ETV Bharat / bharat

ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - PRESIDENT HOLY DIP TRIVENI SANGAM

ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଏବଂ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମହାକୁମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତ୍ରିବେଣୀ ସଙ୍ଗମରେ ପକାଇଲେ ବୁଡ଼
ମହାକୁମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତ୍ରିବେଣୀ ସଙ୍ଗମରେ ପକାଇଲେ ବୁଡ଼ (ETV Bharat Odisha)
author img

By ETV Bharat Odisha Team

Published : Feb 10, 2025, 11:26 AM IST

Updated : Feb 10, 2025, 11:35 AM IST

ପ୍ରୟାଗରାଜ (ଉତ୍ତରପ୍ରଦେଶ): ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତ୍ରିବେଣୀ ସଙ୍ଗମରେ ରାଷ୍ଟ୍ରପତି ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ବୁଡ଼ ପକାଇଛନ୍ତି । ଶ୍ବେତ ବର୍ଣ୍ଣର ପୋଷାକ ପରିଧାନ କରି ରାଷ୍ଟ୍ରପତି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ମନ୍ତ୍ର ଉଚ୍ଚାରଣ କରିଥିଲେ । ସାଙ୍ଗରେ ତାଙ୍କର ଝିଅ ମଧ୍ୟ ଉପସ୍ଥିତ ଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଛନ୍ତି ।

  • ବିମାନ ବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ

ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନା ସ୍ବତନ୍ତ୍ର ବିମାନରେ ପ୍ରୟାଗରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ପ୍ରଟୋକଲ୍‌ ଅନୁସାରେ ରାଜ୍ଯପାଳ ଆନନ୍ଦିବେନ ପଟେଲ୍‌ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିମାନ ବନ୍ଦରରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ସେଠାରୁ ସିଧା ରାଷ୍ଟ୍ରପତିଙ୍କ କାରକେଡ୍‌ ମହାକୁମ୍ଭ ସ୍ଥଳ ତ୍ରିବେଣୀ ସଙ୍ଗମ ‘ସଙ୍ଗମ ନୋଜ’ ପହଞ୍ଚିଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଧ୍ୟାତ୍ମିକତାର ମହାକୁମ୍ଭରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ମଧ୍ୟ ସ୍ନାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-

ମହାକୁମ୍ଭରେ ବୁଡ଼ ପକାଇବେ ମହାମହିମ

ମହାକୁମ୍ଭରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ

ନ୍ୟାସନାଲ ଖେଳାଳୀ ଏବେ ସ୍ବାଧୀ, ମହାକୁମ୍ଭରେ ପହଞ୍ଚିଛନ୍ତି ଶୈଳଜା ଦେବୀ

  • ଏବେ ସୁଦ୍ଧା ପ୍ରାୟ 40 କୋଟି ଶ୍ରଦ୍ଧାଳୁ କଲେଣି ସ୍ନାନ:-

ପୌଷ ପୁର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ଏବଂ ଆଧ୍ୟାତ୍ମିକ ମେଳା ମହାକୁମ୍ଭରେ ବର୍ତ୍ତମାନ ଯାଏଁ ପ୍ରାୟ 40କୋଟି ସନ୍ଥ ଓ ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି । ଦୀର୍ଘ 144 ବର୍ଷ ପରେ ଚଳିତବର୍ଷ ପୂର୍ଣ୍ଣ ମହାକୁମ୍ଭ ପଡିଥିବାରୁ ବିଶ୍ବବ୍ୟାପୀ ସାଧୁସନ୍ଥଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ଦେଶରୁ ନିମନ୍ତ୍ରିତ ଅତିଥି ଓ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିମାନେ ମଧ୍ୟ ସଙ୍ଗମ ନଗରୀରେ ଏହି ଭବ୍ୟ ଆଧ୍ୟାତ୍ମିକ ମେଳାରେ ସାମିଲ ହେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଶିଳ୍ପପତି, ସେଲିବ୍ରିଟି ଓ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ କୁମ୍ଭରେ ବୁଡ ପକାଇସାରିଲେଣି ।

ଇଟିଭି ଭାରତ, ବ୍ୟୁରୋ

Last Updated : Feb 10, 2025, 11:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.