENG 2ND ODI
IND VS ENG 2ND ODI (ETV Bharat Odisha)
author img

By ETV Bharat Odisha Team

Published : Feb 9, 2025, 5:31 PM IST

Updated : Feb 9, 2025, 5:48 PM IST

କଟକ: ଆଜି(ରବିବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଆରମ୍ଭ ହୋଇଯାଇଛି । କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ ଇଂଲଣ୍ଡ । ଫଳରେ ପ୍ରଥମେ ବୋଲିଂ କରିଛି ଭାରତୀୟ ଦଳ । ତେବେ ଶେଷ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୦୪ ରନ ହାସଲ କରିଛି ଇଂଲଣ୍ଡ । ଅନ୍ୟପଟେ ଜାଡେଜା ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଛନ୍ତି ।

ଇଣ୍ଡିଆ ଆଗରେ ୩୦୫ ରନର ଟାର୍ଗେଟ:

ପ୍ରଥମରୁ ଇଂଲଣ୍ଡ ଖେଳାଳିଙ୍କ ଆକ୍ରାମକ ଖେଳ ଦେଖିବାକୁ ମିଳିଥିଲା । ତେବେ ୧୦.୫ ଓଭରରେ ବରୁଣ ଚକ୍ରବର୍ତ୍ତୀ ବୋଲିଂ ସଲ୍ଟଙ୍କୁ ଆଉଟ କରି ପ୍ରଥମ ଓ୍ବିକେଟ ହାସଲ କରିଥିଲେ । ଏହାପରେ ୧୫.୫ ଓଭରରେ ଇଂଲଣ୍ଡର ଡକେଟଙ୍କ ଓ୍ବିକେଟର ପତନ ଘଟିଥିଲା । ଏହାପରେ ୨୯.୪ ଓଭରରେ ବ୍ରୁକଙ୍କ ଓ୍ବିକେଟ ନେଇଥିଲେ ହର୍ଷିତ ରାଣା । ୩୮.୪ ଓଭରରେ ବଟଲର କ୍ୟାଚ ଆଉଟ ହୋଇଯାଇଥିଲେ । ଏହାପରେ ରୁଟ ୪୨.୩ ଓଭରରେ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ କରୁଥିବା ବେଳେ କୋହଲିଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ ।

ବେନ ଡକେଟ, ରୁଟ ଓ ଲିଭିଙ୍ଗଷ୍ଟୋନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ ଓ୍ବିକେଟ ହରାଇ ରନ ସଂଗ୍ରହ କରିଛି ଇଂଲଣ୍ଡ । ତେବେ ଭାରତ ଆଗରେ ଏବେ ୩୦୫ ରନର ଟାର୍ଗେଟ ରହିଛି । ଓପନର ବେନ ଡକେଟ ୫୬ବଲରେ ୬୫ରନ କରିଥିବା ବେଳେ ଜୋ ରୁଟ ୭୨ ବଲରେ ୬୯ ଓ ଲିଭିଙ୍ଗଷ୍ଟୋନ ୩୨ ବଲରେ ୪୧ ରନ କରିଛନ୍ତି । ଶେଷ ଓଭରରେ ଲିଭିଙ୍ଗଷ୍ଟୋନ ରନ ଆଉଟ ହୋଇଯାଇଥିଲେ ।

ଜାଡେଜାଙ୍କୁ ସର୍ବାଧିକ ଓ୍ବିକେଟ:

ଅନ୍ୟପଟେ ଭାରତୀୟ ବୋଲରଙ୍କ ମଧ୍ୟରେ ଜାଡେଜା ୩ଟି ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଶେଷ ଓଭରରେ ମହମ୍ମଦ ସାମି ବୋଲିଂ କରିଥିବା ବେଳେ ଏହି ଓଭରରେ ସେ ଲିଭିଙ୍ଗଷ୍ଟୋନଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଓ୍ବିକେଟ ହାସଲ କରି କମବ୍ୟାକ କରିଥିଲେ ।

ଏହାମଧ୍ୟ ପଢନ୍ତୁ...

ଟସ୍‌ ହାରି ଭାରତର ବୋଲିଂ ଜାରି, ଏକାଦଶକୁ ଫେରିଲେ କୋହଲି - INDIA VS ENGLAND 2ND ODI

ବାରବାଟୀରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି, ଦର୍ଶକଙ୍କ ପାଇଁ ଖୋଲିଲା ଷ୍ଟାଡିୟମ

ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ ।

ଇଂଲଣ୍ଡ ଏକାଦଶ: ଫିଲିପ୍ ସଲ୍ଟ , ବେନ୍ ଡକେଟ, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜେମି ଓଭରଟନ୍, ଗସ୍ ଆଟକିନସନ୍, ଆଦିଲ୍ ରସିଦ୍, ମାର୍କ ଉଡ୍, ସାକିବ୍ ମହମୁଦ୍ ।

Last Updated : Feb 9, 2025, 5:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.