ETV Bharat / state

କଲବଲ କରିବ ତାତି, ଘନକୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ - ODISHA WEATHER

ଫେବୃଆରୀ ଆରମ୍ଭରୁ ଡରାଇଲାଣି ଖରା । ସକାଳେ ଘନ କୁହୁଡି । ଦିନରେ ତାତିକୁ ନେଇ ଅସ୍ତବ୍ୟସ୍ତ ଲୋକେ ।

ସକାଳେ ଘନ କୁହୁଡି, ଦିନରେ ତାତିକୁ ନେଇ ଅସ୍ତବ୍ୟସ୍ତ ଲୋକେ
ସକାଳେ ଘନ କୁହୁଡି, ଦିନରେ ତାତିକୁ ନେଇ ଅସ୍ତବ୍ୟସ୍ତ ଲୋକେ (ETV Bharat Odisha)
author img

By ETV Bharat Odisha Team

Published : Feb 3, 2025, 6:40 PM IST

ଭୁବନେଶ୍ୱର: ଫେବୃଆରୀ ଆରମ୍ଭରୁ ଡରାଇଲାଣି ତାତି । ବଢିଲା ଦିନ ସହ ରାତିର ତାପମାତ୍ରା । ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୫ରୁ ୬ ଡିଗ୍ରୀ ବଢିଥିବା ବେଳେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଣିପାଗ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ । ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ବରଗଡ଼, ସୋନପୁର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳ, ଢେଙ୍କାନାଳ ସମେତ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ବି ଅହେତୁକ ଭାବରେ ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ପାରଦ ଉପର ମୁହାଁ ହୋଇଛି ବୋଲି ପାଣିପାଗ କେନ୍ଦ୍ର କହିଛି ।

Bhubaneswar RMC director Manorama Mohanty (ETV Bharat Odisha)

ସ୍ୱାଭାବିକ ଠାରୁ ଅଧିକ ରହିଛି ତାପମାତ୍ରା:

ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, " ବର୍ତ୍ତମାନ ପୁରା ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ଅଧିକ ରହିଛି । ପୁରା ରାଜ୍ୟରେ ଦିନ ତାପମାତ୍ରା ଓ ରାତି ତାପମାତ୍ରା ସାଧାରଣ ଭାବେ ଯେତିକି ରହିବା କଥା ତାଠାରୁ ଅଧିକ ରହିଛି । ଚଳିତ ବର୍ଷ ଫେବୃଆରୀରେ ଦିନ ଓ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଉପରେ ରହିଛି ।"

ରାଜ୍ୟରେ ଆରମ୍ଭ ହୋଇନି ହିଟଓ୍ବେଭ:

ସେ ଆଉ ମଧ୍ୟ କହିଛନ୍ତି, "ତାପମାତ୍ରା ଅଧିକ ଥିଲେ ମଧ୍ୟ ଏହା ହିଟ ଓ୍ବେଭ ନୁହେଁ । ୪୦ଡିଗ୍ରୀ ଉପରକୁ ତାପମାତ୍ରା ଗଲେ ତାକୁ ହିଟଓ୍ବେଭ କୁହାଯାଏ । ଏବେ ସୁଦ୍ଧା ରାଜ୍ୟରେ କେଉଁଠି ବି ତାପମାତ୍ରା ୪୦ ଡିଗ୍ରୀ ଛୁଇଁନାହିଁ । ସର୍ବାଧିକ ବଲାଙ୍ଗୀରରେ ୩୬.୭ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ରେକର୍ଡ ୩୪.୯ ଡିଗ୍ରୀ ସେଲସିୟସ ରହିଛି । ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ରାଜ୍ୟରେ ଗ୍ରୀଷ୍ମ ଲହରୀ ଛୁଇଁନାହିଁ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।"

ଘନକୁହୁଡି ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ:

ଅନ୍ୟପଟେ ରାଜ୍ୟରେ କିଛି ସ୍ଥାନରେ କୁହୁଡି ଓ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଆସନ୍ତାକାଲି ସକାଳ ସମୟରେ ବାଲେଶ୍ବର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଏବଂ ନୟାଗଡରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ:

ସେହିଭଳି ୫ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଏବଂ ଯାଜପୁର ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଏହାମଧ୍ୟ ପଢନ୍ତୁ...

କଲବଲ କରିବ ଖରା, ଘନକୁହୁଡି ପାଇଁ ୧୯ ଜିଲ୍ଲାକୁ ୱାର୍ଣ୍ଣିିଂ

୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା, ଘନକୁହୁଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦୁଇ ଦିନ ପରେ ରାଜ୍ୟରେ ଟାଇଁ ଟାଇଁ ଖରା, ଜଳିବ ଉପକୂଳ ଓଡିଶା

ଗତକାଲି ଚଳିତ ବର୍ଷ ପ୍ରଥମ ଥର ପାଇଁ ବଲାଙ୍ଗୀରରେ ସର୍ବାଧିକ ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଟିଟିଲାଗଡ଼ରେ 36 ଡିଗ୍ରୀ, ପାରଳାଖେମୁଣ୍ଡିରେ 35.8 ଡିଗ୍ରୀ, ଝାରସୁଗୁଡାରେ 35.6 ଡିଗ୍ରୀ, ସମ୍ବଲପୁରରେ 35.1ଡିଗ୍ରୀ ଏବଂ ଭବାନୀପାଟଣାରେ 35 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.